ନୂଆଦିଲ୍ଲୀ: ବାବ୍ରୀ ମସ୍ଜିଦ୍ ଭଙ୍ଗା ଯିବା ମାମଲାର ଶୁଣାଣି କରୁଥିବା ଟ୍ରାଏଲ୍ କୋର୍ଟର ବିଚାରପତି ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସୁରେନ୍ଦ୍ର କୁମାର ଯାଦବ ଏଭଳି ଆବେଦନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହିତ ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ମତାମତ ରଖିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ […]
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଥିଲା, ତା’ ପୁଣିଥରେ ଧରା ପଡ଼ିଯାଇଛି। ଏଥର କାଶ୍ମୀର ପ୍ରସଙ୍ଗରେ ଶ୍ରୀଲଙ୍କାର ନାଁ ନେଇ ପାକିସ୍ତାନ ଗୋଟି ଚାଳନା କରିଥିଲା। ହେଲେ ଶ୍ରୀଲଙ୍କା ସର୍ବସମ୍ମୁଖରେ ପାକିସ୍ତାନର ମୁଖା ଖୋଲି ଦେଇଛି। ଏଥିସହ ଶ୍ରୀଲଙ୍କା ସରକାର ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବିରୋଧ କରିଥିବା ପାକିସ୍ତାନ ଘୋଷଣା କରିଥିଲା। ପାକିସ୍ତାନ ହାଇକମିଶନର […]
ୱାଶିଂଟନ୍: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍ ହାଉସ୍ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି। ଭାରତ ବାରମ୍ବାର କଶ୍ମୀର ନୂଆଦିଲ୍ଲୀ ଏବଂ ଇସ୍ଲାମାବାଦ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିଲେ ହେଁ ଆମେରିକା ପୁଣିଥରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମ୍କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। କିନ୍ତୁ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍କୋର୍ଟ ମନା କରି ଦେଇଛନ୍ତି ଫଳରେ ସୋମବାର ଯାଏ ଚିଦାମ୍ବରମ୍ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଆଇଏନ୍ଏକ୍ସ ମିଡିଆ ମାମଲା ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଚିଦାମ୍ବରମ୍ ଉଭୟ ସିବିଆଇ ଏବଂ ଇଡି ବିରୋଧରେ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନ କରିଥିଲେ। କିନ୍ତ ଏହାର ଶୁଣାଣିକୁ […]
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଆଜି ଝଟ୍କା ଲାଗିଛି। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ଫଳରେ ଉକ୍ତ କମ୍ପାନୀଗୁଡ଼ିକ ଆଜି ଏୟାର ଇଣ୍ଡିଆ ବିମାନ ସେବା ସଂସ୍ଥାକୁ ତେଲ ଦେବାକୁ ମନା କରିଦେଇଛନ୍ତି। କୋଚି, ପୁଣେ, ପାଟନା, ରାଞ୍ଚି, ବିଶାଖପାଟନମ ଓ ମୋହଲିରେ ଥିବା ଏୟାର ଇଣ୍ଡିଆର ୬ଟି ତେଲ […]
ନୂଆଦିଲ୍ଲୀ; ଟ୍ରିପଲ୍ ତଲାକ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍। ମାମଲାର ଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ସବୋର୍ଚ୍ଚ ଅଦାଲତ। ଟ୍ରିପଲ ତଲାକ୍ ଆଇନକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏନେଇ କେନ୍ଦ୍ର ସରକାର ଜବାବ ରଖିବା ପରେ କୋର୍ଟ ଏନେଇ ପରବର୍ତ୍ତି ପଦକ୍ଷେପ ନେବେ। ଏହାକୁ ଅସାମ୍ବିଧାନିକ ଦର୍ଶାଇବାକୁ ଦାବି କରିଛନ୍ତି ଆବେଦନକାରୀ। ଏହା ଯୌତୁକ ପ୍ରଥା ନୁହେଁ। ଚିରାଚରିତ ଧାର୍ମିକ ବିଧି ବ୍ୟବସ୍ଥା। ଯେଉଁଥିରେ ହସ୍ତକ୍ଷେପ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ଲାଗି କି ପଦକ୍ଷେପ ନେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏ ସମ୍ପର୍କରେ ମୋଦିଙ୍କଠୁ ତାଙ୍କ ଯୋଜନା ସମ୍ପର୍କରେ ଶୁଣିବା ଲାଗି ଆଗ୍ରହୀ ଥିବା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଫ୍ରାନ୍ସରେ ହେବାକୁ ଥିବା ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବା ସମ୍ଭାବନା ରହିଛି। କାଶ୍ମୀରରୁ […]
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ଆତଙ୍କାଦୀ ସଂଗଠନ ଲସ୍କର-ଇ-ତଏବା ଯୋଜନା କରୁଛି। ଶ୍ରୀଲଙ୍କାରୁ ତାମିଲନାଡୁରେ ୬ ଜଣ ଏଲ୍ଇଟି ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ଏହାପରେ ଚେନ୍ନାଇ ଓ କୋଏମ୍ବାତୁରରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ୫ ଜଣ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ଓ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି। ଏମାନେ ଲସ୍କର-ଇ-ତଏବା ସଂଗଠନର ସଦସ୍ୟ ବୋଲି କୁହାଯାଇଛି। ସମୁଦ୍ର ପଥ ଦେଇ […]
ନୂଆଦିଲ୍ଲୀ: ବ୍ଲାକ୍ଲିଷ୍ଟ ହୋଇପାରେ ପାକିସ୍ତାନ। ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସନ୍ତୋଷଜନକ ଜବାବ ରଖିପାରିନି ପାକ୍। ତେଣୁ ଏହାକୁ ବ୍ଲାକ୍ଲିଷ୍ଟ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ FATF ଉପରେ ଚାପ ସୃଷ୍ଟି ହୋଇଛି। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି […]
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଦେଶରେ ପୂର୍ବରୁ ୩୫ ପ୍ରତିଶତ ଜମାରାଶି ରହୁଥିବା ବେଳେ ଏବେ ଏହା ଖୁବ୍ କମିଗଲାଣି। ପୂର୍ବରୁ କେବେ ଏମିତି ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇ ନଥିଲା। ବର୍ତ୍ତମାନ ସମୟରେ ଆର୍ଥିକକାରବାରରେ ନମନୀୟତା ଗୁଣ କମିଗଲାଣି। […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ମଧ୍ୟ ଏହି […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି […]
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍ଏଲ୍ ନାମକ ଏକ କନ୍ଷ୍ଟ୍ରକସନ୍ କମ୍ପାନୀ ଉପରୋକ୍ତ ସଂସ୍ଥାଠାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା। ଆଉ ଏହି କମ୍ପାନୀ ସହିତ ରାଜ୍ ଠାକ୍ରେଙ୍କର ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି। ରାଜ୍ […]
ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି ସିବିଆଇ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍ଙ୍କୁ ଆଜି ନୂଆଦିଲ୍ଲୀର ଏକ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ। ଚିଦାମ୍ବରମ୍ ସିବିଆଇ […]
ଭୁବନେଶ୍ୱର: ସମୟ ବଦଳିବା ସହ ପଲଟି ଯାଇଛି ରାଜନୀତିର ପଶାପାଲି। ଚିଦାମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତା ଶାହା। ଆଉ ପ୍ରାୟ ଦଶନ୍ଧି ପରେ ଘଟଣାଚକ୍ର ପୂରା ଓଲଟି ଯାଇଛି। ୨୦୧୦ ଜୁଲାଇ ୨୫, ତାରିଖରେ ପ୍ରେସମିଟ୍ କରୁଥିବା ବେଳେ ସେତେବେଳ ଗୁଜରାଟର ଗୃହମନ୍ତ୍ରୀ ଥିବା ଅମିତ ଶାହାଙ୍କୁ ସୋହରାବୁଦ୍ଦିନ ଫେକ୍ ଏନ୍କାଣ୍ଟର୍ ମାମଲାରେ ଗିରଫ କରିଥିଲା ସିବିଆଇ। କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ୟୁପିଏ ସରକାରରେ ସେତେବେଳେ […]
ଇସଲାମାବାଦ୍: ଆତଙ୍କୀ ସଂଗଠନ ବିରୋଧରେ ପଦକ୍ଷେପ ନେଉଛି ବୋଲି କହି ଆମେରିକାର ପ୍ରଶଂସା ସାଉଁଟିବାର ଅଳ୍ପଦିନ ପରେ ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଚାପ ପରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଉପରେ ଗତ ଏପ୍ରିଲ ମାସରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ବର୍ତ୍ତମାନ କାଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କବାଦୀ ସଂଗଠନ ସୋଶାଲ୍ ମିଡିଆରେ ବାର୍ତ୍ତା ରଖିଛି। ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଶାନ୍ତି ରକ୍ଷା ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବାବେଳେ ଜୈଶ […]
ୱାଶିଂଟନ୍: ଆଫ୍ଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାକୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆହ୍ୱାନ ଦେଇଛନ୍ତି। କେବଳ ଭାରତ ନୁହେଁ ଇରାନ୍, ରୁଷ ଓ ତୁର୍କୀ ଭଳି ରାଷ୍ଟ୍ରମାନେ ମଧ୍ୟ ଆମେରିକା ସହ ମିଶି ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ। ଟ୍ରମ୍ପ କହିଛନ୍ତି, “ଆଫ୍ଗାନିସ୍ତାନ ଠାରୁ ଆମେରିକାର ଦୂରତା ୭ ହଜାର କିମି ତଥାପି ୱାଶିଂଟନ ସେଠାରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆଫଗାନିସ୍ତାନ ନିକଟରେ ଥିବା ରାଷ୍ଟ୍ରଗୁଡ଼ିକ […]
ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ: ୨୦୧୭ ମେ ୧୫: ସିବିଆଇ ଏକ ଏଫ୍ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା।୨୦୧୮: ପ୍ରବର୍ତ୍ତନ […]
ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି। ଏହି ସଂଶୋଧନ ବଳରେ ନୂଆ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା । ସଂଶୋଧିତ ଧାରା ଅନୁଯାୟୀ, ପ୍ରଥମ ଚିତ୍ର ଲାଗୁ […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହୋଇଥିଲେ। ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ବର୍ତ୍ତମାନ ଘରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ପଝେ ପଛେ ସିବିଆଇ […]