ନଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍। ଏଲପିଜି ସିଲିଣ୍ଡର ପିଛା ୧୪୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଇନ୍ଧନ ଦର ବୃଦ୍ଧି ହେବା ଫଳରେ ଏହି ଦାମ ବଢ଼ାଇଯାଇଥିବା କୁହାଯାଉଛି। ଏହି ଦର ବୃଦ୍ଧି ଫଳରେ ରାଜ୍ୟରେ ଏବେ ୧୪.୨କିଲୋଗ୍ରାମ ସିଲିଣ୍ଡର ଦାମ ୭୪୬ .୫୦ରୁ ବଢି ୮୯୫ଟଙ୍କା ହୋଇଛି। ତେବେ ଘରୋଇ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସରକାର ଏହି ଇନ୍ଧନ ଉପରେ ସବସିଡିକୁ ପ୍ରାୟ ଦୁଇଗୁଣା […]
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହା ତାଙ୍କ ଦଳ ଫେରାଇଦେଇଥିବା ଜଣାପଡ଼ିଛି। ଗତକାଲି ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଆପ୍ର ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ମାନ ବଞ୍ଚାଇବାକୁ ସପଳ ହୋଇଥିବା ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆପ୍ ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ ଚଳିତ ଥର […]
ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଦ୍ୱିତୀୟ ଓ […]
ବେଜିଂ: ଚାଇନାରୁ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଏବଂ ସାରା ବିଶ୍ୱରେ ୪୩ ହଜାର ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍ର ନାମ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ‘କୋଭିଡ୍-୧୯’ ରଖାଯାଇଛି। ଡବ୍ଲ୍ୟୁଏଚ୍ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେସସ୍ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ସେ ଜେନେଭାରେ […]
ନୂଆଦିଲ୍ଲୀ: ମାଗଣା ବିଜୁଳି, ପାଣି ଓ ବସ୍ଯାତ୍ରା ବନାମ ସିଏଏ, ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର କି ଟ୍ରିପଲ୍ ତଲାକ୍ ? ଆପ୍ର ବିକାଶ ମଡେଲ୍ ବନାମ୍ ବିଜେପିର ଜାତୀୟତାବାଦ୍ ନାରା। ପ୍ରଶାନ୍ତ କିଶୋରଙ୍କ ସୁକ୍ଷ୍ମ ଗୋଟି ଚାଳନା ଆଗରେ ଫେଲ ମାରିଲା କି ଅମିତ୍ ଶାହ ଆଣ୍ଡ କୋର ଷ୍ଟ୍ରାଟେଜି? CAA, NRC, NPR ଓ ଶାହୀନବାଗ ବିଜେପିକୁ ଭାରି ପଡ଼ିଲା ନା କେଜରିଓ୍ୱାଲଙ୍କ ସୁକ୍ଷ୍ମ ହିନ୍ଦୁତ୍ୱ ଓ ଦେଶଭକ୍ତି ପାଠ୍ୟକ୍ରମ ଆପ୍ ଲାଗି ନିର୍ଣ୍ଣାୟକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ, ଶାହାଙ୍କ ସହ ୯ କେନ୍ଦ୍ର ମନ୍ତ୍ରୀ, ୬ ମୁଖ୍ୟମନ୍ତ୍ରୀ ଓ ୧୦୦ରୁ ଅଧିକ ସାଂସଦଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଦିଲ୍ଲୀରେ ମାଟି କାମୁଡ଼ିଲା ବିଜେପି। ପ୍ରଚଣ୍ଡ ବହୁମତ ସହ ଦିଲ୍ଲୀରେ ପୁଣି ଏକ ଐତିହାସିକ ବିଜୟ ପାଇଛି ଆମ୍ ଆଦ୍ମୀ ପାର୍ଟି। ହାଟ୍ରିକ୍ ବିଜୟ ସହ କ୍ଷମତା ବଜାୟ ରଖିବାକୁ ଯାଉଛି କେଜ୍ରିଓ୍ୱାଲ୍ ସରକାର। ୭୦ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୫ର ସଫଳତା ଦୋହରାଇ ଆମ୍ ଆଦ୍ମୀ ପାର୍ଟି ୬୨ ସିଟ୍ ହାସଲ କରିବାକୁ […]
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍ କରାଯାଇଛି। ଏଥିସହିତ କୋର୍ଟ କହିଛନ୍ତି, କର୍ତ୍ତୃପକ୍ଷ ନୂଆ ଏକ ଡେଥ୍ ୱାରେଣ୍ଟ ପାଇଁ ଟ୍ରାଏଲ୍ କୋର୍ଟରେ ଆବେଦନ କରିପାରିବେ। ଜଷ୍ଟିସ୍ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ […]
ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର […]
ନୂଆଦିଲ୍ଲୀ: ଦିଲ୍ଲୀର ପୁଣି କେଜ୍ରି କ୍ରେଜ୍। ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲେ କେଜ୍ରିୱାଲ। ବହୁମତ ସହ ପୁଣିଥରେ ଦିଲ୍ଲୀରେ କ୍ଷମତା ହାସଲ କରିଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ଆମ ଆଦମୀ ପାର୍ଟି। ଦିନେକି ଦୁଇ ଦିନ ଭିତରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। କୁହାଯାଉଛି ଫେବୃଆରୀ ୧୪ ଅର୍ଥାତ ଭାଇଲେଣ୍ଟାଇନ୍ସ ଡେ’ରେ କେଜ୍ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭାଲେଣ୍ଟାଇନ୍ସ ଡେ ରେ କାହିଁକି ? ଭାଇଲେଣ୍ଟାଇନ୍ସ ଡେ’ ସହ […]
ନୂଆଦିଲ୍ଲୀ: ‘ଦିଲ୍ଲୀ ବାଲୋଁ ଗଜବ୍ କରିଦିଆ ଆପ୍ ଲୋଗୋନେ, ଆଇ ଲଭ୍ ୟୁ’ ଦିଲ୍ଲୀରେ ବିପୁଳ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଏପରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀରେ ପୁଣିଥରେ କେଜରିଓ୍ୱାଲଙ୍କ ସରକାର ହେବାକୁ ଯାଉଛି। ଦିଲ୍ଲୀ ରାଜନୀତି ମଇଦାନରେ ହ୍ୟାଟ୍ରିକ୍ ମାରିଛି ଆପ୍। ପୁଣି ଥରେ ପ୍ରଚଣ୍ଡ ଜନମତ ସହ ଦିଲ୍ଲୀବାସୀଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଛନ୍ତି କେଜ୍ରିୱାଲ୍। ଆଉ ବିଜୟ ପରେ ଭାରତ ମାତା କି ନାରା ଦେଇ ସମସ୍ତଙ୍କୁ ଆଇ ଲଭ୍ ୟୁ କହିଛନ୍ତି […]
ପାଣାଜୀ: ଯିଏ ବି ଭାରତରେ କାମ କରିବାକୁ ଚାହୁଁଛନ୍ତି, ସେମାନେ ହିନ୍ଦୁଙ୍କ ସହିତ ମିଶିକି ଓ ହିନ୍ଦୁଙ୍କ ସଶକ୍ତିକରଣ ପାଇଁ କାମ କରିବା କଥା। ଗୋଆ ରାଜଧାନୀ ପାଣାଜୀର ଦୋନା ପାଓଲାଠାରେ ‘ବିଶ୍ୱଗୁରୁ ଭାରତ ଆର୍ଏସ୍ଏସ୍ର ଦୃଷ୍ଟିକୋଣ’ ବିଷୟ ଉପରେ ଭାଷଣ ଦେଇ ଏପରି କହିଛନ୍ତି ଆର୍ଏସ୍ଏସ୍ ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ କହିଛନ୍ତି। ସେହି ଆହୁରି ମଧ୍ୟ କହିଥିଲେ “ ହିନ୍ଦୁ ପୁରାଣ କାଳରୁ ଭାରତ ଉତ୍ଥାନ ଓ ପତନକୁ ଦେଖିଛନ୍ତି। ଭାରତକୁ ହିନ୍ଦୁଙ୍କଠାରୁ […]
ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍ର ରବର୍ଟ କୋଚ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି। ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଭାଇରସ୍ […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଓ ଭାରତୀୟ ବିଚାର କେନ୍ଦ୍ରମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍ଙ୍କର ପରଲୋକ ହୋଇଛି। ରବିବାର ରାତି ୧୨.୧୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କେରଳର ପାଲାକ୍କାଡ୍ ଜିଲ୍ଲାର ଓଟ୍ଟାପ୍ପାଲମ୍ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହ କାମ କରିସାରିଥିବା ପରମେଶ୍ୱରନ୍ […]
ନୂଆଦିଲ୍ଲୀ: ସରକାରୀ ଚାକିରି କିମ୍ବା ପଦୋନ୍ନତିରେ କୋଟା ଏବଂ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧିକାର ନୁହେଁ। ଶୁକ୍ରବାର ଏକ ମାମଲାରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ରାଜ୍ୟଗୁଡ଼ିକୁ କୋଟା ପ୍ରଦାନ କରିବା ପାଇଁ ବାଧ୍ୟ କରିପାରିବ ନାହିଁ। ଏବଂ ସାର୍ବଜନିକ ସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରତିନିଧୀତ୍ୱରେ ଅସନ୍ତୁଳନର କୌଣସି ତଥ୍ୟ ନେ ଦେଇ ଏଭଳି ନିୟମ ଲାଗୁ କରିବାକୁ ରାଜ୍ୟମାନଙ୍କୁ ବାଧ୍ୟ କରାଯାଇ ପାରିବ […]
ଶ୍ରୀନଗର: ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଦ୍ୱାର ନଜର ବନ୍ଦୀ ହୋଇ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଛିନ୍ନତାବାଦୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପିଏସ୍ଏର ଏକ ୬ ପୃଷ୍ଠା ବିଶିଷ୍ଟ ଫାଇଲ୍ରେ ଏପରି କଥା ଉଲ୍ଲେଖ ରହିଛି। ମେହବୁବାଙ୍କୁ ନଜରବନ୍ଦୀ ରଖାଯିବାର କାରଣ ଦର୍ଶାଇ ଏଭଳି ଫାଇଲ୍ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ପିଏସ୍ଏ ହେଉଛି ଏକ ଆଇନ୍। ଏହି ଆଇନ୍ ଆଧାରରେ ବିନା କୌଣସି ମକଦ୍ଦମାରେ […]