ନୂଆଦିଲ୍ଲୀ: ମ୍ୟୁଚୁଆଲ୍ ଫଣ୍ଡ୍ ଜରିଆରେ ଶେଆର୍ ବଜାରରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଆଶ୍ୱସ୍ତିର ଖବର। ମ୍ୟୁଚୁଆଲ୍ ଫଣ୍ଡ୍ ଗୁଡିକ ଲାଗି ସ୍ୱତନ୍ତ୍ର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ମ୍ୟୁଚୁଆଲ୍ ଫଣ୍ଡ୍ କମ୍ପାନୀ ଗୁଡିକ ମଧ୍ୟରେ ନଗଦ ନେଣଦେଣ ବ୍ୟବସ୍ଥାକୁ ସଚଳ କରିବାକୁ RBI ଏହି ସହାୟତା ପ୍ରଦାନ କରିଛି। କରୋନା ଯୋଗୁ ଦେଶରେ ଶେଆର ମାର୍କେଟ୍ ପ୍ରଭାବିତ ହୋଇଛି। ଏହି ସମୟରେ ମ୍ୟୁଚୁଆଲ୍ […]
ଶ୍ରୀନଗର: କାଶ୍ମୀର ଘାଟିରେ ସକ୍ରିୟ ଥିବା ଦୁଇ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲସ୍କର ଏକ ନୂଆ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ‘ (ଟିଆରଏଫ) ଗଠନ କରିଛି। ମିଳିଥିବା ସୂଚନା ଅନୁସାରେ, ହିଜବୁଲ୍ ମୁଜାହିଦ୍ଦିନର ଟପ୍ କମାଣ୍ଡର ଅବାସ୍ ଶେଖ୍ ହିଜବୁଲର ହାତ ଛାଡି ଟିଆରଏଫର ହାତ ଧରିଛି। ଏହି କାରଣରୁ ଟିଆରଏଫ ଏବଂ ଲସ୍କର ଉଭୟ ହିଜବୁଲର ଟାର୍ଗେଟରେ ଅଛନ୍ତି। ଏ ସଂକ୍ରାନ୍ତରେ ‘Tehreek e Pupils Party’ […]
ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ। ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ […]
ୱାଶିଂଟନ/ସିଓଲ: ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କେତେକ ରିପୋର୍ଟରେ କୁହାଯାଉଛି, ତାଙ୍କର ବ୍ରେନ ଡେଡ ହୋଇଯାଇଛି ତ ଆଉ କିଛି ରିପୋର୍ଟରେ କୁହାଯାଉଛି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏପରିକି ତାଙ୍କ ପରେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। […]
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର୍ ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଥିଲା। ଏପ୍ରିଲ ୧୮ରେ ଏହି ଶୋ’ ସମାପ୍ତ ହୋଇଥିଲା। ଏବେ ଉତ୍ତର ରାମାୟଣ ପୁନଃ ପ୍ରସାରିତ ହେଉଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ମେଗା ଧାରାବାହିକ ‘ରାମାୟଣ’କୁ ଲୋକେ ବେଶ୍ ଉପଭୋଗ କରିଥିଲେ। ଏହାସହ ଟିଆରପି ମଧ୍ୟ ବେଶ୍ ଭଲ ଥିଲା। ତେବେ ଦୂରଦର୍ଶନରେ ଆଉ ଏକ ପୌରାଣିକ ଧାରାବାହିକ […]
ନୂଆଦିଲ୍ଲୀ: ନିକଟରେ OnePlus ଏହାର ଲାଟେଷ୍ଟ OnePlus 8 ସିରିଜ ଭାରତୀୟ ମାର୍କେଟରେ ଲଞ୍ଚ କରିଛି। OnePlus 8 ଓ OnePlus 8 Pro ହେଉଛି, ଯଥାକ୍ରମେ OnePlus 7T ଓ OnePlus 7T Proର higher ଭର୍ସନ। OnePlus ଭାରତରେ ଏହାର ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବା ସହ OnePlus 7T Proର ଦାମ କମ କରିଛି। ପୂର୍ବରୁ ଏହି ଫୋନର ଦାମ ୫୩,୯୯୯ ଟଙ୍କା ଥିଲା। ଏବେ ଏହା ୪୭,୯୯୯ ଟଙ୍କା ହୋଇଛି। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା(DA)। ସେହିପରି କେନ୍ଦ୍ର ସରକାରଙ୍କ ପେନ୍ସନ୍ଧାରୀଙ୍କୁ ମଧ୍ୟ ବର୍ଦ୍ଧିତ ଡିୟରନେସ୍ ରିଲିଫ୍ ବା DR ମଧ୍ୟ ମିଳିବ ନାହିଁ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ମହାମାରୀ କରୋନା ଯୋଗୁ ଦେଶର ଅର୍ଥନୀତି ବିଗୁଡି ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ DA ଓ DR ସରକାର […]
ନୂଆଦିଲ୍ଲୀ: ସାରାଦେଶ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଭାରତୀୟ ରେଳ ବିଭାଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଦେଶରେ ଥିବା ରେଲୱେ କିଚେନ ଗୁଡିକରୁ ପ୍ରତ୍ୟେକ ଦିନ ୨.୬ ଲକ୍ଷ ମିଲ୍ସ ସପ୍ଲାଏ କରିବା ପାଇଁ ରେଳ ମନ୍ତ୍ରାଳୟ ଅଫର ପ୍ରଦାନ କରିଛି। ପ୍ରତି ମିଲ୍ସ ଦାମ ମାତ୍ର ୧୫ ଟଙ୍କା ରହିଛି। ଏହି […]
ମୁମ୍ବାଇ: ପୁଣି ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ। ରିପବ୍ଲିକ ମିଡିଆ ନେଟୱର୍କର Editor-in-Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଷ୍ଟୁଡିଓରୁ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେମାନେ ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ […]
ମିଳିତ ଜାତିସଂଘ(ୟୁଏନ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଯୋଗୁ ପ୍ରଭାବିତ ହୋଇଛି। କରୋନା ବିପତ୍ତି ଟଳିବା ପରେ ସାରା ବିଶ୍ୱବାସୀ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି UN ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି। UN ଆହୁରି ଆହୁରି ମଧ୍ୟ କହିଛି ଯେ, […]
ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲରେ ରିଚାର୍ଜ କରିବାବେଳେ ଗ୍ରାହକମାନେ ସବୁବେଳେ ଶସ୍ତା ଓ ଅଫର ପ୍ଲାନ ଖୋଜନ୍ତି। ଏମିତିକି କେଉଁ ପ୍ଲାନ ସବୁଠୁ ଭଲ ତାକୁ ନେଇ ମଧ୍ୟ କନଫ୍ୟୁଜ ହୋଇଯାଆନ୍ତି। ଏଭଳି ସ୍ଥିତିରେ ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ଆଣିଛି। ଏଥିରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଂ କରିବା ସହ ଡାଟା ମଧ୍ୟ ପାଇ ପାରିବେ। ଆମେ ଆପଣଙ୍କୁ ଏୟାରଟେଲର ୧୯ଟଙ୍କା ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ ଆପଣ ଯେକୌଣସି […]
ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିଜେତା ତଥା ଆନିମେସନ ଫିଲ୍ମ ମେକର ଜିନ୍ ଡିଚଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପ୍ରସିଦ୍ଧ କାର୍ଟୁନ ଆନିମେସନ୍ ସିରିଜ ଟମ୍ ଆଣ୍ଡ ଜେରି(Tom And Jerry )ର ନିର୍ଦ୍ଦେଶକ ଥିଲେ ଜିନ୍ ଡିଚ୍। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଓସ୍କାର ପୁରସ୍କାର ବିଜେତା ଜିନ୍ ଡିଚ୍ ଜଣେ ପ୍ରଡ୍ଯୁସର ସହ ନିର୍ଦ୍ଦେଶକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ୧୯୨୪, ଅଗଷ୍ଟ […]
ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ମେଘୁଆ ପାଗ ଥିବାବେଳେ ଅପରାହ୍ଣରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି। ଆଜି ଦିନ ୧ଟା ୩୦ମିନିଟ ଯାଏ ଜଗତସିଂହପୁର, ରଘୁନାଥପୁର, ବିରିଡି, ବାଲିକୁଦା, ତିର୍ତ୍ତୋଲ ବ୍ଲକ, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା, କଟକ ସଦର, ସାଲେପୁର ବ୍ଲକବାସୀଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି। ଏସଆରସି ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। Thunderstorm & Lightning Alert for jagatsinghpur, Raghunathpur, Biridi, Balikuda and […]
ରାଇପୁର: ସୋଶାଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ନାଁ ଓ ଫଟୋ ଦେଇ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏପରିକି ଏହି ଫେକ ଫେସବୁକ ଆକାଉଣ୍ଟରେ ୧୦ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଶେଷରେ ସମସ୍ତ ସାମ୍ନାକୁ ଯେଉଁ ସତ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫେସବୁକରେ ସୁନ୍ଦରୀ ‘ନିଶା ଜିନ୍ଦଲ’ ନାଁରେ ଏହି ଆକାଉଣ୍ଟ ଖୋଲା ହୋଇଥିଲା। ଶେଷରେ ଜଣାପଡିଥିଲା ଯେ ସୁନ୍ଦରୀ ‘ନିଶା ଜିନ୍ଦଲ’ ଜଣେ ପୁରୁଷ। ଏହି ବ୍ୟକ୍ତି […]
ଲଣ୍ଡନ୍: ପଳାତକ ଘୋଷିତ ବିଜନେସ ଟାଇକୁନ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଭାରତରେ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ, […]
ୱାର୍ସ(ପୋଲାଣ୍ଡ): ଡିଭାଇଡରରେ ପିଟି ହୋଇ ପବନରେ ଉଡିଲା କାର ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଭୟାନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ପୋଲାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାବିଏନ ଗାଁ ରାସ୍ତା ଦେଇ ଯାତ୍ରା କରୁଥିବା ଏହି କାରଟି ଏକ ଛକରେ ଥିବା ଡିଭାଇଡରରେ ପିଟି ହୋଇ ପବନରେ ଉଡିଥିଲା। ତେବେ କାରଟି ପୋପଙ୍କ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସୂଚନା ଦେବା ସହ ଗଭୀର ସମବେଦନା ଜଣାଇଛନ୍ତି। CM Yogi Adityanath’s father left for his heavenly abode […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ପେନସନ୍ କଟିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦% ପେନସନ୍ କଟିବା ନେଇ ସରକାର ଯୋଜନା କରୁଥିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଯାହାର ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ଏହା ମିଥ୍ୟା ଖବର ବୋଲି ଅର୍ଥ ମନ୍ତ୍ରାଳୟ […]
ଭୁବନେଶ୍ୱର: ବର୍ତ୍ତମାନର କରୋନା ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସୁବିଧା ଦେବା ପାଇଁ ଜିଓ ଫାଇବର୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି। ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଇଣ୍ଟରନେଟ୍ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ […]
କରାଚି(ପାକିସ୍ତାନ): ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪୯ ଦିନରେ ପାକିସ୍ତାନର ଏକ ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିବା ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁସାରେ, ଫେବୃଆରୀ ୨୦ରୁ ଏପ୍ରିଲ ୯ ଯାଏ ଅର୍ଥାତ ଏହି ୪୯ ଦିନରେ ପାକିସ୍ତାନର କରାଚିରେ ଥିବା ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିଥିଲା। ଗୁରୁବାର ଦିନ କରାଚି ପ୍ରଶାସନର ପରିସଂଖ୍ୟାନରୁ ଏଭଳି କିଛି ଖୁଲାସା ହୋଇଛି। ତେବେ ଏନେଇ ଅଫିସିଆଲି […]