• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

manoj
ଡିସେମ୍ବର ୨୬କୁ ଶିଶୁ ଦିବସ ରୂପେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସନ୍ତାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ […]

  • Friday, 23 July 2021
mamata
ବିଜେପି ନିଆଁ ସହ ନ ଖେଳୁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିବାଦୀୟ ନାଗରିକତା ଆଇନ ବିରୋଧରେ ପୁଣି ଏକ ବିଶାଳ ରାଲି କରିଛନ୍ତି। ବିଜେପି ସିଏଏ, ଏନଆରସି ଓ ବର୍ତ୍ତମାନ ଏନପିଆର ଲାଗୁ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ମମତା ଅଭିଯୋଗ କରିଛନ୍ତି। ମମତା ନିଜେ ତାଙ୍କ ମା’ଙ୍କ ଜନ୍ମ ତାରିଖ ଓ ଜନ୍ମ ସ୍ଥାନ ମନେ ରଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ଆଜି ମମତା ନିଜର ଦଳୀୟ କର୍ମୀ […]

  • Friday, 23 July 2021
sha
ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି: ଅମିତ ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି।  ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଦିଲ୍ଲୀ ଲୋକେ ଏହି ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ଙ୍କୁ ଶାସ୍ତି ଦେବେ ବୋଲି କହିବାକୁ ଚାହୁଁଥିବା ଶାହ ଏପରି ମନ୍ତବ୍ୟ ଦେଇଚନ୍ତି। ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ […]

  • Friday, 23 July 2021
naxal attack
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ନକ୍ସଲ ଗିରଫ

ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍‌ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ। ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ। ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା […]

  • Friday, 23 July 2021
stone
୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍; ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଦଙ୍ଗା ଭିଆଇଥିବା ଲୋକଙ୍କଠାରୁ ଆଦାୟ ହେବ କ୍ଷୟକ୍ଷତି ଟଙ୍କା। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍ ଦିଆଯାଇଛି। ଦଙ୍ଗା ବେଳେ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଦାଖଲ ନକଲେ ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଗତ ଶୁକ୍ରବାର ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବ୍ୟାପକ ହିଂସା ହୋଇଥିଲା। ଏଥିରେ ଅନେକ ସମ୍ପତ୍ତି ନଷ୍ଟ […]

  • Friday, 23 July 2021
bsnl
ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି; ୧୯୯୯ ଟଙ୍କାରେ ୪୫୦ ଦିନର ଡାଟା, କଲ୍‌ ଆହୁରି ଅନେକ ଅଫର୍

ନୂଆଦିଲ୍ଲୀ : ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି। କମ୍ପାନୀ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସହିତ ସମସ୍ତ ନେଟୱାର୍ଟକୁ ଅନଲିମିଟେଡ୍‌ କଲିଂ ସୁବିଧା ପାଇପାରିବେ ପୂରା ୪୫୦ ଦିନର ବୈଧତା ସହିତ। ଅର୍ଥାତ୍ ଆସନ୍ତା ବର୍ଷ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକ […]

  • Friday, 23 July 2021
ghara
ଅଯୋଧ୍ୟାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଏହି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ବୁଧବାର ଉତ୍ତର ପ୍ରଦେଶ ପୁଲିସ୍‌ ପୂରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍‌ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ସୋଶାଲ୍‌ […]

  • Friday, 23 July 2021
log
କଣ ସତରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ଲିଙ୍କ୍ ରହିଛି?

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ପିତାମାତାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ […]

  • Friday, 23 July 2021
jing;e
ଜୁମ୍‌ଲା ବେଲ୍‌ସ ଗୀତରେ ବିଜେପିକୁ ଟ୍ରଲ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି। ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି। ଏଥିରେ ଟ୍ୱିଟ୍‌ କରି ଲେଖାଯାଇଛି, “ଜୁମ୍‌ଲା ବେଲ୍ସ ଜୁମ୍‌ଲା ବେଲ୍ସ ଜୁମ୍‌ଲା ଅଲ୍‌ ଦି ୱେ। […]

  • Friday, 23 July 2021
b
ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି

ସାଓ ପାଓଲୋ: ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ସେ ଅସ୍ଥାୟୀ ଭାବେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ୬୪ ବର୍ଷ ବୟସ୍କ ବୋଲସୋନାରେ ସୋମବାର ରାତିରେ ବାଥରୁମ୍‌ ଯାଇଥିବାବେଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏଥରେ ସେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ଜଣାପଡ଼ିଛି। ତାଙ୍କର କୌଣସି ଘଟଣା ମନେ ପଡ଼ୁନାହିଁ ବୋଲି ବୋଲ୍‌ସୋନାରୋ ନିଜେ କହିଛନ୍ତି। ଏଭଳି ଘଟଣା ତାଙ୍କ ସରକାରୀ […]

  • Friday, 23 July 2021
train
ପୁଣି ବଢ଼ିପାରେ ଟାରିଫି ପ୍ଲାନ

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ମୋବାଇଲ ଟାରିଫି ପ୍ଲାନ। ନିକଟରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ ସଂସ୍ଥା ନିଜର ଟାରିଫି ପ୍ଲାନକୁ ୪୦ ପ୍ରତିଶତ ବଢ଼ାଇ ଦେଇଥିଲ। ଆଉ ଏବେ ପୁଣି ଟାରିଫି ପ୍ଲାନ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ଉଦ୍ଧାର କରିବା ପାଇଁ ଏପରି ହୋଇପାରେ ବୋଲି ଏକ୍ସପର୍ଟ କହୁଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(COAI)ର ନିର୍ଦ୍ଦେଶକ ଜେନେରାଲ୍‌ ରାଜନ ମୈଥ୍ୟୁଜ୍‌ଙ୍କ ବିଚାରରେ ଟେଲିକମ୍‌ କମ୍ପାନୀର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ହେଲେ […]

  • Friday, 23 July 2021
atal
ଭୂତଳ ଜଳର ଉଚିତ ବ୍ୟବହାର ପାଇଁ ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା

ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତି ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଯୋଜନା ଜଳ ସଂକଟର ସମ୍ମୁଖୀନ ହେଉଥିବା ଉତ୍ତର ପ୍ରଦେଶ, […]

  • Friday, 23 July 2021
udhhab
ସଚିନଙ୍କ ସୁରକ୍ଷା କମିଲା ଆଦିତ୍ୟଙ୍କର ବଢ଼ିଲା

ମୁମ୍ୱାଇ: ମହାରାଷ୍ଟ୍ରରର ଉଦ୍ଧବ ଠାକ୍‌ରେଙ୍କ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକୁ କମାଇ ଦେଇ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବଢ଼ାଇଦେଇଛନ୍ତି। ଏପର୍ଯ୍ୟନ୍ତ ସଚିନଙ୍କୁ ଏକ୍ସ କ୍ୟାଟାଗୋରୀର ସୁରକ୍ଷା ମିଳୁଥିଲା ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ଆଦିତ୍ୟଙ୍କୁ ପୂର୍ବରୁ ୱାଇ ପ୍ଲସ୍ କ୍ୟାଟାଗୋରୀ ସୁରକ୍ଷା ମିଳୁଥିଲା, ଯାହାକୁ ଏବେ ବଢ଼ାଇ ଜେଡ୍‌ ଶ୍ରେଣୀୟ କରିଦିଆଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ୱାଇ ପ୍ଲସ୍‌ରୁ ବଢ଼ାଇ ଜେଡ୍ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। […]

  • Friday, 23 July 2021
haryana-vidhan-sabha_513010b4-26cf-11ea-a3f7-989b44b77166
'ପ୍ରିୟଙ୍କା ଓ ରାହୁଲ୍‌ ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମା'

ନୂଆଦିଲ୍ଲୀ: “କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମ। ସେମାନେ ଯେଉଁଠିକି ବି ଯିବେ ନିଆଁ ଲଗାଇବେ, ଯାହାଫଳରେ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହେବ।” ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଏମିତି ବିବାଦୀୟ ବୟାନ୍‌ ଦେଇଛନ୍ତି ହରିୟାଣା ବିଜେପି ନେତା ଅନିଲ୍ ଭିଜ୍‌। ମଙ୍ଗଳବାର ସନ୍ଧ୍ୟାରେ ସେ ଟ୍ୱିଟ୍‌ କରି ଏପରି ମନ୍ତବ୍ୟ ଦେଇଛନ୍ତି। ଗତକାଲି ରାହୁଲ୍‌ ଓ ପ୍ରିୟଙ୍କା ସିଏଏ(ସିଟିଜେନ୍‌ସିପ୍‌ ଆମେଣ୍ଡମେଣ୍ଟ ଆକ୍ଟ) ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କ […]

  • Friday, 23 July 2021
binama
ପୋଲ ତଳେ ଫସିଗଲା ବିମାନ

କୋଲକାତା: ପୋଲ ତଳେ ଫସିଗଲା କ୍ଷତିଗ୍ରସ୍ତ ବିମାନ। କବାଡ଼ି ଖାନାକୁ ଭଙ୍ଗା ହେବାକୁ ଯାଉଥିବା ବେଳେ ବାଟରେ ହିଁ ଦୁର୍ଘଟଣାର ସମ୍ମୁଖିନ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଡାକ ବିଭାଗର ଦୀର୍ଘବର୍ଷ ଧରି ସେବା ଯୋଗାଇବା ପରେ ଅବସର ନେଇଥିଲା।  ଏହାପରେ ବିମାନକୁ ଭଙ୍ଗା ହେବାକୁ କବାଡ଼ି ଖାନାକୁ ନିଆଯାଉଥିଲା। କିନ୍ତୁ ଏହା ପଶ୍ଚିମବଙ୍ଗ ଦୁର୍ଗାପୁର ଜାତୀୟ ରାଜପଥ ୨ ନିକଟ ଏକ ଫ୍ଲାଏ ଓଭରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘନ କୁହୁଡ଼ି ଯୋଗୁ ଲରି ଡ୍ରାଇଭର […]

  • Friday, 23 July 2021
schol
୨୬ରେ ସୂର୍ଯ୍ୟପରାଗ; ସ୍କୁଲ ଓ କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ ହେଉଛି। ଦିନ ୮ଘଣ୍ଟା ୨୦ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ  ପାକତ୍ୟାଗ କରାଯିବ। ଅନ୍ନ ଭୋଜନ ଏବଂ ଦେବନୀତି ନିଷେଧ ରହିଛି। ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ହେବ। ସେପଟେ ସୂର୍ଯ୍ୟପରାଗକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ […]

  • Friday, 23 July 2021
raghubar
ବିଜେପିର ରଘୁବର ଦାସଙ୍କୁ ହରାଇ ଜବରଦସ୍ତ ଡ୍ୟାନ୍ସ କଲେ ସର୍ଯ୍ୟୁ ରୟ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇବା ପରେ ଜବରଦସ୍ତ ଡ୍ୟାନ୍ସ କଲେ ପୂର୍ବତନ ବିଜେପି ନେତା ସର୍ଯ୍ୟୁ ରୟ।। ଖୁସିରେ ମସଗୁଲ ହୋଇ ନାଚିଲେ ଏକଦା ବିଜେପିର ଘନିଷ୍ଠ ତଥା ବରିଷ୍ଠ ନେତା ସର୍ଯ୍ୟୁ। ରଘୁବରଙ୍କୁ ଜାମ୍‌ସେଦପୁର ପୂର୍ବ ଆସନରୁ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ୍‌ରେ ହରାଇ ଦେଇଛନ୍ତି ସର୍ଯ୍ୟୁା ଆଉ ତା’ପରେ ଅମିତାଭଙ୍କ ଫିଲ୍ମ ଲାୱାରିସ୍‌ର ସୁପରହିଟ୍ ଗୀତ ‘ଆପ୍‌ କା କ୍ୟା ହୋଗା ଜନାବେ ଅଲ୍ଲୀ’ରେ ସେ ଜବରଦସ୍ତ ଠୁମ୍‌କା ଲଗାଇଛନ୍ତି […]

  • Friday, 23 July 2021