ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ। ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ମୋଟ ୫୩ଟି ସେଣ୍ଟରରେ ହେବ OJEE ପରୀକ୍ଷା। ଏହି ପରୀକ୍ଷା ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ତେବେ ରାଜ୍ୟ ବାହାରେ ଯଥା ରାଞ୍ଚି, କୋଲକାତା, ପାଟନାରେ ହେବ ପରୀକ୍ଷା। OJEEର ସବୁ ପରୀକ୍ଷା କମ୍ପ୍ୟୁଟର ବେସଡ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ପୁଣି ଫେରିଲା ସିବିଆଇ। ପୁଣି ଖୋଲିଲା ଚିଟ୍ଫଣ୍ଡ ମହାଠକେଇର ପେଡ଼ି। ସି-ସୋର ଚିଟ୍ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ଏକାଥରକେ ୮ଟି ସ୍ଥାନରେ ରେଡ୍ ହୋଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ କରିଥିଲା। ପରେ ଦେବୀ ମିଶ୍ରଙ୍କ କଟକ ନରସିଂହପୁରସ୍ଥିତ ପୈତୃକ ଘର ସହ ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍ କରିଛି। ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ […]
କଟକ: କଟକ SCB ମେଡିକାଲ୍ର କୋଭିଡ୍ ୱାର୍ଡରେ ଅବ୍ୟବସ୍ଥା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ଅଧୀକ୍ଷକ, ମ୍ୟାନେଜର ଓ ଜରୁରୀକାଳୀନ ଅଧିକାରୀ ରହିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ଆଜି ରିପୋର୍ଟ ଦାଖଲ କରିବେ। ସୂଚନାଥାଉ କି, କିଛିଦିନ ତଳେ କଂଗ୍ରେସ ନେତା ମାନସ ଚୌଧୁରୀ ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓରେ […]
ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଝାଡ଼ଖଣ୍ଡ କିରିବୁରୁ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଓଡ଼ିଶା ଆସି କାର୍ ଯୋଗେ ଗତକାଲି ବିଳମ୍ବିତ ରାତିରେ ଏମାନେ ଝାଡ଼ଖଣ୍ଡ ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍ଟି […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକାଧିକ ଦୋକାନ ଉପରକୁ ଏକ ଟ୍ରକ୍ ଚଢ଼ି ଯିବାରୁ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ପଥର ବୋଝେଇ ଟ୍ରକ୍ ମେଣ୍ଢାଶାଳ ଛକ ନିକଟରେ ଥିବା ଏକାଧିକ ଦୋକାନ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଟ୍ରକ୍ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ ଗୁରୁତରଙ୍କୁ ମେଣ୍ଢାଶାଳ ମେଡିକାଲରେ ଭର୍ତ୍ତି କରାଯାଇଛି।
କଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କିଛିଦିନ ତଳେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଥିଲେ। ତେବେ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ ଫାଇଲ୍ କରିଛନ୍ତି ଅନୁଭବ। କିଛି […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି। ଜଳେଶ୍ୱର ବଜାରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଳେଶ୍ୱର ପୋଲିସ୍ ହୋଟେଲ ଉପରେ ଚଢାଉ କରି ଜଣେ ଗ୍ରାହକ, ହୋଟେଲ ମ୍ୟାନେଜର ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୁନ୍ଦରଗଡ: ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ନିର୍ଯାତନା। ଅଧ୍ୟାପକ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ବୀରମିତ୍ରପୁର ଥାନା IIC। ବିବାହ ପରଠୁ ଆଇଆଇସିଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି। ରଘୁନାଥପାଲି ଥାନାରେ ଗତ ୧୭ତାରିଖରେ ଏତଲା ଦେବା ପରେ ୪୯୮ ଓ ୩୦୭ ଦଫା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ରାଉରକେଲା ସରକାରୀ […]
ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ (ISBT)। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାମ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରିଜ୍ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଟର୍ମିନାଲ ତିଆରି ହେବ। ନୂଆ […]
କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ ପରିବାର ଲୋକେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ […]
ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଯେଉଁଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼ ଓ କଳାହାଣ୍ଡି। ସେହିପରି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା […]
ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ […]
ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ ଘର ଭଞ୍ଜନଗରରେ ରହୁଛନ୍ତି। ଏହି ସମୟରେ ନିଜ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଣ୍ଟିଲେଟର […]
ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍ […]
ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…
ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଯାମିନୀଙ୍କ ଶ୍ୱଶୁର ଘର […]
ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ୪ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ICUରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ। ପୂର୍ବରୁ ପ୍ରେମାନନ୍ଦ ଦାସମହାପାତ୍ର ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ଥିଲେ।
ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ କଲରାପତରିଆ ବାଘର ଛାଲ, ବାଘର କଟା ମୁଣ୍ଡ ମିଳିଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୨୦ କିଲୋଗ୍ରାମ ଓଜନର ବାର୍ହା ମାଂସ, ବଜ୍ରକାପ୍ତା କାତି ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ନୂଆପଡା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ବନ ବିଭାଗ ଟିପାଝର ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଏସବୁ ଜବତ କରିଛି। ଏହି ଘଟଣାରେ […]
ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…
ଢେଙ୍କାନାଳ: ଡାକ୍ତରଖାନାର ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି ସ୍ଥାନୀୟ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁରେ। ଏହି ଗାଁର ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସଂପର୍କୀୟମାନେ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ଷ୍ଟ୍ରେଚରରେ ଧରି ଢେଙ୍କାନାଳ ଟାଉନରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୋଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି। ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ ତାରିଖରେ […]
ବାଲେଶ୍ୱର: ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ ଦେଶକୁ ଯିବାକୁ ଇଚ୍ଛା କରୁନାହାଁନ୍ତି। ଏହି ଦୁଇ ରଷିଆ ଦମ୍ପତ୍ତି ଶକ୍ତିତବ ଦାସ ଓ ତାଙ୍କ ସ୍ତ୍ରୀ ତେଜସ୍ଵିନୀ ଦାସ ଓଡିଶାାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। […]
ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ ବିଲ୍। ତେବେ ଏହି ବିଲକୁ ବିରୋଧ କରି ବିଜେଡି। ତେବେ କୃଷି ବିଲକୁ ବିଜେଡି କାହିଁକି ବିରୋଧ କଲା, ତାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ବିଜେଡିକୁ କଟାକ୍ଷ କରି ସୁରେଶ ପୂଜାରୀ କହିଛନ୍ତି, ‘କହିଁ ପେ ନିଗାହେଁ, କହିଁ ପେ ନିଶାନା। ଏହାଛଡ଼ା ସେ ବିଜେଡି ଟାର୍ଗେଟ୍ କରି ଆହୁରି କହିଛନ୍ତି, ସିବିଆଇର ଚିଟଫଣ୍ଡ ରେଡକୁ ନେଇ ଡିଲ୍ କରିବାକୁ ଚାହୁଁଥିଲା […]
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି…