ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍ଅଫ୍ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୧୯ ସେପ୍ଟେମ୍ବର ୩୦ ଯାଏ […]
ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। ସେପଟେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନ୍କାଉଣ୍ଟରର ରହସ୍ୟ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ହଟିନି। […]
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି। ସମୁଦାୟ ୨୫୧ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୯ ତାରିଖ […]
ଗୁରୁଗ୍ରାମ: ଏକ ପ୍ରାଇଭେଟ୍ ଏୟାରଲାଇନ୍ସର ଜଣେ ଏୟାର୍ ହଷ୍ଟେସ୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍ଏଫ୍ ୩ ଫେଜ୍ରେ ଥିବା ଏକ ପିଜି(Paying Guest)ରୁ ଏୟାର୍ ହଷ୍ଟେସ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍ ହଷ୍ଟେସ୍ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ ଦୁର୍ବ୍ୟବହାରରେ ତାଙ୍କ ଝିଅ ପୂରାପୂରି ଅବସାଦ ହୋଇଯାଇଥିଲେ ବୋଲି ମୃତ ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ତ ସାମ୍ନାକୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ମିଳିଥିବା ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। […]
ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା କଥା, ଏହି ଦର କମି ୩୮ ହଜାର ଟଙ୍କା କିମ୍ବା ଏହାଠୁ କମ୍ ମଧ୍ୟ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଖାଲି […]
ପାଟନା: ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି। ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। […]
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧। ଚଳିତ ବର୍ଷ ସେପ୍ଟେମ୍ବରରେ ଆୟକର ବିଭାଗ ଆଧାର-ପାନ୍ ଲିଙ୍କ୍ର ଅବଧିକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ […]
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଖାସ୍ କରି ଆପଣ ରେଲ୍ୱେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ତା’ହେଲେ ଆଉ ବିଳମ୍ବ କାହିଁକି ? ତୁରନ୍ତ ଦିଲ୍ଲୀ ମେଟ୍ରୋରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରନ୍ତୁ। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି) ଏକ୍ଜିକ୍ୟୁଟିଭ୍ ଓ ନନ୍ ଏକ୍ଜିକ୍ୟୁଟିଭ୍ ଉଭୟ କ୍ୟାଟେଗୋରୀ ପାଇଁ ଖାଲି ପଡ଼ିଥିବା ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଖାଲି ପଡ଼ିଥିବା ପଦବୀ […]
ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା ଜାନୁଆରୀ ୨୪ରେ ଛତିଶଗଡ଼ ପୁଲିସ୍ ଇନ୍ସପେକ୍ଟର ମୂଲଚନ୍ଦ୍ର ସହିଦ ହୋଇଥିଲେ। ନାରାୟଣପୁର ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ସହିଦ ହୋଇଥିଲେ। […]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍ ନିର୍ମାତା କମ୍ପାନୀ ସାମ୍ସଙ୍ଗ୍ ଏହାର Galaxy A70s ଫୋନ୍ର ଦାମ୍ କମ୍ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍ର ଦାମ୍ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଛି। ମୋବାଇଲ୍ର ଦାମ୍ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ ଅଫ୍ଲାଇନ୍ରେ ଏହି ମୋବାଇଲ୍କୁ କିଣି ପାରିବେ। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ମିଳିବ। Galaxy A70s ଫୋନ୍ର ଦାମ୍ କମିବା ପରେ ୬ ଜିବି […]
ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍ ଅଛନ୍ତି। ପୁଲିସ୍ର […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜା, ଭଉଣୀ ଅନମ୍ ମିର୍ଜାଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ର ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ କରିଛନ୍ତି। ପୂର୍ବରୁ ସେ ଅନମ୍ଙ୍କ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଥିଲେ। ଗତକାଲି ସେ ଅନମ୍ଙ୍କ ପ୍ରି-ୱେଡିଂର ଆଉ କିଛି ଫଟୋ ଶେଆର୍ କରିଛନ୍ତି। ସାନିଆ ଓ ଅନମ୍, ମା’ ନସିମା ମିର୍ଜାଙ୍କ ସହ ଏକ ଫଟୋ ଉଠାଇଛନ୍ତି। ଏହି ଫଟୋରେ ସମସ୍ତେ ପୂରାପୂରି ଖୁସି ଥିବା ନଜର ଆସୁଛନ୍ତି। ସାନିଆ ଏହି ଫଟୋ ଶେଆର୍ କରି […]
ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ ଖାଇବାକୁ […]
ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ […]
ଭୋପାଳ: ଗୋଟିଏ ବେଦୀରେ ପୁଣିଥରେ ପତ୍ନୀଙ୍କୁ ବିବାହ କରିବା ସହ ଶାଳୀଙ୍କୁ ବିବାହ କଲେ ଜଣେ ବ୍ୟକ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଦାୱାଲି ଗାଁର ଦୀପୁ ପରିହାର ଓରଫ ଦିଲୀପ(୩୫) ଏହି ବିବାହ କରିଛନ୍ତି। ନଭେମ୍ବର ୨୬ରେ ହୋଇଥିବା ଦିଲୀପଙ୍କ ଏହି ବିବାହ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଦିଲୀପ, ଗତ ୯ ବର୍ଷ […]
ପାଟନା: ବିହାରର ଶିବହର ଜିଲ୍ଲାରୁ ଏକ ଇଗଲ୍କୁ ଉଦ୍ଧାର କରାଯାଇଛି। ଏହି ଇଗଲ୍ ଦେହରେ କ୍ୟାମେରା, ସୋଲାର୍ ପ୍ଲେଟ୍ ସହିତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ଚିକନୌତା ଅଞ୍ଚଳରେ ଇଗଲ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଲୋକେ ଏହାକୁ ଗୁପ୍ତଚର ପକ୍ଷୀ ବୋଲି ସନ୍ଦେହ କରି ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଇଗଲ୍ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଇଗଲ୍ ପକ୍ଷୀଟି କେଉଁଠୁ ଆସିଲା ? କିଏ, କାହିଁକି ଏବଂ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ପରଠୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ, ଏହି ଖବର ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଖବରଟି ବି ଏମିତି ଯାହା ଶୁଣିଲେ କେହିବି ଚିନ୍ତାରେ ପଡ଼ି ଯିବେ। ତେବେ ପ୍ରକୃତରେ କ’ଣ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ ? ଏହା ବଦଳରେ ପୁଣି କ’ଣ ୧୦୦୦ ଟଙ୍କିଆ ନୋଟ୍ ଆସିବ ? ଆସନ୍ତୁ ଜାଣିବା ପ୍ରକୃତରେ ଏହି ଖବରର ସତ୍ୟାସତ୍ୟ ବିଷୟରେ…. କଳାଧନକୁ ବନ୍ଦ […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅନମ୍ଙ୍କ ବିବାହର ଏକ ରସମ୍ ଅର୍ଥାତ୍ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍ ରଙ୍ଗର କ୍ରପ୍ ଟପ୍ ଓ ରେଡ୍ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। View this post on Instagram Mehendi night ?❣️ #AbBasAnamHi @anammirzaaa […]
ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ […]
ଚେନ୍ନାଇ: ନୂଆ ମୋବାଇଲ୍ ଉପରେ ଦୋକାନୀମାନେ ଗ୍ରାହକଙ୍କୁ କିଛି ଅଫର୍ ଦେଇଥାନ୍ତି। ଅଫର୍ କହିଲେ ମୋବାଇଲ୍ ଦାମ୍ ଯେତିକି ଥାଏ ସେଥିରୁ କିଛି ଟଙ୍କା କମ୍ କରି ଗ୍ରାହକଙ୍କୁ ମୋବାଇଲ୍ ବିକି ଥାନ୍ତି। ହେଲେ ତାମିଲନାଡୁର ଜଣେ ମୋବାଇଲ୍ ଦୋକାନୀ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏକ ନୂଆ ତରିକାରେ ଇନୋଭେଟିଭ୍ ମାର୍କେଟିଂ ଓ ପବ୍ଲିସିଟି ଷ୍ଟଣ୍ଟ୍ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପେଟୁକୋଟାଇ ଅଞ୍ଚଳରେ ଥିବା ଏକ ମୋବାଇଲ୍ ଦୋକାନୀ ତାଙ୍କ ଷ୍ଟୋର୍କୁ ନୂଆ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ନୂଆ Tariff ପ୍ଲାନ୍ ଡିସେମ୍ବର ୬ ରୁ ଲାଗୁ କରିଛି। କମ୍ପାନୀର ଏହି ନୂଆ All-in-one Tariff ପ୍ଲାନ୍ରେ ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାର ପ୍ଲାନ୍ ସାମିଲ ଅଛି। ହେଲେ ଆମେ ଏଠି ଆପଣଙ୍କୁ ଜିଓର ସେହି ପ୍ଲାନ୍ ସମ୍ପର୍କରେ କହିବାକୁ ଯାଉଛି ଯାହାର ଦାମ୍ ବହୁତ କମ୍, ଆଉ ଫାଇଦା ଅଧିକ। ଏଠି ଆମେ ଜିଓର ୯୮ ଟଙ୍କା ପ୍ଲାନ୍ ବିଷୟରେ କହୁଛୁ। ଏହି ପ୍ଲାନ୍କୁ ଜିଓ […]
ଲକ୍ଷ୍ନୌ: ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରିଥିଲା। ବରଯାତ୍ରୀଙ୍କୁ ପାଛୋଟି ନେବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ଆଦି ସବୁର ବନ୍ଦୋବସ୍ତ ହୋଇଥିଲା। ହେଲେ ଏ କ’ଣ ହଠାତ୍ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ। କାରଣ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ବର ବିଳମ୍ବରେ ପହଞ୍ଚିବାରୁ ଯୁବତୀ ଜଣକ ବିବାହ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଉତ୍ତରପ୍ରଦେଶ ବିଜନୌର […]