ଭୁବନେଶ୍ୱର: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଗାଇଡଲାଇନ୍ସ ଜାରି କରିଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ସ ଜାରି ହୋଇଛି। ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ… ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନ୍ସିଟିରେ ପୋଲିସ୍ କମିଶନରଙ୍କ ଅନୁମତି ଜରୁରୀ। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ […]
ରାୟଗଡ଼ା: ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ଣରେ ରାୟଗଡ଼ା ଗୁମ୍ମା ଘାଟିରେ ବସ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବସ୍ଟି ବୌଦ୍ଧ, ବଲାଙ୍ଗିରରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି ଗୁମ୍ମା ଘାଟିରେ ଓଲଟି ପଡ଼ିଥିଲା। ସୂଚନାଥାଉ କି, କିଛିଦିନ ତଳେ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍ ସୁରତ ଅଭିମୁଖେ ଯାତ୍ରା କରୁଥିବା […]
ଯାଜପୁର: ରାସ୍ତାରେ ଚାଲିଗଲା ଚାଲିଗଲା ମାମୁ-ଭଣଜାଙ୍କର ଜୀବନ। ଆଜି ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ। ଯାଜପୁର ଜିଲ୍ଲାରେ ଘଟିଛି। କୁଆଖିଆ ଥାନା ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା ଭାର ନେଇ ଯାଉଥିଲେ। ସାଥୀରେ ଥିଲେ ଭଣଜା। ତେବେ ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟିଏ ଟ୍ରକ ଉଭୟ ମାମୁ-ଭଣଜାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ […]
ଭୁବନେଶ୍ୱର: ସେପ୍ଟେମ୍ୱର ୧୮ ତାରିଖରୁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଟେଷ୍ଟିଂ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ। ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ଯେଉଁମାନଙ୍କ ଲର୍ଣ୍ଣି ଲାଇସେନ୍ସ ଅବଧି ମାର୍ଚ୍ଚ […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଘଟଣାକୁ ନେଇ ଗତକାଲି ପ୍ରୋଟେକ୍ସନ୍ ଅଫ ହ୍ୟୁମାନ୍ ରାଇଟ୍ସ କମିଶନ ସଦସ୍ୟା ଅନୁଭବଙ୍କ ଘରେ ପହଞ୍ଚି ବିବାଦର ସମାଧାନ କରିବା ଲାଗି ଉଭୟେ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକରାତ୍ମକ ଉତ୍ତର ମିଳିଥିବା ମହିଳା ସଦସ୍ୟ ଟିମ୍ କହିଥିଲେ। ତେବେ କମିଶନ ସଦସ୍ୟାଙ୍କ ସହ ଆଲୋଚନା ପରେ ଅନୁଭବ ଏକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି […]
ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା […]
ଭୁବନେଶ୍ୱର: ମିକ୍ସର ଗ୍ରାଇଣ୍ଡରର ଜାର୍ ଭିତରେ ଫସିଗଲା ଢମଣା ସାପ। ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବଗଡ଼ିଆ ଗାଁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। ଗାଁର ଜଣେ ବ୍ୟକ୍ତିଙ୍କ ଅଗଣାରେ ଖରାପ ହୋଇଯାଇଥିବା ଏକ ମିକ୍ସର ଗ୍ରାଇଣ୍ଡରର ଜାର୍ ରଖାଯାଇଥିଲା। ତେବେ ଏହା ଭିତରେ ଏକ ଢମଣା ସାପ ଫସି ଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ନେକ୍ ହେଲ୍ପ୍ଲାଇନ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପ୍ଲାଇନ୍ ସଦସ୍ୟ ହିମାଂଶୁ […]
ଭୁବନେଶ୍ୱର: ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ୩୦% ଛାଡ୍ ହୋଇପାରେ। କରୋନା ଯୋଗୁ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫି’କୁ ନେଇ ବିବାଦ ଲାଗି ରହିଥିଲା। ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ୍ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡ଼ିଛି। ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ସର୍ବାଧିକ ୩୦% […]
କଟକ: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କଲେ ସାଂସଦ ଅନୁଭବ ମହାନ୍ତି। ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଭେଟି ନ ଥିଲେ। ଅନୁଭବଙ୍କ ଘରୁ ଆଜି ନିରାଶ ହୋଇ ଫେରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ୍ର ୫ ସଦସ୍ୟା। ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ(ଅନୁଭବ) ଘରକୁ ଯାଇଥିଲୁ ଓ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ […]
କଟକ: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଜାରି କରିଥିବା ଗାଇଡଲାଇନ୍ସକୁ ଚ୍ୟାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି। ସେହିପରି ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ଓ ଚତୁର୍ଥ […]
ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁଦିନ ଖୋଲିବ, ସେନେଇ କିଛି ସ୍ଥିର କରାଯାଇନାହିଁ। ଏଥିପାଇଁ ଏକ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ। ଏହାସହ କୋଭିଡ ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି। ସୂଚନାଥାଉ କି, କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ନନ୍ଦନକାନନ।
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡି ଦେବେ ସରକାର। ସେହିପରି ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦, ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ସହାୟତା ମିଳିବ। ବାରମାସୀ ଫସଲ ମଧ୍ୟରେ ଆମ୍ବ, […]
ଭୁବନେଶ୍ୱର: ଆସନ୍ତା କାଲିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଏକ୍ସପ୍ରେସ୍। ଜୀବିକା ପାଇଁ ଟ୍ରେନରେ ପୁଣି ସୁରତ୍ ଫେରିବେ ପ୍ରବାସୀ ଓଡ଼ିଆ। ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ୩ଟି ଟ୍ରେନ୍। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରୁଛନ୍ତି। ନିଜ ରାଜ୍ୟରେ କାମଧନ୍ଦା ପାଇଲେନି, ତେଣୁ ପୁଣି ଥରେ ପୁରୁଣା କର୍ମସ୍ଥଳକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତାକାଲିଠାରୁ ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏସବୁ ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ। […]
କନ୍ଧମାଳ: କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିବା ୨ ଯବାନଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୟୂରଭଂଜ ଜିଲ୍ଲାର ସହିଦ ଯବାନ ସୁଧୀର ଟୁଡୁଙ୍କ ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଶୁଳିଆପଦା ଥାନା ଭଜୁଆଶୋଳ ଗାଁରେ ଶୋକାକୂଳ ପରିବେଶରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ବେଳେ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ସେପଟେ ସହିଦଙ୍କ ମାଆଙ୍କୁ ୧୬ ଲକ୍ଷର ଅନୁକଂପା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ମନ୍ତ୍ରୀ ସୁଦାମ […]
ଭୁବନେଶ୍ୱର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲାକୁମାର। ଚେଲା କୁମାରଙ୍କୁ ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ମିଜୋରାମ୍ ଓ ମଣିପୁରର ପ୍ରଭାରୀ ନିଯୁକ୍ତି ମିଳିଛି। ଏଆଇସିସି ଆଜି ୯ ସାଧାରଣ ସମ୍ପାଦକ ଓ ୧୭ ଜଣଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ସହ ଅନ୍ୟ ସାଂଗଠନିକ ଦାୟିତ୍ୱ ଦେଇଛି।
ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ମୟୂରଭଞ୍ଜରେ ମଧ୍ୟ […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦରେ ନୂଆ ଟ୍ୱିଷ୍ଟ୍ ଆସିଛି। ସାଂସଦଙ୍କ ଟାର୍ଗେଟ୍ରେ ଆଉ ପତ୍ନୀ ବର୍ଷା ନୁହଁନ୍ତି, ବରଂ ମାମଲାରେ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିବା ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖା ସଦସ୍ୟା ଗୀତାଶ୍ରୀ ଦାସ। ଗତକାଲି ଦିନ ତମାମ ସୋସିଆଲ୍ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସିଧାସଳଖ ମାନବାଧିକାର ସଦସ୍ୟଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଅନୁଭବ। ଅନୁଭବଙ୍କ ଭାଷାରେ ସମ୍ମାନନୀୟ […]
ଭୁବନେଶ୍ୱର: ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଓ ଅନ୍ୟ ସ୍ପେଶାଲ୍ ଟ୍ରେନ୍ ସହିତ ଆଜିଠୁ ଆଉ ୩ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ ଗଡ଼ିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ସୁବିଧା ଲାଗି ଆଜିଠୁ ଓଡ଼ିଶାରୁ ଏହି ୩ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଏହି ଟ୍ରେନ୍ ଗୁଡ଼ିକ ବ୍ରହ୍ମପୁର ଷ୍ଟେସନରେ ମଧ୍ୟ ଅଟକିବ। ଏଥିପାଇଁ ଗତକାଲି ଷ୍ଟେସନରେ ସଫେଇ ସହ ସାନିଟାଇଜ୍ କରାଯାଇଛି। ଇଷ୍ଟ କୋଷ୍ଟ ରେଲ୍ୱେର ସୂଚନା ଅନୁସାରେ, ପୁରୀ-ଅହମ୍ମଦାବାଦ […]
ବରଗଡ଼: ଚୋରି ହୋଇଥିବା ଗାଡ଼ିର ଠିକଣା ଦେବା ପାଇଁ ଗାଡି ମାଲିକଙ୍କଠୁ ଜଣେ ସାମ୍ବାଦିକ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛିି ବରଗଡ଼ ଜିଲ୍ଲାରୁ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ବରଗଡ ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତିଙ୍କ ଏକ ଚାରି ଚକିଆ ଗାଡ଼ି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ। ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ […]
କଟକ: କଟକରେ ଠାବ ହୋଇଛି ନକଲି ମହୁ କାରଖାନା। କଟକ ରାଣୀହଟ କେନାଲ ରୋଡ଼ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ପୋଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି। ରାଜ୍ୟ ବାହାରର ବିଭିନ୍ନ କଂପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ ପୋଲିସ […]
ଭୁବନେଶ୍ୱର: ରାତି ପାହିଲେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆମ ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି। National Testing Agency […]
ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ପେଶାଲ୍ ଟ୍ରେନ୍ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡରୁ ଗୋଟିଏ ଟ୍ରେନ୍ ଗୁଜରାଟ ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ସେହି ଟ୍ରେନ୍ ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରଟ୍ ଯିବ। ସେହିପରି ଆସନ୍ତାକାଲି ଖୋର୍ଦ୍ଧା ରୋଡରୁ ପୂର୍ବାହ୍ନ ୧୦ଟା ୪୦ରେ ଗୁଜରାଟର ଓଖା ଅଭିମୁଖେ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରିବ। ଏହି ଟ୍ରେନ୍ ବି ସମାନ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ ନୂଆପଡ଼ାରେ ବି ପ୍ରବଳ […]