ନୂଆଦିଲ୍ଲୀ: ଏସ୍ବିଆଇ ସମେତ ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ଏହାକୁ ପୈଠ ନ କରି ଫେରାର ହୋଇଯାଇଛନ୍ତି ଏକ କମ୍ପାନୀର ମାଲିକ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ୨୦୧୬ରୁ କମ୍ପାନୀର ମାଲିକ ଅର୍ଥାତ୍ ଏହାର ନିର୍ଦ୍ଦେଶକମାନେ ଫେରାର ଥିଲେ ମଧ୍ୟ ଦୀର୍ଘ ୪ ବର୍ଷ ପରେ ଏସ୍ବିଆଇ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନା ଅନୁସାରେ, ଦିଲ୍ଲୀରେ ଥିବା ରାମଦେବ ଇଣ୍ଟନ୍ୟାଶନାଲ ଲିଃ(ବାସମତି ଚାଉଳ ରପ୍ତାନୀ କରୁଥିଲା ଏହି କମ୍ପାନୀ) ବିରୋଧରେ […]
ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି। ଏପରିକି ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସେ ସ୍ପଷ୍ଟ କରି ନାହାନ୍ତି। […]
ପାରଧୋନି: ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ମାନପୁର ଥାନା ଅନ୍ତର୍ଗତ ପାରଧୋନି ଗାଁ ନିକଟରେ ଆଜି ସକାଳେ ଏହି ଏନ୍କାଉଣ୍ଟର ହୋଇଛି। ଘଟଣାସ୍ଥଳରୁ ପୁଲିସ୍ ଗୋଟିଏ AK-47 ରାଇଫଲ ଓ କିଛି ମାରଣାସ୍ତ୍ର ଜବତ କରିଛି। ନକ୍ସଲମାନେ ଲୁଚିଥିବା ଖବର ପାଇ ଛତିଶଗଗଡ଼ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ନକ୍ସଲ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ […]
ନୂଆଦିଲ୍ଲୀ: ଏଲ୍ଜି ପଲିମର୍ସକୁ NGT ଛାଟ। ଗତକାଲିର ଗ୍ୟାସ୍ ଲିକ୍ ଘଟଣାକୁ ନେଇ ୫୦ କୋଟି ଟଙ୍କା ଜମା କରିବାକୁ ଏଲ୍ଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍(NGT)। ଗ୍ୟାସ୍ ଲିକ୍ ଟ୍ରାଜେଡିକୁ ନେଇ ପ୍ରାଥମିକ କ୍ଷତି ଭରଣା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି NGT। ଏହାସହ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ Central Pollution Control Board (CPCB)କୁ ନୋଟିସ୍ ଜାରି ହୋଇଛି। ସୂଚନାଥାଉ କି, ଗତକାଲି ଆନ୍ଧ୍ରପ୍ରଦେଶ ଭାଇଜାଗରେ ଏଲ୍ଜି ପଲିମର୍ସ […]
ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବି ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା। ଲକଡାଉନ ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ ଏନ୍ସିଆର୍ଟି ପକ୍ଷରୁ ସ୍କୁଲରେ ଯୁଗ୍ମ, ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି। ଫଳରେ ଲକଡାଉନ ହଟିବା ପରେ ସ୍କୁଲରେ ଦୈନିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏପରି ଯୋଜନା କରାଯାଉଛି। ଗୋଟିଏ ସପ୍ତାହ […]
ଚଣ୍ଡିଗଡ଼: ଭାରତୀୟ ବାୟୁ ସେନା(IAF)ର ଏକ ଯୁଦ୍ଧ ବିମାନ ପଞ୍ଜାବର ହୋସିଆର୍ପୁର୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ସାଢ଼େ ୧୦ଟାରେ ଏକ ବିଲ ଭିତରେ MiG-29 ଯୁଦ୍ଧ ବିମାନ ଖସି ପଡ଼ିଥିବା ସୂଚନା ମିଳିଛି। ଆଜି ସକାଳ ୧୦.୪୫ରେ ମିଗ-୨୯ ଯୁଦ୍ଧ ବିମାନ ଜଳନ୍ଧର ସ୍ଥିତ ଏୟାର ବେସ୍ରୁ ଟ୍ରେନିଂ ମିଶନରେ ବାହାରିଥିଲା। ଉଡ଼ାଣ କିଛି ସମୟରେ ହଠାତ୍ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ତଳକୁ ଖସିବା ପୂର୍ବରୁ ପାଇଲଟ ଜଣଙ୍କ ସୁରକ୍ଷିତ ଭାବେ […]
ବିଶାଖାପଟ୍ଟନମ୍: ବିଶାଖାପଟ୍ଟନମ୍ ଏଲ୍ଜି ପଲିମର୍ସରୁ ପୁଣି ଗ୍ୟାସ୍ ଲିକ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟରୁ ପୁଣି ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘର ଛାଡ଼ି ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ। ଏପରିକି ଲୋକେ ଗାଡ଼ି ମୋଟରରେ ନିଜ ପରିବାରକୁ ବସାଇ ଅଞ୍ଚଳ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁ ୨ରୁ ୩ କିଲୋମିଟର ପରିଧି ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି […]
ନୂଆଦିଲ୍ଲୀ: ଆଜି ଦେଖାଯିବ ୨୦୨୦ ମସିହାର ଅନ୍ତିମ ‘ସୁପର୍ ମୁନ୍’। ଅପରାହ୍ନ ୪.୧୫ ମିନିଟ୍ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ। ଏହି ସୁପର୍ ମୁନ୍କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍’ ମଧ୍ୟ କୁହାଯାଉଛି। ନାସାର ତଥ୍ୟ ଅନୁସାରେ, ଆଜି ଅପରାହ୍ନ ୪.୧୫ ମିନିଟ୍ ସମୟରେ ସୁପର୍ମୁନ୍ର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ହେଲେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। କାରଣ ଏହା […]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗ୍ୟାସ୍ ଲିକ୍ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିବା ସହ ସବୁ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତଙ୍କ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରି କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ମଦ ହୋମ ଡେଲିଭରୀ କରିବାକୁ କମ୍ପାନୀ […]
ନୂଆଦିଲ୍ଲୀ: ୟୁଏଇର ସାରଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୪୮ ମହଲା ବିଶିଷ୍ଟ ଏକ ବହୁତଳ କୋଠାରେ ନିଆଁ ଲାଗି ଯାଇଛି। ପୂରା ବିଲଡିଂ ହୁତ୍ ହୁତ୍ ହୋଇ ଜଳୁଛି। ମଙ୍ଗଳବାର ରାତି ୯ଟାରେ ଏହି ଟାୱାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ପୂରା ବିଲଡିଂ ଜଳିଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ଲିଭାଇବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ୧୨ ଜଣ ଆହତ ହୋଇଛନ୍ତି […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ବର୍ତ୍ତମାନ ବାତ୍ୟାକୁ ନେଇ ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଚିନ୍ତାର ବିଷୟ ଯେ, ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ECMRWF ମଡେଲ୍ରେ ଏହା ଦେଖିବାକୁ ମିଳିଛି। ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୫ ଦିନ ମଧ୍ୟରେ(ମେ’୯-୧୦) ଘନୀଭୂତ ହେବାର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି( ଉତ୍ପାଦ ଶୁଳ୍କ) ବୃଦ୍ଧି କରିଛନ୍ତି। ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି ସରକାର। ଗତକାଲି କେନ୍ଦ୍ର ସରକାର ଏହି ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି। Central Board of Indirect Taxes and Customs(CBITC) ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପେଟ୍ରୋଲରେ ଲିଟର ପିଛା ସ୍ପେଶାଲ୍ ଆଡିସ୍ନାଲ୍ ଏକ୍ସାଇଜ୍ […]
ବିଶାଖାପାଟନମ୍: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ର ପୂର୍ବାନୁମାନ ଅନୁସାରେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହେବ ତା’ହେଲେ ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍’ ଆନ୍ଧ୍ର ପ୍ରଦେଶରେ ହିଟ୍ କରିପାରେ ବୋଲି ଆକଳନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ରବିବାର ସୁଦ୍ଧା ଆନ୍ଧ୍ର ଉପକୂଳ ପାଇଁ ଆଇଏମ୍ଡି ପକ୍ଷରୁ କୌଣସି ସାଇକ୍ଲୋନ୍ […]
ଗୌହାଟୀ: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବାବଳେ ଏବେ ଆଉ ଏକ ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି। ଏହି ଭାଇରସ୍ ଯୋଗୁ ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ଗଲାଣି। ଏହି ଭାଇରସ୍ର ନାଁ ହେଲା ‘ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ’। ଆସାମରେ ଏହି ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ ଦେଖା ଦେଇଛି। ଆସାମର ୩୦୬ ଗାଁର ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ନେଲାଣି ଏହି ସ୍ୱାଇନ୍ ଫ୍ଲ୍ୟୁ। ଏନେଇ ରବିବାର ଆସାମ ସରକାର […]
ନୂଆଦିଲ୍ଲୀ: ଲକଡାଉନର ତୃତୀୟ ପର୍ଯ୍ୟାୟ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି। ଏପରିକି ନୂଆ ଗାଇଡଲାଇନ ମଧ୍ୟ କାଲିଠୁ ଲାଗୁ ହେବ। ଇ-କମର୍ସ କମ୍ପାନୀ ଯଥା-Amazon, Flipkart ଓ ଅନ୍ୟ କମ୍ପାନୀ ଗୁଡିକ କାଲିଠୁ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ମଧ୍ୟ ଡେଲିଭରି କରିପାରିବେ। କିନ୍ତୁ କିଛି ଅଞ୍ଚଳରେ ଏହିସବୁ ଜିନିଷ ଡେଲିଭରି ହୋଇପାରିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ, ଇ-କମର୍ସ କମ୍ପାନୀ ଗୁଡିକ ଗ୍ରୀନ ଓ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଲକଡାଉନ ଯୋଗୁ JEE (MAIN) ଏବଂ NEET ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଖୁବ ଶୀଘ୍ର ଘୋଷଣା ହୋଇପାରେ ପରୀକ୍ଷାକୁ ନେଇ ନୂଆ ତାରିଖ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଏହି ଆପ୍କୁ Paid ୟୁଜର୍ସଙ୍କ ପାଇଁ ଏକ ପ୍ରିମିୟମ୍ ଆପ୍ ଭାବେ ଉପସ୍ଥାପିତ କରାଯାଇଥିଲା। କରୋନୋ ଭାଇରସ୍ ସଂକ୍ରମଣକୁ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କଶ୍ମୀରର ହନ୍ଦୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲସ୍କରର ଟପ କମାଣ୍ଡର ହାଇଦର ନିହତ ହୋଇଥିବା ସୂଚନା ମିଳିଛି। ଯେଉଁ ଯବାନମାନେ ଏନକାଉଣ୍ଟରରେ ଟପ କମାଣ୍ଡର ହାଇଦର ସମେତ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେହି ଯବାନମାନେ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଏହି ୫ ଯବାନ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଓ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି। ତେବେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ କୁପଓ୍ୱାଡା ଜିଲ୍ଲାର ହନ୍ଦୱାରା ଅଞ୍ଚଳରେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ ଶନିବାର ଦିନ ସେନା […]
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଅଶାନ୍ତ ରହିବ ବୋଲି […]
ଇସ୍ତାନବୁଲ୍: ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ। ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି ମହାମାରୀ କରୋନା। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍ ସର୍ବ ସମ୍ମୁଖକୁ ଆସିଛନ୍ତି। ନିକଟରେ ଏକ ସାର କାରଖାନାର ଉଦ୍ଘାଟନୀ ଉତ୍ସବରେ ସେ ରିବନ୍ କାଟିବା ନେଇ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଏହି ଯୋଜନା ଫଳରେ ଗ୍ରାମାଞ୍ଚଳରେ ଆଜି ଉନ୍ନତି ହୋଇପାରିଛି। ଏହାସହ ମହିଳାମାନେ ଧୂଆଁରୁ ମୁକ୍ତି ପାଇଛନ୍ତି ବୋଲି ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ୪ ବର୍ଷ ତଳେ ମେ’ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଠାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ପରିବାରକୁ ମାଗଣାରେ ଏଲ୍ପିଜି ଗ୍ୟାସ୍ […]