/odishatv-khabar/media/post_attachments/uploadimage/library/16_9/16_9_0/OSSC_Exam__1728202492.jpg)
OSSC Exam
OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ । ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।
Advertisment
ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା। କିନ୍ତୁ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିବା ଅଭିଯୋଗ କରିଥିଲେ । ଏପରି ସ୍ଥିତିରେ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ପରୀକ୍ଷାର୍ଥୀ । ତେବେ ସିସିଟିଭି ଯାଞ୍ଚ ବେଳେ ଏହା ସମୟ ସହ ମେଳ ଖାଇ ନଥିବା ସୂଚନା ମିଳିଛି । ସେପଟେ ସିସିଟିଭି ସମୟ ମେଳ ନ ଖାଇବା ବୈଷୟିକ ତ୍ରୁଟି କହିଥିଲେ କର୍ତ୍ତୃପକ୍ଷ । ସେପଟେ ପରୀକ୍ଷା ବିଭ୍ରାଟ କଥାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)