Advertisment

ଛାତ୍ରଙ୍କୁ ରାଗିଂ ! ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍, ୪ ଜଣଙ୍କୁ ବିଦା

ଗତ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରାଗିଂ ହୋଇଥିଲା । ପ୍ରଥମ ବର୍ଷ ଛାତ୍ରଙ୍କ ସହ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ର ରାଗିଂ କରିଥିଲେ  ।

author-image
Satyendu Shekher Mishra
Ragging

Ragging

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍ ନେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ। ଘଟଣାରେ ସଂପୃକ୍ତ ଥିବା ୪ ଜଣ ଛାତ୍ରଙ୍କୁ ସପ୍ତାହେ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୧୩ ଜଣଙ୍କୁ ହଜାରେ ଟଙ୍କା ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏନେଇ ସବିଶେଷ ରିପୋର୍ଟ ୟୁଜିସିକୁ ପଠାଯାଇଛି।

Advertisment

ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲ୍ ର ଦ୍ୱିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲ୍‌ରେ ଅଭିଯୋଗ ହୋଇଥିଲା। ୟୁଜିସି ପକ୍ଷରୁ ୨୨ତାରିଖ ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଘଟଣାର ତଦନ୍ତ କରିଛି ବିଶ୍ୱବିଦ୍ୟାଳୟର ଆଣ୍ଟିରାଗିଂ କମିଟିର ୧୨ଜଣିଆ ଟିମ୍। ରିପୋର୍ଟକୁ ଆଧାର କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରା ହଷ୍ଟେଲରେ ରହୁଥିବା ୪ ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ କୁହାଯାଇଛି।

Student Ragging
Advertisment
Advertisment