ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। NCHM JEE ,ICAR, JNU ପ୍ରବେଶିକା ପରୀକ୍ଷା ଓ IGNOU ପିଏଚ୍ଡି ଓ OPENMAT(MBA) ଏଣ୍ଟ୍ରାସ୍ ପାଇଁ ଅନ୍ଲାଇନ୍ ଆବେଦନର ଅବଧିକୁ ମେ’ ୧୫ ଯାଏ ବଢାଇ ଦିଆଯାଇଛି। ତେବେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାସ୍ ଟେଷ୍ଟ […]
ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)। ବିଶ୍ୱବ୍ୟାପୀ ମୋଟ୍ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ ଟ୍ରପିକାଲ୍ ସାଇକ୍ଲୋନ୍ର ନାମକରଣ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) […]
ନୂଆଦିଲ୍ଲୀ: ଲଗାତାର ତିନି ଦିନ ପରେ ସୁନା ଦର ହ୍ରାସ ପାଇଛି। ସୂଚନା ଅନୁସାରେ, ଆଜି ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୭୧ ଟଙ୍କା ହ୍ରାସ ପାଇ ୪୬,୩୩୬ ଟଙ୍କାରେ ପହଞ୍ଚିଛି। ହେଲେ ରୁପା ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ରୁପା ଦର ପ୍ରତି କିଲୋଗ୍ରାମକୁ ୨୦ ଟଙ୍କା ବୃଦ୍ଧି ପାଇ ୪୨,୦୫୦ରେ ପହଞ୍ଚିଛି। ଏପ୍ରିଲ ୨୪ରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬, ୬୦୭ ଟଙ୍କା […]
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଏହା ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ’ ୩ ମଧ୍ୟରେ ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଛି। ଭିନ୍ନ ଭିନ୍ନ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଚାଇନାର ଏକ ଗଣମାଧ୍ୟମରେ କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଚୀନ ଡାକ୍ତରୀ ଟିମ୍ ପଠାଉଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି। ତେବେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବରକୁ ଦକ୍ଷିଣ କୋରିଆ ଖଣ୍ଡନ କରି ଆସୁଛି। ଦକ୍ଷିଣ […]
ନୂଆଦିଲ୍ଲୀ: ମ୍ୟୁଚୁଆଲ୍ ଫଣ୍ଡ୍ ଜରିଆରେ ଶେଆର୍ ବଜାରରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଆଶ୍ୱସ୍ତିର ଖବର। ମ୍ୟୁଚୁଆଲ୍ ଫଣ୍ଡ୍ ଗୁଡିକ ଲାଗି ସ୍ୱତନ୍ତ୍ର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ମ୍ୟୁଚୁଆଲ୍ ଫଣ୍ଡ୍ କମ୍ପାନୀ ଗୁଡିକ ମଧ୍ୟରେ ନଗଦ ନେଣଦେଣ ବ୍ୟବସ୍ଥାକୁ ସଚଳ କରିବାକୁ RBI ଏହି ସହାୟତା ପ୍ରଦାନ କରିଛି। କରୋନା ଯୋଗୁ ଦେଶରେ ଶେଆର ମାର୍କେଟ୍ ପ୍ରଭାବିତ ହୋଇଛି। ଏହି ସମୟରେ ମ୍ୟୁଚୁଆଲ୍ […]
ଶ୍ରୀନଗର: କାଶ୍ମୀର ଘାଟିରେ ସକ୍ରିୟ ଥିବା ଦୁଇ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲସ୍କର ଏକ ନୂଆ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ‘ (ଟିଆରଏଫ) ଗଠନ କରିଛି। ମିଳିଥିବା ସୂଚନା ଅନୁସାରେ, ହିଜବୁଲ୍ ମୁଜାହିଦ୍ଦିନର ଟପ୍ କମାଣ୍ଡର ଅବାସ୍ ଶେଖ୍ ହିଜବୁଲର ହାତ ଛାଡି ଟିଆରଏଫର ହାତ ଧରିଛି। ଏହି କାରଣରୁ ଟିଆରଏଫ ଏବଂ ଲସ୍କର ଉଭୟ ହିଜବୁଲର ଟାର୍ଗେଟରେ ଅଛନ୍ତି। ଏ ସଂକ୍ରାନ୍ତରେ ‘Tehreek e Pupils Party’ […]
ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ। ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ […]
ୱାଶିଂଟନ/ସିଓଲ: ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କେତେକ ରିପୋର୍ଟରେ କୁହାଯାଉଛି, ତାଙ୍କର ବ୍ରେନ ଡେଡ ହୋଇଯାଇଛି ତ ଆଉ କିଛି ରିପୋର୍ଟରେ କୁହାଯାଉଛି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏପରିକି ତାଙ୍କ ପରେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। […]
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର୍ ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଥିଲା। ଏପ୍ରିଲ ୧୮ରେ ଏହି ଶୋ’ ସମାପ୍ତ ହୋଇଥିଲା। ଏବେ ଉତ୍ତର ରାମାୟଣ ପୁନଃ ପ୍ରସାରିତ ହେଉଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ମେଗା ଧାରାବାହିକ ‘ରାମାୟଣ’କୁ ଲୋକେ ବେଶ୍ ଉପଭୋଗ କରିଥିଲେ। ଏହାସହ ଟିଆରପି ମଧ୍ୟ ବେଶ୍ ଭଲ ଥିଲା। ତେବେ ଦୂରଦର୍ଶନରେ ଆଉ ଏକ ପୌରାଣିକ ଧାରାବାହିକ […]
ନୂଆଦିଲ୍ଲୀ: ନିକଟରେ OnePlus ଏହାର ଲାଟେଷ୍ଟ OnePlus 8 ସିରିଜ ଭାରତୀୟ ମାର୍କେଟରେ ଲଞ୍ଚ କରିଛି। OnePlus 8 ଓ OnePlus 8 Pro ହେଉଛି, ଯଥାକ୍ରମେ OnePlus 7T ଓ OnePlus 7T Proର higher ଭର୍ସନ। OnePlus ଭାରତରେ ଏହାର ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବା ସହ OnePlus 7T Proର ଦାମ କମ କରିଛି। ପୂର୍ବରୁ ଏହି ଫୋନର ଦାମ ୫୩,୯୯୯ ଟଙ୍କା ଥିଲା। ଏବେ ଏହା ୪୭,୯୯୯ ଟଙ୍କା ହୋଇଛି। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା(DA)। ସେହିପରି କେନ୍ଦ୍ର ସରକାରଙ୍କ ପେନ୍ସନ୍ଧାରୀଙ୍କୁ ମଧ୍ୟ ବର୍ଦ୍ଧିତ ଡିୟରନେସ୍ ରିଲିଫ୍ ବା DR ମଧ୍ୟ ମିଳିବ ନାହିଁ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ମହାମାରୀ କରୋନା ଯୋଗୁ ଦେଶର ଅର୍ଥନୀତି ବିଗୁଡି ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ DA ଓ DR ସରକାର […]
ନୂଆଦିଲ୍ଲୀ: ସାରାଦେଶ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଭାରତୀୟ ରେଳ ବିଭାଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଦେଶରେ ଥିବା ରେଲୱେ କିଚେନ ଗୁଡିକରୁ ପ୍ରତ୍ୟେକ ଦିନ ୨.୬ ଲକ୍ଷ ମିଲ୍ସ ସପ୍ଲାଏ କରିବା ପାଇଁ ରେଳ ମନ୍ତ୍ରାଳୟ ଅଫର ପ୍ରଦାନ କରିଛି। ପ୍ରତି ମିଲ୍ସ ଦାମ ମାତ୍ର ୧୫ ଟଙ୍କା ରହିଛି। ଏହି […]
ମୁମ୍ବାଇ: ପୁଣି ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ। ରିପବ୍ଲିକ ମିଡିଆ ନେଟୱର୍କର Editor-in-Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଷ୍ଟୁଡିଓରୁ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେମାନେ ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ […]
ମିଳିତ ଜାତିସଂଘ(ୟୁଏନ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଯୋଗୁ ପ୍ରଭାବିତ ହୋଇଛି। କରୋନା ବିପତ୍ତି ଟଳିବା ପରେ ସାରା ବିଶ୍ୱବାସୀ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି UN ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି। UN ଆହୁରି ଆହୁରି ମଧ୍ୟ କହିଛି ଯେ, […]
ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲରେ ରିଚାର୍ଜ କରିବାବେଳେ ଗ୍ରାହକମାନେ ସବୁବେଳେ ଶସ୍ତା ଓ ଅଫର ପ୍ଲାନ ଖୋଜନ୍ତି। ଏମିତିକି କେଉଁ ପ୍ଲାନ ସବୁଠୁ ଭଲ ତାକୁ ନେଇ ମଧ୍ୟ କନଫ୍ୟୁଜ ହୋଇଯାଆନ୍ତି। ଏଭଳି ସ୍ଥିତିରେ ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ଆଣିଛି। ଏଥିରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଂ କରିବା ସହ ଡାଟା ମଧ୍ୟ ପାଇ ପାରିବେ। ଆମେ ଆପଣଙ୍କୁ ଏୟାରଟେଲର ୧୯ଟଙ୍କା ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ ଆପଣ ଯେକୌଣସି […]
ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିଜେତା ତଥା ଆନିମେସନ ଫିଲ୍ମ ମେକର ଜିନ୍ ଡିଚଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପ୍ରସିଦ୍ଧ କାର୍ଟୁନ ଆନିମେସନ୍ ସିରିଜ ଟମ୍ ଆଣ୍ଡ ଜେରି(Tom And Jerry )ର ନିର୍ଦ୍ଦେଶକ ଥିଲେ ଜିନ୍ ଡିଚ୍। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଓସ୍କାର ପୁରସ୍କାର ବିଜେତା ଜିନ୍ ଡିଚ୍ ଜଣେ ପ୍ରଡ୍ଯୁସର ସହ ନିର୍ଦ୍ଦେଶକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ୧୯୨୪, ଅଗଷ୍ଟ […]
ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ମେଘୁଆ ପାଗ ଥିବାବେଳେ ଅପରାହ୍ଣରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି। ଆଜି ଦିନ ୧ଟା ୩୦ମିନିଟ ଯାଏ ଜଗତସିଂହପୁର, ରଘୁନାଥପୁର, ବିରିଡି, ବାଲିକୁଦା, ତିର୍ତ୍ତୋଲ ବ୍ଲକ, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା, କଟକ ସଦର, ସାଲେପୁର ବ୍ଲକବାସୀଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି। ଏସଆରସି ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। Thunderstorm & Lightning Alert for jagatsinghpur, Raghunathpur, Biridi, Balikuda and […]
ରାଇପୁର: ସୋଶାଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ନାଁ ଓ ଫଟୋ ଦେଇ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏପରିକି ଏହି ଫେକ ଫେସବୁକ ଆକାଉଣ୍ଟରେ ୧୦ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଶେଷରେ ସମସ୍ତ ସାମ୍ନାକୁ ଯେଉଁ ସତ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫେସବୁକରେ ସୁନ୍ଦରୀ ‘ନିଶା ଜିନ୍ଦଲ’ ନାଁରେ ଏହି ଆକାଉଣ୍ଟ ଖୋଲା ହୋଇଥିଲା। ଶେଷରେ ଜଣାପଡିଥିଲା ଯେ ସୁନ୍ଦରୀ ‘ନିଶା ଜିନ୍ଦଲ’ ଜଣେ ପୁରୁଷ। ଏହି ବ୍ୟକ୍ତି […]
ଲଣ୍ଡନ୍: ପଳାତକ ଘୋଷିତ ବିଜନେସ ଟାଇକୁନ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଭାରତରେ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ, […]
ୱାର୍ସ(ପୋଲାଣ୍ଡ): ଡିଭାଇଡରରେ ପିଟି ହୋଇ ପବନରେ ଉଡିଲା କାର ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଭୟାନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ପୋଲାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାବିଏନ ଗାଁ ରାସ୍ତା ଦେଇ ଯାତ୍ରା କରୁଥିବା ଏହି କାରଟି ଏକ ଛକରେ ଥିବା ଡିଭାଇଡରରେ ପିଟି ହୋଇ ପବନରେ ଉଡିଥିଲା। ତେବେ କାରଟି ପୋପଙ୍କ […]