କୋଲକାତା/ଜଳେଶ୍ୱର: ଦୀଘା ମୁହାଣରୁ ମାଛ ଧରୁଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ୯୦୦ କିଲୋଗ୍ରାମର ମାଛ। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ି ଯାଇଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟି ଏତେ ବଡ ଥିଲା ଯେ ଏକ ଟ୍ରକ୍ରେ ଏହାକୁ ଦୀଘା ମତ୍ସ୍ୟ ମାର୍କେଟ୍କୁ ନିଆଯାଇଥିଲା। ଏହି ମାଛକୁ ମାର୍କେଟ୍କୁ […]
ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ଟ୍ରେନ୍ରେ କୋଇଲା ବୋଝେଇ ହୋଇଥିବାବେଳେ ଅନ୍ୟ ଟ୍ରେନ୍ଟି ଖାଲି ଥିଲା। ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଟ୍ରେନ୍ର ୧୩ଟି ବଗି ଓ ଇଞ୍ଜିନ୍ ଲାଇନ୍ଚ୍ୟୁତ୍ ହୋଇଥିବା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବିଏସ୍ଏଫ କନଷ୍ଟେବଲ ମହମ୍ମଦ ଆନିସ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିଲ୍ଲୀରେ ହିଂସା ବେଳେ ଦୁର୍ବୃତ୍ତମାନେ କନଷ୍ଟେବଲ ଆନିସଙ୍କ ଘର ପୋଡ଼ି ଦେଇଥିଲେ। ଆନିସ୍ ଓଡ଼ିଶାରେ ମୁତୟନ BSF ୯ମ ବାଟାଲିୟନରେ କାର୍ଯ୍ୟରତ। ଏବେ ସେ ଓଡ଼ିଶାର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଦିଲ୍ଲୀରେ ହିଂସା ବେଳେ ଚାନ୍ଦବାଗରେ ଥିବା ଆନିସ୍ଙ୍କ ଘରେ ନିଆଁ […]
ନୂଆଦିଲ୍ଲୀ: କମିଲା ଏଲ୍ପିଜି ସିଲିଣ୍ଡରର ଦାମ। ମାର୍ଚ୍ଚ ଆରମ୍ଭରୁ ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଏଲ୍ପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା ହୋଇଛି ସିଲିଣ୍ଡର ଦାମ। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ଏଲ୍ପିଜି […]
ନୂଆଦିଲ୍ଲୀ: ବିମାନ ଭିତରେ ପାରା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରୁ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ଗୋ ଏୟାରର ଏକ ବିମାନ ଭିତରେ। ଶୁକ୍ରବାର ଦିନ ଗୋ ଏୟାରର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ବିମାନର କ୍ୟାବିନ୍ ଭିତରେ ପାରା ଥିବା ଦେଖିବାକୁ ମିଳିଥିଲା। ଏପରିକି ପାରାଟି ବିମାନ ଭିତରେ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହା […]
ହଙ୍ଗକଙ୍ଗ: କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ ଏବେ କୁକୁରଙ୍କୁ ଏହି ଘାତକ ଭାଇରସ୍ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଳିତ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସ୍ରେ […]
ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଆସନ୍ତା ମାର୍ଚ୍ଚ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। କାହିଁକି ନା ମାର୍ଚ୍ଚ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ତାରିିଖ ରବିବାର ଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପରବର୍ତ୍ତୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ। ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ୩୦ ଜୁନ୍ ୨୦୨୧ ଯାଏ ରହିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏବେ ସ୍ଥିତି ଶାନ୍ତ ରହିଛି। […]
ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଜିଡିପି ପ୍ରକାଶ ପାଇବା ପୂର୍ବରୁ ଶେଆର୍ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର କେତେ ରହିଛି ପ୍ରକାଶ ପାଇବ। ତେବେ ଦେଖିବାକୁ ବାକି ରହିଲା ଗତ ଦୁଇଟି କ୍ୱାର୍ଟର୍ ଭଳି ଏଥର […]
ଭୁବନେଶ୍ୱର: କାମ କରିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ବରଗଡ଼ର ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱରଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏନେଇ ସୁରେଶ ପୂଜାରୀ ଟ୍ୱିଟ୍ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲେଙ୍ଗାନା ପେଟାପଲ୍ଲୀର ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ […]
ନୂଆଦିଲ୍ଲୀ: ଅଧ ରାତିରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ହୋଇଛି। ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା, ମଉଜପୁର ଏବଂ କରଓ୍ୱାଲ ନଗରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ରାତି ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ରହିଥିଲା। ଦିଲ୍ଲୀରେ ହିଂସା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଂସା ଘଟିଥିବା ସ୍ଥାନ ବୁଲି ପରିଦର୍ଶନ କରୁଛନ୍ତି। ଗତକାଲି ଦିଲ୍ଲୀ ହିଂସା ପ୍ରସଙ୍ଗରେ ମତ ରଖି ଶାନ୍ତି ବଜାୟ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଜାପାନାର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଅଛନ୍ତି। ତେବେ ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶୁଣାଣି ବେଳେ କୋର୍ଟ ହିଂସାକାଣ୍ଡରେ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସହଯୋଗ ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମୁରଲୀଧରଙ୍କ ବାସଭବନରେ ହିଁ ମାମଲାର ଶୁଣାଣି ମଧ୍ୟରାତ୍ରରେ ହୋଇଛି। ଆଇନଜୀବୀ ସୁରୁର ମାଣ୍ଡେର […]
କୋଟା: ରାଜସ୍ଥାନର ବୁଣ୍ଡି ଜିଲ୍ଲାରେ ଏକ ବରଯାତ୍ରୀ ବସ୍ ନଦୀ ଭିତରକୁ ଖସି ଯିବା ଫଳରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଅଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୮ଜଣ ବରଯାତ୍ରୀଙ୍କୁ ନେଇ ଏହି ବସ୍ଟି କୋଟାରୁ ସଓ୍ୱାଇ ମାଧୋପୁର ଯାଉଥିଲା। ଏହି ସମୟରେ ବସ୍ଟି ଭାରସାମ୍ୟ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ତୀବ୍ର ହେବାରେ ଲାଗିଛି। ଆଜି ଏହି ହିଂସାକାଣ୍ଡରେ ପୁଣି ୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ଏବେ ବି ପ୍ରାୟ ୨୦୦ ଜଣ ଲୋକ ସଂଘର୍ଷରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲଗାଇଥିଲେ ହେଁ ଆଜି ସକାଳୁ ଗୋକୁଲପୁରୀରେ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ସଂଘବଦ୍ଧ […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ଏହାସହ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ବ୍ୟାପର ମନ୍ତ୍ରୀଙ୍କ ସମେତ ଦୁଇ ରାଷ୍ଟ୍ରର ବରିଷ୍ଠ ଅଧିକାରୀଙ୍କ ସହ ଔପଚାରିକ ସାକ୍ଷାତ କରିଥିଲେ। ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ରାଜଘାଟ ଯାଇଥିଲେ। […]
ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା […]