• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

marriage
ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

ରାଜଗାଙ୍ଗପୁର: ଦିଅର-ଭାଉଜ ବିବାହ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରି ସେମାନଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକିରପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, କିଛି ଦିନ ତଳେ ପୋଲିସ୍‌ ଉପସ୍ଥିତିରେ ଉଭୟ ଭାଉଜ-ଦିଅର ପରସ୍ପରକୁ ବାହା ହୋଇଥିଲେ। କିନ୍ତୁ ଗାଁ ଲୋକ ଏହାକୁ ବିରୋଧ କରି ଉଭୟଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇ ଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ […]

  • Saturday, 03 July 2021
woman killed 1
ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

ପଟ୍ଟାମୁଣ୍ଡାଇ: ମା’ ନିଖୋଜ ହେବାର ପରଦିନ ମିଳିଲା ଝିଅର ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ରୁ ନିଖୋଜ ହୋଇଯାଇଥିଲେ।  ତାଙ୍କ ମୋବାଇଲ ଓ ଚପଲ ନିକଟସ୍ଥ ହଂସୁଆ ନଦୀଘାଟରୁ ମିଳିଥିଲା। ଏନେଇ ସଂପୃକ୍ତ ମହିଳାଙ୍କ ଝିଅ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର କଥା, ମା’ଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା […]

  • Saturday, 03 July 2021
Capture 5
ମିଳିଲାନି ଷ୍ଟ୍ରେଚର, ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ…

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଓଟିଭି ଏମ୍‌ଡି ଆଜି ହାଜର ହୋଇଛନ୍ତି। ପୂର୍ବରୁ ଓଟିଭିର ୨ ବରିଷ୍ଠ ସାମ୍ବାଦିକ, HR ମୁଖ୍ୟ ଓ ସହଯୋଗୀ ମହିଳା ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ତେବେ ଏଥିରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀଙ୍କୁ ଏଯାଏ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଡିସିପି କହିଥିଲେ ନାଁ […]

  • Saturday, 03 July 2021
rare
ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର:  ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଫୁଲା଼ଡ଼ି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀ ଆହତ।  ଗତ ସପ୍ତାହରେ କିଛି ସମୟ ଲାଇନ୍ କଟିବା ପରେ ବିଦ୍ୟୁତ କର୍ମଚାରୀମାନେ ବିଜୁଳି କାଟ କରି ଅଫିସ ନିକଟ ଟ୍ରାନ୍ସଫର ମରାମତି କରୁଥିଲେ। ଏହି ସମୟରେ ସ୍ଥାନୀୟ କଣ୍ଟାବଣିଆ ସମେତ ଆଉ କିଛି ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ତେବେ କିଛି ଲୋକ ଫୋନ୍ କରି ବିଦ୍ୟୁତ କର୍ମଚାରୀଙ୍କୁ […]

  • Saturday, 03 July 2021
bus
ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍‌ଲିା। ପୋଲ ଉପରେ […]

  • Saturday, 03 July 2021
jamini
ଗିରଫ ହେଲା ପୋଲିସ୍ କର୍ମଚାରୀଙ୍କ ପୁଅ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ପୋଲିସ ପୁଅ। ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାମିନୀକାନ୍ତ ଜେନା। ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ପୋଲିସ୍ ତାକୁ ଗିରଫ କରିଛି। ତମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲା। ବୋହୂଙ୍କୁ ବିଜୟ ଏବଂ ପୁଅ […]

  • Saturday, 03 July 2021
boys
ବନ୍ୟା ଜଳରେ ଭାସି ଯାଉଥିଲେ ଦୁଇ ଯୁବକ, ଆଉ ତା'ପରେ…

ମୟୂରଭଞ୍ଜ: ଗାଧୋଇବା ବେଳେ ବଢ଼ନ୍ତା ନଦୀରେ ଭାସିଯାଇ ପୁଣି ଜୀବନ ବଞ୍ଚାଇବାରେ ସଫଳ ହେଲେ ଦୁଇ ଯୁବକ। ମୟୂରଭଞ୍ଜ ବାଙ୍ଗିରିପୋଷି କଲେଜ ଗେଟ୍ ସାମ୍ନା ବୁଢ଼ାବଳଙ୍ଗ ନଦୀରେ ଆଜି ସକାଳେ ୨ ଜଣ ଯୁବକ ଗାଧୋଉଥିବା ବେଳେ ହଠାତ୍ ପାଣି ବଢିଯିବାରୁ ୨ ଜଣ ନଦୀ ଗର୍ଭକୁ ଭାସି ଯାଇଥିଲେ। ତେବେ ସୌଭାଗ୍ୟବସତଃ ନଦୀ ମଝିରେ ଥିବା ଏକ ଟାପକୁ ଚଢ଼ି ଯାଇଥିଲେ ଦୁଇ ଯୁବକ। ଏମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା […]

  • Saturday, 03 July 2021
rain
ଆହୁରି ୨୪ ଘଣ୍ଟା ବର୍ଷା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏଁ ରହିବ ଲଘୁଚାପର ପ୍ରଭାବ। ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ଓ଼ଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଏହି ସମୟ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି କଳାହାଣ୍ଡି, […]

  • Saturday, 03 July 2021
namrata
ମହିଳା କମିଶନ ଉଚିତ୍ ଆଭିମୁଖ୍ୟ ପୋଷଣ କରି ନାହାନ୍ତି-ନମ୍ରତା ଚଢ଼ା

ଭୁବନେଶ୍ୱର: ଭୁବନେଶ୍ୱର  ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତରେ ରାଜ୍ୟ ମହିଳା କମିଶନ ଉଚିତ ଆଭିମୁଖ୍ୟ ପୋଷଣ କରିନାହାନ୍ତି । ମହିଳା କମିଶନ ଏକତରଫା ତାଙ୍କର ରାୟ ଶୁଣାଇଛନ୍ତି ବୋଲି କହି ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗତକାଲି ରାଜ୍ୟ ମହିଳା କମିଶନକୁ ପ୍ରତିକ୍ରିୟା ଦେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଥିଲେ, “ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିସିପିଙ୍କୁ […]

  • Saturday, 03 July 2021
oas
ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସଂଘମିତ୍ରା ଶତପଥୀଙ୍କୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବଦଳି କରାଯାଇଛି। ଲୋକନାଥ ଦଳବେହେରାଙ୍କୁ ଗଜପତି ଜିଲ୍ଲା […]

  • Saturday, 03 July 2021
bjd
ବିଧାୟକଙ୍କ ବାହାଘରରେ କରୋନା ନିୟମର ଉଲଙ୍ଘନ ଅଭିଯୋଗ

ତେବେ ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜେ ବ୍ୟୋମକେଶ ଏହି ସୂଚନା ଦେଇଛନ୍ତି।  ଚିଲିକାର ଏକ ରିସର୍ଟରେ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା

  • Saturday, 03 July 2021
collage
ଆଜିଠୁ ଯୁକ୍ତ ତିନି, ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସେହିପରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି […]

  • Saturday, 03 July 2021
ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ

ଆସିକା:ଦିନ ଦ୍ୱି ପ୍ରହରରେ ଲୁଟେରାଙ୍କ ଦୈ।ରମ୍ୟ। ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ।ଏଠାରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ।  ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳର ଘଟଣା। ଲୁଗା ଦୋକାନ ଭିତରକୁ ଗ୍ରାହକ ସାଜି ପଶିଥିଲେ ଦୁଇ ଲୁଟେରା । ବାଇକରେ ଆସିଥିବା ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରି ବାହାରେ ଅପେକ୍ଷା […]

  • Saturday, 03 July 2021
dead-body
ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ମିଳିଛି ଚାଞ୍ଚଲ୍ୟକର ଖବର। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେଗା ପୋଷ୍ଟ ଅଫିସ ପଡ଼ାର ଗୋଟିଏ ଘରୁ ଜଣେ ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ଜଣକ ମୟାବାହଲ ଗ୍ରାମର ଏବଂ ସବଡେଗାରେ ଜଣେ ଯୁବକ ସହିତ ରହୁଥିଲା। ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହୁଥିବା ବେଳେ ନାବାଳିକା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣା ପଡ଼ିଛି। କୌଣସି କଥାରେ ଉକ୍ତ ଯୁବକ ସହିତ ଝଗଡା ହେଲା ପରେ ସେ […]

  • Saturday, 03 July 2021
car
ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ମାଲକାନଗିରି: ଚଳନ୍ତା କାରରେ ଲାଗିଲା ନିଆଁ। କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ମାଲକାନଗିରି ଏମଭି-17 ଗାଁ ନିକଟ ଜାତୀୟ ରାଜପଥ ଉପରେ କାରଟି ଯାଉଥିବାବେଳେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ଜଳନ୍ତା କାର ନିକଟରେ କେହି ନଥିବାରୁ ଗାଡିର ଡ୍ରାଇଭର, ମାଲିକ ଏବଂ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଜଳିଯାଇଥିବା ଗାଡିରେ ଗଂଜେଇ ଚାଲାଣ ହେଉଥିବା ଅଭିଯୋଗ […]

  • Saturday, 03 July 2021
+2
+୨ ନାମ ଲେଖା ଅବଧି ବଢ଼ିଲା

ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି […]

  • Saturday, 03 July 2021
newly married
ଚିକିତ୍ସାରେ ଅବହେଳା; ବାହାଘର ୧୦ ଦିନ ପରେ ଆଖି ବୁଜିଲେ ନବବିବାହିତା

ଭୁବନେଶ୍ୱର: ପାଦରୁ ଲିଭିନି ଅଳତା କି ହାତରୁ ଛାଡ଼ିନି ମେହେନ୍ଦିର ରଙ୍ଗ। ଯାହା ହାତ ଧରି ନୂଆ ସଂସାରରେ ପାଦ ରଖିଥିଲେ, ସେ ହାତ ଛାଡ଼ି ଚାଲିଗଲେ ଅଫେରା ରାଜ୍ୟକୁ। ଏମିତି ଜଣେ  ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର…

  • Saturday, 03 July 2021
kendrapada
ପ୍ରେମ ପାଗଳ ଥିଲେ, ଏବେ ଜେଲ ଗଲେ କନିଷ୍ଠ ଯନ୍ତ୍ରୀ

ଲଭ୍, ସେକ୍ସ, ଧୋକା। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏହା ମହଙ୍ଗା ପଡ଼ିଛି। ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ।

  • Saturday, 03 July 2021
rape
ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ଅଭିଯୁକ୍ତ ପୋଲିସ କର୍ମଚାରୀ ଏଯାଏ ଚିହ୍ନଟ ହୋଇପାରି ନାହାନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଜେରା ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଏହାର ଅର୍ଥ ନିଜ ବିଭାଗର କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ। ଗତ ଅଗଷ୍ଟ ୩୦ ତାରିଖରେ ଏତଲା ଦେଇଥିଲେ ନାବାଳିକାଙ୍କ ମାଆ। ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ଯେ, ଘଟଣାରେ ଗଣମାଧ୍ୟମର […]

  • Saturday, 03 July 2021
Chandabali
"ବିଧାୟକ ଏମିତି ସାମ୍ବାଦିକ ସମ୍ମିଳନୀ କରିବା ଠିକ୍‌ ନୁହେଁ"

ନୀଳଗିରିରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟ ଯୋଗାଣରେ ଅନିୟମିତତା ପ୍ରସଙ୍ଗରେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ବିଜେପି ବିଧାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

  • Saturday, 03 July 2021
otv check
ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । […]

  • Saturday, 03 July 2021
gupchup
ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ। ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍‌ଚୁପ୍‌ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖାଇବା ବେଳେ […]

  • Saturday, 03 July 2021
ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିବା ପରେ ଏହାକୁ ନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ଓ ବିଜେଡି ଛାଡୁଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ‘ଦଳର ଯିଏ ଜିଲ୍ଲା ସଭାପତି ରହିବେ, ତାଙ୍କ ହାତରେ […]

  • Saturday, 03 July 2021