ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍ […]
ନୂଆଦିଲ୍ଲୀ: ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା […]
ଇସ୍ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି। ସିନେଟ୍ ଷ୍ଟାଣ୍ଡିଂ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ […]
ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳର […]
ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍ୱିଲ ଆମ୍ବାସଡର ଫର ପିସ୍’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍ୱିଲ ଆମ୍ବାସଡର ଫର ପିସ୍’ ହିସାବରେ ତାଙ୍କୁ ଦେବାର ନଥିଲା। ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କାଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ସମ୍ପର୍କରେ ଆଜି ବଡ଼ ଗୁମର ଖୋଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ୍ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ୍ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଇଡି କହିଛି। ତେବେ ଚିଦାମ୍ବରମ ସିଧାସଳଖ ଏହାକୁ କିଣି ନଥିଲେ, ବରଂ ତାଙ୍କ ପୁଅ କାର୍ତ୍ତି ହିଁ ଏହାର ଖରିଦଦାରୀ କରିଥିଲେ। କେବଳ ସ୍ପେନ୍ କିମ୍ବା ବ୍ରିଟେନ୍ ନୁହେଁ ଭାରତରେ […]
ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍ ସ୍ୱିଚ୍ ଅଫ୍ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ! ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ […]
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳୋଉଛି ପାକିସ୍ତାନ। ଏତେ ମାତ୍ରାରେ ଭୟଭୀତ ହୋଇପଡ଼ିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଜମ୍ମୁ ଓ କାଶ୍ମୀରକୁ ପ୍ରସଙ୍ଗ କରି ଅଭିଯାନ ଚଳାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ଆବେଦନ କରି ବିଫଳ ହେବା ପରେ ପାକିସ୍ତାନ ଏବେ ଭାରତ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଆବେଦନ କରିବାକୁ ସ୍ଥିର କରିଛି। ପାକିସ୍ତାନୀ ମିଡିଆରେ ପ୍ରଚାରିତ ଖବର ଅନୁସାରେ ପାକିସ୍ତାନ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭାରତ […]
ନୂଆଦିଲ୍ଲୀ: ଦେଶର ଆଇକନିକ୍ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡ଼ିଶା। ରାଜ୍ୟର ପୁରୀ, କୋଣାର୍କ ଏମିତି ସ୍ଥାନ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ କହିଛନ୍ତି। ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଖୁବ୍ଶୀଘ୍ର ଓଡ଼ିଶାକୁ ଆଇକନିକ୍ ହେରିଟେଜ୍ର ମାନ୍ୟତା ମିଳିବ। ପୂର୍ବରୁ ଓଡ଼ିଶାର ଡକ୍ୟୁମେଣ୍ଟ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଦେଶର ଆଇକନିକ୍ ହେରିଟେଜ୍ ତାଲିକାରେ ରାଜ୍ୟର […]
ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଅଡୁଆ ବଢ଼ିଲା। ଦିଲ୍ଲୀ କୋର୍ଟରେ ଶୁଣାଣି ବେଳେ ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯଦିଓ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି, ହେଲେ ମୃତ୍ୟୁ ପୂର୍ବରୁ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଶଶୀ ଥରୁରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ପରେ ପ୍ରଥମ ଥର ପାଇଁ […]
ଇସ୍ଲାମାବାଦ: ସବୁ ଦେଶ ଏବଂ ଜାତିସଂଘ ପରେ ଶେଷରେ ଟ୍ୱିଟରଠାରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ। ପୂର୍ବରୁ କଶ୍ମୀର ବାବଦରେ ଅପପ୍ରଚାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଥିବା କାରଣରୁ ୨୦୦ଟି ପାକିସ୍ତାନୀ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା। ଏଥିରେ ପକ୍ଷପାତିତା ହୋଇଥିବା ଦର୍ଶାଇ ପାକିସ୍ତାନ ଟ୍ୱିଟରର ଦ୍ୱାରସ୍ଥ ହୋଇଥିଲା। ପ୍ରତିକ୍ରିୟାରେ ଟ୍ୱିଟର ପକ୍ଷରୁ କୁହାଯାଇଛି ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ନିୟମ ଅନୁଯାୟୀ କରାଯାଇଛି। ସୋମବାର ପାକିସ୍ତାନ ସରକାର ଏହି ୨୦୦ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଆଜି କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍ ଅବଧି ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଉଭୟ ତଦନ୍ତକାରୀ ସଂସ୍ଥା ଯେ କୌଣସି ମୁହୂର୍ତ୍ତରେ […]
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିସାରିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ‘ଚନ୍ଦ୍ରଯାନ-୨’କୁ ସଫ୍ଟ ଲ୍ୟାଣ୍ଡ୍ କରାଇ ଇତିହାସ ରଚିବା ପାଇଁ ଇସ୍ରୋ ପୂରା ଦମ୍ ଲଗାଇଦେଇଛି। କାହିଁକି ବିଭିନ୍ନ ଦେଶ ଏବଂ କମ୍ପାନୀ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିବାକୁ ଚାହାଁନ୍ତି ସେ ସମ୍ପର୍କରେ ଆଜି ଇସ୍ରୋ କେତେକ […]
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଏବଂ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୨ ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି। ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍ ଏବଂ ଅନ୍ୟ ୫ ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଆଜି ଅପରାହ୍ଣରେ ଏହି […]
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ […]
ବେଙ୍ଗାଲୁରୁ: ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କର୍ଣ୍ଣାଟକାରେ ସର୍ବାଧିକ ୩୩ ଜଣ ମନ୍ତ୍ରୀ ହୋଇପାରିବେ। ତେଣୁ ଦଳୀୟ ହାଇକମାଣ୍ଡ ୧୬ଟି ପଦ ଫାଙ୍କା ରଖିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଆଶା ରଖିଥିବା ବିଜେପି ନେତାମାନେ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉଠାଇବା […]
ସିକନ୍ଦରାବାଦ: ପୁଅ ପେଟେ ଖାଇବ ବୋଲି ବାପା ଦିନେ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ପୁଅକୁ ଖୁଆଉଥିଲା। ପୁଅ ଖାଇଲେ ବାପାର ବି ପେଟ ପୂରି ଯାଉଥିଲା। ଆଉ ପୁଅ ଯେବେ ବଡ଼ ହେଲା, ସେଇ ବାପାକୁ ସେ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଏଭଳି ସମ୍ପର୍କକୁ ରକ୍ତରଞ୍ଜିତ କରିଦେବା ଭଳି ଖବର ଆସିଛି ତେଲେଙ୍ଗାନା ସିକନ୍ଦରାବାଦ ମାଲକାଜିଗରି ଅଞ୍ଚଳରୁ। ନିଜ ବାପାକୁ ହତ୍ୟା କରିବା ପରେ ପୁଅ ଜଣଙ୍କ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କାଶ୍ମୀର ପିପଲ୍ସ ମୁଭ୍ମେଣ୍ଟ ନେତା ତଥା ପୂର୍ବତନ ଜେଏନ୍ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ ଆଜି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି,ଶେହଲା ରସିଦ ଭାରତ ସରକାର ଓ ସେନାର ଯବାନଙ୍କ ବିରୋଧରେ ଅପପ୍ରଚାର […]
ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ମିଳିଲା ଆଉ ୨ ସପ୍ତାହ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଏହି ଅବଧି ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ମେଡିକାଲ ଖର୍ଚ୍ଚ ପାଇଁ ୫ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦୁଷ୍କର୍ମ ପୀଡ଼ିତା ଓ […]
ଶ୍ରୀନଗର: ନିଶ୍ଚିତ ମରଣ ମୁହଁରୁ ବଞ୍ଚିଲା ଦୁଇ ଜୀବନ। ଜମ୍ମୁର ତାୱି ନଦୀ ବନ୍ୟାରେ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ଦୁଇ ଜଣ ମତ୍ସଜୀବୀ ନଦୀକୁ ଯାଇଥିବା ବେଳେ ହଠାତ ନଦୀର ଜଳସ୍ତର ବଢ଼ିବାରୁ ଏମାନେ ଜଳବନ୍ଦୀ ଅବସ୍ଥାରେ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବାୟୁସେନାର ହେଲିକପ୍ଟର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଯବାନ […]