ନୂଆଦିଲ୍ଲୀ: ଆଜି ଦେଖାଯିବ ୨୦୨୦ ମସିହାର ଅନ୍ତିମ ‘ସୁପର୍ ମୁନ୍’। ଅପରାହ୍ନ ୪.୧୫ ମିନିଟ୍ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ। ଏହି ସୁପର୍ ମୁନ୍କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍’ ମଧ୍ୟ କୁହାଯାଉଛି। ନାସାର ତଥ୍ୟ ଅନୁସାରେ, ଆଜି ଅପରାହ୍ନ ୪.୧୫ ମିନିଟ୍ ସମୟରେ ସୁପର୍ମୁନ୍ର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ହେଲେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। କାରଣ ଏହା […]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗ୍ୟାସ୍ ଲିକ୍ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିବା ସହ ସବୁ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତଙ୍କ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରି କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ମଦ ହୋମ ଡେଲିଭରୀ କରିବାକୁ କମ୍ପାନୀ […]
ନୂଆଦିଲ୍ଲୀ: ୟୁଏଇର ସାରଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୪୮ ମହଲା ବିଶିଷ୍ଟ ଏକ ବହୁତଳ କୋଠାରେ ନିଆଁ ଲାଗି ଯାଇଛି। ପୂରା ବିଲଡିଂ ହୁତ୍ ହୁତ୍ ହୋଇ ଜଳୁଛି। ମଙ୍ଗଳବାର ରାତି ୯ଟାରେ ଏହି ଟାୱାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ପୂରା ବିଲଡିଂ ଜଳିଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ଲିଭାଇବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ୧୨ ଜଣ ଆହତ ହୋଇଛନ୍ତି […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ବର୍ତ୍ତମାନ ବାତ୍ୟାକୁ ନେଇ ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଚିନ୍ତାର ବିଷୟ ଯେ, ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ECMRWF ମଡେଲ୍ରେ ଏହା ଦେଖିବାକୁ ମିଳିଛି। ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୫ ଦିନ ମଧ୍ୟରେ(ମେ’୯-୧୦) ଘନୀଭୂତ ହେବାର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି( ଉତ୍ପାଦ ଶୁଳ୍କ) ବୃଦ୍ଧି କରିଛନ୍ତି। ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି ସରକାର। ଗତକାଲି କେନ୍ଦ୍ର ସରକାର ଏହି ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି। Central Board of Indirect Taxes and Customs(CBITC) ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପେଟ୍ରୋଲରେ ଲିଟର ପିଛା ସ୍ପେଶାଲ୍ ଆଡିସ୍ନାଲ୍ ଏକ୍ସାଇଜ୍ […]
ବିଶାଖାପାଟନମ୍: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ର ପୂର୍ବାନୁମାନ ଅନୁସାରେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହେବ ତା’ହେଲେ ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍’ ଆନ୍ଧ୍ର ପ୍ରଦେଶରେ ହିଟ୍ କରିପାରେ ବୋଲି ଆକଳନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ରବିବାର ସୁଦ୍ଧା ଆନ୍ଧ୍ର ଉପକୂଳ ପାଇଁ ଆଇଏମ୍ଡି ପକ୍ଷରୁ କୌଣସି ସାଇକ୍ଲୋନ୍ […]
ଗୌହାଟୀ: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବାବଳେ ଏବେ ଆଉ ଏକ ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି। ଏହି ଭାଇରସ୍ ଯୋଗୁ ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ଗଲାଣି। ଏହି ଭାଇରସ୍ର ନାଁ ହେଲା ‘ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ’। ଆସାମରେ ଏହି ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ ଦେଖା ଦେଇଛି। ଆସାମର ୩୦୬ ଗାଁର ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ନେଲାଣି ଏହି ସ୍ୱାଇନ୍ ଫ୍ଲ୍ୟୁ। ଏନେଇ ରବିବାର ଆସାମ ସରକାର […]
ନୂଆଦିଲ୍ଲୀ: ଲକଡାଉନର ତୃତୀୟ ପର୍ଯ୍ୟାୟ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି। ଏପରିକି ନୂଆ ଗାଇଡଲାଇନ ମଧ୍ୟ କାଲିଠୁ ଲାଗୁ ହେବ। ଇ-କମର୍ସ କମ୍ପାନୀ ଯଥା-Amazon, Flipkart ଓ ଅନ୍ୟ କମ୍ପାନୀ ଗୁଡିକ କାଲିଠୁ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ମଧ୍ୟ ଡେଲିଭରି କରିପାରିବେ। କିନ୍ତୁ କିଛି ଅଞ୍ଚଳରେ ଏହିସବୁ ଜିନିଷ ଡେଲିଭରି ହୋଇପାରିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ, ଇ-କମର୍ସ କମ୍ପାନୀ ଗୁଡିକ ଗ୍ରୀନ ଓ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଲକଡାଉନ ଯୋଗୁ JEE (MAIN) ଏବଂ NEET ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଖୁବ ଶୀଘ୍ର ଘୋଷଣା ହୋଇପାରେ ପରୀକ୍ଷାକୁ ନେଇ ନୂଆ ତାରିଖ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଏହି ଆପ୍କୁ Paid ୟୁଜର୍ସଙ୍କ ପାଇଁ ଏକ ପ୍ରିମିୟମ୍ ଆପ୍ ଭାବେ ଉପସ୍ଥାପିତ କରାଯାଇଥିଲା। କରୋନୋ ଭାଇରସ୍ ସଂକ୍ରମଣକୁ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କଶ୍ମୀରର ହନ୍ଦୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲସ୍କରର ଟପ କମାଣ୍ଡର ହାଇଦର ନିହତ ହୋଇଥିବା ସୂଚନା ମିଳିଛି। ଯେଉଁ ଯବାନମାନେ ଏନକାଉଣ୍ଟରରେ ଟପ କମାଣ୍ଡର ହାଇଦର ସମେତ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେହି ଯବାନମାନେ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଏହି ୫ ଯବାନ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଓ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି। ତେବେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ କୁପଓ୍ୱାଡା ଜିଲ୍ଲାର ହନ୍ଦୱାରା ଅଞ୍ଚଳରେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ ଶନିବାର ଦିନ ସେନା […]
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଅଶାନ୍ତ ରହିବ ବୋଲି […]
ଇସ୍ତାନବୁଲ୍: ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ। ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି ମହାମାରୀ କରୋନା। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍ ସର୍ବ ସମ୍ମୁଖକୁ ଆସିଛନ୍ତି। ନିକଟରେ ଏକ ସାର କାରଖାନାର ଉଦ୍ଘାଟନୀ ଉତ୍ସବରେ ସେ ରିବନ୍ କାଟିବା ନେଇ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଏହି ଯୋଜନା ଫଳରେ ଗ୍ରାମାଞ୍ଚଳରେ ଆଜି ଉନ୍ନତି ହୋଇପାରିଛି। ଏହାସହ ମହିଳାମାନେ ଧୂଆଁରୁ ମୁକ୍ତି ପାଇଛନ୍ତି ବୋଲି ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ୪ ବର୍ଷ ତଳେ ମେ’ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଠାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ପରିବାରକୁ ମାଗଣାରେ ଏଲ୍ପିଜି ଗ୍ୟାସ୍ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର। ଏସବୁ ଭିତରେ ଅଣ-ସବସିଡି ଏଲ୍ପିଜି ସିଲିଣ୍ଡର ଗ୍ୟାସ ଦର ପୁଣି କମିଛି। ଗତ ମାସରେ ଏଲ୍ପିଜି ସିଲିଣ୍ଡରର ଦାମ କମି ଥିବାବେଳେ ଚଳିତ ମାସ ଆରମ୍ଭରୁ ଏହି ସିଲିଣ୍ଡର ଦାମ ପୁଣିଥରେ କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୬୨.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୭୪୪ଟଙ୍କାରୁ କମି ୫୮୧.୫ […]
ନୂଆଦିଲ୍ଲୀ: ବାତ୍ୟା ତିତ୍ଲି, ଗଜ, ଫନି, ବାୟୁ, ବୁଲ୍ବୁଲ୍ ପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାଁ ଆପଣ ଜାଣିଛନ୍ତି କି ? ଏହି ସାଇକ୍ଲୋନ୍ର ନାଁ ଅମ୍ଫାନ୍ ରଖାଯାଇଛି। ଚଳିତ ସପ୍ତାହରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ତାଲିକା ଜାରି କରିଥିଲା। ଯେଉଁଥିରେ ୧୬୯ଟି ସମ୍ଭାବ୍ୟ ବାତ୍ୟାର ନାଁ ରହିଥିଲା। ଏହି ତାଲିକାକୁ ୨୦୧୯, ଏପ୍ରିଲରେ World Meteorological Department (WMO) panel ଗ୍ରହଣ କରିଥିଲା। ଆଗକୁ ଉତ୍ତର […]
ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। NCHM JEE ,ICAR, JNU ପ୍ରବେଶିକା ପରୀକ୍ଷା ଓ IGNOU ପିଏଚ୍ଡି ଓ OPENMAT(MBA) ଏଣ୍ଟ୍ରାସ୍ ପାଇଁ ଅନ୍ଲାଇନ୍ ଆବେଦନର ଅବଧିକୁ ମେ’ ୧୫ ଯାଏ ବଢାଇ ଦିଆଯାଇଛି। ତେବେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାସ୍ ଟେଷ୍ଟ […]
ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)। ବିଶ୍ୱବ୍ୟାପୀ ମୋଟ୍ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ ଟ୍ରପିକାଲ୍ ସାଇକ୍ଲୋନ୍ର ନାମକରଣ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) […]
ନୂଆଦିଲ୍ଲୀ: ଲଗାତାର ତିନି ଦିନ ପରେ ସୁନା ଦର ହ୍ରାସ ପାଇଛି। ସୂଚନା ଅନୁସାରେ, ଆଜି ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୭୧ ଟଙ୍କା ହ୍ରାସ ପାଇ ୪୬,୩୩୬ ଟଙ୍କାରେ ପହଞ୍ଚିଛି। ହେଲେ ରୁପା ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ରୁପା ଦର ପ୍ରତି କିଲୋଗ୍ରାମକୁ ୨୦ ଟଙ୍କା ବୃଦ୍ଧି ପାଇ ୪୨,୦୫୦ରେ ପହଞ୍ଚିଛି। ଏପ୍ରିଲ ୨୪ରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬, ୬୦୭ ଟଙ୍କା […]
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଏହା ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ’ ୩ ମଧ୍ୟରେ ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଛି। ଭିନ୍ନ ଭିନ୍ନ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଚାଇନାର ଏକ ଗଣମାଧ୍ୟମରେ କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଚୀନ ଡାକ୍ତରୀ ଟିମ୍ ପଠାଉଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି। ତେବେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବରକୁ ଦକ୍ଷିଣ କୋରିଆ ଖଣ୍ଡନ କରି ଆସୁଛି। ଦକ୍ଷିଣ […]