ଜୟପୁର: ରାଜ୍ୟସଭା ପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ସ୍ୱାଗତ କରିଥିଲେ। ଏୟାରପୋର୍ଟରୁ ଗେହଲଟଙ୍କ ସହ ମିଶି ଶ୍ରୀ ସିଂହ ହୋଟେଲ ମାରିଅଟରେ ପହଞ୍ଚିଥିଲେ। ଏଠାରେ ଶ୍ରୀ ସିଂହ ଉଭୟ ଗେହଲଟ ଓ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ […]
ୱାଶିଂଟନ୍: ଜମ୍ମୁ-କାଶ୍ମୀରରେ ମାନବିକ ଅଧିକାର ବାବଦରେ ଆମେରିକାର ରାଷ୍ଟ୍ର ସଚିବ ମାଇକ୍ ପମ୍ପିଓଙ୍କୁ ଚିଠି ଲେଖିବା ପରେ କ୍ଷମା ମାଗିଛନ୍ତି ଜଣେ ଆମେରିକୀୟ ସାଂସଦ। ସେ ଏପରି କରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନଙ୍କ ସହ ପରାମର୍ଶ କରିନଥିବାରୁ କ୍ଷମା ମାଗିଥିବା କହିଛନ୍ତି। ଜମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ଟମ୍ ସୁଓଜି ନାମକ ଏହି ସାଂସଦ ଏକ ଚିଠିରେ ଲେଖିଥିଲେ, ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ସମ୍ପର୍କରେ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ […]
ନୂଆଦିଲ୍ଲୀ: ନିଜ ବିଚାରରେ ଖୁବ୍ ଦୃଢ଼ ଥିଲେ ସୁଷମା ସ୍ୱରାଜ। ତାଙ୍କ ଭାଷଣ ଯେଭଳି ପ୍ରେରଣାଦାୟୀ ଥିଲା ସେଭଳି ପ୍ରଭାବୀ ମଧ୍ୟ ଥିଲା। ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଙ୍ଗତ ସୁଷମା ସ୍ୱରାଜଙ୍କ ସ୍ମୃତିଚାରଣ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସୁଷମାଙ୍କ ବ୍ୟକ୍ତିତ୍ୱ ବିବିଧତାରେ ପରିପୂର୍ଣ୍ଣ ଥିଲା। ବୟସରେ ଛୋଟ ଥିଲେ ବି ତାଙ୍କ ଠାରୁ ବହୁତ କିଛି ଶିଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଷମାଙ୍କ ଉଦ୍ଦେଶ୍ୟରେ ଜବାହର ଲାଲ […]
ଶ୍ରୀନଗର: ଇଦ୍ ଉଲ୍-ଅଜହା ବା ବକ୍ରୀଇଦ୍ ପାଇଁ ଗତକାଲିଠାରୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା। ଆଜି ସକାଳୁ ଲୋକମାନେ ଶ୍ରୀନଗର ରାସ୍ତାରେ ଭିଡ଼ ଜମାଇ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ କିଣିବାରେ ବ୍ୟସ୍ତ ରହିଥିଲେ। ତେବେ ମଧ୍ୟାହ୍ଣ ବେଳକୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ହଠାତ୍ ସୁରକ୍ଷାକର୍ମୀମାନେ ଶ୍ରୀନଗରରେ ପୁଣିଥରେ କର୍ଫ୍ୟୁ ଲାଗୁ କରିଛନ୍ତି। ଏଥିସହ ପୁଲିସ୍ ପକ୍ଷରୁ ଲାଉଡ୍ ସ୍ପିକର୍ ଦ୍ୱାରା ଲୋକଙ୍କୁ ତୁରନ୍ତ ଘରକୁ ଫେରିଯିବାକୁ କୁହାଯାଇଛି। […]
ବାରଣାସୀ: ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କର ଉତ୍ସବକୁ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରଣାସୀର ମୁସ୍ଲିମ ମହିଳାମାନେ ଭାଇ ବୋଲି ସମ୍ବୋଧନ କରି ତାଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି। ମୋଦି ସରକାର ନିକଟରେ ଟ୍ରିପଲ୍ ତଲାକୁ ବ୍ୟାନ୍ କରିଥିବାରୁ ମୁସ୍ଲମାନ ମହିଳାମାନେ ଏଥିରେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ […]
ନୂଆଦିଲ୍ଲୀ: ଆସନ୍ତାକାଲି ବକ୍ରୀଇଦ୍ ପାଇଁ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ୧୪୪ ଧାରାକୁ କୋହଳ କରିଛନ୍ତି। ଫଳରେ ଲୋକମାନେ ଯାତାୟାତ କରିପାରୁଛନ୍ତି। ଏଥିସହ ଜମ୍ମୁ-କାଶ୍ମୀର ପ୍ରଶାସନ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇଦ୍ ପାଳନ ପାଇଁ ଏବେଠାରୁ ଜମ୍ମୁ-କାଶ୍ମୀରରେ ସବୁ କିଛି ସ୍ୱାଭାବିକ ହୋଇଛି। ମଟନ, ଚିକେନ୍ ଦୋକାନ ଠାରୁ ଆରମ୍ଭ କରି ଅନେକ ମାର୍କେଟରେ ଲୋକଙ୍କ ଭିଡ଼ ଜମୁଛି। ଶ୍ରୀନଗରେ ଟ୍ରାଫିକ ଚଳଚଞ୍ଚଳ ହୋଇ […]
ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ଧମକଚମକ ଦେଇଛନ୍ତି। ତାଙ୍କ ପତ୍ନୀ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେବାରୁ ସ୍ୱାମୀ ଜଣଙ୍କ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମହମ୍ମଦ ମହଶୀନ ନାମକ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ “୭ରୁ ୮ ଜଣ ଯୁବକ ମୋ ଅଫିସରେ ପହଞ୍ଚି ମୋତେ ଆକ୍ରମଣ କରିଥିଲେ। ସେମାନେ ମୋ ପତ୍ନୀଙ୍କୁ ଟ୍ରିପଲ୍ ତଲାକ ସମ୍ପର୍କରେ ମୁହଁ ନ […]
ନୂଆଦିଲ୍ଲୀ: ବିଜୁଳି ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବିରଳ ଦଣ୍ଡ ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏବେ ଏହି ଅପରାଧ ପାଇଁ ୫୦ଟି ଗଛ ଲଗାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଜୁଳି ଚୋରି କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ମାମଲା ବନ୍ଦ କରିବା ପାଇଁ କୋର୍ଟ ବ୍ୟକ୍ତିଙ୍କ ଆଗରେ ଏଭଳି ସର୍ତ୍ତ ରଖିଛନ୍ତି। କୋର୍ଟ କହିଛନ୍ତି, “ଆସନ୍ତା ଗୋଟିଏ ମାସ ମଧ୍ୟରେ ବ୍ୟକ୍ତି ଜଣଙ୍କ ୫୦ଟି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରାଗରେ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସରକାର, ପାକିସ୍ତାନର ଆତଙ୍କୀ ସଂଗଠନ, ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନ ସେନା ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଭାରତ ଉପରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ ‘ଆଫଗାନୀ ଆଟାକ୍’ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ହାଇଆଲର୍ଟ ଜାରି […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଜେଲ୍ରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ଏହିକ୍ରମରେ ଆଜି ଜମ୍ମୁ-କଶ୍ମୀର ଜେଲ୍ରେ ଥିବା ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜିଲ୍ଲାର ଏକ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିଲେ। ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ଜେଲରୁ ୭୦ ଜଣ କଏଦୀଙ୍କୁ ଉତ୍ତର ପ୍ରଦେଶର ଉଚ୍ଚ ସୁରକ୍ଷା ବଳୟରେ […]
ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଆଜି କିଛି ସ୍ଥାନରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବକ୍ରୀ ଇଦ୍ ଥିବାରୁ ସୁରକ୍ଷାକର୍ମୀ ଏବଂ ପ୍ରଶାସନ ପକ୍ଷରୁ ୧୪୪ ଧାରା କୋହଳ କରାଯାଇଛି। ଲୋକମାନେ ମାର୍କେଟ ଆସି ନିଜ ନିଜର ଆବଶ୍ୟକ ସାମଗ୍ରୀ କିଣୁଛନ୍ତି। ତଥାପି ମୋବାଇଲ, ଇଣ୍ଟରନେଟ୍ ଏବଂ ଲ୍ୟାଣ୍ଡଲାଇନ୍ ଉପରେ ଏବେ ବି କଟକଣା ରହିଛି। ତେବେ କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କୁ ଉସକାଇବା ଭଳି ଖବର ପ୍ରସାରଣ କରୁଛନ୍ତି। […]
ଶ୍ରୀନଗର: ବିକ୍ରୀ ଇଦ୍ ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜମ୍ମୁ-କଶ୍ମୀର। ଆସନ୍ତାକାଲି ବିକ୍ରୀ ଇଦ୍ ପାଳନ କରାଯିବ। ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୪୪ ଧାରାକୁ କୋହଳ କରାଯାଇଛି। ବିଶେଷରେ ପୁଞ୍ଚରେ ଆଜି ୪ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯିବା ପରେ ରାସ୍ତା ଉପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲିର ଇଦ୍ ଉତ୍ସବ ପାଇଁ ଲୋକମାନେ ବିଭିନ୍ନ ମାର୍କେଟରୁ ଆବଶ୍ୟକ ସାମଗ୍ରୀ ମାନ କିଣିବାରେ ଲାଗିଛନ୍ତି। ସେହିପରି ଏଟିଏମଗୁଡ଼ିକରେ ଲମ୍ବା […]
ଆଗ୍ରା: ପ୍ରସିଦ୍ଧ ତାଜମହଲରେ ପ୍ରବେଶ ପାଇଁ କଟକଣାକୁ କୋହଳ କରାଯାଇଛି। ଆସନ୍ତାକାଲି ୩ ଘଣ୍ଟା ପାଇଁ ତାଜମହଲରେ ପ୍ରବେଶ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏଏସ୍ଆଇର ସୂତ୍ର ଅନୁଯାୟୀ, ପ୍ରତିବର୍ଷ ଇଦ୍-ଉଲ-ଫିତର ଓ ଇଦ୍ ଉଲ-ଅଜହା(ବକ୍ରୀ ଇଦ୍) ବେଳେ ସ୍ଥାନୀୟ ମୁସଲିମମାନେ ତାଜମହଲ ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ ଏବଂ ପ୍ରାର୍ଥନା କରନ୍ତି। ଚଳିତ ବର୍ଷ ଇଦ୍ ଉଲ ଅଜ ଅଗଷ୍ଟ ୧୨ ତାରିଖରେ ପଡ଼ୁଛି। […]
ଲକ୍ଷ୍ନୌ: ରାକ୍ଷୀପୂର୍ଣ୍ଣିମା ଦିନ ମହିଳାଙ୍କୁ ବସ୍ ଭଡ଼ା ଛାଡ଼ କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ଏହିଦିନ ମହିଳାମାନେ ସରକାରୀ ବସ୍ର ଯେକୌଣସି କ୍ଲାସରେ ବସିଲେ ମଧ୍ୟ ସେମାନଙ୍କଠାରୁ ଯାତ୍ରୀ ଭଡ଼ା ନିଆଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ରାକ୍ଷୀପୂର୍ଣ୍ଣିମା ଏକ ପବିତ୍ର ପର୍ବ। ତେଣୁ ଏହି ଅବସରରେ ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ ଷ୍ଚେଟ୍ ରୋଡ୍ ଟ୍ରାନ୍ସପୋର୍ଟ୍ କର୍ପୋରେସନ୍କୁ ନିର୍ଦ୍ଦେଶ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ‘ଅସାମ୍ବିଧାନିକ’ ବୋଲି ଏଥିରେ ଯୁକ୍ତି କରାଯାଇଛି। ଏଥିରେ ଆବେଦନ କରାଯାଇଛି ଉପରୋକ୍ତ ସମସ୍ତ ନିଷ୍ପତ୍ତିକୁ କୋର୍ଟ ‘ଅବୈଧ ଏବଂ ଅଚଳ ଦର୍ଶାନ୍ତୁ’। ଏନ୍ସିର ଦୁଇ ଲୋକସଭା ସାଂସଦ […]
ନୂଆଦିଲ୍ଲୀ: ଝାରଖଣ୍ଡ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର। ଶୁକ୍ରବାର ସେ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ରାହୁଲ୍ଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଜଣେ ଭାରତୀୟ ହିସାବରେ ଏବଂ ସବୁଠାରୁ କମ୍ ବୟସରେ ପୁଲିସ ବୀରତା ପୁରସ୍କାର ବିଜେତା ଭାବରେ ଜାମ୍ସେଦ୍ପୁରରେ ସମସ୍ତ ମାଫିଆ ରାଜ୍ ଶେଷ କରିସାରିବା ପରେ ମୁଁ ଦୃଢ଼ତାର ସହ କହୁଛି ଯେ ସେହି ଭୟଙ୍କର ଅପରାଧୀମାନେ ମୋ ଦଳର ସହଯୋଗୀ […]
ନୂଆଦିଲ୍ଲୀ: ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନୂଆ ସଭାପତି ଚୟନ ନେଇ ଆଲୋଚନା ହୋଇଛି। ଏଥିରେ କଂଗ୍ରେସର ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଗାନ୍ଧି ଦୂରେଇ ରହିଥିଲେ। ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଥିଲେ ଉଭୟ ସୋନିଆ ଓ ରାହୁଲ୍। ଏବଂ ବିଦାୟୀ ସଭାପତି ରାହୁଲ ଗାନ୍ଧି ଏଥିପାଇଁ ବୈଠକରୁ ଫେରିଆସିଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପୁଣି ଏହି ପ୍ରସଙ୍ଗରେ ବୈଠକ ବସିବ। ଏଥିପାଇଁ କମିଟିକୁ ୫ଟି […]
ନୂଆଦିଲ୍ଲୀ: ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନ୍ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କୁ ନିଜ ବୋହୂ। ଶ୍ୱଶୁର ମନୋଜ ସୋକିନ୍ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପଶ୍ଚିମ ବିହାର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମନୋଜ୍ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍ଗ୍ଲୋଇ ବିଧାନସବା ସିଟ୍ରୁ ସେ ଦୁଇଥର ବିଧାୟକ ହୋଇଛନ୍ତି। ପୁଲିସ୍ର କହିବାନୁସାରେ, ୨୦୧୮ ଡିସେମ୍ବର୍ ୩୧ ଏବଂ ୨୦୧୯ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରିରେ ବନ୍ଧୁକ ଏଭଳି ଅଘଟଣ ଘଟିଥିଲା। ୨୦୧୮ ଡିସେମ୍ବର୍ […]
ନୂଆଦିଲ୍ଲୀ; ସୁଷମା ସ୍ୱରାଜ୍ କେବଳ ଯେ ଭାରତର ତାହା ନୁହେଁ, ସେ ସାରା ବିଶ୍ୱର ଜଣେ ଲୋକପ୍ରିୟ ନେତ୍ରୀ ଥିଲେ। ତାହା ପ୍ରମାଣିତ ହୋଇଛି। ତାଙ୍କର ହଠାତ୍ ମୃତ୍ୟୁ ବିଶ୍ୱବାସୀଙ୍କୁ ହତବାକ୍ କରିଦେଇଛି। ସୁଷମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ୫୧ଟି ଦେଶର କୁଟନୀତିଜ୍ଞମାନେ(ବୈଦେଶୀକ ସମ୍ପର୍କ ପରିଚାଳନା କର୍ତ୍ତା) ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଜାତିସଂଘର ‘ପର୍ମାନେଣ୍ଟ ମିଶନ୍ ଅଫ୍ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହିସବୁ ଶୋକବାର୍ତ୍ତାକୁ ଏକ ପୁସ୍ତକରେ ସଂଗୃହିତ କରି ରଖାଯାଇଛି। ଭାରତୀୟ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ କଲା ଋଷିଆ। ଭାରତ ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ମତାନ୍ତରକୁ ଦ୍ୱିପାଖିକ କଥାବାର୍ତ୍ତା କରି ଏହାର ସମାଧାନ […]