ନୂଆଦିଲ୍ଲୀ: ପୁଣି ବଢ଼ିପାରେ ମୋବାଇଲ ଟାରିଫି ପ୍ଲାନ। ନିକଟରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ ସଂସ୍ଥା ନିଜର ଟାରିଫି ପ୍ଲାନକୁ ୪୦ ପ୍ରତିଶତ ବଢ଼ାଇ ଦେଇଥିଲ। ଆଉ ଏବେ ପୁଣି ଟାରିଫି ପ୍ଲାନ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ଉଦ୍ଧାର କରିବା ପାଇଁ ଏପରି ହୋଇପାରେ ବୋଲି ଏକ୍ସପର୍ଟ କହୁଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ(COAI)ର ନିର୍ଦ୍ଦେଶକ ଜେନେରାଲ୍ ରାଜନ ମୈଥ୍ୟୁଜ୍ଙ୍କ ବିଚାରରେ ଟେଲିକମ୍ କମ୍ପାନୀର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ହେଲେ […]
ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତି ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଯୋଜନା ଜଳ ସଂକଟର ସମ୍ମୁଖୀନ ହେଉଥିବା ଉତ୍ତର ପ୍ରଦେଶ, […]
ମୁମ୍ୱାଇ: ମହାରାଷ୍ଟ୍ରରର ଉଦ୍ଧବ ଠାକ୍ରେଙ୍କ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକୁ କମାଇ ଦେଇ ପୁଅ ଆଦିତ୍ୟ ଠାକ୍ରେଙ୍କ ସୁରକ୍ଷା ବଢ଼ାଇଦେଇଛନ୍ତି। ଏପର୍ଯ୍ୟନ୍ତ ସଚିନଙ୍କୁ ଏକ୍ସ କ୍ୟାଟାଗୋରୀର ସୁରକ୍ଷା ମିଳୁଥିଲା ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ଆଦିତ୍ୟଙ୍କୁ ପୂର୍ବରୁ ୱାଇ ପ୍ଲସ୍ କ୍ୟାଟାଗୋରୀ ସୁରକ୍ଷା ମିଳୁଥିଲା, ଯାହାକୁ ଏବେ ବଢ଼ାଇ ଜେଡ୍ ଶ୍ରେଣୀୟ କରିଦିଆଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ୱାଇ ପ୍ଲସ୍ରୁ ବଢ଼ାଇ ଜେଡ୍ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। […]
ନୂଆଦିଲ୍ଲୀ: “କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ହେଲେ ଲାଇଭ୍ ପେଟ୍ରୋଲ୍ ବୋମ। ସେମାନେ ଯେଉଁଠିକି ବି ଯିବେ ନିଆଁ ଲଗାଇବେ, ଯାହାଫଳରେ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହେବ।” ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଏମିତି ବିବାଦୀୟ ବୟାନ୍ ଦେଇଛନ୍ତି ହରିୟାଣା ବିଜେପି ନେତା ଅନିଲ୍ ଭିଜ୍। ମଙ୍ଗଳବାର ସନ୍ଧ୍ୟାରେ ସେ ଟ୍ୱିଟ୍ କରି ଏପରି ମନ୍ତବ୍ୟ ଦେଇଛନ୍ତି। ଗତକାଲି ରାହୁଲ୍ ଓ ପ୍ରିୟଙ୍କା ସିଏଏ(ସିଟିଜେନ୍ସିପ୍ ଆମେଣ୍ଡମେଣ୍ଟ ଆକ୍ଟ) ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କ […]
କୋଲକାତା: ପୋଲ ତଳେ ଫସିଗଲା କ୍ଷତିଗ୍ରସ୍ତ ବିମାନ। କବାଡ଼ି ଖାନାକୁ ଭଙ୍ଗା ହେବାକୁ ଯାଉଥିବା ବେଳେ ବାଟରେ ହିଁ ଦୁର୍ଘଟଣାର ସମ୍ମୁଖିନ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଡାକ ବିଭାଗର ଦୀର୍ଘବର୍ଷ ଧରି ସେବା ଯୋଗାଇବା ପରେ ଅବସର ନେଇଥିଲା। ଏହାପରେ ବିମାନକୁ ଭଙ୍ଗା ହେବାକୁ କବାଡ଼ି ଖାନାକୁ ନିଆଯାଉଥିଲା। କିନ୍ତୁ ଏହା ପଶ୍ଚିମବଙ୍ଗ ଦୁର୍ଗାପୁର ଜାତୀୟ ରାଜପଥ ୨ ନିକଟ ଏକ ଫ୍ଲାଏ ଓଭରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘନ କୁହୁଡ଼ି ଯୋଗୁ ଲରି ଡ୍ରାଇଭର […]
ଭୁବନେଶ୍ୱର: ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ ହେଉଛି। ଦିନ ୮ଘଣ୍ଟା ୨୦ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ ପାକତ୍ୟାଗ କରାଯିବ। ଅନ୍ନ ଭୋଜନ ଏବଂ ଦେବନୀତି ନିଷେଧ ରହିଛି। ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ହେବ। ସେପଟେ ସୂର୍ଯ୍ୟପରାଗକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ […]
ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇବା ପରେ ଜବରଦସ୍ତ ଡ୍ୟାନ୍ସ କଲେ ପୂର୍ବତନ ବିଜେପି ନେତା ସର୍ଯ୍ୟୁ ରୟ।। ଖୁସିରେ ମସଗୁଲ ହୋଇ ନାଚିଲେ ଏକଦା ବିଜେପିର ଘନିଷ୍ଠ ତଥା ବରିଷ୍ଠ ନେତା ସର୍ଯ୍ୟୁ। ରଘୁବରଙ୍କୁ ଜାମ୍ସେଦପୁର ପୂର୍ବ ଆସନରୁ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ୍ରେ ହରାଇ ଦେଇଛନ୍ତି ସର୍ଯ୍ୟୁା ଆଉ ତା’ପରେ ଅମିତାଭଙ୍କ ଫିଲ୍ମ ଲାୱାରିସ୍ର ସୁପରହିଟ୍ ଗୀତ ‘ଆପ୍ କା କ୍ୟା ହୋଗା ଜନାବେ ଅଲ୍ଲୀ’ରେ ସେ ଜବରଦସ୍ତ ଠୁମ୍କା ଲଗାଇଛନ୍ତି […]
ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।
ହାଇଦ୍ରାବାଦ: ହାଇଦ୍ରାବାଦ୍ ପୁଲିସ ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସନ୍ତା ସୋମବାର ଅପରାହ୍ଣ ୫ଟା ସୁଦ୍ଧା ପୋଷ୍ଟମର୍ଟମ ସାରି ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି। ପୂର୍ବ ରିପୋର୍ଟ ସହ ଦ୍ୱିତୀୟ ଥର ହେବାକୁ ଥିବା ପୋଷ୍ଟମର୍ଟମ ରିପୋର୍ଟକୁ ମିଳାଇ ତର୍ଜମା କରିବାକୁ ଏସ୍ଆଇଟି କୋର୍ଟରେ ଆବେଦନ କରିଥିଲା। […]
ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ କରିବା ବଲିଉଡ୍ ଫିଲ୍ମର ଦୃଶ୍ୟ ପରି ମନେ ହେଉଥିଲେ ହେଁ, ଭାରତରେ ବାସ୍ତବରେ ଏଭଳି ଘଟଣା ସବୁ ଘଟୁଛି। ଅନ୍ୟପକ୍ଷରେ ଭାରତୀୟଙ୍କ ମଦ ପିଇବା ଅଭ୍ୟାସ ବାବଦରେ […]
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବେ ଲ୍ୟୁଟନାଣ୍ଟ ଜେନାରାଲ ମନୋଜ ମୁକୁନ୍ଦ ନରୱାଣେ। ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ବିପନ ରାୱତ ଆସନ୍ତା ୩୧ ତାରିଖରେ ଅବସର ନେବେ। ଏହାପରେ ନରୱାଣେ ଦାୟିତ୍ୱ ଗ୍ରହଣ କରିବେ। ଏବେ ଶ୍ରୀ ନରୱାଣେ ସ୍ଥଳସେନାର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ହିଁ ସ୍ଥଳସେନା ମୁଖ୍ୟ ପଦ ମିଳିଛି। ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ଥଳର ସେନାର ଉପମୁଖ୍ୟ ପଦ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି କ୍ୟାମ୍ପସରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୁଲିସ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆଲୁମନି ଆସୋସିଏସନ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା କିମ୍ବା ହିଂସା ଭିଆଇବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକମାନେ ସେମାନଙ୍କ ଅଧିକାର ପାଇଁ […]