ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି। ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ, ରାଜ୍ୟଗୁଡ଼ିକର ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ମିଶାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦରରେ ସୁନା ଉପଲବ୍ଧ ହେବ। ଭୁବନେଶ୍ୱରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ହୋଇଛି। […]
ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍ ଖାନ୍ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ ଗୁରୁବାର ସଂସଦରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଯେ ପାକିସ୍ତାନର ଆକାଶ ପଥ ଦେଇ ଆମେରିକା ପ୍ରବେଶ କରିଥିଲା। ଏବଂ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ […]
ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ […]
ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ। ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା ସ୍ଥଳରେ ସୈନ୍ୟ ସରଞ୍ଜାମ ଧରି ସୀମାକୁ ଯାଇଛନ୍ତି। ଶନିବାର ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ ସିଂହ, ମିଲିଟାରୀ ଅପରେସନ୍ର ଡାଇରେକ୍ଟର ଜେନେରାଲ୍ ଏବଂ ଆଇଟିବିପି ମୁଖ୍ୟ ଏସ୍ଏସ୍ ଦେଶୱାଲ୍ […]
ନୂଆଦିଲ୍ଲୀ: ଡିଜେଲ୍, ପେଟ୍ରୋଲ୍ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନାର ଦାମ ୧୦ […]
ନୂଆଦ୍ଲିଲୀ: ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ଏବଂ କରୋନା କଟକଣାକୁ ଦୃଷ୍ଟିରେ ରଖି ସବୁ ୟୁନିଭରସିଟିର ଫାଇନାଲ ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛି ୟୁସିଜି। ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏ ବର୍ଷ ଫାଇନାଲ ପରୀକ୍ଷା ନ କରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା ବଦଳରେ ଗତ ସେମିଷ୍ଟରର ପ୍ରଦର୍ଶନକୁ ଆଧାର କରି ଓ ଇଣ୍ଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି। ଯଦି ପରୀକ୍ଷା କରାଯାଏ, […]
ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଭାରତରେ ମହାକାଶ ସହ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ଅଂଶଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମକୁ ଏହି ପଦକ୍ଷେପ ଦ୍ୱାରା ନୂଆ ଶକ୍ତି ମିଳିବ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ […]
ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡ଼ିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ। ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲା ଗିରଫ ହୋଇଥିବା ଜାମିଆ ୟୁନିଭର୍ସିଟି ଛାତ୍ରୀ ବିକ୍ଷୋଭକାରୀ ସଫୋରା ଜାରଗରଙ୍କୁ ମିଳିଲା ବେଲ୍ । ସଫୋରା ଗର୍ଭବତୀ ଥିବାରୁ ତାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହିଂସା ମାମଲାରେ ତାଙ୍କ ବିରୋଧରେ ୟୁଏପିଏର କଠୋର ‘ଆଣ୍ଟି ଟେର୍ର୍ ଲ’ ଅଧୀନରେ ମାମଲା ହୋଇଛି। ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ମାନବିକତା ଦୃଷ୍ଟିରୁ ବେଲ୍ ଆବେଦନକୁ ବିରୋଧ ନ କରିବାରୁ ସଫୋରାଙ୍କୁ ବେଲ୍ ମିଳିଛି। ସଫୋରା ଜାରଗର ହେଛନ୍ତି ଜାମିଆ ମିଲିଆ […]
ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ଟ୍ରମ୍ପ। ଜୁନ୍ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା ନାଗରିକଙ୍କ ପାଇଁ ବଢ଼ୁଥିବା ବେକାରୀ ସମସ୍ୟା ଯୋଗୁ ଏପରି ନଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି। ୨୦ ମିଲିୟିନ ଆମେରିକୀୟ ଚାକିରି ହରାଇଛନ୍ତି। ସେମାନଙ୍କୁ କାମ ଯୋଗାଇ ଦେବାକୁ […]
ଭୋପାଳ: ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭୋପାଳ ଏମ୍ପି ସାଧ୍ୱୀ ପ୍ରଜ୍ଞା ଠାକୁର୍। ମଙ୍ଗଳବାର ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଜ୍ଞା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ରବିବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ନିଜ ଅସୁସ୍ଥତା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ସାଧ୍ୱୀ ପ୍ରଜ୍ଞା। କଂଗ୍ରେସ ଶାସନ ସମୟରେ ନିର୍ଯାତନା ଯୋଗୁ […]
ନୂଆଦିଲ୍ଲୀ: ଦେଶର ଅଖଣ୍ଡତା କାଏମ୍ ରଖିବା ପାଇଁ ଚୀନ ଯବାନଙ୍କ ସହିତ ସଂର୍ଷ କରି ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖର ଲେହ ସ୍ଥିତ ୧୪ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଭଣେ। ଆଜି ଅପରାହ୍ନରେ କମାଣ୍ଡରମାନଙ୍କ ସହିତ ଆଲୋଚନା ସାରିବା ପରେ ଲଦାଖ ଗସ୍ତ କରିବେ ସେନା ମୁଖ୍ୟ। ନରଭଣେଙ୍କ ଦୁଇଦିନିଆ ଲଦାଖ ଗସ୍ତରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ସୀମାରେ ବର୍ତ୍ତମାନର ସ୍ଥିତି […]
ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ ରମଦାନ ସମୟରେ ପଣ୍ଡାଚ ଚୌକ୍ ନିକଟରେ ଯେଉଁ ଦୁଇ ବିଏସ୍ଏପ୍ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ […]
ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ନେଇ ଚୀନ୍କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍ରୁ ଏହି ଭାଇରସ୍ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ସୋପିଆନ୍ ଜିଲ୍ଲାରେ ସିଆର୍ପିଏଫ୍ ଓ କାଶ୍ମୀର ପୁଲିସ୍ର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ଭୋରରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀକୁ ଏନ୍କାଉଣ୍ଟର କରିଛି ସେନା। ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନେଇ ସେନା ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି “ ସୋପିଆନ୍ ଜିଲ୍ଲାରେ ଅପରେସନ ଲାକିରପୁରରେ […]