ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ‘ଅସାମ୍ବିଧାନିକ’ ବୋଲି ଏଥିରେ ଯୁକ୍ତି କରାଯାଇଛି। ଏଥିରେ ଆବେଦନ କରାଯାଇଛି ଉପରୋକ୍ତ ସମସ୍ତ ନିଷ୍ପତ୍ତିକୁ କୋର୍ଟ ‘ଅବୈଧ ଏବଂ ଅଚଳ ଦର୍ଶାନ୍ତୁ’। ଏନ୍ସିର ଦୁଇ ଲୋକସଭା ସାଂସଦ […]
ନୂଆଦିଲ୍ଲୀ: ଝାରଖଣ୍ଡ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର। ଶୁକ୍ରବାର ସେ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ରାହୁଲ୍ଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଜଣେ ଭାରତୀୟ ହିସାବରେ ଏବଂ ସବୁଠାରୁ କମ୍ ବୟସରେ ପୁଲିସ ବୀରତା ପୁରସ୍କାର ବିଜେତା ଭାବରେ ଜାମ୍ସେଦ୍ପୁରରେ ସମସ୍ତ ମାଫିଆ ରାଜ୍ ଶେଷ କରିସାରିବା ପରେ ମୁଁ ଦୃଢ଼ତାର ସହ କହୁଛି ଯେ ସେହି ଭୟଙ୍କର ଅପରାଧୀମାନେ ମୋ ଦଳର ସହଯୋଗୀ […]
ନୂଆଦିଲ୍ଲୀ: ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନୂଆ ସଭାପତି ଚୟନ ନେଇ ଆଲୋଚନା ହୋଇଛି। ଏଥିରେ କଂଗ୍ରେସର ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଗାନ୍ଧି ଦୂରେଇ ରହିଥିଲେ। ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଥିଲେ ଉଭୟ ସୋନିଆ ଓ ରାହୁଲ୍। ଏବଂ ବିଦାୟୀ ସଭାପତି ରାହୁଲ ଗାନ୍ଧି ଏଥିପାଇଁ ବୈଠକରୁ ଫେରିଆସିଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପୁଣି ଏହି ପ୍ରସଙ୍ଗରେ ବୈଠକ ବସିବ। ଏଥିପାଇଁ କମିଟିକୁ ୫ଟି […]
ନୂଆଦିଲ୍ଲୀ: ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନ୍ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କୁ ନିଜ ବୋହୂ। ଶ୍ୱଶୁର ମନୋଜ ସୋକିନ୍ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପଶ୍ଚିମ ବିହାର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମନୋଜ୍ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍ଗ୍ଲୋଇ ବିଧାନସବା ସିଟ୍ରୁ ସେ ଦୁଇଥର ବିଧାୟକ ହୋଇଛନ୍ତି। ପୁଲିସ୍ର କହିବାନୁସାରେ, ୨୦୧୮ ଡିସେମ୍ବର୍ ୩୧ ଏବଂ ୨୦୧୯ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରିରେ ବନ୍ଧୁକ ଏଭଳି ଅଘଟଣ ଘଟିଥିଲା। ୨୦୧୮ ଡିସେମ୍ବର୍ […]
ନୂଆଦିଲ୍ଲୀ; ସୁଷମା ସ୍ୱରାଜ୍ କେବଳ ଯେ ଭାରତର ତାହା ନୁହେଁ, ସେ ସାରା ବିଶ୍ୱର ଜଣେ ଲୋକପ୍ରିୟ ନେତ୍ରୀ ଥିଲେ। ତାହା ପ୍ରମାଣିତ ହୋଇଛି। ତାଙ୍କର ହଠାତ୍ ମୃତ୍ୟୁ ବିଶ୍ୱବାସୀଙ୍କୁ ହତବାକ୍ କରିଦେଇଛି। ସୁଷମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ୫୧ଟି ଦେଶର କୁଟନୀତିଜ୍ଞମାନେ(ବୈଦେଶୀକ ସମ୍ପର୍କ ପରିଚାଳନା କର୍ତ୍ତା) ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଜାତିସଂଘର ‘ପର୍ମାନେଣ୍ଟ ମିଶନ୍ ଅଫ୍ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହିସବୁ ଶୋକବାର୍ତ୍ତାକୁ ଏକ ପୁସ୍ତକରେ ସଂଗୃହିତ କରି ରଖାଯାଇଛି। ଭାରତୀୟ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ କଲା ଋଷିଆ। ଭାରତ ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ମତାନ୍ତରକୁ ଦ୍ୱିପାଖିକ କଥାବାର୍ତ୍ତା କରି ଏହାର ସମାଧାନ […]
ଅହମଦାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟ ଖେଡା ଜିଲ୍ଲାର ପ୍ରଗତିନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି । ୪ ଜଣଙ୍କର ମୃତଦେହ ଏଯାଏ ଉଦ୍ଧାର କରାଯାଇଥିବା ବେଳେ ୫ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା ତଳେ ଆହୁରି ୭ରୁ ୮ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀର ଟିମ୍ ପହଞ୍ଚି ଉଦ୍ଧାର […]
ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି, “ଅରୁଣ ଜେଟ୍ଲୀଙ୍କୁ ଆଜି ସକାଳେ ଏମ୍ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହେମୋଡାଇନାମିକାଲି ସ୍ଥିର ରହିଛି।” ହେମୋଡାଇନାମିକାଲି […]
ମୁମ୍ବାଇ: ବିଦେଶ ଯିବାକୁ ବାହାରିଥିବା ଏନ୍ଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟଙ୍କୁ ମୁମ୍ବାଇ ବିମାନ ବନ୍ଦର ଅଟକାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଉଡ଼ାଣ ପାଇଁ ମନା କରିବା ଅବସରରେ କହିଥିଲେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ପକ୍ଷରୁ ଏପରି କରିବାକୁ କୁହାଯାଇଛି। ପ୍ରଣୟ ଏବଂ ରାଧିକାଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରହିଛି ଏବଂ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହା ଗଣମାଧ୍ୟମ ସ୍ୱାଧୀନତାର […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ଚିକିତ୍ସା ଯୋଗାଇ ଦେଉଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି। ହେଲେ ଇଣ୍ଟରନେଟ୍ ସେବା ପୂର୍ବ ଭଳି ବନ୍ଦ ରହିଛି। କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଜମ୍ମୁ ଓ […]
ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ-କାଶ୍ମୀରରେ ପୂର୍ବବତ୍ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ। ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ […]
ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ଚିଫ୍ ହ୍ୱିପ୍ ତଥା ସାଂସଦ ଥିବା ଭୁବନେଶ୍ୱର କଲିତା ଆଜି ବିଜେପିରେ ମିଶିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ବିରୋଧ କରି ଭୁବନେଶ୍ୱର ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଆସାମରୁ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୯ରେ ଶେଷ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ, ଅଗଷ୍ଟ ୫ ତାରିଖରେ […]
ଭୁବନେଶ୍ୱର: ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ଚିକିତ୍ସା ଯୋଗାଇ ଦେଉଛନ୍ତି। ଦିଲ୍ଲୀ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ […]
ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ। ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିବା, ପାକିସ୍ତାନରେ […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଆଜି ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍ ଯାଏ […]
ଇସ୍ଲାମାବାଦ: ନୋବେଲ ପୁରସ୍କାର୍ ବିଜେତା ତଥା ପାକିସ୍ତାନର ସାମାଜିକ କର୍ମୀ ମଲାଲା ୟସୁଫଜାଇ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଉଥିଲା। ଏବେ ସେଠାରେ ଥିବା ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “କାଶ୍ମୀରବାସୀ ଆତଙ୍କର ପରିବେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ମୁଁ ପିଲାବେଳେ ଏବଂ ମୋ ବାପା ମା’ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ ଏଭଳି ବିଭାଜନରେ ଖୁସି ଥିବା କେନ୍ଦ୍ର ସରକାର କହୁଥିଲେ ହେଁ ଏଠାରେ ଏକ ଭିନ୍ନ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା ଜାରି […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍ କ୍ୟାମ୍ପ’ ସହ ତୁଳନା କରିଛନ୍ତି। ଏହି ବୟାନକୁ ନେଇ ପାକିସ୍ତାନ ଉତ୍ସାହିତ ହୋଇ ଉଠିଛି। ସୋଶାଲ୍ ମିଡିଆରେ ଭାରତ ବିରୋଧରେ ଚାଲିଥିବା ଅପପ୍ରଚାରରେ କଂଗ୍ରେସ ନେତାଙ୍କ ବାକ୍ୟବାଣକୁ ବ୍ୟବହାର […]
ନୂଆଦିଲ୍ଲୀ: ଧାରା ୩୭୦ର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍କୋର୍ଟ। ଭାରତ ସରକାର ଅସାମ୍ବିଧାନିକ ଢଙ୍ଗରେ ଜମ୍ମୁ-କଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦କୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରଦ୍ଦ କରିଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣିକୁ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ କଂଗ୍ରେସ ସମର୍ଥିତ ସ୍ୱେଚ୍ଛାସେବୀ ତେହସିନ ପୁନାୱାଲା ମଧ୍ୟ ଜମ୍ମୁ-କଶ୍ମୀରରେ ଗତ ୪ ଦିନ ହେଲା ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇବା ପାଇଁ ନିବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]
ନୂଆଦିଲ୍ଲୀ: ମୋଦି ସରକାର ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସର କିଛି ନେତା ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ କରଣ ସିଂହ କିନ୍ତୁ ଏହାକୁ ଦୃଢ଼ ସମର୍ଥନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ମୋଦି ସରକାରଙ୍କ ଜମ୍ମୁ-କାଶ୍ମୀର ନୀତିକୁ ଅନ୍ଧ ଭାବେ ସଂପୂର୍ଣ୍ଣ ବିରୋଧ କରିବା ଠିକ୍ ନୁହେଁ। ଲଦାଖକୁ କେନ୍ଦ୍ର ସରକାର ଏକ କେନ୍ଦ୍ର […]
ଗଞ୍ଜାମ: ନକଲି ଗୁଟ୍ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍ଖା ସହ ୫ବସ୍ତା ଗୁଟ୍ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ଧରି ପାଣିଗ୍ରାହୀ ପେଣ୍ଠସାହିରେ ଦୁଇ ଭାଇ ଏହି କାରଖାନା ଚଳାଇ ଆସୁଥିଲେ। ଏମାନେ ନକଲି ଗୁଟ୍ଖାକୁ ଆଣି ପୁଣିଥରେ ଭେଜାଲ […]
ଇସ୍ଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍ ରୋଡ୍ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ […]