Advertisment

ଓଟିଭିର ପ୍ରଭାବ: ବେଆଇନ ଖନନ ମାମଲାରେ ଖଣି ବିଭାଗର ଆକ୍ସନ, ୨୪ କୋଟି ଗଣିବେ ଖଣି ଲିଜଧାରୀ

ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା ।

author-image
Santosh Kumar Sahoo
Illegal Mining

Illegal Mining

ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ବିଜେଡି ନେତା ବେଣୁଧର ପ୍ରଧାନଙ୍କୁ ଝଟକା । ବେଣୁଧରଙ୍କ ଉପରେ ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ କସିଛି ଖଣି ବିଭାଗ । ନୟାଗଡ଼ ଖଣି ଅଧିକାରୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହ ସମ୍ପୃକ୍ତ ଖଣିକୁ ବନ୍ଦ କରାଯିବା ସହ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରିଛନ୍ତି ।

Advertisment

ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା । ଆଉ ଏବେ ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ । ଭୁବନେଶ୍ୱର ORSAC ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ମାପଚୁପ କରାଯାଇଥିଲା । ତେବେ ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି, ଲିଜଧାରୀ ବେଣୁଧର ପ୍ରଧାନଙ୍କ କମ୍ପାନୀ ପିଆରଓ ।

BJD Leaders Illegal Mining
Advertisment
Advertisment