• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naxal
ଗୁଳିବିନିମୟରେ ୨ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ। ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ […]

  • Sunday, 04 July 2021
GRS
ଦୁର୍ଘଟଣାରେ ଚାଲିଗଲା ଜିଆରଏସଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି। ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ […]

  • Sunday, 04 July 2021
dam
ହୀରାକୁଦ ଡ୍ୟାମ୍‌କୁ ଖସିଲା ହାଇୱା

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଘଟିଲା ଅଘଟଣ। ହୀରାକୁଦ ଜଳଭଣ୍ଡାର ରଂପେଲା ସେତୁ ଉପରୁ ଏକ ହାଇୱା ଖସିପଡ଼ିଛି। ଫଳରେ ଦୁଇ ନିଖୋଜ ହୋଇଯାଇଛନ୍ତି। ମତ୍ସ୍ୟଜୀବୀମାନେ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି।

  • Sunday, 04 July 2021
ganja
୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ଜବତ ହେଲା ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟ୍ରକ୍‌କୁ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଜବତ କରାଯାଇଛି। ଟ୍ରକ୍‌ରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।

  • Sunday, 04 July 2021
puri-1
ଶ୍ରୀମନ୍ଦିର ସହ ଅନ୍ୟ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳିବ କି ?

ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସବୁ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳୁ। ଏ ନେଇ  ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଆଡଭୋକେଟ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନ୍ ଲକ-୪ ଗାଇଡ୍ ଲାଇନକୁ  ଚାଲେଞ୍ଜ କରି ଆବେଦନ କରିଛନ୍ତି । ଆବେଦନରେ ଅନଲକ୍ _୪ ଗାଇଡ୍ ଲାଇନର ଧାରା ୨(i)କୁ ଚାଲେଞ୍ଜ କରାଯାଇଛି।  ଧାରା ୨(i) ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି । ଏଣୁ […]

  • Sunday, 04 July 2021
anubhav-barsha
ବାହାଘରକୁ ବଞ୍ଚାଇବାକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି: ବର୍ଷା

କଟକ: ଦିନକୁ ଦିନ ଜଟିଳ ହେଉଛି ଅନୁଭବ-ବର୍ଷା ବିବାଦ। କୋର୍ଟ ପରେ ଘର କଳି ଏବେ ଥାନାରେ ପହଞ୍ଚିଛି। ବର୍ଷାଙ୍କ ବେଡ୍‌ରୁମ୍‌ରେ ଭିଡିଓ ଶୁଟିଂ ଘଟଣାକୁ ନେଇ ପୁରୀଘାଟ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଭିିଡିଓ ଶୁଟ୍ କରିଥିବା ଦୁଇ ଯୁବକଙ୍କୁ ଥାନାକୁ ଡାକି ପୋଲିସ୍‌ ପଚରାଉଚରା କରିଛି। ଅନ୍ୟପକ୍ଷରେ, ନିଜକୁ ଅସୁରକ୍ଷିତ ମଣି ପୋଲିସ୍‌ ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ୍ କରିବା ପରେ ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିଥିଲେ ବର୍ଷା। ଏହାପରେ […]

  • Sunday, 04 July 2021
train
ସେପ୍ଟେମ୍ବର ୧୨ରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ୍‌ ଚାଲିବ। ପ୍ରବାସୀ ଓଡ଼ିଆଙ୍କ ସୁବିଧା ଲାଗି ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ୍‌ରେ ଏହି ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିବ। ‌ଟ୍ରେନ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଥାଉ କି, ସ୍ପେଶାଲ ଟ୍ରେନ୍‌ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର।  

  • Sunday, 04 July 2021
ଖୁବ୍‌ଶୀଘ୍ର ଆରମ୍ଭ ହେବ DL ଓ LL ପାଇଁ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ୱର: ଖୁବ୍‌ଶୀଘ୍ର Driving Licence(DL) ଓ Learner’s Licence(LL) ପାଇଁ ଡ୍ରାଇଭିଂ ଟେଷ୍ଟ ପୁଣି ଆରମ୍ଭ ହେବ। ୨-୩ ଦିନ ଭିତରେ ଏହା ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଡ୍ରାଇଭିଂ ଟେଷ୍ଟ ସମୟରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ଡ୍ରାଇଭିଂ ଓ Learner’s ଲାଇସେନ୍ସ ପ୍ରଦାନ […]

  • Sunday, 04 July 2021
ଭୁବନେଶ୍ୱର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନିଶାସକ୍ତ ବ୍ୟକ୍ତିଙ୍କ ନିଶାଖୋର ମନୋବୃତ୍ତିରୁ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ହିଁ ତାଙ୍କୁ ଜୀବନରୁ ମାରି ଦେଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତିରେ ସମ୍ପୃକ୍ତ ନାବାଳକ ସଉଦା ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅଟକାଇ, ତାଙ୍କ ଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ […]

  • Sunday, 04 July 2021
maoists
ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ

ଭବାନୀପାଟଣା: ପୋଲିସ୍‌ ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। କଳାହାଣ୍ଡି ଏସ୍‌ପି ଏ ନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏହି‌ ଏନ୍‌କାଉଣ୍ଟର ହୋଇଛି।

  • Sunday, 04 July 2021
lighting
ଆକାଶରୁ ଖସିଲା ମୃତ୍ୟୁ, ନେଲା ୨ ଜୀବନ

ଅନୁଗୁଳ: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ଦୁଇ ଯୁବକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିବି ଟାଙ୍କି ହଟିଂରେ। ବର୍ଷା ହେବାରୁ ଦୁଇ ଜଣ ଯୁବକ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଛି। ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ […]

  • Sunday, 04 July 2021
sharada
ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ନାୟକ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକ। ୯୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ ସୂଚନା ଦେଇଛନ୍ତି। ଶାରଦା ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅନେକ ଫିଲ୍ମରେ ମଧ୍ୟ ସଂଳାପ […]

  • Sunday, 04 July 2021
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୧୨ରୁ ବର୍ଷିବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ନୂଆପଡ଼ା ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ବର୍ଷା […]

  • Sunday, 04 July 2021
fire 1
ମା’-ପୁଅଙ୍କୁ ଜୀଅନ୍ତା ଜାଳିଦେଲେ ଲୁଟେରା !

ଆନନ୍ଦପୁର: ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେବାରୁ ଜଣେ ବୃଦ୍ଧା ଓ ତାଙ୍କ ପୁଅ ଜୀଅନ୍ତା ଜଳି ଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏଭଳି କିଛି ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଜଞ୍ଜାଳି ଜେନା ଓ ତାଙ୍କ ପୁଅ ବନମାଳି ଜେନା। ସୂଚନା ଅନୁସାରେ, କଳିଗାଁ ସ୍ଥିତ ଏକ ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ରରେ ଜଞ୍ଜାଳି ଓ ବନମାଳି କିଛି ଦିନ ହେବ ରହି ଆସୁଥିଲେ। […]

  • Sunday, 04 July 2021
ନିଶା ସ୍ପ୍ରେ ମାରି ଅଚେତ କରାଇଦେଲେ, ଲୁଟିନେଲେ ୧୦ ଲକ୍ଷ ଟଙ୍କା, ୫୦ ଭରି ସୁନା ଅଳଙ୍କାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କିରାଙ୍ଗ ଗାଁରେ ଜଣେ ଠିକା କର୍ମଚାରୀଙ୍କ ଘରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍‌ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଠିକା କର୍ମଚାରୀ ଜଣକ ଘରେ ନ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ଘରେ ଭିତରେ ପଶିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ୨ ଭଉଣୀଙ୍କୁ ନିଶା ସ୍ପ୍ରେ ମାରି ଅଚେତ କରାଇ ଲୁଟ୍ […]

  • Sunday, 04 July 2021
କଳାହାଣ୍ଡି-କନ୍ଧମାଳ ସୀମାରେ ଗୁଳି ବିନିମୟ: ସହିଦ ହେଲେ ୨ ଯବାନ

ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କିରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ଜଣ SOG ଯବାନ ସହିଦ ମଧ୍ୟ ହୋଇଛନ୍ତି। ସହିଦ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧିର କୁମାର ଟୁଡୁ ଓ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ। ଏନେଇ କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ସର୍ଚ୍ଚ ଅପରେସନ୍ ହୋଇଥିଲା। ଦିନ ୧୧ଟାରେ […]

  • Sunday, 04 July 2021
durga puja
ପୂଜା ପାଇଁ ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଗାଇଡଲାଇନ୍ସ ଜାରି କରିଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ସ ଜାରି ହୋଇଛି। ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ… ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନ୍‌ସିଟିରେ ପୋଲିସ୍‌ କମିଶନରଙ୍କ ଅନୁମତି ଜରୁରୀ। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ […]

  • Sunday, 04 July 2021
ଘାଟିରେ ଓଲଟିଲା ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍

ରାୟଗଡ଼ା: ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ଣରେ ରାୟଗଡ଼ା ଗୁମ୍ମା ଘାଟିରେ ବସ୍‌ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବସ୍‌ଟି ବୌଦ୍ଧ, ବଲାଙ୍ଗିରରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି ଗୁମ୍ମା ଘାଟିରେ ଓଲଟି ପଡ଼ିଥିଲା। ସୂଚନାଥାଉ କି, କିଛିଦିନ ତଳେ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍‌ ସୁରତ ଅଭିମୁଖେ ଯାତ୍ରା କରୁଥିବା […]

  • Sunday, 04 July 2021
accident
ରାସ୍ତାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ଯାଜପୁର: ରାସ୍ତାରେ ଚାଲିଗଲା ଚାଲିଗଲା ମାମୁ-ଭଣଜାଙ୍କର ଜୀବନ। ଆଜି ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ। ଯାଜପୁର ଜିଲ୍ଲାରେ ଘଟିଛି। କୁଆଖିଆ ଥାନା ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା ଭାର ନେଇ ଯାଉଥିଲେ। ସାଥୀରେ ଥିଲେ ଭଣଜା। ତେବେ ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟିଏ ଟ୍ରକ ଉଭୟ ମାମୁ-ଭଣଜାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ […]

  • Sunday, 04 July 2021
dl
୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ

ଭୁବନେଶ୍ୱର: ସେପ୍ଟେମ୍ୱର ୧୮ ତାରିଖରୁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଟେଷ୍ଟିଂ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ। ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ଯେଉଁମାନଙ୍କ ଲର୍ଣ୍ଣି ଲାଇସେନ୍ସ ଅବଧି ମାର୍ଚ୍ଚ […]

  • Sunday, 04 July 2021
anubhav
ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା...

କଟକ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଘଟଣାକୁ ନେଇ ଗତକାଲି ପ୍ରୋଟେକ୍‌ସନ୍‌‌ ଅଫ ହ୍ୟୁମାନ୍‌ ରାଇଟ୍ସ କମିଶନ ସଦସ୍ୟା ଅନୁଭବଙ୍କ ଘରେ ପହଞ୍ଚି ବିବାଦର ସମାଧାନ କରିବା ଲାଗି ଉଭୟେ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକରାତ୍ମକ ଉତ୍ତର ମିଳିଥିବା ମହିଳା ସଦସ୍ୟ ଟିମ୍ କହିଥିଲେ। ତେବେ କମିଶନ ସଦସ୍ୟାଙ୍କ ସହ ଆଲୋଚନା ପରେ ଅନୁଭବ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ କରି […]

  • Sunday, 04 July 2021
cloudy sky
ଘୂର୍ଣ୍ଣିବଳୟ ପ୍ରଭାବ: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା […]

  • Sunday, 04 July 2021
snake
ଗ୍ରାଇଣ୍ଡର ଜାର୍ ଭିତରେ ସାପ

ଭୁବନେଶ୍ୱର: ମିକ୍ସର ଗ୍ରାଇଣ୍ଡରର ଜାର୍ ଭିତରେ ଫସିଗଲା ଢମଣା ସାପ। ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅନ୍ତର୍ଗତ ବଗଡ଼ିଆ ଗାଁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। ଗାଁର ଜଣେ ବ୍ୟକ୍ତିଙ୍କ ଅଗଣାରେ ଖରାପ ହୋଇଯାଇଥିବା ଏକ ମିକ୍ସର ଗ୍ରାଇଣ୍ଡରର ଜାର୍‌ ରଖାଯାଇଥିଲା। ତେବେ ଏହା ଭିତରେ ଏକ ଢମଣା ସାପ ଫସି ଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ହିମାଂଶୁ […]

  • Sunday, 04 July 2021
school fees
ଘରୋଇ ଇଂରାଜୀ, ଓଡ଼ିଆ ମିଡିୟମ ସ୍କୁଲ୍‌ ଫି’ ଛାଡ୍‌ ପାଇଁ ସହମତି; ଜାଣନ୍ତୁ କେତେ ପ୍ରତିଶତ ଛାଡ୍‌ ହୋଇପାରେ

ଭୁବନେଶ୍ୱର: ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ୩୦% ଛାଡ୍‌ ହୋଇପାରେ। କରୋନା ଯୋଗୁ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫି’କୁ ନେଇ ବିବାଦ ଲାଗି ରହିଥିଲା। ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ୍‌ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡ଼ିଛି। ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ସର୍ବାଧିକ ୩୦% […]

  • Sunday, 04 July 2021
anubhav mohanty
‘କଥା ରଖିଲେନି ଅନୁଭବ’

କଟକ: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କଲେ ସାଂସଦ ଅନୁଭବ ମହାନ୍ତି। ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଭେଟି ନ ଥିଲେ। ଅନୁଭବଙ୍କ ଘରୁ ଆଜି ନିରାଶ ହୋଇ ଫେରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ୍‌ର ୫ ସଦସ୍ୟା। ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ(ଅନୁଭବ) ଘରକୁ ଯାଇଥିଲୁ ଓ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ […]

  • Sunday, 04 July 2021