• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

raghubar
ବିଜେପିର ରଘୁବର ଦାସଙ୍କୁ ହରାଇ ଜବରଦସ୍ତ ଡ୍ୟାନ୍ସ କଲେ ସର୍ଯ୍ୟୁ ରୟ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇବା ପରେ ଜବରଦସ୍ତ ଡ୍ୟାନ୍ସ କଲେ ପୂର୍ବତନ ବିଜେପି ନେତା ସର୍ଯ୍ୟୁ ରୟ।। ଖୁସିରେ ମସଗୁଲ ହୋଇ ନାଚିଲେ ଏକଦା ବିଜେପିର ଘନିଷ୍ଠ ତଥା ବରିଷ୍ଠ ନେତା ସର୍ଯ୍ୟୁ। ରଘୁବରଙ୍କୁ ଜାମ୍‌ସେଦପୁର ପୂର୍ବ ଆସନରୁ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ୍‌ରେ ହରାଇ ଦେଇଛନ୍ତି ସର୍ଯ୍ୟୁା ଆଉ ତା’ପରେ ଅମିତାଭଙ୍କ ଫିଲ୍ମ ଲାୱାରିସ୍‌ର ସୁପରହିଟ୍ ଗୀତ ‘ଆପ୍‌ କା କ୍ୟା ହୋଗା ଜନାବେ ଅଲ୍ଲୀ’ରେ ସେ ଜବରଦସ୍ତ ଠୁମ୍‌କା ଲଗାଇଛନ୍ତି […]

  • Friday, 23 July 2021
Yediyurappa
ଇସ୍ତଫା ଦେବେ ୟେଦୁରପ୍ପା?

ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।

hydrabd
ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ ହେବ

ହାଇଦ୍ରାବାଦ: ହାଇଦ୍ରାବାଦ୍ ପୁଲିସ ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ ହେବ।  ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସନ୍ତା ସୋମବାର ଅପରାହ୍ଣ ୫ଟା ସୁଦ୍ଧା ପୋଷ୍ଟମର୍ଟମ ସାରି ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି। ପୂର୍ବ ରିପୋର୍ଟ ସହ ଦ୍ୱିତୀୟ ଥର ହେବାକୁ ଥିବା ପୋଷ୍ଟମର୍ଟମ ରିପୋର୍ଟକୁ ମିଳାଇ ତର୍ଜମା କରିବାକୁ ଏସ୍ଆଇଟି କୋର୍ଟରେ ଆବେଦନ କରିଥିଲା। […]

  • Friday, 23 July 2021
mada
ପ୍ରତି ୪ଜଣରେ ଜଣେ ମଦ ପିଇବା ମାତ୍ରେ ମାର୍‌ପିଟ୍‌ କରନ୍ତି

ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ କରିବା ବଲିଉଡ୍‌ ଫିଲ୍ମର ଦୃଶ୍ୟ ପରି ମନେ ହେଉଥିଲେ ହେଁ, ଭାରତରେ ବାସ୍ତବରେ ଏଭଳି ଘଟଣା ସବୁ ଘଟୁଛି। ଅନ୍ୟପକ୍ଷରେ ଭାରତୀୟଙ୍କ ମଦ ପିଇବା ଅଭ୍ୟାସ ବାବଦରେ […]

  • Friday, 23 July 2021
EL63wJcUEAAKFLt
ମନୋଜ ମୁକୁନ୍ଦ ହେବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବେ ଲ୍ୟୁଟନାଣ୍ଟ ଜେନାରାଲ ମନୋଜ ମୁକୁନ୍ଦ ନରୱାଣେ। ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ବିପନ ରାୱତ ଆସନ୍ତା ୩୧ ତାରିଖରେ ଅବସର ନେବେ। ଏହାପରେ ନରୱାଣେ ଦାୟିତ୍ୱ ଗ୍ରହଣ କରିବେ। ଏବେ ଶ୍ରୀ ନରୱାଣେ ସ୍ଥଳସେନାର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ହିଁ ସ୍ଥଳସେନା ମୁଖ୍ୟ ପଦ ମିଳିଛି। ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ଥଳର ସେନାର ଉପମୁଖ୍ୟ ପଦ […]

  • Friday, 23 July 2021
supreme-court
ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ହିଂସା ଘଟଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି କ୍ୟାମ୍ପସରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୁଲିସ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆଲୁମନି ଆସୋସିଏସନ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍‌ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା କିମ୍ବା ହିଂସା ଭିଆଇବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକମାନେ ସେମାନଙ୍କ ଅଧିକାର ପାଇଁ […]

  • Friday, 23 July 2021
mamat
ସିଏଏ ମମତାଙ୍କ ବିଶାଳ ରାଲି

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ପ୍ରଥମରୁ ଏହାକୁ ବିରୋଧ କରି ଆସୁଥିବା ମମତା ଆଜି ବିଶାଳ ରାଲି ଆୟୋଜନ କରି ଏହାର ପ୍ରତିବାଦ କରିଛନ୍ତି। ମମତାଙ୍କ ସହ ଶତାଧିକ ଟିଏମସି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ସିଏଏ ବିରୋଧୀ ପୋଷ୍ଟର ରହିଥିଲା। କୋଲକାତାର ରେଡ୍‌ ରୋଡରେ ଥିବା ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ମମତା ପଦଯାତ୍ରା ଆରମ୍ଭ […]

  • Friday, 23 July 2021
taps
ସିଏଏ ଅନ୍ଦୋଳନ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ମୋଦୀ କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର […]

  • Friday, 23 July 2021
priynka
ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ଓ ଅଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ଲାଠି ଛାର୍ଜକୁ ବିରୋଧ କରି ଦଳର ଅନ୍ୟ କାର୍ମକର୍ତ୍ତାଙ୍କ ସହିତ ୪ଟା ବେଳେ ଧରଣାରେ ବସିଛନ୍ତି ପ୍ରିୟଙ୍କା। ସରକାର ଦେଶର ସମ୍ବିଧାନ ଓ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ୟୁନିଭର୍ସିଟିରେ ପଶି ଛାତ୍ରାଛାତ୍ରୀଙ୍କ ଉପରେ ପୁଲିସ୍‌ ଆକ୍ରମଣ କରୁଛି। ଆମେ ସମ୍ବିଧାନ ପାଇଁ ଲଢ଼ୁଛୁ, […]

  • Friday, 23 July 2021
payal
୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ବଲିଉଡ ଅଭିନେତ୍ରୀ ପାୟଲ

ଜୟପୁର: ନେହେରୁ ପରିବାର ବିରୋଧରେ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ବୁନ୍ଦୀର ଏକ କୋର୍ଟ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା। ଏ ନେଇ ପାୟଲ ଟୁଇଟ୍ କରି ସୂଚନା ଦେଇଥିଲେ। ପୁଲିସ ଅଧିକାରୀ କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ୧୦ ଅକ୍ଟୋବର ୨୦୧୯ରେ ଥାନାରେ ମାମଲା […]

  • Friday, 23 July 2021
sengar
ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅଭିଯୁକ୍ତ ମହିଳା ଶଶି ସିଂହକୁ ମଧ୍ୟ କୋର୍ଟ ଦୋଷୀ ପ୍ରାମାଣିତ କରିଛନ୍ତି। ଚାକିରି ଦେବ ବୋଲି କହି ପୀଡ଼ିତାଙ୍କୁ ଶଶି ସିଂହ କୁଳଦୀପ ସେଙ୍ଗର ଘରକୁ ନେଇ ଯାଇଥିଲା। ଯାହାର ସୁଯୋଗ ନେଇ ସେଙ୍ଗର ପୀଡ଼ିତାଙ୍କ ଦୁଷ୍କର୍ମ କରିଥିଲା। ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଳମ୍ବରେ ମାମଲା […]

  • Friday, 23 July 2021
h
ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

କୋଲକାତା: ନାଗରିକ ସଂସୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିଛି। ଅନେକ ସ୍ଥାନରେ ଲୋକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି। ତେବେ ଉତ୍ତେଜନାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ହେଲା- ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, ଏବଂ ହାୱାର୍ଡା। ଏଥିସହିତ ବରଷାତ ଏବଂ ଉତ୍ତର ୨୪ ପ୍ରଗଣାର ବସିରହାଟ ସବଡିଭିଜନ, ବରୁଇପୁର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଇଣ୍ଟର୍‌ନେଟ୍‌ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆଜି […]

  • Friday, 23 July 2021
milk
ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍‌ ଡିଜେଲ୍‌ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି କ୍ଷୀର ଏକ ବିଶେଷ ପ୍ରସ୍ତୁତି ) କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କା ବଢ଼ାଇଥିବା ବେଳେ ଅମୁଲ ୨ ଟଙ୍କା ଦାମ୍ ବଢ଼ାଇଛି। ଦିଲ୍ଲୀରେ ପୂର୍ବରୁ […]

  • Friday, 23 July 2021