ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। କୋର୍ଟ ଚିଦାମ୍ବରମ୍ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍ଙ୍କ ଅନ୍ତରୀଣ […]
ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତେବେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ସେ ଏଥିପାଇଁ ପ୍ରଳାପ କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ। ଲଦାଖ ଗସ୍ତ ଅବସରରେ ଆଜି ରାଜନାଥ କହିଛନ୍ତି, ପଡ଼ୋଶୀ ଭାବେ ପାକିସ୍ତାନକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ କାଶ୍ମୀର ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ଚେତାଇ ଦେଇଛନ୍ତି ରାଜ୍ନାଥ। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ […]
ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବାଚାଳ ପ୍ରାୟ ହୋଇଯାଇଥିବା ପାକିସ୍ତାନ ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଗଜନବୀ କ୍ଷେପଣାସ୍ତ୍ରକୁ ଗତକାଲି ପରୀକ୍ଷା କରିଛି ପାକିସ୍ତାନ। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହା ପରମାଣୁ ଅସ୍ତ୍ର ବହନ କରିବା କ୍ଷମତା ରଖୁଛି। ଗତକାଲି ରାତିରେ ସଫଳତାର ସହ ଏହି ପରୀକ୍ଷଣ କରାଯାଇଥିବା ପାକିସ୍ତାନ ଡିଜି ISPR ପକ୍ଷରୁ ଟୁଇଟ୍ କରି ଭିଡିଓ […]
ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ ତୋପ ସଲାମୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜେଟଲୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଅ ରୋହନ୍ ଜେଟଲୀଙ୍କୁ ମୁଖାଗ୍ନି ଦେଇଥିଲେ। ବିଭିନ୍ନ ରାଜନୀତିକ ଦଳର ନେତା ଏବଂ ଜେଟଲୀଙ୍କ ଅନ୍ୟ କିଛି ଶୁଭେଚ୍ଛୁ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଶନିବାର ୬୬ ବର୍ଷ ବୟସରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ ‘ଡିସକଭରି ଚ୍ୟାନେଲ’ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲ୍ସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯାହା ହିନ୍ଦୀରେ କହୁଥିଲେ, ତାକୁ ସେ କେମିତି ବୁଝୁଥିଲେ? ଏକଥା କିଛି ଲୋକ ତାଙ୍କୁ ପଚାରିଥିଲେ ବୋଲି ମୋଦି କହିଛନ୍ତି। ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି […]
ନୂଆଦିଲ୍ଲୀ: ଅଗଷ୍ଟ ୨୯ରୁ ଦେଶରେ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ। ଦେଶବାସୀଙ୍କୁ ଆଜି ମନ୍ କି ବାତ୍ ଶୁଣାଇବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କୁ ଫିଟ୍ ହେବା ସହ ସଚେତନ ହେବା ଆଶା ରଖୁଛି ବୋଲି ମୋଦି କହିଛନ୍ତି । ସେହିଭଳି ଗତ କିଛି ବର୍ଷ ହେବ ଗାନ୍ଧି ଜୟନ୍ତୀ […]
ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଳିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। […]
ନୂଆଦିଲ୍ଲୀ: ବିଜେପି ରାଜନୀତିରେ ଉଜ୍ଜ୍ୱଳ ଜ୍ୟୋତିଷ୍କ ହୋଇ ଜଳୁଥିବା ଅରୁଣ ଆଜି ଅସ୍ତ ହୋଇଯାଇଛନ୍ତି ମରଣପାରିର ଅଦୃଶ୍ୟ ଆକାଶ ସେପଟେ। ନୂଆ ଦିଲ୍ଲୀର ଏମ୍ସ ହସ୍ପିଟାଲ୍ରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ଅରୁଣ ଜେଟ୍ଲୀଙ୍କର ଆଜି ୬୬ ବର୍ଷରେ ଦେହାନ୍ତ ହୋଇଛି। ଦଳର ପ୍ରତ୍ୟେକ ଉତ୍ଥାନ ପତ୍ତନକୁ ସାମ୍ନା କରିବା ପାଇଁ ଆଗେଇ ଆସୁଥିଲେ ବିଜେପିର ଏହି ଟଲ୍ ମ୍ୟାନ୍। ମୋଦିଙ୍କ ପ୍ରଥମ ସରକାରରେ ଅର୍ଥମନ୍ତ୍ରୀ ସାଙ୍ଗକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସୂଚନା ଲୋକସମ୍ପର୍କ ଭଳି […]
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ୬୬ ବର୍ଷରେ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଜଗତରେ ଶୋକର ଛାୟା ଖେଳି ଯାଇଛି। ରାଷ୍ଟ୍ରପତି, ଉପରାଷ୍ଚ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ଟ୍ୱିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। With the demise of Arun Jaitley […]
ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ସଙ୍କଟମୋଚକ ସାଜିଥିବା ଅରୁଣ ଜେଟଲୀ ପେସାରେ ଜଣେ ଆଇନଜୀବୀ ଥିଲେ। ସେ ସୁପ୍ରିମକୋର୍ଟରେ ମଧ୍ୟ ଓକିଲାତି କରୁଥିଲେ।ଜେଟଲୀ କେବେ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇନଥିଲେ ମଧ୍ୟ ଚଳିତ ବିଜେପି […]
ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମାରରେ ଆଜି ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି ସୂଚନାଯୋଗ୍ୟ, ପୁଲିସ ନାରାୟଣପୁରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ନକ୍ସଲ ଯବାନଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ବୋଲି ଡିଆଇଜି ପିଆର ପୌକରା କହିଛନ୍ତି।