ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେବ। ଭାରତୀୟ ସମୟ ଅନୁସାରେ, ଆଜି ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ସେହିପରି ପାଞ୍ଜିରେ ମଧ୍ୟ ଚନ୍ଦ୍ର ଗ୍ରହଣ ନେଇ ଉଲ୍ଲେଖ ନାହିଁ। ତେଣୁ ଶ୍ରୀମନ୍ଦିରରେ କି ଓଡ଼ିଶାରେ ଆଜିର ଏହି ଚନ୍ଦ୍ର ଗ୍ରହଣ ପାଳନ ହେବନାହିଁ। ଏପରିକି ଦେବନୀତି ଉପରେ […]
ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ଗତକାଲି ଭୋପାଳରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୪୨ ହଜାର ୧୨୦ଟଙ୍କା ଥିଲା। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍ ହୋଇଛି। ଗତକାଲି ଆନ୍ତର୍ଜାତିକ ବଜାରରେ ସୁନାଦର ୨ ପ୍ରତିଶତ ବୃଦ୍ଧି ପାଇଥିଲା। ଗତ ୭ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ବୃଦ୍ଧି। […]
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ। ଚଳିତ ବର୍ଷ ମୋଟ୍ […]
ନୂଆଦିଲ୍ଲୀ: ଏଣିକି ୧୬ ଡିଗ୍ରୀ ସେଲ୍ସିୟସ୍ ନୁହେଁ ବରଂ ୨୪ ଡିଗ୍ରୀ ସେଲ୍ସିୟସ୍ରେ ଚାଲିବ ଆପଣଙ୍କ ଘରର ଏସି। ଅର୍ଥାତ୍ ଚଳିତ ବର୍ଷ ଗରମରୁ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ନୂଆ ଏସି (AC) କିଣିବାକୁ ଯିବେ ତେବେ ଆପଣଙ୍କ ଏସିର temperature ୨୪ ଡିଗ୍ରୀ ସେଲ୍ସିୟସ୍ରୁ ଆରମ୍ଭ ହେବ। ଏଣିକି ଏସିର Default temperature ୨୪ ଡିଗ୍ରୀ ସେଲ୍ସିୟସ୍ ରହିବ। ଏନେଇ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବ୍ରାଣ୍ଡ୍ର ଷ୍ଟାର୍ […]
ନୂଆଦିଲ୍ଲୀ: ଅମୂଲ ମୂଲ ହୋଇଛି ସୁନା। ଆଉ ଲଗାତାର ଭାବେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଏପରିକି ସୁନା କିଣିବାକୁ ଡର ଲାଗିଲାଣି। କାହିଁକି ନା ଆଜିକାଲି ସୁନା ଦର ଯାହା ହେଲାଣି କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର ଲାଗୁଛି। ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହେବାପରେ ଆମେରିକା-ଇରାନ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିବେଶକମାନେ […]
ଫୁଲବାଣୀ (ତ୍ରିନାଥ ସାହୁ): ସାମାନ୍ୟ ବଚସାରୁ ହତ୍ୟା। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ ସାମାନ୍ୟ ଝଗଡ଼ାରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ। ସୂଚନା ଅନୁଯାୟୀ, ଗତକାଲି କାଳିଆ ସାହୁଙ୍କ ନାତି ଓ ଲଡୁବାବାଙ୍କ ନାତି ଖେଳୁଥିଲେ। ଏହି ସମୟରେ କାଳିଆ ସାହୁଙ୍କ ନାତି ଲଡୁବାବାଙ୍କ ନାତିର ହାତକୁ କାମୁଡ଼ି ଦେଇଥିଲା। ଏନେଇ ଆହତ ଶିଶୁ ତାଙ୍କ ଘରେ କହିଥିଲେ। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା- JEE ମେନ୍ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ତେବେ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଏହାସହ ପରୀକ୍ଷାର୍ଥୀମାନେ ସାଙ୍ଗରେ ଆଡ୍ମିଟ୍ କାର୍ଡ, ଫଟୋ ଓ ପରିଚୟ ପତ୍ର […]
ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନ୍ସନ୍ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ ଏବେ ତେଲ ଦର ମହଙ୍ଗା ହେବାକୁ ଯାଉଛି। କାରଣ ଇରାନ ଦେଇ ଅଶୌଧିତ ତେଲ ସାରା ବିଶ୍ୱକୁ ଯାଉଛି। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ […]
ବିଶାଖାପାଟନମ୍/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ମଞ୍ଜୁସା ନିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା। କାର୍ […]
ଭୋପାଳ: ଘରୋଇ ବିମାନ ଏକାଡେମୀର ଏକ ଟ୍ରେନର୍ ଏୟାରକ୍ରାଫ୍ଟ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଫ୍ଲାଇଟ୍ ଇନ୍ଷ୍ଟ୍ରକ୍ଟର ଅଶୋକ ମକ୍ୱାନା(୫୮) ଓ ଟ୍ରେନି ପାଇଲଟ୍ ପୀୟୁଷ ଚନ୍ଦେଲ(୨୮)। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ Chimes ଏକାଡେମୀର ଏହି ଟ୍ରେନର୍ ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା […]
ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ କମ୍ ଟଙ୍କା ଦେଇ ଅଧିକ ଚ୍ୟାନେଲ ଦେଖି ପାରିବେ। କାରଣ ଏବେ ଗ୍ରାହକଙ୍କୁ ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପକ୍ଷରୁ DTH ଓ କେବ୍ଲ୍ ଟିଭି Tariffରେ ସଂଶୋଧନ କରିଛନ୍ତି। ଏଣିକି ମାତ୍ର ୧୩୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୨ ଶହ ଚ୍ୟାନେଲ୍। ଏହି ନୂଆ ରିହାତି ଦର ଆସନ୍ତା ମାର୍ଚ୍ଚରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ପ୍ରସାରଣକାରୀ ଚଳିତ ମାସ ୧୫ ଯାଏ […]
ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ। ତାଙ୍କୁ ତତ୍କାଳ ଅଇସିୟୁ ସୁବିଧା ମିଳି ନ ଥିଲା ବୋଲି ଅଭିଯୋଗ ହୋଇଛି। ଯଦି ଜଣେ ପୂର୍ବତନ ଏମ୍ଏଲ୍ଏଙ୍କୁୁ […]
ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ହିଁ ରେଳ ଭଡ଼ା ଓ ଏଲ୍ପିଜି ସିଲିଣ୍ଡର ଗ୍ୟାସର ଦରରେ ବୃଦ୍ଧି ହୋଇଥିଲା। ଆଉ ଏବେ ବିମାନ ପାଳି। ଅର୍ଥାତ୍ ବିମାନ ଟିକେଟ୍ରେ ମହଙ୍ଗା ମାଡ଼ ହେବ ବୋଲି ଜଣାପଡ଼ିଛି। ବିମାନରେ ବ୍ୟବହୃତ Aviation Turbine Fuel(ATF)ର ଦର ବୃଦ୍ଧି ହୋଇଛି। ଫଳରେ ବିମାନ ଟିକେଟ୍ର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଏହା ବିମାନ ଯାତ୍ରୀଙ୍କ ପକେଟ୍କୁ ଏକ ପ୍ରକାର ମହଙ୍ଗା ମାଡ଼ ହେବବୋଲି କୁହାଯାଉଛି। ଯଦି ଟିକେଟ୍ […]
ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି… ସମସ୍ତ AC ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ ପଇସା ବୃଦ୍ଧି କରାଯାଇଛି। ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି। ଫାଷ୍ଟ କ୍ଲାସ୍, […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ ଖାଲି ପଡ଼ିଥିବା ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ୩୭ଟି ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୦, ଜାନୁଆରୀ ୧୭ ତାରିଖ ରହିଛି। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଫେବୃଆରୀ ୨ରେ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିବେ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) […]
ଲକ୍ଷୌ: ବିନା ହେଲ୍ମେଟ୍ରେ ଶନିବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟିରେ ବସାଇ ନେଇଥିବା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିଛି। ଲକ୍ଷୌ ପୁଲିସ୍ ଗାଡ଼ି ଚାଳକ ତଥା କଂଗ୍ରେସ ନେତା ଧୀରଜ ଗୁର୍ଜରଙ୍କ ନାଁରେ ୬ ହଜାର ୩ଶହ ଟଙ୍କା ଚାଲାଣ କାଟିଛି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ପ୍ରିୟଙ୍କାଙ୍କ ଗାଡ଼ିକୁ ବାଟରେ ଅଟକାଇଥିଲେ। ଫଳରେ ସେ ଧୀରଜଙ୍କ ସ୍କୁଟିରେ ବସି ଦାରାପୁରୀଙ୍କ ଘରକୁ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା ଅଭିଯୋଗ ଆଣି କହିଛନ୍ତି, ‘ଦାରାପୁରୀଜୀଙ୍କ ପରିବାରକୁ ଭେଟିବା ପାଇଁ ଆମେ ଯାଉଥିବା ସମୟରେ ବାଟରେ ଅଚାନକ୍ ଏକ ପୁଲିସ୍ ଗାଡ଼ି ଆସି ଆମ ଗାଡ଼ି ସାମ୍ନାରେ ରଖି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆବର୍ଷକୁ ଫିକା କରିପାରେ ବର୍ଷା ! କାହିଁକି ନା କୋହଲା ପାଗ ସାଙ୍ଗକୁ ଏଥର ବର୍ଷାରେ ଭିଜିପାରେ ନୂଆବର୍ଷ। ଭାରତୀୟ ପାଣିପାଗ ବିଭାଗ ସହ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଜାନୁଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱରରେ […]
ଅଲ୍ମାଟୀ: କଜାଖସ୍ତାନର ଅଲ୍ମାଟୀ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମୟରେ ଏହି ବେକ୍ ବିମାନରେ ୯୫ ଜଣ ଯାତ୍ରୀ ଓ ୫ ଜଣ crew ମେମ୍ବରର୍ସ ଥିଲେ। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଆଜି ସକାଳ ୭ଟା ୨୨ ମିନିଟ୍ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କଜାଖସ୍ତାନର ରାଜଧାନୀ ନୁର୍-ସୁଲ୍ତାନ୍ ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ ଉଡାଣ ଭରିବାର ମାତ୍ର କିଛି […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ସାବିତ୍ରୀ ବାଇ ଫୁଲେ ଆଜି କଂଗ୍ରେସ ଦଳକୁ ମଧ୍ୟ ବାଏବାଏ କହିଛନ୍ତି। କଂଗ୍ରେସରେ ତାଙ୍କ କଥାକୁ ଶୁଣା ଯାଉ ନଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଏଥିସହ ସେ କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିବା ମଧ୍ୟ କହିଛନ୍ତି। ଆଜି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଫୁଲେ ଆଗାମୀ ଦିନରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବେ ବୋଲି ମଧ୍ୟ […]
ନୂଆଦିଲ୍ଲୀ: ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ ! ହରିଆଣାରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ସହ ମିଶି ସରକାର ଗଠନ କରିଥିବା ବିଜେପି ଏବେ ସଙ୍କଟ ସ୍ଥିତିର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳିଛି। ବିଜେପି ସହ ଗୁପ୍ତ ଭାବେ ଗୋଟିଏ ମଲ୍ରେ ଜେଜେପି ମେଣ୍ଟ କରିବା ଓ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅରାଜକତାକୁ ବିରୋଧ କରି ଆଜି ଜେଜେପିର ବିଧାୟକ ତଥା ଉପ ସଭାପତି ରାମ କୁମାର ଗୌତମ ନିଜ ପଦରୁ […]
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଆରଏସ୍ଏସ୍ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦେଶର କୌଣସି ସ୍ଥାନରେ ଡିଟେନ୍ସନ୍ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ ଗୁଜବ ଖବର ପ୍ରଚାର କରୁଛନ୍ତି। ଏଥିସହ ମୁସଲିମଙ୍କୁ ଡିଟେନସେନ ସେଣ୍ଟରକୁ ପଠାଯିବ ବୋଲି କହୁଛନ୍ତି। ମୋଦିଙ୍କର ଏହି ମନ୍ତବ୍ୟର ଭିଡିଓ କ୍ଲିପକୁ […]
ଅହମଦାବାଦ: ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍ ସହ ହଲ୍ରେ ଫିଲ୍ମ ଦେଖିବା। ଲୁଚିଛପି ଜଣେ ବ୍ୟକ୍ତି ଗର୍ଲଫ୍ରେଣ୍ଡ୍ଙ୍କ ସହ ହଲ୍ରେ ଫିଲ୍ମ ଦେଖୁଥିଲେ, ଏହି ସମୟରେ ହଠାତ୍ ପହଞ୍ଚି ଯାଇଥିଲେ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଗୁଜରାଟର ଅହମଦାବାଦରେ ଏମିତି କିଛି ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍ଙ୍କ ସହ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ଦେଖିବାକୁ ହଲ୍ ଯାଇଥିଲେ। ଏସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଜାଣିବା ପରେ ସେ ହଲ୍ରେ ପହଞ୍ଚି […]
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସ୍ର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଟାଇପ୍-ଫୋର୍ କମ୍ପୋଜିଟ୍ ସିଲିଣ୍ଡର ଏହି ସିଏନ୍ଜି ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ପୂର୍ବରୁ ସିଏନ୍ଜି ବସ୍ ଗୁଡ଼ିକ ଥରେ ଫିଲ୍ କଲେ ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲା। ହେଲେ ଏବେ ଏହି ନୂଆ ସିଏନ୍ଜି ସିଲିଣ୍ଡର ଦ୍ୱାରା ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାସହ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀରେ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଆସିଛି। ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଶା ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ […]