ଭୋପାଳ: ଟ୍ରାଫିକ୍ ପୁଲିସ୍ ଚାଲାଣ କାଟିବାରୁ ରାଗିକି ଗାଡ଼ିରେ ନିଆଁ ଲଗାଇଦେଲେ ଯୁବକ। ଆଉ ଘଟଣାସ୍ଥଳରୁ ଖସି ପଳାଇଲେ। ମଧ୍ୟପ୍ରଦେଶର ଇନ୍ଦୋର ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରାଫିକ୍ ପୁଲିସ୍ ପ୍ରଥମେ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ ୫୦୦ଟଙ୍କାର ଚାଲାଣ କାଟିବା ସହ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଯୁବକ ଜଣକ ପ୍ରାୟ ୧ ଘଣ୍ଟା ଧରି ପୁଲିସ୍କୁ ବହୁତ କାକୁତି ମିନତି କରିଥିଲେ। ହେଲେ […]
ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତକାଲି ମଧ୍ୟରେ ଭେଟଘାଟ ହୋଇଛି। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କାଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସହିତ ମୋର ଭଲ ସମ୍ପର୍କ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି […]
ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ଏହାଦ୍ୱାରା ଓମାନ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ, ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ଗତକାଲି ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି। ସେପ୍ଟେମ୍ବର […]
ନୂଆଦିଲ୍ଲୀ: ପୁଣି ପାକିସ୍ତାନର ଏକ ହୀନ ଚକ୍ରାନ୍ତ ସାମ୍ନାକୁ ଆସିଛି। ଟେଲିଭିଜନ୍ର ସବୁଠାରୁ ଲୋକପ୍ରିୟ ରିଏଲିଟି କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି(କେବିସି)’ ନାଁରେ ଲୋକଙ୍କୁ ଫସାଇବାକୁ ପାକିସ୍ତାନର ଉଦ୍ୟମ କରୁଥିବା ଜଣାପଡ଼ିଛି। ସୋସିଆଲ୍ ମିଡିଆରେ କେବିସି ନାଁରେ ନକଲି ଗ୍ରୁପ୍ କରି ଲୋକଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା ନେଇ ଜଣାପଡ଼ିବା ପରେ ଏଥିପ୍ରତି ସତର୍କ ରହିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଡ୍ଭାଇଜରୀ ଜାରି କରାଯାଇଛି। କେବିସି ନାଁରେ ହ୍ୱାଟସ୍ ଆପ୍ରେ ଫେକ୍ ମେସେଜ୍ ପଠାଇ ଲୋକଙ୍କୁ […]
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଯୋଜନା କରିଛି। ତେବେ ରେଲ୍ୱେର ଏମିତି ଅନେକ ଯୋଜନା ରହିଛି ଯାହା ସମ୍ପର୍କରେ ଯାତ୍ରୀମାନେ ଜାଣି ନ ପାରି ଏହାର ଫାଇଦା ଉଠାଇ ପାରନ୍ତି ନାହିଁ। ଖାଲି ଏତିକି ନୁହେଁ ଡିଜିଟାଲ୍ ପେମଣ୍ଟ୍ ଅଥବା କୌଣସି କାର୍ଡ ମାଧ୍ୟମରେ ପେମେଣ୍ଟ୍ କଲେ ଏଥିରେ ଲାଭ ମଧ୍ୟ ମିଳେ ବୋଲି କିଛି ଯାତ୍ରୀ ଅବଗତ ନଥାନ୍ତି। ତେଣୁ ଯାତ୍ରୀମାନେ ରେଲ୍ୱେର ଏଭଳି ସୁବିଧା ପ୍ରତି ଟିକେ ଆଲର୍ଟ […]
ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। ସେପ୍ଟେମ୍ବର ୨୬ରୁ ସେପ୍ଟେମ୍ବର ୨୯ ଯାଏ ବ୍ୟାଙ୍କ ବନ୍ଦ ରହିପାରେ। ପବ୍ଲିକ୍ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ […]
ହାଇଦ୍ରାବାଦ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏହି ଢଗର ଅର୍ଥ ସମସ୍ତେ ଜାଣିଥିବେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଖାଲି ଏତିକି ନୁହେଁ କେତେବେଳେ ତାଙ୍କୁ ଟାଣିଟାଣି ତ କେତେବେଳେ ଧକ୍କା ଦେଇ ମାଡ଼ ମାରିବାକୁ ପଛାଉ ନାହାନ୍ତି ଏହି ବଡ଼ ଘରର ଲୋକେ। ହେଲେ ଏବେ ଯଦି ଆପଣମାନେ ଏମାନଙ୍କର ପରିଚୟ ଜାଣିବେ ଆପଣଙ୍କର ହୋସ୍ ଉଡ଼ିଯିବ। ମହିଳାଙ୍କୁ ଏପରି ବ୍ୟବହାର କରୁଛନ୍ତି […]
ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲର ଲାଇଭ୍ ଟିଭି ଡିବେଟ୍ ଚାଲିଥିବା ବେଳେ ଜଣେ ବିଶ୍ଲେଷକ(ଆନାଲିଷ୍ଟ୍ ) ହଠାତ୍ ଗଳି ପଡ଼ିବାନେଇ ଏବେ ଚର୍ଚ୍ଚାରେ ଜୋରଦାର ଚାଲିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୧୬ ତାରିଖରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଚାଲୁଥିଲା। ଏଥିରେ ଏହି ବ୍ୟକ୍ତି ଆଲୋଚକ ଭାବେ ଯୋଗ ଦେଇଥିଲେ। ମଜହର ବାର୍ଲାସ୍ ନାମକ ଏହି ଆନାଲିଷ୍ଟ୍ ଆଲୋଚନା ମଝିରେ ହିଁ ହଠାତ୍ ଚେୟାରରୁ ଗଳି […]
ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ପୁଲିସ୍ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ତେବ ଏସବୁ ଭିତରେ ଏବେ ଜଣେ ପୁଲିସ୍ କର୍ମୀଙ୍କ ଭିଡିଓ ବେଶ୍ ଭାଇରାଲ ହୋଇଛି। ଟ୍ରାଫିକ୍ ପୁଲିସ୍ର ମୋଟାଅଙ୍କର ଚାଲାଣ କଟାକୁ କିଭଳି କମ୍ କରିପାରିବେ ସେନେଇ ଏକ ଭିଡିଓରେ ସେ କିଛି ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି। ୧୫ ମିନିଟ୍ର ଏହି ଭିଡିଓ […]
ବେଜିଂ: ଚୀନ୍ର ୟାଙ୍ଗ୍ତ୍ଜୀ ନଦୀ (Yangtze River)ରେ ଏକ ରହସ୍ୟମୟ କଳା ରଙ୍ଗର ପ୍ରାଣୀ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏହି ଭିଡିଓକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ପାଣି ଭିତରେ ଦୃଶ୍ୟମାନ ଏହି ପ୍ରାଣୀକୁ ‘ପାଣି ରାକ୍ଷସ(Three Gorges Water Monster) ବୋଲି କୁହାଯାଉଥିଲା। ଏହା ହୁବଇ ପ୍ରଦେଶର Three Gorges Damରେ ଦେଖିବାକୁ ମିଳିଥିଲା। ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଯୋଗୁ ଏହାର […]
ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତି ସିଜନ୍ ୧୧ରେ ଦ୍ୱିତୀୟ କରୋଡପତି ହୋଇଛନ୍ତି ଜଣେ ପାଚିକା। ମହାରାଷ୍ଟ୍ରର ଅମରାବତୀରେ ରହୁଥିବା ଏହି ମହିଳାଙ୍କ ଜୀବନର ସଂଘର୍ଷମୟ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ କହିଲେ ଅତ୍ୟୁକ୍ତି ହେବନାହିଁ। ବବିତା ତାଡେ ଯିଏକି ଏକ ସରକାରୀ ସ୍କୁଲରେ ୪୫୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ କରନ୍ତି। ଏଥିପାଇଁ ତାଙ୍କୁ ମାତ୍ର ଦେଢ଼ ହଜାର ଟଙ୍କା ମିଳେ। ହେଲେ ସେ ଏହି କାମକୁ ବହୁତ ଭଲ ପାଆନ୍ତି। ଏପରିକି ସ୍କୁଲ୍ର ପିଲାମାନେ ମଧ୍ୟ ତାଙ୍କୁ […]
ୱାଶିଂଟନ୍: ଆମେରିକାର ୱାଶିଂଟନ୍, ଡିସିର ଷ୍ଟ୍ରିଟସ୍ରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହ୍ୱାଇଟ୍ ହାଉସ୍ ଠାରୁ ୨ କି.ମି. ଦୂରରେ ଥିବା କଲୋମ୍ବିଆ ରୋଡ୍ରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। କିଛି ଦୁର୍ବୁତ୍ତ ଅଚାନକ ଆସି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜ ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ। ମୋଦିଙ୍କ ବିମାନ ଆଗାମୀ ଆମେରିକା ଗସ୍ତବେଳେ ପାକିସ୍ତାନ ଆକାଶ ମାର୍ଗ ଦେଇ ଯାଇ ପାରିବ ନାହିଁ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ସ୍ପଷ୍ଟ କରିଛନ୍ତି। ଏନେଇ ଭାରତୀୟ ଦୂତାବାସକୁ ଅବଗତ କରାଯାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୧ରୁ ୨୭ ତାରିଖ ଯାଏ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ମୋଦିଙ୍କ ବିମାନ ପାକିସ୍ତାନ […]
ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ଲାଗୁ ହେବା ପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା। ଗୋଟିଏପଟେ ସାଧାରଣ ଲୋକେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ପୁଲିସ୍ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ଅନ୍ୟପଟେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ତେବ ଏସବୁ ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଦିଲ୍ଲୀର ଜଣେ ଯୁବତୀ ଜରିମାନା ଭୟରେ ପୁଲିସ୍କୁ […]
ଭୋପାଳ: ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବୃଦ୍ଧଙ୍କର ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମ ଲାଲ୍ ଯାଦବ। ତାଙ୍କୁ ୭୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ଶ୍ୟାମଲାଲଙ୍କ କହିବା ଅନୁଯାୟୀ, ୫ ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି […]
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସୋଶାଲ୍ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଶେଆର୍ ମଧ୍ୟ କରୁଛନ୍ତି। ତେବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ମଜାଳିଆ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏକ ଚଳନ୍ତା ଗାଡ଼ିରେ ଜଣେ ଯୁବକ କିଭଳି ଭାବରେ ଗାଡ଼ିର ଟାୟାର ବଦଳାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ: ଦେଶ ପ୍ରେମ କେବଳ ଯେ ମଣିଷଙ୍କ ପାଖରେ ଥାଏ ତା’କୁ ଭୁଲ୍ ବୋଲି ପ୍ରମାଣିତ କରିଛି ସନ୍ଧାନୀ କୁକର ‘ଡଚ୍’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି। ବୁଧବାର ଡଚ୍ର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୯ ବର୍ଷ ବୟସ ହୋଇଥିଲା। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡରେ ନିଯୁକ୍ତ ହୋଇଥଥିବା ଡଚ୍ ବିଭିନ୍ନ ଆତଙ୍କବାଦୀ ବିରୋଧୀ ମିଶନ୍ରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଉତ୍କର୍ଷତା ହାସଲ କରିଥିଲା। ଡଚ୍ର […]
ରିୟାଧ: ସାଉଦି ଆରବର ଆରାମକୋ ତୈଳ କମ୍ପାନୀ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି।ତୈଳ କମ୍ପାନୀରେ ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଜି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଅନ୍ୟପକ୍ଷରେ ଏହି ଡ୍ରୋନ୍ […]
ଭୋପାଳ: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି।ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଞ୍ଚି ଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି ମଧ୍ୟପ୍ରଦେଶ ସିଓନୀ ଜିଲ୍ଲା ଖଟିଆ ଗାଁର ଜଣେ ଯୁବକ। ତାଙ୍କ ନାଁ ଗୁରୁଚରଣ ବୋଲି ଜଣାପଡ଼ିଛି। ଗଣେଶ ବିସର୍ଜନ ସମୟରେ ଗୁରୁଚରଣ ନାଚୁଥିଲେ। ଖୁସିରେ ବିଭୋର ହୋଇ ନାଚୁଥିବା ସମୟରେ ହଠାତ୍ […]
ନୂଆଦିଲ୍ଲୀ: ଆଜି ଜାତୀୟ ହିନ୍ଦୀ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ। ଅମିତ ଶାହ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଂଘନ ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରକୃତ ସତ କ’ଣ ତାହା ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁର ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ ଦେଇଥିଲେ। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତଦେହକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଏଭଳି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଫା କରିଥିଲେ। ଶ୍ରୀ ଶାହଙ୍କ ସମେତ ବିଜେପିର […]
ଭୁବନେଶ୍ୱର: ପବ୍ଲିକ୍ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ସାରା ଦେଶରେ ଏହି ଧର୍ମଘଟ ଡାକରା ଦେଇଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନ୍ଫେଡ୍ରେସନ୍(ଏଆଇବିଓସି), ଅଲ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍(ଏଆଇବିଓଏ), ଇଣ୍ଡିଆନ୍ ନ୍ୟାସନାଲ୍ ବ୍ୟାଙ୍କ୍ ଅଫିସର୍ସ କଂଗ୍ରେସ(ଆଇଏନ୍ବିଓସି), ନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ୍ ଅଫିସର୍ସ(ଏନ୍ଓବିଓ) ପକ୍ଷରୁ ଏହି ବନ୍ଦ ଡାକରା […]
ବେଜିଂ: ହସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ସମସ୍ତେ ଜାଣନ୍ତି। ହେଲେ ହସ ବି ଏମିତି ଘାତକ ହୋଇପାରେ..! ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମହିଳା ଜଣକ ଏତେ ଜୋର୍ରେ ହସିଲେ ଯେ ତାଙ୍କର ମାଢ଼ି ବାହାରି ଯାଇଥିଲା। ଫଳରେ ପାଟି ଖୋଲା ଅବସ୍ଥାରେ ରହି ଯାଇଥିଲା। ଚୀନ୍ରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଚୀନ୍ର ଗୁୱାଡୋଙ୍ଗ୍ ପ୍ରଦେଶରେ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]