• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India China Stand Off

india-china
ଭାରତ-ଚାଇନା ଫାଇଟ୍: ସରକାରଙ୍କୁ ବିରୋଧୀଙ୍କ ସମର୍ଥନ, ଦେଶରେ ତେଜିଲା ଚାଇନା ବିଦ୍ରୋହ

ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତେବେ ସୀମାରେ ପ୍ରକୃତରେ କ’ଣ ଘଟିଛି ଓ ଭାରତର ସ୍ଥିତି କ’ଣ ସେନେଇ ପ୍ରଧାନମନ୍ତ୍ରୀ ଦେଶ ସମ୍ମୁଖରେ ତଥ୍ୟ ରଖିବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ଅନ୍ୟପଟେ କୁଟନୈତିକ ଆଲୋଚନା […]

india boreder
ଭାରତ ଉପରେ ଚୀନର ଏତେ ରାଗ କାହିଁକି ?

ନୂଆଦିଲ୍ଲୀ: କାହିଁକି ରାଗରେ ଗରଗର ହେଉଛି ଚୀନ୍? ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସହଯୋଗୀ ଭାରତ ସହ ବି ସଂପର୍କ ଖରାପ କରିବାକୁ ପଛାଉ ନାହିଁ ବେଜିଂ? ଚୀନ୍‌ର ରଣ ହୁଙ୍କାର ପଛରେ କ’ଣ ଥାଇପାରେ ଅସଲ ଉଦ୍ଦେଶ୍ୟ? କୁହାଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଏକ ଘରିକିଆ ହୋଇଯାଇଥିବା ଚୀନ୍ ହତାଶ ହୋଇପଡ଼ିଛି। ବେଜିଂରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ଉଗ୍ରରୂପ ଧାରଣ କରୁଥିବା ଆଶଙ୍କା ଭିତରେ ଦେଶବାସୀଙ୍କ ନିକଟରେ ଭାବମୂର୍ତ୍ତି ବଜାୟ […]

india
ଭାରତ-ଚାଇନା ମୁହାଁମୁହିଁ: ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତ ପକ୍ଷରୁ ସହିଦ ହୋଇଥିବା ୨୦ ଯବାନଙ୍କ ପରିଚୟ ତାଲିକା ପ୍ରକାଶ କରିଛି ସେନା। ସହିଦ ଯବାନମାନେ ହେଲେ- ୧-ନାଏବ ସୁବେଦାର ସତନାମ ସିଂ ୨- ନାଏବ ସୁବେଦାର ମନଦୀପ ସିଂ ୩- ସିପାହୀ କୁନ୍ଦନ କୁମାର ୪- ସିପାହୀ ଅମନ କୁମାର ୫- ନାଏକ ଦୀପକ ସିଂ ୬- ସିପାହୀ ଚନ୍ଦନ କୁମାର ଏପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା […]

odia jawan
ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ […]