ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ, ଫେବୃଆରୀ ୧୪ ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆରପିଏଫ ଯବାନଙ୍କ ବସ୍ ଉପରକୁ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ଦେବା ଫଳରେ ୪୦ ଯବାନ ସହିଦ ହୋଇଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଦେଶ ସହିଦ ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ କିଛି ପ୍ରଶ୍ନ ପଚାରିଛନ୍ତି। ଯାହାକୁ ନେଇ ଏବେ […]
ବେଜିଂ: ଚୀନରେ ଘାତକ ସାଜିଥିବା କରୋନା ଭାଇରସରେ ଗୋଟିଏ ଦିନରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବେଇ ଅଞ୍ଚଳର। ଯାହାକୁ ନେଇ ଚୀନ ସରକାର ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨ ମାସରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପହଞ୍ଚିଛି। ଚୀନର ମିଡିଆ ରିପୋର୍ଟ ଅନୁଯାୟୀ ୨୫୪ ମୃତକଙ୍କ ମଧ୍ୟରେ ଅଧିକାଂଶ ହୁବେଇର। ଗତ ୨ ମାସରେ କରୋନାରେ ୧,୩୬୭ […]
ଗୁୱାହାଟୀ: ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ ଫ୍ୟାନ୍ମାନଙ୍କ ପାଗଳାମି କିଛି ନୂଆ କଥା ନୁହେଁ। ଏହି ପାଗଳାମି ଯୋଗୁ ଫ୍ୟାନ୍ମାନେ କେତେ କ’ଣ କରି ବସନ୍ତି। ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ଏବେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ଦେଖିବା ପାଇଁ ଜଣେ ଫ୍ୟାନ୍ ୬୦୦ କିଲୋମିଟର ସାଇକେଲ୍ ଚଲାଇ ଗୁୱାହାଟୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଫିଲ୍ମଫେୟାର ଆୱାର୍ଡସ୍ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ସଲମାନ୍ ଯୋଗ […]
କରାଚି: ତୃତୀୟ ବିବାହ କରିବାକୁ ଯାଉଥିଲେ, ହେଲେ ଠିକ୍ ସମୟରେ ପହଞ୍ଚିଗଲେ ପ୍ରଥମ ପତ୍ନୀ। ଏହାପରେ ଯୁବକଙ୍କୁ ନିଧୂର୍ମ ପିଟିଲେ ପ୍ରଥମ ପତ୍ନୀ। ଏଭଳି କିଛି ଘଟଣା ଘଟିଛି ପାକିସ୍ତାନ କରାଚି ସହରର ଉତ୍ତର ନିଜାମାବାଦ ଅଞ୍ଚଳରେ। ସୂଚନା ଅନୁସାରେ, ଜଣେ ଯୁବକ ତୃତୀୟ ବିବାହ କରିବାକୁ ଯାଉଥିବା ବେଳେ ଏହି ସମୟରେ ତାଙ୍କର ପ୍ରଥମ ପତ୍ନୀ ବିବାହ ସ୍ଥଳରେ ପହଞ୍ଚି ଯାଇଥିଲେ। ସ୍ୱାମୀ ତୃତୀୟ ବିବାହ କରୁଥିବା ଦେଖି ପତ୍ନୀ ଏଥିରେ ରାଗିଯାଇ ତାଙ୍କୁ(ଯୁବକଙ୍କୁ) ନିର୍ଧୂମ […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଫେବୃଆରୀରେ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା। ସମସ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଇ ସହିଦ ଯବାନଙ୍କ ସ୍ମୃତିରେ ଲେଥ୍ପୋରା କ୍ୟାମ୍ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି। ଆଜି ଏହି ସ୍ମାରକୀ ଉଦ୍ଘାଟନ ହେବ। ଉଦ୍ଘାଟିତ ହେବାକୁ ଥିବା ସ୍ମାରକୀରେ ସହିଦ ଯବାନଙ୍କ […]
ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ବିଳମ୍ବ ନ କରି Oppoର ଦାମୀ ଫୋନ୍ ପୂରା ଶସ୍ତାରେ କିଣନ୍ତୁ। Flipkart ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ‘ବେଷ୍ଟ୍ ସେଲିଙ୍ଗ୍ ଫୋନ୍ସ’ କ୍ୟାଟାଗରିରେ Oppo F11 Pro ଫୋନ୍ ଆପଣଙ୍କୁ ଶସ୍ତାରେ ମିଳିପାରିବ। Flipkartରେ ଦିଆଯାଇଥିବା ସୂଚନା ଅନୁସାରେ, Oppo F11 Pro ଫୋନ୍ରେ ଆପଣଙ୍କୁ ୧୩ ହଜାର ଟଙ୍କାର ଡିସ୍କାଉଣ୍ଟ୍ ମିଳିବ। ଫୋନ୍ର ପ୍ରକୃତ ମୂଲ୍ୟ ୨୮,୯୯୦ ଟଙ୍କା ଥିବାବେଳେ କମ୍ପାନୀ […]
ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେର ଭାଦନରେ ଏକ ଟ୍ରକ୍କୁ ପଛପଟୁ ବସ୍ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱା ସ୍ଥିତ ସାଇଫାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ସ୍ଲିପର୍ କୋଚ୍ ବସ୍ଟି ଦିଲ୍ଲୀରୁ ମୋତିହାରୀ(ବିହାର) ଅଭିମୁଖେ ଯାଉଥିବା ବେଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେର […]
ବେଙ୍ଗାଲୁରୁ: ଏକ ପବ୍ରେ ମାର୍ପିଟ୍ କରି ଗିରଫ ହୋଇ ପରେ ସର୍ତ୍ତମୂଳକ ଜାମିନରେ ଆସିଥିବା କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକଙ୍କ ପୁଅ ପୁଣିଥରେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଦ୍ରୁତ ବେଗରେ କାର୍ ଚଳାଇ ବିଧାୟକ ଏନ୍ ହାରିସ୍ଙ୍କ ପୁଅ ମହମ୍ମଦ ନଲ୍ପଦ୍ ହାରିସ୍ ଏକ ଦୁର୍ଘଟଣା ଘଟାଇଛନ୍ତି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏହି ହିଟ୍-ଏଣ୍ଡ୍-ରନ୍ ଘଟଣା ଘଟିଛି। ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ନଲ୍ପଦ୍ଙ୍କ ଏକ ଲକ୍ସଜୁରି କାର୍ ୨ ଟି ଗାଡ଼ିକୁ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ପୁଣିଥରେ ବାଜି ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଶୋକ ମାନ୍। ଏଥିରେ ଆଉ ଜଣେ କର୍ମୀ ଆହତ ହୋଇଥିବା ବେଳେ ନବନିର୍ବାଚିତ ବିଧାୟକ ନରେଶ ଯାଦବ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନରେ ବିଜୟ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇଛି। ଫଳରେ ପେଟ୍ରୋଲ ଦର ଲିଟର ପିଛା ୭ ୨.୧୦ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭ ପଇସା ହୋଇଛି। ଜାନୁଆରୀ ୭ରେ କରୋନା ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ […]
ବେଜିଂ: ଚୀନରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍ରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୩୯ ହଜାର ୮୦୦ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜାନୁଆରୀ ୧୫ ପରେ ଚୀନ୍ ଯାଇଥିବା ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା DGCA। ଏନେଇ ଏକ ସର୍କୁଲାର୍ ଜାରି ହୋଇଛି। ଆକାଶ ମାର୍ଗ ସହ ଜଳ, ସ୍ଥଳପଥରେ ନେପାଳ, ଭୁଟାନ, ବାଂଲାଦେଶ ଓ ମିଆଁମାର ଦେଇ ଚୀନ […]
ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଥିବା ବିଶେଷ କରି ଯେଉଁମାନେ ରେଲ୍ୱେରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। West Central Railway ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜାନୁଆରୀ ୧୫ରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ଆବେଦନର ଶେଷ ତାରିଖ। ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୨୭୩। ଏହି ପଦବୀ ପାଇଁ ୧୦ମ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ […]
ମୁମ୍ବାଇ: ଚଳନ୍ତା ଟ୍ରେନ୍ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍କୁ ପଛୁଆ ଚଲାଇଲେ ଟ୍ରେନ୍ର ଲୋକୋ ପାଇଲଟ୍। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍ ଡିଭିଜନ୍ର ପାଚୋରା ଓ ମାହେଜୀ ରେଲ୍ୱେ ଷ୍ଟେସନ୍ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍ରୁ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଟ୍ରେନ୍ର ଗାର୍ଡ ଏହା ଦେଖିବା ପରେ ଲୋକୋ ପାଇଲଟ୍ଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରେନ୍ରୁ ଖସି ଅଚେତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ଦିନକୁ ଦିନ ଘାତକ ହେଉଥିବା ମାରାତ୍ମକ ‘କରୋନା’ ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ‘କରୋନା’ ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କୁ ନିରୀକ୍ଷଣ କରାଯାଉଛି। ଏମାନେ ସମସ୍ତେ ‘କରୋନା’ ଭାଇରସ୍ ଦ୍ୱାରା ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ଆସିଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଏଥିସହ ‘କରୋନା’ ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପ୍ଲାଇନ୍ […]
ବ୍ୟାଙ୍ଗ୍କକ୍: ଥାଇଲାଣ୍ଡର ଏକ ସପିଂ ମଲ୍ରେ ଜଣେ ବନ୍ଧୁକଧାରୀ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ରବିବାର ଦିନ କୋରାଟ ସହରରେ ଏହି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଯବାନ ଜଣକ ପ୍ରଥମେ ସେନାର ଏକ ଭ୍ୟାନ୍ ଓ ମେସିନ ଗନ୍ ଚୋରି କରି ନେଇଥିଲା। ଏହାପରେ ନିଜ ପାଖରେ ଥିବା ଅନ୍ୟ ଏକ ମେସିନ ଗନ୍ରୁ ଟର୍ମିନାଲ୍ ୨୧ ସପିଂ […]
ବେଙ୍ଗାଲୁରୁ: ଅନେକ କାରଣରୁ ବାହାଘର ଭାଙ୍ଗି ଯାଇଥାଏ। ପୂର୍ବର ପ୍ରେମସମ୍ପର୍କ, ଯୌତୁକ ଏମିତିକି ବେନାମୀ ଚିଠି ଯୋଗୁ ବି ବେଳେବେଳ ବାହାଘର ବାହାଘର ଭାଙ୍ଗି ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି ସାମାନ୍ୟ ଶାଢ଼ୀ ପାଇଁ ବିବାହ ଭାଙ୍ଗିଯିବା ? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଯେ କେହିବି ଏହା ଶୁଣିବେ ଆଶ୍ଚର୍ଯ୍ୟ ତ ନିଶ୍ଚୟ ଲାଗିବ। ହେଲେ ଘଟଣାଟି ସତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ବରର ମାତା-ପିତାଙ୍କୁ କନ୍ୟା(ଦୁଲ୍ହନ)ର […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ୍ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଏହି ଘଟଣା ଘଟିଛି। ଏସ୍ଆଇ ପ୍ରୀତି ଅହଲାୱତ୍(୨୬) ଗତକାଲି ରାତିରେ ଡ୍ୟୁଟି ସାରି ମେଟ୍ରୋରେ ଘରକୁ ଫେରୁଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ଚାଲି ଚାଲି ରୋହିଣୀ ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ଫେରୁଥିଲେ। ଏହି […]
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଡାଉନ୍ ହେଲା ସୋସିଆଲ୍ ନେଟ୍ୱର୍କିଂ ସର୍ଭିସ୍ ଟ୍ୱିଟର୍। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ ମିନିଟ ଧରି ଟ୍ୱିଟର୍ ଡାଉନ୍ ହୋଇ ଯିବାରୁ ଅର୍ଥାତ୍ କୌଣସି ଟ୍ୱିଟ୍ ନ ହୋଇପାରିବାରୁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ୟୁଜର୍ସମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଟ୍ୱିଟର୍ ପକ୍ଷରୁ ୟୁଜର୍ସମାନଙ୍କୁ କ୍ଷମା ମାଗିବା ସହ ବୈଷୟିକ ତ୍ରୁଟି ଯୋଗୁ ଅଚଳ ହୋଇଥିବା ସୂଚନା ଦିଆଯାଇଥିଲା। ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା। […]
ବେଜିଂ: ଚୀନରେ କରୋନା ଭାଇରସ୍ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଶୁକ୍ରବାର ଦିନ ଡାକ୍ତର ଲି ୱେନ୍ଲିଆଙ୍ଗ୍ଙ୍କ ମୃତ୍ୟୁ ଘଟିଛି। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କରୋନା ଭାଇରସ୍ର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନ୍ ସହରରେ ଏକ ହସ୍ପିଟାଲ୍ରେ ଲି ୱେନ୍ଲିଆଙ୍ଗ୍ ଜଣେ ophthalmologist ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ଡିସେମ୍ବରରେ ଯେତେବେଳେ […]
ବାରିପଦା: ମଦ ପିଇ ରାସ୍ତାକଡ଼ ଦୋକାନରେ ଗଡ଼ୁଥିବା ଜଣେ ଏସ୍ଆଇଙ୍କ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବାପରେ ସମ୍ପୃକ୍ତ ପୁଲିସ୍ ବାବୁଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି। ସୂଚନା ଅନୁଯାୟୀ, ବେତନଟୀ ଥାନାର ଏସ୍ଆଇ ସଚ୍ଚିଦାନନ୍ଦ କିଶାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ ନିଶାସକ୍ତ ଅବସ୍ଥାରେ ଗଡ଼ୁଥିଲେ। ଏନେଇ ଲୋକେ ପ୍ରତିବାଦ କରିବା ସହ ଏସ୍ଆଇଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏନେଇ ସ୍ଥାନୀୟ ଲୋକେ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ […]
ଚେନ୍ନାଇ: ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପାୱାର୍ଫୁଲ୍ ଫାଇନାନ୍ସରଙ୍କ ଘରେ ଆୟକର ବିଭାଗ ଚଢ଼ଉ ବେଳେ ୬୫ କୋଟି ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ଅଧିକାରୀ ଏଜିଏସ୍ ସିନେମା ଓ ଫିଲ୍ମ ଫାଇନାନ୍ସର ଅନ୍ବୁ ଚେଲିୟାନ୍ଙ୍କ ମଦୁରାଇ ସ୍ଥିତ ଘରେ ଏହି ରେଡ୍ କରିଛନ୍ତି। ରେଡ୍ ପରେ ଏହି ଘଟଣାରେ ତାମିଲ୍ ଅଭିନେତା ବିଜୟଙ୍କ ସମ୍ପୃକ୍ତି ନେଇ ଆୟକର ଅଧିକାରୀ ତାଙ୍କୁ(ବିଜୟ) ପଚରାଉଚରା କରିବା ସହ ଅଭିନେତାଙ୍କ ଚେନ୍ନାଇ ସ୍ଥିତ […]
ଇସ୍ତାନବୁଲ୍: ତୁର୍କୀର ଇସ୍ତାନବୁଲ୍ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅବତରଣ(ଲ୍ୟାଣ୍ଡିଂ) ବେଳେ ରନ୍ୱେରୁ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପେଗାସସ୍ ଏୟାରଲାଇନ୍ସର ଏକ ବିମାନ ବୁଧବାର ଦିନ ଇସ୍ତାନବୁଲ୍ ବିମାନବନ୍ଦରରେ ଅବତରଣ ବେଳେ ରନ୍ୱେରୁ ଖସି ଯାଇଥିଲା। ଏହାପରେ ତତ୍କ୍ଷଣାତ ବିମାନରେ ନିଆଁ ଲାଗିବା ସହ ଏହା ୩ ଫାଳ ହୋଇଯାଇଥିଲା। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ […]
ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଇଛନ୍ତି। ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦ୍ବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି, ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ। ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନ ଥିଲେ। #WATCH US House Speaker Nancy Pelosi tore a copy […]
ନୂଆଦିଲ୍ଲୀ: ଆପଣ କେବେ ବିଶ୍ୱାସ କରିପାରିବେ କି କୋଟି କୋଟି ଟଙ୍କା ଦରମା ପାଉଥିବା ବ୍ୟକ୍ତି ସାମାନ୍ୟ ସ୍ୟାଣ୍ଡ୍ୱିଚ୍ ଚୋରି କରିପାରିବ ବୋଲି ? ଆଉ ଏଥିପାଇଁ ଚାକିରିରୁ ମଧ୍ୟ ନିଲମ୍ବନ ହେବାକୁ ପଡ଼ିବ। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଘଟଣାଟି ସତ। ଏମିତି ଏକ ଘଟଣା ଘଟିଛି ବ୍ୟାଙ୍କ୍ରେ ଏକ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କ ସହ। ଯିଏକି ୯ କୋଟିରୁ ଅଧିକ ଟଙ୍କାର ଦରମା ପାଉଥିଲେ। ଏକ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା […]
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦେବା ପାଇଁ କେନ୍ଦ୍ର ସରକାର କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରବିବାର ଦିନ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ଅଲଗା […]