ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା ଜାନୁଆରୀ ୨୪ରେ ଛତିଶଗଡ଼ ପୁଲିସ୍ ଇନ୍ସପେକ୍ଟର ମୂଲଚନ୍ଦ୍ର ସହିଦ ହୋଇଥିଲେ। ନାରାୟଣପୁର ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ସହିଦ ହୋଇଥିଲେ। […]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍ ନିର୍ମାତା କମ୍ପାନୀ ସାମ୍ସଙ୍ଗ୍ ଏହାର Galaxy A70s ଫୋନ୍ର ଦାମ୍ କମ୍ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍ର ଦାମ୍ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଛି। ମୋବାଇଲ୍ର ଦାମ୍ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ ଅଫ୍ଲାଇନ୍ରେ ଏହି ମୋବାଇଲ୍କୁ କିଣି ପାରିବେ। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ମିଳିବ। Galaxy A70s ଫୋନ୍ର ଦାମ୍ କମିବା ପରେ ୬ ଜିବି […]
ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍ ଅଛନ୍ତି। ପୁଲିସ୍ର […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜା, ଭଉଣୀ ଅନମ୍ ମିର୍ଜାଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ର ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ କରିଛନ୍ତି। ପୂର୍ବରୁ ସେ ଅନମ୍ଙ୍କ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଥିଲେ। ଗତକାଲି ସେ ଅନମ୍ଙ୍କ ପ୍ରି-ୱେଡିଂର ଆଉ କିଛି ଫଟୋ ଶେଆର୍ କରିଛନ୍ତି। ସାନିଆ ଓ ଅନମ୍, ମା’ ନସିମା ମିର୍ଜାଙ୍କ ସହ ଏକ ଫଟୋ ଉଠାଇଛନ୍ତି। ଏହି ଫଟୋରେ ସମସ୍ତେ ପୂରାପୂରି ଖୁସି ଥିବା ନଜର ଆସୁଛନ୍ତି। ସାନିଆ ଏହି ଫଟୋ ଶେଆର୍ କରି […]
ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ ଖାଇବାକୁ […]
ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ […]
ଭୋପାଳ: ଗୋଟିଏ ବେଦୀରେ ପୁଣିଥରେ ପତ୍ନୀଙ୍କୁ ବିବାହ କରିବା ସହ ଶାଳୀଙ୍କୁ ବିବାହ କଲେ ଜଣେ ବ୍ୟକ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଦାୱାଲି ଗାଁର ଦୀପୁ ପରିହାର ଓରଫ ଦିଲୀପ(୩୫) ଏହି ବିବାହ କରିଛନ୍ତି। ନଭେମ୍ବର ୨୬ରେ ହୋଇଥିବା ଦିଲୀପଙ୍କ ଏହି ବିବାହ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଦିଲୀପ, ଗତ ୯ ବର୍ଷ […]
ପାଟନା: ବିହାରର ଶିବହର ଜିଲ୍ଲାରୁ ଏକ ଇଗଲ୍କୁ ଉଦ୍ଧାର କରାଯାଇଛି। ଏହି ଇଗଲ୍ ଦେହରେ କ୍ୟାମେରା, ସୋଲାର୍ ପ୍ଲେଟ୍ ସହିତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ଚିକନୌତା ଅଞ୍ଚଳରେ ଇଗଲ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଲୋକେ ଏହାକୁ ଗୁପ୍ତଚର ପକ୍ଷୀ ବୋଲି ସନ୍ଦେହ କରି ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଇଗଲ୍ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଇଗଲ୍ ପକ୍ଷୀଟି କେଉଁଠୁ ଆସିଲା ? କିଏ, କାହିଁକି ଏବଂ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ପରଠୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ, ଏହି ଖବର ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଖବରଟି ବି ଏମିତି ଯାହା ଶୁଣିଲେ କେହିବି ଚିନ୍ତାରେ ପଡ଼ି ଯିବେ। ତେବେ ପ୍ରକୃତରେ କ’ଣ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ ? ଏହା ବଦଳରେ ପୁଣି କ’ଣ ୧୦୦୦ ଟଙ୍କିଆ ନୋଟ୍ ଆସିବ ? ଆସନ୍ତୁ ଜାଣିବା ପ୍ରକୃତରେ ଏହି ଖବରର ସତ୍ୟାସତ୍ୟ ବିଷୟରେ…. କଳାଧନକୁ ବନ୍ଦ […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅନମ୍ଙ୍କ ବିବାହର ଏକ ରସମ୍ ଅର୍ଥାତ୍ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍ ରଙ୍ଗର କ୍ରପ୍ ଟପ୍ ଓ ରେଡ୍ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। View this post on Instagram Mehendi night ?❣️ #AbBasAnamHi @anammirzaaa […]
ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ […]
ଚେନ୍ନାଇ: ନୂଆ ମୋବାଇଲ୍ ଉପରେ ଦୋକାନୀମାନେ ଗ୍ରାହକଙ୍କୁ କିଛି ଅଫର୍ ଦେଇଥାନ୍ତି। ଅଫର୍ କହିଲେ ମୋବାଇଲ୍ ଦାମ୍ ଯେତିକି ଥାଏ ସେଥିରୁ କିଛି ଟଙ୍କା କମ୍ କରି ଗ୍ରାହକଙ୍କୁ ମୋବାଇଲ୍ ବିକି ଥାନ୍ତି। ହେଲେ ତାମିଲନାଡୁର ଜଣେ ମୋବାଇଲ୍ ଦୋକାନୀ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏକ ନୂଆ ତରିକାରେ ଇନୋଭେଟିଭ୍ ମାର୍କେଟିଂ ଓ ପବ୍ଲିସିଟି ଷ୍ଟଣ୍ଟ୍ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପେଟୁକୋଟାଇ ଅଞ୍ଚଳରେ ଥିବା ଏକ ମୋବାଇଲ୍ ଦୋକାନୀ ତାଙ୍କ ଷ୍ଟୋର୍କୁ ନୂଆ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ନୂଆ Tariff ପ୍ଲାନ୍ ଡିସେମ୍ବର ୬ ରୁ ଲାଗୁ କରିଛି। କମ୍ପାନୀର ଏହି ନୂଆ All-in-one Tariff ପ୍ଲାନ୍ରେ ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାର ପ୍ଲାନ୍ ସାମିଲ ଅଛି। ହେଲେ ଆମେ ଏଠି ଆପଣଙ୍କୁ ଜିଓର ସେହି ପ୍ଲାନ୍ ସମ୍ପର୍କରେ କହିବାକୁ ଯାଉଛି ଯାହାର ଦାମ୍ ବହୁତ କମ୍, ଆଉ ଫାଇଦା ଅଧିକ। ଏଠି ଆମେ ଜିଓର ୯୮ ଟଙ୍କା ପ୍ଲାନ୍ ବିଷୟରେ କହୁଛୁ। ଏହି ପ୍ଲାନ୍କୁ ଜିଓ […]
ଲକ୍ଷ୍ନୌ: ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରିଥିଲା। ବରଯାତ୍ରୀଙ୍କୁ ପାଛୋଟି ନେବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ଆଦି ସବୁର ବନ୍ଦୋବସ୍ତ ହୋଇଥିଲା। ହେଲେ ଏ କ’ଣ ହଠାତ୍ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ। କାରଣ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ବର ବିଳମ୍ବରେ ପହଞ୍ଚିବାରୁ ଯୁବତୀ ଜଣକ ବିବାହ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଉତ୍ତରପ୍ରଦେଶ ବିଜନୌର […]
ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ୍ ଗୁଣ ସହିତ ଭିଟାମିନ୍ ସି, ଭିଟାମିନ୍ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଖୁବ୍ ଉପକାରୀ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରି ତ୍ୱଚା ଜନିତ କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇ ପାରିବେ। […]
ନୂଆଦିଲ୍ଲୀ: SBI ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆପଣଙ୍କ ପାଖରେ SBI ର Magstripe କିମ୍ବା Magnetic stripeର ଡେବିଟ୍ କାର୍ଡ ଅଛି କି? ତା’ହେଲେ ଆଉ ଡେରି ନ କରି ଆପଣ ଆପଣଙ୍କର ଘରୋଇ ଶାଖାକୁ ଯାଇ ଏହାକୁ ମାଗଣାରେ ରିପ୍ଲେସ୍ମେଣ୍ଟ କରି ନୂଆ EMV (Europay, Mastercard ଓ Visa) chip ଏବଂ PIN ଆଧାରିତ କାର୍ଡ ପାଇଁ ତୁରନ୍ତ ଆବେଦନ କରନ୍ତୁ। SBI ଗ୍ରାହକଙ୍କ ନୂଆ କାର୍ଡ ପାଇଁ ଡିସେମ୍ବର ୩୧ […]
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ। ଦ୍ରୁତ ଗତିରେ ଟ୍ରେନ୍ଟି ଆସୁଥିବାବେଳେ ହଠାତ୍ ଏହି ସମୟରେ ଜଣେ ଯୁବକ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନୋଇଡା ସେକ୍ଟର ୩୯ ମେଟ୍ରୋ ଷ୍ଟେସନ୍ରେ ଜଣେ ଯୁବକ ପ୍ଲାଟ୍ଫର୍ମରେ ଠିଆ ହୋଇଥିଲେ। ଏହି ସମୟରେ ଆସିଲା ଏକ ମେଟ୍ରୋ ଟ୍ରେନ୍। ଟ୍ରେନ୍ଟି ଯେମିତି ତାଙ୍କର ନିକଟତର ହୋଇଛି, କେହି କିଛି ବୁଝିବା ଆଗରୁ ହଠାତ୍ ସେ […]
ନୂଆଦିଲ୍ଲୀ: ଡିସେମ୍ବର ୬ ରୁ Airtel ଏହାର ନୂଆ Tariff plan ଗ୍ରାହକଙ୍କ ପାଇଁ ଲାଗୁ କରିଛି। ହକଙ୍କ ପାଇଁ କମ୍ପାନୀ ୩ଟି ନୂଆ ପ୍ଲାନ୍ ଲଞ୍ଚ୍ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଯେକୌଣସି ନେଟ୍ୱର୍କକୁ ଅନ୍ଲିମିଟେଡ୍ କଲ୍ ମିଳିପାରିବ। ସୂଚନାଥାଉ କି, ଗତ ସପ୍ତାହରେ Airtel ଏହାର ନୂଆ Tariff planର ଘୋଷଣା କରିଥିଲା। ଏହି ନୂଆ ପ୍ଲାନ୍ ଅନୁସାରେ ଅନ୍ୟ ନେଟ୍ୱର୍କକୁ କଲ୍ କରିବାକୁ ହେଲେ ଆଇୟୁସି ଚାର୍ଜ ଲାଗିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା ହୋଇଥିଲା। […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନ୍ସି ରୋଡ୍ ସ୍ଥିତ ଅନାଜ୍ ମଣ୍ଡି ଅଞ୍ଚଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସବୁଠାରୁ ବଡ଼ କଥା, ଯେଉଁ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା ସେହି ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଶୋଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଶରଫ୍ ଅଲୀ ନାମକ ଜଣେ ବ୍ୟକ୍ତି ଥିଲେ। ସେ ୟୁପିର ବିଜ୍ନୌର୍ […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସ୍ନାଲ୍ ପାର୍କରେ ସଫାରୀ ଗାଇଡ୍ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି। ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଦେଖିବାକୁ ମିଳିଛି-ଏକ ଛୁଆ ନ୍ୟାଲା(ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏକ ପ୍ରଜାତି) ଚିତା ବାଘ ଠାରୁ ବର୍ତ୍ତିବା ପାଇଁ ତାକୁ ବାରମ୍ବାର ଆଘାତ କରୁଛି। ଏହି ଭିଡିଓ ଏଣ୍ଡ୍ରି ଫୋରୀ (Andre Fourie) ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରିଛନ୍ତି। ଫୋରୀ ଏହି ଭିଡିଓ ଟ୍ୱିଟ କରି ଜଣାଇବାକୁ ଚାହିଁଛନ୍ତି, […]
ନୂଆଦିଲ୍ଲୀ: ନିଜ ଜୀବନକୁ ପାଣି ଛଡ଼ାଇ ୧୧ ଜଣଙ୍କ ଜୀବନ ବଞ୍ଚାଇଥିବା ଫାୟାର୍ମ୍ୟାନ୍ ରାଜେଶ ଶୁକ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀର ଅନାଜ୍ ମଣ୍ଡି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ନିଆଁ ଲାଗିଥିବା ଅଞ୍ଚଳକୁ ପ୍ରବେଶ କରିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରୁ ରାଜେଶ ଶୁକ୍ଲା ଥିଲେ ଅନ୍ୟତମ। ନିଆଁ ଭିତରେ ପଶି ସେ ମରଣ ମୁହଁରୁ ୧୧ଜଣଙ୍କ ଜୀବନ ଫେରାଇ ଆଣିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ […]
ବେଙ୍ଗାଲୁରୁ: ଟିକେ ବିଳମ୍ବିତ ରାତି ହୋଇଗଲେ ଘର ହେଉ ଅବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଅସୁବିଧା ହୋଇଥାଏ। ଏଣିକି ଏଥିପାଇଁ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘର ଛାଡ଼ିବ ପୁଲିସ୍। ଅର୍ଥାତ୍ ଏହି ସମୟ ସୀମା ମଧ୍ୟରେ ଯଦି କୌଣସି ମହିଳା କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ପୁଲିସ୍ ନେବା ଆଣିବା ବ୍ୟବସ୍ଥା କରିବ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ନୂଆ Tariff plans ଡିସେମ୍ବର ୬ ରୁ ଲାଗୁ ହୋଇଛି। ଏହାପୂର୍ବରୁ କମ୍ପାନୀ ଏହାର ନୂଆ ପ୍ଲାନ୍ All-in-one plan ଘୋଷଣା କରିଥିଲା। ଏହି ନୂଆ Tariff plan ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାରେ ଉପଲ୍ଲବ୍ଧ। ୧୯୯ ଟଙ୍କାର ପ୍ଲାନ୍…. ଏହି ପ୍ଲାନ୍ର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି। ଏହି ସମୟ ସୀମା ଭିତରେ ଆପଣ ଯେକୌଣସି ଜିଓ ନେଟ୍ୱର୍କକୁ ମାଗଣାରେ ଫୋନ୍ କରିପାରିବେ। ଅନ୍ୟ ନେଟ୍ୱର୍କକୁ ଫୋନ୍ […]
ନୂଆଦିଲ୍ଲୀ: ବଞ୍ଚିବା ପାଇଁ ଦୁଇ ଦିନ ଧରି ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୯୦ ଭାଗ […]
ନୂଆଦିଲ୍ଲୀ: ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ହୃଦ୍ଘାତ ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ୨୩ ବର୍ଷୀୟ ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]