ଆବୁ ଧାବି: ଆବୁ ଧାବିରେ ମିଳିଛି ବିଶ୍ୱର ସର୍ବପୁରାତନ ମୋତି। ଏହି ମୋତି ୮ ହଜାର ବର୍ଷର ପୁରୁଣା ଓ ଏହା ବିଶ୍ୱର ସର୍ବ ପୁରାତନ ମୋତି ବୋଲି ଦାବି କରାଯାଉଛି। ମାରାଓ୍ୱା ଆଇଲ୍ୟାଣ୍ଡରେ ଖନନ ବେଳେ ଏକ ଘର ଭିତରୁ ଏହି ପୁରାତନ ମୋତି ମିଳିଛି। ଅକ୍ଟୋବର ୩୦ରେ ଏହାକୁ ଆବୁ ଧାବିରେ ପ୍ରଦର୍ଶନ କରାଯିବ ବୋଲି ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି। ଖାଲି ଏତିକି ନୁହେଁ ଖନନ ବେଳେ UAEର ସର୍ବପୁରାତନ ସଭ୍ୟତାର ସନ୍ଧାନ ମଧ୍ୟ ମିଳିଛି। […]
ଭୁବନେଶ୍ୱର: ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ପ୍ରତିବାଦରେ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBA) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (BEFI) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘ ବିରୋଧ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର […]
ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀମାନେ ନେପାଳ ଏବଂ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଏନ୍ଆଇଏର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ପାଖାପାଖି ୫ ଜଣ […]
ଇନ୍ଦୋର: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରର ବିଜୟ ନଗରରେ ଥିବା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଭୟାବହ ଅଗ୍ନିକାଣ୍ଡରେ ହୋଟେଲଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଦମକାଳ ବାହିନୀ ପହଞ୍ଚି ନିଆଁକୁ […]
ନୂଆଦିଲ୍ଲୀ: ବିବାହ ସମୟରେ ଉଭୟ ପତି, ପତ୍ନୀ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥାନ୍ତି। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିଲା। ଅବଶ୍ୟ ପଶ୍ଚାତାପରେ ହେଉ କିମ୍ବା ବିରହ ଦୁଃଖରେ ପତି ମଧ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ସ୍ୱାଭାବିକ ଭାବେ ଅଫିସ ଯାଇଥିଲେ। ଉତ୍ତରାଖଣ୍ଡର ଉଧମସିଂହ ନଗର […]
ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣ କଲରାପତରିଆ ବାଘର ଏହି ଭାଇରାଲ ଭିଡିଓ ଦେଖନ୍ତୁ। କିଭଳି ଏକ କଲରାପତରିଆ ବାଘ ପଛରେ ପଡ଼ିଥିବା ଏକ ହେଟାବାଘ କବଳରୁ ନିଜକୁ ରକ୍ଷା ପାଇଁ କଲରାପତରିଆ ବୋକା ପାଲଟି ଯାଉଛି ଓ ଶେଷରେ ନିଜ ଜୀବନକୁ କେମିତି ବଞ୍ଚାଉଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ […]
ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କାଶ୍ମୀର ପୁଲିସ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ଧାରା ୩୭୦ ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍ ଏବଂ ସାମାଜିକ କର୍ମୀଙ୍କୁ ଏହି […]
ରାଞ୍ଚି: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, ଆମେ ଯାଇଥାଉ ଡାକ୍ତରଙ୍କ ପାଖକୁ। ତାଙ୍କରି ପରାମର୍ଶ କ୍ରମେ ଚିକିତ୍ସା କରିଥାଉ। ହେଲେ ଡାକ୍ତର ଯଦି ଆପଣଙ୍କୁ ଅଜବ ପରାମର୍ଶ ଦେବେ, ତାହେଲେ ଆପଣ କ’ଣ କରିବେ ! ଏମିତି ଦ୍ୱନ୍ଦ୍ୱରେ ପଡ଼ିଥିଲେ ରାଞ୍ଚିର ଜଣେ ମହିଳା, ଯିଏକି ତାଙ୍କ ପେଟ ଯନ୍ତ୍ରଣା ସମସ୍ୟା ଦେଖେଇବାକୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଲେ ଡାକ୍ତରବାବୁ ତାଙ୍କୁ ମେଡିସିନ୍ ଦେବା ବଦଳରେ ପ୍ରେସ୍କ୍ରିପସନ୍ରେ ଯାହା ଲେଖିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତ […]
ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ଘରେ ଘରେ ପରିଚିତ ଆମେରିକାର ଜନସନ୍-ଆଣ୍ଡ୍-ଜନସନ୍ କମ୍ପାନୀ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ଏହି ବେବି ପାଉଡରରେ ଏସବେଷ୍ଟୋସ୍(asbestos) ରହିଥିବାର ପ୍ରମାଣ ମିଳିଛି। ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି। ଏସବେଷ୍ଟୋସ୍ ଏକ ବିଷାକ୍ତ କେମିକାଲ। […]
ଇସଲାମାବାଦ: ପାକିସ୍ତାନରୁ ୫ ଦିନିଆ ଗସ୍ତ ସାରି ସ୍ୱଦେଶ ଫେରିବା ବେଳେ ଆକାଶମାର୍ଗରେ ହଇରାଣ ହୋଇଛନ୍ତି ବ୍ରିଟେନ ରାଜକୁମାର ଦମ୍ପତ୍ତି। ଏମିତିକି ରାଜକୁମାର ଦମ୍ପତ୍ତିଙ୍କୁ ସୁରକ୍ଷା ଯୋଗାଇଦେବାକୁ ଯାଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି ବ୍ରିଟେନ ସୁରକ୍ଷା ଅଧିକାରୀ। ଶୁକ୍ରବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବ୍ରିଟେନର ରାଜକୁମାର ପ୍ରିନ୍ସ ଓ୍ୱିଲିଅମ ଏବଂ ତାଙ୍କ ସ୍ତ୍ରୀ କେଟ ମିଡ୍ଡେଲଟନ ଶୁକ୍ରବାର ୫ ଦିନିଆ ଗସ୍ତ ସାରି ରୟାଲ ଏୟାରଫୋର୍ସର ବିମାନ ଯୋଗେ ସ୍ୱଦେଶ ଫେରୁଥିଲେ। ଏଥିପାଇଁ ସେମାନେ […]
ବେଙ୍ଗାଲୁରୁ: ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ବି କପି ରୋକା ଯାଇପାରୁନି। ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କପି ନ କରିବା ପାଇଁ ଛାତ୍ରଛାତ୍ରୀ ମୁଣ୍ଡରେ କାର୍ଟୁନ୍ ବା କାଗଜ ପେଟି ପିନ୍ଧି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଏହି ଘଟଣା ଘଟିଛି। କର୍ଣ୍ଣାଟକର ଏକ ପ୍ରି-ୟୁନିଭର୍ସିଟି କଲେଜରେ ପାଖାପାଖି ୫୦ […]
ଚେନ୍ନାଇ: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମ ଓ ଟ୍ରଷ୍ଟରେ ଆୟକର ବିଭାଗ ଚଢ଼ଉ କରି ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇ ଏତେ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରାଯାଇଛି। ଆୟକର ବିଭାଗ ଚଢ଼ଉ କରି ୪୩.୯ କୋଟି ନଗଦ ଟଙ୍କା, […]
ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପଢ଼ିପାରିବେ। ୨ ବର୍ଷ ତଳେ କେନ୍ଦ୍ର ସରକାର କେବଳ ମିଜୋରାମରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ପ୍ରସ୍ତାବକୁ […]
ନୂଆଦିଲ୍ଲୀ: କେବଳ କଞ୍ଚା କ୍ଷୀର ନୁହେଁ, ପ୍ରୋସେସ୍ଡ ମିଲ୍କର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ବଡ଼ ବଡ଼ ବ୍ରାଣ୍ଡ୍ ମଧ୍ୟ ଉତ୍ତମ ମାନର କ୍ଷୀର ଯୋଗାଇବାରେ ବିଫଳ ହୋଇଛନ୍ତି। ଖାଦ୍ୟ ନିୟନ୍ତ୍ରକ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏଭଳି ସାଂଘାତିକ ତଥ୍ୟ ଦିଆଯାଇଛି। ଶୁକ୍ରବାର ଏହି ତଥ୍ୟ ରଖି ଏଫ୍ଏସ୍ଏସ୍ଏଆଇ ସିଇଓ ପୱନ୍ ଅଗ୍ରୱାଲ କହିଛନ୍ତି, ଏହାର ପ୍ରକ୍ରିୟାକରଣକୁ ନେଇ ସମସ୍ୟା ଉପୁଜିଛି। କିଛି ନମୁନାକୁ ନେଇ କରାଯାଇଥିବା ପରୀକ୍ଷା ଅନୁଯାୟୀ କ୍ଷୀରର ପ୍ରକ୍ରିୟାକରଣ କରାଯିବା ପରେ ଏଥିରେ […]
ପ୍ୟାରିସ୍: ପୁଣି ପାକିସ୍ତାନକୁ ଆଜି ଶକ୍ତ ଧକ୍କା ଦେଇଛି ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍ଏଟିଏଫ୍)। ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍ଏଟିଏଫ୍ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛି। ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ ଇମ୍ରାନ୍ ଖାନ୍ ସରକାରଙ୍କୁ ଭୋଗିବାକୁ ହେବ ବୋଲି ଆଜି ଏଫ୍ଏଟିଏଫ୍ ପକ୍ଷରୁ କୁହାଯାଇଛି। ଏଫ୍ଏଟିଏଫ୍ ପକ୍ଷରୁ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖାଯାଇଛି। […]
ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଏସ୍ ଏ ବୋବଡେଙ୍କ ନାମ କେନ୍ଦ୍ର ନିକଟକୁ ପଠାଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ବାବଦରେ ନିଜେ କେନ୍ଦ୍ରକୁ ସୁପାରିଶ କରନ୍ତି। ସୂଚନାଯୋଗ୍ୟ, ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍କୁ […]
ନୂଆଦିଲ୍ଲୀ: ଯବାନ ପତିଙ୍କ ଦୀର୍ଘାୟୁ କାମନା କରି କର୍ୱାଚୌଥ ବ୍ରତ ରଖିଥିଲେ ପତ୍ନୀ। ଆଉ କିଛି ଘଣ୍ଟା ପରେ ବ୍ରତ ଭାଙ୍ଗି ଥାନ୍ତେ। ହେଲେ ବିଧାତାର ଖେଳ କିଛି ଅଲଗା ଥିଲା। ବ୍ରତ ଭାଙ୍ଗିବା ପୂର୍ବରୁ ପତ୍ନୀଙ୍କ ପାଖକୁ ଏମିତି ଏକ ଖବର ଆସିଲା ଯେଉଁଥିରେ ସେ ନିଜେ ଭାଙ୍ଗି ଯାଇଥିଲେ। ଦେଶକୁ ସୁରକ୍ଷା ଦେଉଥିବା ଜଣେ ସହିଦ ଯବାନଙ୍କ ପତ୍ନୀଙ୍କ ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଭାରତ଼-ବାଂଲାଦେଶ ସୀମାରେ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଚନ୍ଦ୍ରପୃଷ୍ଠର ଅତି ନିକଟତର ଫଟୋ ରିଲିଜ କରିଛି। ଚମକଦାର ଏହି ଫଟୋରେ ଚନ୍ଦ୍ରପୃଷ୍ଠକୁ ଅତି ସ୍ପଷ୍ଟ ଭାବରେ ଦେଖି ହେଉଛି। ଏହି ଫଟୋକୁ ଚନ୍ଦ୍ରଯାନ-୨ର Imaging Infrared Spectrometer (IIRS) ଉତ୍ତୋଳନ କରିଛି। IIRSକୁ ଏମିତି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଚନ୍ଦ୍ରପୃଷ୍ଠ ଉପରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟକିରଣ ଓ ଜହ୍ନ ଆଲୋକର ଉତ୍ସର୍ଜ(ଆଲୋକ, ଉତ୍ତାପ ଆଦି) ମାପି ପାରିବ। ଖାଲି ଏତିକି ନୁହେଁ ଚନ୍ଦ୍ରପୃଷ୍ଠରେ ଥିବା […]
ଇସଲାମାବାଦ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଖରାପ ହୋଇଛି। ବିଶ୍ୱ ବ୍ୟାଙ୍କ ସମେତ ପାକିସ୍ତାନ ସହ ବନ୍ଧୁତ୍ୱ ରଖୁଥିବା ଦେଶ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ଏମିତିକି ଚାଇନା ମଧ୍ୟ ପାକିସ୍ତାନକୁ ଯେଉଁ ଆର୍ଥିକ ସହାୟତା ଦେଉଥିଲା ସେଥିରେ ରୋକ ଲଗାଇଛି। ଯାହାକି ପାକିସ୍ତାନର ସ୍ଥିତିକୁ ଆହୁରି ସଙ୍କଟ ଆଡ଼କୁ ଠେଲି ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ (ପାକିସ୍ତାନ ତେହେରିକ୍-ଏ-ଇନସାଫ) ସାଧାରଣ ନିର୍ବାଚନ ବେଳେ ୧ କୋଟି ନିଯୁକ୍ତି […]
ରିଆଦ: ସାଉଦି ଆରବରେ ଏକ ଭୟଙ୍କର ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏକ ଯାତ୍ରୀବାହୀ ବସ୍ ଏହି ସିରିଜ ଦୁର୍ଘଟଣା କରିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ୧୭୦ କି.ମି. ଦୂର ହିଜ୍ରା ରୋଡ୍ରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ଟି ପ୍ରଥମେ […]
ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ। ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି। ପୁଣିଥରେ ନାସାର Lunar Reconnaissance Orbiter (LRO) […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛନ୍ତି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ […]
ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ସେହିପରି ବାଂଲାଦେଶ ୮୮ତମ ଓ ନେପାଳ ୭୩ତମ ସ୍ଥାନରେ ରହିଛି। ୨୦୧୪ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ […]
ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍ପିର ଏଭଳି ଉଦ୍ୟମ ଫସର ଫାଟିଛି। ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି […]
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ। ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି ଆଖି ନୁହେଁ ବରଂ ଚାରିଟି ଆଖିର ଆବଶ୍ୟକତା ରହିଥାଏ। ଏହି ସମୟରେ ଆମର ସାମାନ୍ୟ ଅସାବଧାନତା ଜୀବନ ବି ନେଇପାରେ। ହେଲେ ଏହି ଦମ୍ପତି ଗାଡ଼ି ଚଲାଇବାବେଳେ […]