ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆଣିଥାଏ। ତାହା କଲିଂ ହେଉ କିମ୍ବା ଇଣ୍ଟରନେଟ୍ ଡାଟା, କମ୍ପାନୀର ରିଜାର୍ଜ ପ୍ଲାନ୍ ଏମିତି ଥାଏ ଯାହା ୟୁଜର୍ସଙ୍କୁ କମ୍ ଦାମ୍ରେ ଅଧିକ ଫାଇଦା ମିଳିଥାଏ। ଖାଲି ଏତିକି ନୁହେଁ ଜିଓ ଏହାର ରିଚାର୍ଜ ପ୍ଲାନ୍ ସହ ମାଗଣାରେ ଜିଓ ଆପ୍ସକୁ access କରିବା ପାଇଁ ସୁବିଧା ମଧ୍ୟ ଦେଇଥାଏ। ଯଦି ଆପଣଙ୍କ ବଜେଟ୍ କମ୍ ରହିଛି ଆଉ ଏହି ବଜେଟ୍ ଭିତରେ ଆପଣ […]
ଶ୍ରୀନଗର: ଆତଙ୍କୀ ଲିଙ୍କ୍ରେ ଗିରଫ ହେଲେ ଡିଏସ୍ପି। ଆତଙ୍କବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ DSP ଦଭିନ୍ଦର ସିଂଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ୍ ଶନିବାର ଗିରଫ କରିଛି। ଏହାସହ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୨ ଜଣ ଟପ୍ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏହି ଦୁଇ ଆତଙ୍କବାଦୀ ହେଲେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ଟପ୍ କମାଣ୍ଡର ନଭିଦ୍ ବାବୁ ଓ ଆତଙ୍କବାଦୀ ଅସିଫ୍ ରାଥର। ଏହି ୨ ଜଣ ଆତଙ୍କବାଦୀଙ୍କ ସହ DSP କାର୍ରେ ଯାତ୍ରାରେ କରୁଥିବା ବେଳେ […]
ଭୁବନେଶ୍ୱର: ଭୁବନେଶ୍ୱର ତପସ୍ୟା ଫାଉଣ୍ଡେସନ୍ ପକ୍ଷରୁ ୨୦୧୯ ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାହିତ୍ୱର ବଳିଷ୍ଠ ସ୍ୱର ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯’ରେ ସମ୍ମାନିତ କରାଯିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହି ୩ ଜଣ ସାହିତ୍ୟିକଙ୍କୁ ମୋଟ୍ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଜାନୁଆରୀ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଆଇନ୍ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା ମିଳିବ। ତେବେ ସର୍ତ୍ତ ରହିଛି ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ […]
ନୂଆଦିଲ୍ଲୀ: ଜେଏନ୍ୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟ୍ସ ଆପ୍ ଗ୍ରୁପ ‘ୟୁନିଟି ଏଗ୍ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ପ୍ରେସ୍ କନଫରେନ୍ସ କରି ଜେଏନ୍ୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା ପୁଲିସ। ଯେଉଁଥିରେ ଜେଏନ୍ୟୁ ଛାତ୍ର ସଂଘର […]
କୋଚି: ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ୍ରେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍। ଆଉ ନିମିଷକେ ମଧ୍ୟରେ ଧୂଳିସାତ୍ ହୋଇଗଲା ସବୁ କିଛି। କେରଳର କୋଚିରେ ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ତଟ ନିୟନ୍ତ୍ରଣ ଆଇନ୍ ଉଲ୍ଲଂଘନ ଯୋଗୁ କେରଳର କୋଚି ସହରର ମାରାଡୁରେ ଥିବା ଆପାର୍ଟମେଣ୍ଟ୍କୁ ରାଜ୍ୟ ସରକାର ଭାଙ୍ଗିବା ଆରମ୍ଭ କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜି ସକାଳ ୧୧ଟା ୧୮ ମିନିଟ୍ରେ ୬୦ […]
ମୁମ୍ବାଇ: ପଞ୍ଚ ତାରକା ହୋଟେଲ୍ରେ ଚାଲିଥିଲା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍। ତାହା ପୁଣି ଅଭିନେତ୍ରୀ ଓ ମଡେଲ୍ଙ୍କ ତତ୍ତ୍ୱାବଧାନରେ। ଏହି ଦୁଇ ଜଣ ଦେହ ବ୍ୟବସାୟ ପାଇଁ ଝିଅ ମାନଙ୍କୁ ସପ୍ଲାଏ କରୁଥିଲେ ବୋଲି ସୂଚନା ମିଳିଛି। ଏମିତି ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ କରିଛି ମୁମ୍ବାଇ ପୁଲିସ୍। ସୂଚନା ଅନୁସାରେ, ଗୁରୁବାର ରାତିରେ ଗୋରେଗାଓଁ ଇଷ୍ଟ୍ରେ ଥିବା ଏକ ପଞ୍ଚ ତାରକା ହୋଟେଲ୍ରେ ମୁମ୍ବାଇ ପୁଲିସ୍ ଅଚାନକ ଚଢ଼ାଉ କରି ଏହି […]
ଦେଓରିଆ: ସୀମା ଟପିଗଲା ସବୁ ବର୍ବରତା। ସାମାନ୍ୟ ମୋବାଇଲ୍ ଚୋରି ସନ୍ଦେହରେ ତଳେ ପକାଇ ଅତି ନିର୍ମମ ଭାବେ ଜଣେ ବ୍ୟକ୍ତିଙ୍କୁ ବେଲ୍ଟରେ ପିଟିବା ସହ ତାଙ୍କ ମୁହଁ ଉପରେ ମଧ୍ୟ ଛିଡ଼ା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଦୃଶ୍ୟ କୌଣସି ରାସ୍ତାଘାଟରେ ନୁହେଁ ବରଂ ଥାନା ଭିତରେ ଖୋଦ୍ ପୁଲିସ୍ ବାବୁ ଏଭଳି ଥାର୍ଡ ଡିଗ୍ରୀ ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ଏହା ପୁଲିସ୍ ବାବୁଙ୍କ […]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ। ଏପରିକି ସେ ଦୀର୍ଘ ଅଢ଼େଇ ବର୍ଷ ହେବ କୋମାରେ ଥିଲେ ବୋଲି ସୂଚନା ମିଳିଛି। ମହାରାଜା ଗୋପୀନାଥ ଗଜପତି ପୂର୍ବରୁ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେବ। ଭାରତୀୟ ସମୟ ଅନୁସାରେ, ଆଜି ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ସେହିପରି ପାଞ୍ଜିରେ ମଧ୍ୟ ଚନ୍ଦ୍ର ଗ୍ରହଣ ନେଇ ଉଲ୍ଲେଖ ନାହିଁ। ତେଣୁ ଶ୍ରୀମନ୍ଦିରରେ କି ଓଡ଼ିଶାରେ ଆଜିର ଏହି ଚନ୍ଦ୍ର ଗ୍ରହଣ ପାଳନ ହେବନାହିଁ। ଏପରିକି ଦେବନୀତି ଉପରେ […]
ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ଗତକାଲି ଭୋପାଳରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୪୨ ହଜାର ୧୨୦ଟଙ୍କା ଥିଲା। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍ ହୋଇଛି। ଗତକାଲି ଆନ୍ତର୍ଜାତିକ ବଜାରରେ ସୁନାଦର ୨ ପ୍ରତିଶତ ବୃଦ୍ଧି ପାଇଥିଲା। ଗତ ୭ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ବୃଦ୍ଧି। […]
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ। ଚଳିତ ବର୍ଷ ମୋଟ୍ […]
ନୂଆଦିଲ୍ଲୀ: ଏଣିକି ୧୬ ଡିଗ୍ରୀ ସେଲ୍ସିୟସ୍ ନୁହେଁ ବରଂ ୨୪ ଡିଗ୍ରୀ ସେଲ୍ସିୟସ୍ରେ ଚାଲିବ ଆପଣଙ୍କ ଘରର ଏସି। ଅର୍ଥାତ୍ ଚଳିତ ବର୍ଷ ଗରମରୁ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ନୂଆ ଏସି (AC) କିଣିବାକୁ ଯିବେ ତେବେ ଆପଣଙ୍କ ଏସିର temperature ୨୪ ଡିଗ୍ରୀ ସେଲ୍ସିୟସ୍ରୁ ଆରମ୍ଭ ହେବ। ଏଣିକି ଏସିର Default temperature ୨୪ ଡିଗ୍ରୀ ସେଲ୍ସିୟସ୍ ରହିବ। ଏନେଇ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବ୍ରାଣ୍ଡ୍ର ଷ୍ଟାର୍ […]
ନୂଆଦିଲ୍ଲୀ: ଅମୂଲ ମୂଲ ହୋଇଛି ସୁନା। ଆଉ ଲଗାତାର ଭାବେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଏପରିକି ସୁନା କିଣିବାକୁ ଡର ଲାଗିଲାଣି। କାହିଁକି ନା ଆଜିକାଲି ସୁନା ଦର ଯାହା ହେଲାଣି କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର ଲାଗୁଛି। ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହେବାପରେ ଆମେରିକା-ଇରାନ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିବେଶକମାନେ […]
ଫୁଲବାଣୀ (ତ୍ରିନାଥ ସାହୁ): ସାମାନ୍ୟ ବଚସାରୁ ହତ୍ୟା। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ ସାମାନ୍ୟ ଝଗଡ଼ାରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ। ସୂଚନା ଅନୁଯାୟୀ, ଗତକାଲି କାଳିଆ ସାହୁଙ୍କ ନାତି ଓ ଲଡୁବାବାଙ୍କ ନାତି ଖେଳୁଥିଲେ। ଏହି ସମୟରେ କାଳିଆ ସାହୁଙ୍କ ନାତି ଲଡୁବାବାଙ୍କ ନାତିର ହାତକୁ କାମୁଡ଼ି ଦେଇଥିଲା। ଏନେଇ ଆହତ ଶିଶୁ ତାଙ୍କ ଘରେ କହିଥିଲେ। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା- JEE ମେନ୍ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ତେବେ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଏହାସହ ପରୀକ୍ଷାର୍ଥୀମାନେ ସାଙ୍ଗରେ ଆଡ୍ମିଟ୍ କାର୍ଡ, ଫଟୋ ଓ ପରିଚୟ ପତ୍ର […]
ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନ୍ସନ୍ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ ଏବେ ତେଲ ଦର ମହଙ୍ଗା ହେବାକୁ ଯାଉଛି। କାରଣ ଇରାନ ଦେଇ ଅଶୌଧିତ ତେଲ ସାରା ବିଶ୍ୱକୁ ଯାଉଛି। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ […]
ବିଶାଖାପାଟନମ୍/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ମଞ୍ଜୁସା ନିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା। କାର୍ […]
ଭୋପାଳ: ଘରୋଇ ବିମାନ ଏକାଡେମୀର ଏକ ଟ୍ରେନର୍ ଏୟାରକ୍ରାଫ୍ଟ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଫ୍ଲାଇଟ୍ ଇନ୍ଷ୍ଟ୍ରକ୍ଟର ଅଶୋକ ମକ୍ୱାନା(୫୮) ଓ ଟ୍ରେନି ପାଇଲଟ୍ ପୀୟୁଷ ଚନ୍ଦେଲ(୨୮)। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ Chimes ଏକାଡେମୀର ଏହି ଟ୍ରେନର୍ ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା […]
ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ କମ୍ ଟଙ୍କା ଦେଇ ଅଧିକ ଚ୍ୟାନେଲ ଦେଖି ପାରିବେ। କାରଣ ଏବେ ଗ୍ରାହକଙ୍କୁ ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପକ୍ଷରୁ DTH ଓ କେବ୍ଲ୍ ଟିଭି Tariffରେ ସଂଶୋଧନ କରିଛନ୍ତି। ଏଣିକି ମାତ୍ର ୧୩୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୨ ଶହ ଚ୍ୟାନେଲ୍। ଏହି ନୂଆ ରିହାତି ଦର ଆସନ୍ତା ମାର୍ଚ୍ଚରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ପ୍ରସାରଣକାରୀ ଚଳିତ ମାସ ୧୫ ଯାଏ […]
ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ। ତାଙ୍କୁ ତତ୍କାଳ ଅଇସିୟୁ ସୁବିଧା ମିଳି ନ ଥିଲା ବୋଲି ଅଭିଯୋଗ ହୋଇଛି। ଯଦି ଜଣେ ପୂର୍ବତନ ଏମ୍ଏଲ୍ଏଙ୍କୁୁ […]
ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ହିଁ ରେଳ ଭଡ଼ା ଓ ଏଲ୍ପିଜି ସିଲିଣ୍ଡର ଗ୍ୟାସର ଦରରେ ବୃଦ୍ଧି ହୋଇଥିଲା। ଆଉ ଏବେ ବିମାନ ପାଳି। ଅର୍ଥାତ୍ ବିମାନ ଟିକେଟ୍ରେ ମହଙ୍ଗା ମାଡ଼ ହେବ ବୋଲି ଜଣାପଡ଼ିଛି। ବିମାନରେ ବ୍ୟବହୃତ Aviation Turbine Fuel(ATF)ର ଦର ବୃଦ୍ଧି ହୋଇଛି। ଫଳରେ ବିମାନ ଟିକେଟ୍ର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଏହା ବିମାନ ଯାତ୍ରୀଙ୍କ ପକେଟ୍କୁ ଏକ ପ୍ରକାର ମହଙ୍ଗା ମାଡ଼ ହେବବୋଲି କୁହାଯାଉଛି। ଯଦି ଟିକେଟ୍ […]
ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି… ସମସ୍ତ AC ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ ପଇସା ବୃଦ୍ଧି କରାଯାଇଛି। ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି। ଫାଷ୍ଟ କ୍ଲାସ୍, […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ ଖାଲି ପଡ଼ିଥିବା ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ୩୭ଟି ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୦, ଜାନୁଆରୀ ୧୭ ତାରିଖ ରହିଛି। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଫେବୃଆରୀ ୨ରେ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିବେ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) […]
ଲକ୍ଷୌ: ବିନା ହେଲ୍ମେଟ୍ରେ ଶନିବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟିରେ ବସାଇ ନେଇଥିବା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିଛି। ଲକ୍ଷୌ ପୁଲିସ୍ ଗାଡ଼ି ଚାଳକ ତଥା କଂଗ୍ରେସ ନେତା ଧୀରଜ ଗୁର୍ଜରଙ୍କ ନାଁରେ ୬ ହଜାର ୩ଶହ ଟଙ୍କା ଚାଲାଣ କାଟିଛି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ପ୍ରିୟଙ୍କାଙ୍କ ଗାଡ଼ିକୁ ବାଟରେ ଅଟକାଇଥିଲେ। ଫଳରେ ସେ ଧୀରଜଙ୍କ ସ୍କୁଟିରେ ବସି ଦାରାପୁରୀଙ୍କ ଘରକୁ […]