ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ। ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି। ପୁଣିଥରେ ନାସାର Lunar Reconnaissance Orbiter (LRO) […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛନ୍ତି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ […]
ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ସେହିପରି ବାଂଲାଦେଶ ୮୮ତମ ଓ ନେପାଳ ୭୩ତମ ସ୍ଥାନରେ ରହିଛି। ୨୦୧୪ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ […]
ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍ପିର ଏଭଳି ଉଦ୍ୟମ ଫସର ଫାଟିଛି। ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି […]
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ। ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି ଆଖି ନୁହେଁ ବରଂ ଚାରିଟି ଆଖିର ଆବଶ୍ୟକତା ରହିଥାଏ। ଏହି ସମୟରେ ଆମର ସାମାନ୍ୟ ଅସାବଧାନତା ଜୀବନ ବି ନେଇପାରେ। ହେଲେ ଏହି ଦମ୍ପତି ଗାଡ଼ି ଚଲାଇବାବେଳେ […]
ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପୋରେଟିଭ୍(ପିଏମ୍ସି) ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପୁଣି ଜଣଙ୍କ ଜୀବନ ନେଇଛି। ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ଯୋଗୁ ଆକାଉଣ୍ଟଧାରୀ ନିଜ ଟଙ୍କା ଉଠାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ବିଆଇ ଆକାଉଣ୍ଟଧାରୀଙ୍କୁ ମାତ୍ର ୪୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ପିଏମ୍ସି ବ୍ୟାଙ୍କ ବିରୋଧରେ ହେଉଥିବା ଆନ୍ଦୋଳନରେ ଯୋଗଦେଇ ଘରକୁ ଫେରିଥିବା ୫୧ ବର୍ଷୀୟ ସଞ୍ଜୟ […]
ରାଞ୍ଚି: ଶରୀରରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଚିକିତ୍ସା କରିଥାଉ।ହେଲେ ଡାକ୍ତର ଯଦି ଏମିତି ପରାମର୍ଶ ଦେବେ ! ଅର୍ଥାତ ପୁରୁଷଙ୍କୁ ଯଦି କହିବେ ପ୍ରେଗ୍ନାନ୍ସି ଟେଷ୍ଟ୍ ପାଇଁ ? ଆଶ୍ଚର୍ଯ୍ୟ ଲାଗୁଛି ନା ! ଏମିତି ପ଼ରାମର୍ଶ ବି ଡାକ୍ତର ଦେଇପାରନ୍ତି। ପୁଣି ଜଣେ ନୁହେଁ, ଦୁଇ ଦୁଇ ଜଣ ଯୁବକଙ୍କୁ ପ୍ରେଗ୍ନାନ୍ସି ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ୨ ଯୁବକଙ୍କ ସହ […]
କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମପା ହେବ। ଏନେଇ ଚୀନ ଓ ନେପାଳ ପକ୍ଷରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ୨୦୧୫ ଏପ୍ରିଲରେ ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା କମି ଯାଇଥିବା ନେଇ ଚର୍ଚ୍ଚା ହେବା ପରେ ଚୀନ ଓ ନେପାଳ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ଥିଲା। ନିକଟରେ ଚୀନ ରାଷ୍ଟ୍ରପତି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରି ସାରିଛନ୍ତି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ତେବେ ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ‘ଏବେ […]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆରେ ଏବେ ସଙ୍କଟ ଦେଖା ଦେଇଛି। ଦରମା ଓ ପଦୋନ୍ନତିରେ ଅସନ୍ତୁଷ୍ଟ ଯୋଗୁ ଅନେକ ପାଇଲଟ୍ ସାମୁହିକ ଇସ୍ତଫା ଦେଇଛନ୍ତି। ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କିଛି ପାଇଲଟ୍ ଦାବି କରିଥିଲେ। କିନ୍ତୁ ସେମାନଙ୍କର ଦାବିକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ୧୨୦ଜଣ ଏୟାରବସ୍ A-320 ପାଇଲଟମାନେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପାଇଲଟଙ୍କ ଇସ୍ତଫା ଯୋଗୁ ବିମାନସେବା ପ୍ରଭାବିତ ହେବ ନାହିଁ ବୋଲି ଏୟାର […]
ୱାଶିଂଟନ୍: ସାଙ୍ଗ ସହ ମିଶି କୁମ୍ଭୀର ଛୁଆକୁ ମଦ ପିଆଇଲେ, ଆଉ ତା’ପରେ ଘଟିଲା ଏମିତି କିଛି ତାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କର ହୋସ୍ ଉଡ଼ାଇ ଦେବ। ଜଣେ ଯୁବକ କୁମ୍ଭୀର ଛୁଆକୁ ମଦ ପିଆଉଥିବା ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ ହେଉଛି। ଅଗଷ୍ଟ ୨୬ରେ ଉକ୍ତ ଯୁବକ ଓ ତାଙ୍କର ଜଣେ ସାଙ୍ଗ ପ୍ଲାମ୍ ସିଟିରୁ ଏହି କୁମ୍ଭୀର […]
ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଘର ଭୁଶୁଡ଼ି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶର ମଉ ଜିଲ୍ଲା ମହମ୍ମଦାବାଦରେ ଜଣଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଏଥିରେ ଦୁଇ ମହଲା ବିଶିଷ୍ଟ ଏକ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଫଳରେ ଅନେକ ଲୋକ ଭଗ୍ନା ବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ଉଦ୍ଧାର କାର୍ଯ୍ୟ ମଧ୍ୟ […]
ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି। ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ […]
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ […]
ନୂଆଦିଲ୍ଲୀ: ନବରାତ୍ରୀ ଫେଷ୍ଟିଭାଲ୍ ଅବସରରେ ଗର୍ବା ଡ୍ୟାନ୍ସ ଚାଲିଥିବା ବେଳେ କିଛି ମହିଳା ହାତରେ ନାଗ ସାପ ଧରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଗୁଜରାଟ ଜୁନାଗଡ଼ ଜିଲ୍ଲାର ଶିଲ୍ ଗାଁରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଗୁରୁବାର ଦିନ ଇଭେଣ୍ଟ୍ ଅର୍ଗାନାଇଜର୍, ସ୍ନେକ୍ ସପ୍ଲାଇୟର୍ଙ୍କ ସମେତ ୨ଜଣ ମହିଳାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା। ତେବେ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଭାଇରାଲ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ଲୁଟ୍ର ଶିକାର ହୋଇଛନ୍ତି। ଗତକାଲି ସକାଳେ ସେ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ ଓହ୍ଲାଉଥିବା ବେଳେ ଲୁଟ୍ର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ଗିରଫ ଲୁଟେରାର ନାଁ ନୋନୁ। ତା’ ପାଖରୁ ଲୁଟ୍ ହୋଇଥିବା ସମସ୍ତ ଜିନିଷ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦମୟନ୍ତୀ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ […]
ଟୋକିଓ: ଜାପାନରେ ସାମୁଦ୍ରିକ ଝଡ଼ ‘ହଗିବିସ୍’ର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଝଡ଼ ଟୋକିଓରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। Image Credit: NEWS 18 ପ୍ରବଳ ବେଗରେ ପବନ ବହିବା ଫଳରେ ହଜାର ହଜାର ସଂଖ୍ୟକ ଘର ନଷ୍ଟ ହେବାସହ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି। ୧୦ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଝଡ଼ତୋଫାନ […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡରର ଉଦ୍ଘାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ନଭେମ୍ବର ୮ରେ ଏହି କରିଡରକୁ ଭାରତୀୟ ସୀମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବେ ପ୍ରଧାନମନ୍ତ୍ରୀ ମୋଦି। ଏହି କରିଡର ପଞ୍ଜାବର ଗୁରଦାସପୁରରୁ ପାକିସ୍ତାନରେ ଥିବା ଶ୍ରୀ କର୍ତ୍ତାରପୁର ସାହିବକୁ ସଂଯୋଗ କରୁଛି। ଗତକାଲି ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ହର୍ସିମିତ କୌର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଗୁରୁ ନାନକଜୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି। କର୍ତ୍ତାରପୁର […]
ଲକ୍ଷ୍ନୌ: ବର୍ଦ୍ଧିତ ପିଆଜ ଦର ଏବେ ସମସ୍ତଙ୍କୁ କନ୍ଦାଉଛି। ହେଲେ ଏବେ ପିଆଜକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଭଳି ପିଆଜ ଦରକୁ ନେଇ ମୁଲଚାଲ ବେଳେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଉପରେ ଟିପ୍ପଣୀ ଦେବା ପରେ ଏହି ବିବାଦ ବଢ଼ିଛି। ବିବାଦ ଏତେ ଆଗକୁ ବଢ଼ିଲା ଯେ ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତର ପ୍ରଦେଶର ଅମରୋହ ଜିଲ୍ଲାରେ ଏଭଳି […]
ଟୋକିଓ: ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍ କରିଥାଉ, ଯାହା ଅପରାଧୀଙ୍କୁ ସାହାଯ୍ୟ କରିଥାଏ। ଜାପାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଲ୍ଫିକୁ ନେଇ ଏଠାରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳା ପପ୍ ସିଙ୍ଗର୍ଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହା ଆପଣ ଜାଣିଲେ ବି କେବେ ବିଶ୍ୱାସ କରିପାରିବେ ନାହିଁ। ମହିଳାଜଣକ ଜାପାନର […]
ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ଭାରତ ଏବଂ ଚାଇନା ବିବାଦ ବୋଲି ବୁଝିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ମହାବଲୀପୁରମର କୋଭଲମରେ ଥିବା ତାଜ ଫିଶରମେନ କୋଭ ରିସୋର୍ଟ ଆଣ୍ଡ୍ ସ୍ପାରେ ବୈଠକ ହୋଇଥିଲା। ଏହା ପୂର୍ବରୁ ଦୁଇ ଦେଶର ନେତା ଏକାଠି ଅନୌପଚାରିକ ଭାବରେ ଏକାଠି ହୋଇଥିଲେ। ୫୦ ମିନିଟ ଧରି ଏହି ଆଲୋଚନା […]
ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀ ଆଗକୁ ଗ୍ରାହକଙ୍କ ଉପରେ ମନମାନି ଚଳାଇ ପାରିବେ ନାହିଁ। କାହିଁକି ନା ମୋବାଇଲ୍ ସିମ୍ ବଦଳାଇବା ପରି ଏଣିକି ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କମ୍ପାନୀ ବଦଳାଇ ପାରିବେ। ଏ ନେଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅର୍ଥାତ୍ ଉପଭୋକ୍ତମାନଙ୍କୁ ବିଦ୍ୟୁତ ସେବା ଭଲ ନ ଲାଗିଲେ ସେମାନେ କମ୍ପାନୀ ବଦଳାଇ ପାରିବେ। ଦେଶବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇ ଦେବା ଲାଗି ମୋଦି ସରକାର […]
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ତାମିଲନାଡୁର ମହାବଳୀପୁରମ୍ (ମମ୍ଲ୍ଲାପୁରମ୍)ରେ ଅଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ମହାବଳୀପୁରମ୍ର ଏକ ସମୁଦ୍ରକୂଳରେ ଜଙ୍ଗିଙ୍ଗ୍ ସମୟରେ ସମୁଦ୍ରକୂଳ ସଫା କରୁଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଗୋଟାଇ ଏକ ଜରିରେ ରଖୁଥିବା ଦେଖିବାକୁ ମିଳୁଛି। ‘ଆଜି ସକାଳେ ମମ୍ଲ୍ଲାପୁରମ୍ର […]
ନୂଆଦିଲ୍ଲୀ: ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପାଇଁ ଗତକାଲି ଏକ ସ୍ୱତନ୍ତ୍ର ରାତ୍ର ଭୋଜନର ଆୟୋଜନ କରାଯାଇଥିଲା। ରାତ୍ର ଭୋଜନରେ ଜିନ୍ପିଙ୍ଗଙ୍କୁ ଦକ୍ଷିଣ ଭାରତୀୟ ଥାଳି ପରଷା ଯାଇଥିଲା। ଏହି ଆମିଷ(Non-Vegetarian) ଥାଳି ପାଇଁ ଖାସ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି। ଜିନ୍ପିଙ୍ଗ୍ଙ୍କ ଏହି ଥାଳିରେ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶର ବ୍ୟଞ୍ଜନ ସାମିଲ କରାଯାଇଥିଲା। ମେନ୍ୟୁରେ ଠକ୍କଲି […]
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍ନେସ୍ ପତ୍ରିକା ଫୋର୍ବସ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ପୂର୍ବବତ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ ତାଲିକାରେ ଏହା ଦର୍ଶାଯାଇଛି। ଅମ୍ବାନୀ ଲଗାତାର ୧୨ଥର ପାଇଁ ଏହି ସଫଳତା ପାଇଛନ୍ତି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅମ୍ବାନୀଙ୍କ ସମ୍ପତ୍ତି ୩.୭ ଲକ୍ଷ କୋଟି ଟଙ୍କା […]