• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

phto
କଂଗ୍ରେସ୍‌ରୁ ଯାଇ ବିଜେପିରେ ମିଶିଥିଲେ; ମିଳିଲା ମନ୍ତ୍ରୀପଦ

ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ,  ଏବଂ ଫିଲିପ  ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର […]

  • Tuesday, 20 July 2021
goa
କଂଗ୍ରେସକୁ ପୁଣି ଝଟ୍‌କା: ଏଥର ଗୋଆରେ ୧୦ ବିଧାୟକଙ୍କ ଇସ୍ତଫା

ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍‌କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର […]

  • Tuesday, 20 July 2021
doctor
ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ

ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ଏକ ୧୦ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ ଯଦି ଆଇନ ଆସେ, ତା’ହେଲେ ଏହାର ଲାଭ ଏବଂ କ୍ଷତି ବାବଦରେ ସମୀକ୍ଷା କରିବ। ଗତମାସରେ କୋଲକାତାର ଏନ୍‌ଆର୍‌ଏସ୍ ମେଡିକାଲ୍ କଲେଜରେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଇଣ୍ଡିଆନ୍‌ ମେଡିକାଲ୍ […]

  • Tuesday, 20 July 2021
tenengana
ଜୁଇକୁ ଯାଉଥିଲା ପୁଅ, ମାଆ ଡାକ ଶୁଣି ଫେରି ଆସିଲା

ହାଇଦ୍ରାବାଦ: ଜୁଇକୁ ଯାଉଥିଲା ପୁଅ। ମା’ର ବୁକୁଫଟା କାନ୍ଦରେ ଥରି ଯାଉଥିଲା ଶ୍ମଶାନ ଭୂଇଁ। ସତେ ଯେମିତି ଏହି କାନ୍ଦ ଭଗବାନଙ୍କ ହୃଦୟକୁ ବି ତରଳାଇ ଦେଲା। ଦେଖୁ ଦେଖୁ ଜୁଇରୁ ଜୀବନ ନେଇ ଉଠି ଆସିଲା ମୃତ ପୁଅ। ଏସବୁ ରିଲ୍‌ ଲାଇଫର କାହାଣୀ ଆମେ ଅନେକ ଶୁଣିଛେ। ହେଲେ ଏବେ ରିଅଲ ଲାଇଫରେ ଏଭଳି ଘଟିଛି ତେଲଙ୍ଗାନାର ସୂର୍ଯ୍ୟାପେଟରେ। ମୃତ ଘୋଷିତ ୧୮ ବର୍ଷର ପୁଅ ଜୁଇକୁ ଯିବା ପୂର୍ବରୁ ଶ୍ମଶାନ ଭୂଇଁରୁ ଉଠି […]

  • Tuesday, 20 July 2021
ଆମେଠିରେ ଗଡ଼ ମଜଭୁତ୍ କରିବାକୁ ରାହୁଲଙ୍କ ପରାମର୍ଶ

ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ। ଏହାପରେ ଆଜି ଆମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ ଥିଲା। ପ୍ରଥମେ ତିଲୋଇ ବିଧାନସଭା ଅଧିନରେ ଥିବା […]

  • Tuesday, 20 July 2021
କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ପୁଣି ଝଟ୍‌କା: ଆଉ ଦୁଇ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ପୁଣି ଥରେ ଝଟ୍‌କା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର […]

  • Tuesday, 20 July 2021
ew
ଭାରତକୁ ଆତଙ୍କବାଦୀଙ୍କ ଧମକ୍‌

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦାର ମୁଖ୍ୟ ଆୟାମାନ ଉଲ୍ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି। ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ […]

  • Tuesday, 20 July 2021
rahul
ରାହୁଲ୍‌ଙ୍କ ଟ୍ୱିଟର୍ ଫଲୋଅର୍ସ ସଂଖ୍ୟା ଏକ କୋଟିକୁ ପହଞ୍ଚିଲା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି […]

  • Tuesday, 20 July 2021
gfdg
ଭାରତ, ନ୍ୟୁଜିଲ୍ୟାଣ୍ଡ୍‌ ସେମି ମୁକାବିଲା: ଆଜି ବାତିଲ୍, କାଲି ପୁଣି ଲଢ଼ିବେ ଦୁଇ ଟିମ୍‌

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ […]

  • Tuesday, 20 July 2021
anna-hazare
ଆନ୍ନାଙ୍କ ହତ୍ୟା କରିବାକୁ ଦିଆଯାଇଥିଲା ସୁପାରି !

ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍‌ମାନାବାଦ୍‌ଠାରେ ଥିବା ଟେର୍‌ନା ସୁଗାର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ମାରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା। ସ୍ୱତନ୍ତ୍ର ବିଚାରପତି ଆନନ୍ଦ ୟାଭାଲକରଙ୍କ ଖଣ୍ଡପୀଠରେ କଂଗ୍ରେସ […]

  • Tuesday, 20 July 2021
U.S. President
ଭାରତ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଟ୍ୱିଟ୍ କରି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ଶୁଳ୍କ ଲଗାଇଲା, ହେଲେ ଏବେ ଏହା ଆଉ ଗ୍ରହଣୀୟ ନୁହେଁ। India has long had a field day putting Tariffs on American products. No longer acceptable! — Donald J. Trump (@realDonaldTrump) 9 July […]

  • Tuesday, 20 July 2021
Ramesh-Kumar
କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ଗ୍ରହଣୀୟ ନୁହେଁ ବୋଲି ରୁଲିଂ ଦେଇଛନ୍ତି ବିଧାନସଭା ବାଚସ୍ପତି କେ. ଆର୍. ରମେଶ।  ସେମାନଙ୍କ ଇସ୍ତଫାପତ୍ର ନିୟମ ଅନୁସାରେ ଦିଆଯାଇନଥିବା ବାଚସ୍ପତି ଦର୍ଶାଇଛନ୍ତି। ଫଳରେ ସାମୟିକ ଭାବେ ସଂଖ୍ୟାଲଘୁରେ ପରିଣତ ହେବାରୁ ବର୍ତ୍ତି ଯାଇଛି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର। ତେବେ ମେଣ୍ଟ ପାଇଁ ବିପଦ ହଟିବାର ଆଶା ଦେଖାଯାଉନି। କାରଣ ଆଜି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ […]

  • Tuesday, 20 July 2021