ନୂଆଦିଲ୍ଲୀ: ଭୂକମ୍ପରେ ଦୋହଲିଲା ଦିଲ୍ଲୀ-ଏନସିଆର। ଆଜି ଦିଲ୍ଲୀ-ଏନସିଆରରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ବର୍ଡର ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। National Centre for Seismologyର ସୂଚନା ଅନୁସାରେ, ଆଜି ଅପରାହ୍ଣ ୫ଟା ୪୫ ମିନିଟ୍ ସମୟରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ […]
ନୂଆଦିଲ୍ଲୀ: ଏପ୍ରିଲ୍ ୧୦ରେ ଏଲ୍ଓସି ନିକଟବର୍ତ୍ତୀ କେରନ୍ ସେକ୍ଟରରେ ଭାରତୀୟ ସେନାର ଆକ୍ରମଣରେ ୧୫ ଜଣ ପାକିସ୍ତାନୀ ସେନା ଏବଂ ଆଠ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଇନ୍ଦା ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏହା ପୂର୍ବରୁ କିଶନଗଙ୍ଗା ନଦୀ କୂଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏଥିରେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ […]
ବାରାଣସୀ: ୫ ଛୁଆଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡିଲେ ମହିଳା। ଉତ୍ତରପ୍ରଦେଶର ଭାଦୋଇ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଗଙ୍ଗା ନଦୀକୁ ଆଜି ସକାଳେ ଜଣେ ମହିଳା ତାଙ୍କର ୫ ଛୁଆଙ୍କୁ ଧରି ଡେଇଁପଡ଼ି ଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ପହଁରି ପହଁରି ନଦୀ କୂଳକୁ ଆସି ନିଜ ଜୀବନ ବଞ୍ଚାଇ ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୫ ପିଲାଙ୍କ କୌଣସି ଖବର ମିଳି ପାରିନାହିଁ। ପାରିବାରିକ ବିବାଦ ଯୋଗୁ ମହିଳା ଜଣକ […]
ନୂଆଦିଲ୍ଲୀ: କରୋନା ମୁକାବିଲା କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ପ୍ରଥମ ଥର ଲକଡାଉନ୍ ଘୋଷଣା କରିଥିଲେ। ଏହି ୨୧ ଦିନିଆ ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେଉଛି। ଅନ୍ୟପଟେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସରକାର ଦ୍ୱିତୀୟ […]
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲାଇଭ ଚାଟ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ବରୁଣ। ବରୁଣ କହିଛନ୍ତି, ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ କରୋନା ପଜିଟିଭ ରିପୋର୍ଟ ଆସିଛି। ପରିବାର ସହ ତାଙ୍କର ଏହି ସମ୍ପର୍କୀୟଙ୍କ ସମ୍ପର୍କ ଅତି ଘନିଷ୍ଠ। ଯେଉଁଥିପାଇଁ ତାଙ୍କ(ବରୁଣ) ପରିବାର ଲୋକଙ୍କଠୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ପୂରା ଚିନ୍ତାରେ। ବରୁଣ ଆହୁରି କହିଛନ୍ତି, ଯେତେବେଳେ ଆପଣ ଜାଣିଥିବା […]
ପଟିଆଲା(ପଞ୍ଜାବ): ପଞ୍ଜାବର ପଟିଆଲା ଜିଲ୍ଲାରେ ପୁଲିସ ଉପରକୁ ଆକ୍ରମଣ। ଆଜି ସକାଳେ ଏକ ପରିବା ମାର୍କେଟରେ କିଛି ଲୋକେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ହାତ କଟି ଯାଇଥିବାବେଳେ ଅନ୍ୟ ୨ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଲକଡାଉନ ନିୟମକୁ ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରୟାସ କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ପୁଲିସ କହିଛି। ଯେଉଁ ଅଫିସରଙ୍କ ହାତ କଟି ଯାଇଛି ତାଙ୍କ ନାଁ ହରଜିତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ। Four COVID-19 positive cases confirmed today so far. Technical issues in the website being rectified. — H & FW Dept Odisha (@HFWOdisha) April 11, 2020 ଏଥିସହ ରାଜ୍ୟରେ ମୋଟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟମାନେ ନିଜ ନିଜ କାର୍ଯ୍ୟାଳୟକୁ ଫେରିବେ। ସୋମବାରଠାରୁ ସେମାନେ କାର୍ଯ୍ୟାଳୟ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦି ମଧ୍ୟ କାର୍ଯ୍ୟାଳୟକୁ ଫେରିବେ। ମଙ୍ଗଳବାର ଲକ୍ଡାଉନ୍ ଅବଧି ସରିବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଏହି ମନ୍ତ୍ରୀମାନେ କାର୍ଯ୍ୟାଳୟକୁ ଫେରିବେ। ଯୁଗ୍ମ ସଚିବ ଏବଂ ଏହି […]
ନୂଆଦିଲ୍ଲୀ: ଦିଲ୍ଲୀର କଶ୍ମୀରୀ ଗେଟ ନିକଟରେ ଥିବା ଏକ ଶେଲଟର ହୋମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସନ୍ଧ୍ୟା ୬ଟା ସମୟରେ ଶେଲଟର ହୋମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ଏହି ଶେଲଟର ହୋମରେ ପାଖାପାଖି ୨୫୦ଜଣ ଲୋକ ରହୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା […]
ମୁମ୍ବାଇ: ଲକ୍ଡାଉନ୍ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର।ଏକ ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ମହାରାଷ୍ଟ୍ର ଆଲିବାଗ୍ର ଜଣେ ଡାକ୍ତରଙ୍କ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା। ଏହି ଶିଶୁଟି ଜନ୍ମ ହେବାର ମାତ୍ର କିଛି ମିନିଟ୍ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତର ଜଣକ ତୁରନ୍ତ ଶିଶୁକୁ ନିଜ ବାଇକ୍ରେ ନିଓନାଟାଲ ଫାସିଲିଟିକୁ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଆଲିବାଗ୍ ଅଞ୍ଚଳର ଜଣେ ମହିଳା ଗର୍ଭ […]
ନୂଆଦିଲ୍ଲୀ: ଏୟାରଟେଲ ଓ ଜିଓ ଭଳି ଭୋଡାଫୋନ-ଆଇଡିଆ ମଧ୍ୟ ସେମାନଙ୍କର ଗ୍ରାହକଙ୍କ ପାଇଁ ନୂଆ ପ୍ରୋଗ୍ରାମ #RechargeforGood ଆରମ୍ଭ କରିଛନ୍ତି। ଏହି ପ୍ରୋଗ୍ରାମ ଅନୁସାରେ ଯଦି କୌଣସି ଭୋଡାଫୋନ କିମ୍ବା ଆଇଡିଆ ଗ୍ରାହକ, ଅନ୍ୟ ଗ୍ରାହକଙ୍କ ପ୍ରିପେଡ ଆକାଉଣ୍ଟ ପାଇଁ ରିଚାର୍ଜ କରନ୍ତି, ତା’ହେଲେ ସମ୍ପୃକ୍ତ ଗ୍ରାହକଙ୍କୁ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ।MyVodafone କିମ୍ବା MyIdea ଆପ୍ସ ବ୍ୟବହାର କରି ଆପଣ ଏହି ରିଚାର୍ଜ କରିପାରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ଥିବାବେଳେ […]
ନୂଆଦିଲ୍ଲୀ: ଇସ୍ରାଏଲକୁ କ୍ଲୋରୋକୁଇନ୍ ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥ୍ୟାଙ୍କ ୟୁ ମାଇଁ ଡିୟର ଫ୍ରେଣ୍ଡ ବୋଲି କହିଛନ୍ତି। Thank you, my dear friend @narendramodi, Prime Minister of India, for sending Chloroquine to Israel. All the citizens of Israel thank you! ???? pic.twitter.com/HdASKYzcK4 — PM of Israel […]
ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ପକ୍ଷରୁ ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ଗାଁର ଚାଷୀ ଦଧିବାମନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ବନଫୁଲ ସହଯୋଗ ସମିତି ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ସେହିପରି ରାଜନଗର ଗାଁର ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ […]
ଭୁବନେଶ୍ୱର: ଜୁନ୍ ୧୭ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସାରାଦେଶରେ ଏପ୍ରିଲ ୧୪ ତାରିଖରେ ୨୧ ଦିନିଆ ଲକ୍ଡାଉନ୍ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ଅଧିକ ସଂଖ୍ୟକ ପୁରୁଷ ପ୍ରାଣଘାତୀ କରୋନାର ଶିକାର ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ୨୪% ମହିଳା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୭% ଆକ୍ରାନ୍ତ ହେଉଛନ୍ତି ୪୦ ବର୍ଷରୁ କମ୍ ବୟସର। ୩୪% କରୋନା ଆକ୍ରାନ୍ତ ହେଉଛନ୍ତି ୪୦ରୁ ୬୦ ବର୍ଷ […]
ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ-କାଶ୍ମୀର କୁପଓ୍ୱାଡା ଜିଲ୍ଲାର କେରନ ସେକ୍ଟରରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଭାରତୀୟ ସେନାର ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ତେବେ ସବୁଠାରୁ ଦୁଃଖଦାୟକ କଥା, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନାର ଏହି ଅପରେସନରେ ୫ ଯବାନ ସହିଦ ହୋଇଛନ୍ତି। ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଏହି ଯବାନମାନେ ସହିଦ ହୋଇଛନ୍ତି। ସୂଚନା […]
ଭୁବନେଶ୍ୱର: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]
କଟକ: କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍ସି) ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରି ସିଏମ୍ସି ସିଲ୍ କରିଛି। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କଟକର ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡା।
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ଏକ ମଦ ଦୋକାନରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ମଦ ଦୋକାନର ଶଟର ଭାଙ୍ଗି ଷ୍ଟକ ରହିଥିବା ସବୁ ମଦକୁ ନେଇ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦିଲ୍ଲୀର ରୋଶନଆରା ରୋଡ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ୨୧ ଦିନ ପରେ, ଏପ୍ରିଲ ୧୫ ରୁ ରେଲୱେ ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ୨୧ ଦିନର ଲକଡାଉନ ସରିବା ପରେ, ଏପ୍ରିଲ ୧୫ରୁ ରେଲୱେ ବାତିଲ ହୋଇଥିବା ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଛି ବୋଲି […]
ଥିରୁଅନନ୍ତପୁରମ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହି ସମୟରେ କେରଳରୁ ଏକ ଭଲ ଖବର ଆସିଛି। ଏଯାବତ ସାରା ଦେଶରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କେରଳର ବୃଦ୍ଧ ଦମ୍ପତ୍ତି କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଉଭୟ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା […]
ଭୁବନେଶ୍ୱର: ନିଜାମୁଦ୍ଦିନ୍ରୁ ଓଡିଶାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩ଟି କରୋନା ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। Nizamuddin link tally so far: 28 […]