ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାର୍ଟେଲ୍ ଓ ଭୋଡାଫୋନ୍ ପରେ ଏବେ ବିଏସ୍ଏନ୍ଏଲ୍ ଏହାର ଗ୍ରାହକଙ୍କୁ ଝଟ୍କା ଦେଇପାରେ। କାରଣ ବିଏସ୍ଏନ୍ଏଲ୍ ଏହାର ପ୍ଲାନ୍କୁ ନେଇ ରିଭ୍ୟୁ କରୁଛି। ଏହାପରେ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ବିଏସ୍ଏନ୍ଏଲ୍ ଏହାର Tariff ପ୍ଲାନ୍ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ସୂଚନା ମିଳିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଇଡିଆ, ଏୟାର୍ଟେଲ୍ ଓ ଭୋଡାଫୋନ୍ ସେମାନଙ୍କର Tariff ଆସନ୍ତା ଡିସେମ୍ବରରୁ […]
ଇସଲାମାବାଦ: ବିବାହରେ ସୁନ୍ଦର ଦେଖାଯିବା ପାଇଁ ଦୁଲ୍ହନ୍ ସୁନା ଗହଣାରେ ନିଜକୁ ସଜେଇଥାଏ। ହେଲେ ସୁନା ଗହଣା ବଦଳରେ ଟମାଟୋ ବା ବିଲାତିରେ ନିଜକୁ ସଜେଇବା ! କଥାଟା ଶୁଣିକି ଟିକେ ଅଜବ ଲାଗୁଛି ନା ? ଏମିତି ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ହସକୁ ବନ୍ଦ କରିପାରିବେ ନାହିଁ। ଘଟଣାଟି ଏମିତି…. ପାକିସ୍ତାନ ଲାହୋରର ଏକ ଦୁଲ୍ହନ୍ ନିଜ ବିବାହ ଦିନ ସୁନା ଅଳଙ୍କାର […]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନିଖୋଜ ନେଇ ନୂଆଦିଲ୍ଲୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗଛ ଓ କାନ୍ଥରେ ଏହିସବୁ ପୋଷ୍ଟର ଲାଗିଥିବା ନଜର ଆସିଛି। ପୋଷ୍ଟରରେ ଲେଖା ଯାଇଛି, ‘କ’ଣ ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି ? ଶେଷଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବା ଦେଖିବାକୁ ମିଳିଥିଲା। ସେବେଠୁ ସେ ନିଖୋଜ ଅଛନ୍ତି। ପୂରା ଦିଲ୍ଲୀ ତାଙ୍କୁ ଖୋଜୁଛି’। ସୂଚନାଥାଉ କି, ଗତ ସପ୍ତାହରେ […]
ଲଣ୍ଡନ: ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ମୁତ୍ତାହିଦା କ୍ୱାମି ମୁଭ୍ମେଣ୍ଟ(ଏମ୍କ୍ୱିଏମ୍)ର ପ୍ରତିଷ୍ଠାତା ଅଲ୍ତାଫ୍ ହୁସେନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି। ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଭାରତରେ ଶରଣ ଦେବାସହ ଆର୍ଥିକ ସହାୟତା କରିବା ପାଇଁ ଅଲ୍ତାଫ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ୧୯୯୨ ମସିହାରୁ ଅଲ୍ତାଫ୍ ଲଣ୍ଡନରେ ନିର୍ବାସିତ ଭାବେ ଜୀବନଯାପନ କରୁଛନ୍ତି। ଅଲ୍ତାଫ୍ କହିଛନ୍ତି, ‘ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁମତି ଦେବେ ତେବେ ମୁଁ, ମୋ […]
ରାୟବରେଲି: ଦିନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ସହ କଂଗ୍ରେସର ଏହି ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଶେଷରେ କଂଗ୍ରେସର ଏହି ବିଧାୟିକା ତାଙ୍କର ଜୀବନ ସାଥୀ ପାଇଛନ୍ତି। ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ୍ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ […]
ବିଶାଖାପାଟନମ୍: ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ତେଲାଙ୍ଗାନର ନିଜାମାବାଦ୍ ଜିଲ୍ଲାରେ। ସୂଚନା ଅନୁସାରେ, ନିଜାମାବାଦ୍ ଜିଲ୍ଲାର ବିଙ୍ଗାଲ୍ ପଞ୍ଚାୟତ ଲିମାଦ୍ରୀକୁଟା ଗାଁରେ ଥିବା ଏକ ମନ୍ଦିରରେ ପ୍ରତ୍ୟେକ ବର୍ଷ ଯାତ୍ରା ବା ମେଳା ହୋଇଥାଏ। ୩ ରୁ ୪ ଦିନ ଧରି ଏହି […]
ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୋଇ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜର ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି। ପିଲାଟିର ଏହି ଧୈର୍ଯ୍ୟ ଓ ସାହାସ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଫିଲିପାଇନ୍ସର ପାଲୱାନ ଠାରେ ଥିବା ହ୍ରଦ ନିକଟ ଦେଇ ୧୨ […]
ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍ରେ ଅନ୍ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍ ଏସି ଏବଂ ଏକ୍ଜିକ୍ୟୁଟିଭ୍ କ୍ଲାସ୍ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]
ମୁମ୍ବାଇ: ବଜାରରେ ୩ଟି ସିଝା ଅଣ୍ଡାର ଦାମ କେତେ ହୋଇଥିବ? ଯଦି ଆମେ ରାସ୍ତା କଡ଼ର ଦୋକାନ କଥା କହିବା ତେବେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡା ସହଜରେ ମିଳିଯିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ୩ଟି ସିଝା ଅଣ୍ଡା ଖାଇ ପଞ୍ଚ ତାରକା ହୋଟେଲର ଗୋଟିଏ ଲଞ୍ଚ ପ୍ଲେଟର ବିଲ୍ ଦେଇଛନ୍ତି। ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ପଞ୍ଚତାରକା ହୋଟେଲ୍ରେ ସିଝା ଅଣ୍ଡା ଖାଇବା ପରେ ଏହି […]
ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସମସ୍ତ ମୃତାହତ ମାନେ ଏକ ଗାଡ଼ିରେ ଖଟୁଶ୍ୟାମ୍ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଖଟୁଶ୍ୟାମ୍-ରିଙ୍ଗାସ୍ ରୋଡ୍ରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ହାଇଦ୍ରାବାଦ: ତେଲେଙ୍ଗାନାର କାଚିଗୁଡା ରେଲ୍ୱେ ଷ୍ଟେସନରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ତେଲେଙ୍ଗାନାର କାଚିଗୁଡା ଷ୍ଟେସନରେ ହାଇଦ୍ରାବାଦ ଏମଏମଟିଏସ୍ ଓ ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟରେ ଏହି ଧକ୍କା ହୋଇଛି। ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ୍ ଏବଂ ରେଲ୍ୱେ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତକାଲି ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କ୍ୟାବନେଟ୍ ସଚିବ ଦାୟିତ୍ୱ ତୁଲାଇଥିଲେ। ୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ କେରଳରେ ତାଙ୍କର ଜନ୍ମ। ଆଇଏଏସ୍ ପରୀକ୍ଷାରେ […]
ମାଙ୍ଗାଲୁରୁ: ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମାଙ୍ଗାଲୁରୁର ଜଣେ ଜୋମାଟୋ ଗାର୍ଲ। ତାଙ୍କ ନାଁ ମେଘନା ଦାସ। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ୍(ଏମ୍ସିସି) ନିର୍ବାଚନ ଲଢ଼ିବେ ମେଘନା। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ମେଘନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ସହ ଟିକେଟ୍ ମଧ୍ୟ ମିଳିଛି। ମହିଳାଙ୍କ ସୁରକ୍ଷା, ସଡ଼କ ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ […]
ନୁଆଦିଲ୍ଲୀ: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ବୁଲ୍ବୁଲ୍’। ଆଜି ଭୋର ୫ଟା ୩୦ରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ୬ ଘଣ୍ଟା ମଧ୍ୟରେ ‘ବୁଲ୍ବୁଲ୍’ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ରହିଛି। Cyclonic Storm Bulbul lay centered about 75 km east-northeast of Sunderban National https://t.co/P6EcAcdkKk weaken into a Deep Depression over coastal Bangladesh and adjoining south […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଗତକାଲି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିଛି। ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବା ଜଣାପଡ଼ିଛି। ‘ବୁଲ୍ବୁଲ୍’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି ରହିଥିଲା। ବେଳେବେଳେ ପବନର ବେଗ ବଢ଼ି ୧୩୦ କି.ମି ପର୍ଯ୍ୟନ୍ତ ଛୁଇଁଥିଲା। ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ବୁଲ୍ବୁଲ୍’ ୩ ଘଣ୍ଟା ତାଣ୍ଡବ ରଚିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ସନ୍ଧ୍ୟାରେ ‘ବୁଲ୍ବୁଲ୍’ ପ୍ରଭାବରେ […]
ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଅଯୋଧ୍ୟା ରାୟ ଶୁଣାଇବାକୁଥିବା ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ଗତ ଅକ୍ଟୋବର ୧୬ରୁ ଲଗାତାର ୪୦ ଦିନର ଶୁଣାଣି କରି ଆସୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବଦୁଲ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ”ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହା ସାଗରଦ୍ୱୀପ (ପଶ୍ଚିମବଙ୍ଗ) ଓ ଖେପୁପରା (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ଉପରେ ହିଁ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରୁ୧୨୦ କି.ମି. ରହିପାରେ।” ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, “ ‘ବୁଲ୍ବୁଲ୍’ ପାରାଦୀପ ଠାରୁ ଆଜି ସକାଳେ ୩୫୦ କି.ମି. ଦୂରରେ […]
ବିଶାଖାପଟନମ୍: ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ କିଭଳି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ ଓ ରେଳ ଚଳାଚଳକୁ କେମିତି ସ୍ୱାଭାବିକ କରାଯିବ ସେ ନେଇ ଏକ ମକ୍ଡ୍ରିଲ୍ କରାଯାଇଛି। ପୂର୍ବତଟ ରେଲ୍ୱେର ୱାଲ୍ଟଟେୟର୍ ଡିଭିଜନ୍ ପକ୍ଷରୁ ସୀମାଞ୍ଚଲ୍ମ୍ ରେଲ୍ୱେ ଷ୍ଟେସନ୍ ନିକଟରେ ଏହି ମକ୍ଡ୍ରିଲ୍ ହୋଇଛି। ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଟ୍ରେନ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କିପରି ମେଡିକାଲ ସ୍ଥାନାନ୍ତର […]
ନୂଆଦିଲ୍ଲୀ: ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ୨୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।। ଅନାଦେୟ ଋଣ କାରଣରୁ ବା ଦେବାଳିଆ ଘୋଷିତ ହୋଇଥିବା କାରଣରୁ ପଡ଼ି ରହିଥିବା ଏହି ପ୍ରକଳ୍ପ ସବୁ ଏବେ ସରିବ। ଏହା ରିଅଲ ଇଷ୍ଟେଟ୍ ଏବଂ ତତ୍ ସମ୍ପର୍କିତ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ […]
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ପ୍ରଳୟଙ୍କରୀ ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଏବେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖାଯାଇଛି ଯେ ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏବେ ବାତ୍ୟା ‘ମହା’ ପୋରବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ […]
ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ କ୍ରମଶଃ ଏହା ଦୁର୍ବଳ ହେବ ବୋଲି ଜଣାପଡ଼ିଛି। ନଭେମ୍ବର ୬ ତାରିଖ ମଧ୍ୟରାତ୍ରରେ ଏହା ଗୁଜରାଟ […]
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ […]
ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସ୍ ଆପ୍, ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ୍ ଚଳିତବର୍ଷ ମେ’ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ୍ ନେଇ ଅବଗତ କରାଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ସେପ୍ଟମ୍ୱରରେ ଫେସବୁକ୍ର ସହଯୋଗୀ କମ୍ପାନୀ ହ୍ୱାଟସ୍ ଆପ୍ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଡାଟା ହ୍ୟାକ୍କୁ ନେଇ […]
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଝିଅ ନନ୍ଦିତା ମିଶ୍ର କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫାୟାର୍ସ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ନନ୍ଦିତାଙ୍କୁ ଏବେ ଏହି ନୂଆ ନିଯୁକ୍ତି ମିଳିଛି। ମହିଳା ଓ ଶିଶୁ ବିକଶ ବିଭାଗରେ ମଧ୍ୟ ସେ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ଅର୍ଥନୈତିକ ସେବା ଅଧିକାରୀ ନନ୍ଦିତା ମିଶ୍ର ଭୁବନେଶ୍ୱର ସ୍ଥିତ ଡିଏମ୍ ସ୍କୁଲର ପୁରାତନ ଛାତ୍ରୀ। […]