ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ବିନା ଟିକେଟ୍ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା […]
ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। ତେବେ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ଏବ […]
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]
ନୂଆଦିଲ୍ଲୀ: ଆଜି ୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ। କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ସଗର୍ବେ ଉଡ଼ୁଛି ତ୍ରିରଙ୍ଗା। ଦିଲ୍ଲୀ ଲାଲ୍କିଲ୍ଲାରେ ଆଜି ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି କୌଣସି ଅପ୍ରୀତିକରଣ ଘଟଣା ଏଡ଼ାଇବା ପାଇଁ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ […]
ଶ୍ରୀହରିକୋଟା: ପୃଥିବୀ କକ୍ଷ ପରିତ୍ୟାଗ କରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨। ଯୋଜନା ମୁତାବକ ଆଜି ଭୋର ୨ଟା ୨୧ ମିନିଟରେ ଇସ୍ରୋ ବୈଜ୍ଞାନିକମାନେ ଟ୍ରାନ୍ସ ଲୁନାର ଇଂଜେକସନ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଚନ୍ଦ୍ରଯାନ-୨ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ମୁହାଁ ହୋଇଛି। ଜୁଲାଇ ୨୨ରେ ଚନ୍ଦ୍ରଯାନ ୨ର ଉତ୍କ୍ଷେପଣ ପରେ ୫ଥର ଏହାର କକ୍ଷପଥରେ ପରିବର୍ତ୍ତନ ଅର୍ଥାତ୍ ଅର୍ବିଟ୍ ରେଂଜିଂ ମାନ୍ୟୁଭର କରାଯାଇଥିଲା। ଆଜି ସକାଳେ ଅତି ଜଟିଳ ମନେକରାଯାଉଥିବା […]
ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମନା। ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର F 16 ଫାଇଟର୍ ଜେଟ୍କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ। ଅଭିନନ୍ଦନଙ୍କ ବୀର, ସୌର ଏବଂ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ବାଲାକୋଟ୍ ଏୟାରଷ୍ଟାଇକ୍ […]
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଝଲସିଲା ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ସଂସଦ ଭବନର ବାହାର ଭାଗକୁ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଲୋକସଭା ବାଚସ୍ପତି, ରାଜ୍ୟସଭାର ଉପସଭାପତି, କ୍ୟାବିନେଟ ମନ୍ତ୍ରୀ ଓ ସାଂସଦ ମାନେ ଉପସ୍ଥିତ ଥିଲେ। ସଂସଦକୁ ଆଲୋକିତ କରିବା ପାଇଁ ଲାଗିଥିବା LED ଲାଇଟରେ ବିଦ୍ୟୁତ ଖର୍ଚ୍ଚ କମ୍ ହେବା ସହ ଏହା ପରିବେଶ ଅନୁକୂଳ। ସାଉଥ ଓ […]
ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଉତ୍ତରପ୍ରଦେଶର ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସେନ୍ଗାରଙ୍କ ନାମରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବାର ଚାର୍ଜ ଲାଗିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ନାମରେ ଏବଂ ତାଙ୍କ ଭାଇ ତଥା ଏହି ମାମଲାର ସହ ଅଭିଯୁକ୍ତ ଅତୁଲ ସେନ୍ଗାରଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି। ଏହି କେସ୍ ସହି ଜଡ଼ିତ ୩ ଜଣ ପୁଲିସ୍ କର୍ମଚାରୀଙ୍କ ନାମରେ ମଧ୍ୟ ହତ୍ୟା ଅପରାଧର ଚାର୍ଜ ଲାଗିଛି। କିନ୍ତୁ ବିଧାୟକ ସେନ୍ଗାର […]
କୋଲକାତା: କଂଗ୍ରେସ ସାଂସଦ ଶଶି ଥରୁର ଗତ ବର୍ଷ ‘ହିନ୍ଦୁ ପାକିସ୍ତାନ’ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ କୋଲକାତାର ଏକ କୋର୍ଟ ତାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି। ସୁମିତ ଚୌଧୁରୀ ନାମକ ଜଣେ ଓକିଲଙ୍କ ଆବେଦନ କ୍ରମେ ଏହି କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ ଗିରଫ ପରୱାନା ଜାରି କରିଛନ୍ତି ସ୍ଥାନୀୟ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ। ଗତ ବର୍ଷ ଜୁଲାଇ ମାସରେ ଥରୁର କହିଥିଲେ, ବିଜେପି ଯଦି ୨୦୧୯ ଲୋକସଭା ନିର୍ବାଚନ ଜିତିବ ଏହା […]
ଲକ୍ଷ୍ନୌ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୮ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ‘ଅସାମ୍ବିଧାନିକ’। ଉତ୍ତରପ୍ରଦେଶର ସୋନ୍ଭଦ୍ରା ଗୁଳିକାଣ୍ଡରେ ମୃତ ୧୦ ଜଣ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, “ଯେଉଁଭଳି ଭାବେ ଏହି ପଦକ୍ଷେପ (୩୭୦ ଉଚ୍ଛେଦ) ନିଆଗଲା, ତାହା ସମ୍ପୂର୍ଣ୍ଣ […]