ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଗତ ୪ ଦିନ ତଳେ ମାଟିରେ ପୋତାଯାଇଥିବା ଏକ ଶବକୁ ଖୋଳି ପୋଲିସ ବ୍ୟବଚ୍ଛେଦ କରିଛି। ମୃତ ଶବ ଉମରକୋଟ୍ ବ୍ଲକ ପତିଆଗୂୁଡ଼ା ଗ୍ରାମର କିଶୋର ମାଝୀଙ୍କର ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ୧୮ ବର୍ଷୀୟ କିଶୋର ମାଝୀଙ୍କର ମୃତ୍ୟୁ ହୋଇଥିଲା। ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କହି ତାଙ୍କ ବଡ଼ବାପା ଓ ପୁଅମାନେ ଗ୍ରାମବାସୀଙ୍କ ସହ ମିଶି ଗାଁ ମଶାଣିରେ ଶବ ପୋତି […]
ରାଉରକେଲା: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ୨୦୧୭ରେ ଏହାର ଶିଳାନ୍ୟାସ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କାମ ଆଗେଇ ପାରୁ ନ ଥିଲା। ତେବେ ଆଜି ଆପ୍ରୋଚ୍ ରୋଡ୍ ପାଇଁ ଦଣ୍ଡିଆପାଲିରେ […]
ମାଲକାନଗିରି: ଗ୍ରାମବାସୀଙ୍କ ପ୍ରୟାସରେ ଯୋଡି ହେଲା ରାଞ୍ଚି-ବିଜୟଓ୍ବାଡା କରିଡର । ମାସ ମାସ ଧରି ଦାବି କରିବା ସତ୍ତ୍ୱେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି ରାସ୍ତାକୁ ମୋଟୁ ଗ୍ରାମବାସୀ ଗୋଟିଏ ଦିନରେ କରି ଦେଖାଇଛନ୍ତି। ଗତ ଡିସେମ୍ବରରେ ସିଲେରୁ ନଦୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୩୩୨ ମିଟର ରାସ୍ତା ନିର୍ମାଣ ହୋଇପାରିନଥିଲା। ବାରମ୍ବାର ଜିଲ୍ଲାବାସୀ ଏହି ରାସ୍ତା ନିର୍ମାଣ […]
ଦେଓଗଡ଼/ମୟୂରଭଞ୍ଜ: ଭୂୟାଁ ଓ କନ୍ଧ ସଂପ୍ରଦାୟର ଆଦିବାସୀଙ୍କର ୨୫ଟି ପରିବାରକୁ ନେଇ ରହିଛି ମହୁପାଳ ଗାଁ। ଦେଓଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ମହୁପାଳ ଗ୍ରାମ ରହିଛି। ଏହି ଗାଁକୁ ଯିବାକୁ ହେଲେ ୩ଟି ନାଳ ଓ ୨ଟି ଉଚ୍ଚ ପାହାଡ଼ ଡେଇଁ ଯିବାକୁ ପଡ଼ିଥାଏ। ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତା ହୋଇପାରିନାହିଁ। କେବଳ ରାସ୍ତା ନୁହେଁ, ବିଜୁଳି ବି ଏହି ଗାଁର ଲୋକଙ୍କ ପାଇଁ ସ୍ୱପ୍ନ ହୋଇରହିଛି। ଦେହ ଖରାପ ହେଲେ ରୋଗୀଙ୍କୁ ଖଟିଆରେ ବୋହି ନେବା […]
ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କାର ଘୋଷଣାକୁ ବିରୋଧ କରି ବିକ୍ଷୋଭ ଦେଖାଦେଇଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବା ସହ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରିବା ଓ ଏନେଇ ପୁରସ୍କାର ଘୋଷଣା ନିଷ୍ପତ୍ତି ନିନ୍ଦନୀୟ ବୋଲି କହି ସଦସ୍ୟମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ପୁଲିସ ଏ ସମ୍ପର୍କରେ ଜାଣିବା […]
ଢେଙ୍କାନାଳ: ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କଠାରୁ ଲୁଟ୍ ଅଭିଯୋଗ ହୋଇଛି। ଢେଙ୍କାନାଳ କଙ୍କଡ଼ାହାଡ଼ ଛକରେ ଏପରି ଘଟଣା ଘଟିଛି। ଗୋଟିଏ ବାଇକ୍ରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇ ଥିବା ସେ ଅଭିଯୋଗ କରିଛନ୍ତି। କାମାକ୍ଷାନଗର ବାସଭବନରୁ ଟଙ୍କା ନେଇ ସେ ଗ୍ରାହକ ସେବା କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ତାଙ୍କଠାରୁ ଲୁଟ୍ ହୋଇଥିଲା। ଘଟଣା ପରେ କାମାକ୍ଷାନଗର ପୋଲିସ୍ ପହଞ୍ଚି ଖୋଲତାଡ଼ […]
ଭୁବନେଶ୍ୱର: ରାଜ୍ୟରେ ରାସ୍ତା ସମସ୍ୟାକୁ ନେଇ ବିଧାନଭାରେ ଉଦ୍ବେଗ ଦେଖାଦେଇଛି। ୩ ହଜାର ୩୨୩ ଗାଁକୁ ରାସ୍ତା ନ ଥିବା ନେଇ ଆଜି ଗୃହରେ ଖୋଦ୍ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଛନ୍ତି। ପ୍ରଶ୍ନକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପଞ୍ଚାୟତ କାର୍ଯ୍ୟକାଳ ସହ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ […]
ବାଲେଶ୍ୱର: ବାଲେଶ୍ୱରର ଜଳେଶ୍ୱର ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଜଳେଶ୍ୱର ଥାନା ଅଲାଲପୁର ରାସ୍ତାରେ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୨୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହୁରି ୩୫ରୁ ଅଧିକ ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୬୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ପଶ୍ଚିମବଙ୍ଗ ଯାଉଥିବା ବେଳେ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଓ […]
କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ଶ୍ରୀମନ୍ଦିର ପ୍ରବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାର ସମାପନ ଘଟିଛି। ତିନିରଥ ଉପରେ ସଂଧ୍ୟା ଆଳତି ପରେ ପହଣ୍ଡି ବିଜେ କରି ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ୩ ଠାକୁର। ପରମ୍ପରା ଅନୁଯାୟୀ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ସିଧାସଳଖ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବା ବେଳେ ମହାପ୍ରଭୁ ଜଗନ୍ନାଥ ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଅଟକାଇଥିଲେ ମା’ ଲକ୍ଷ୍ମୀ। ରଥଯାତ୍ରାରେ ଦେବୀ ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନ […]
ଗଜପତି: ଗଜପତି ଜିଲ୍ଲା ମୋହନା ପାଣିଗାଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ହୋଇଛି। ଏହି ଘଟଣାରେ ଗ୍ରାମବାସୀ ୪୨ ବସ୍ତା ଚାଉଳ ଜବତ କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ମାର୍କ ଦଳବେହେରା ଗତ ୧୧ ତାରିଖରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୪୨ ବସ୍ତା ଚାଉଳ ସ୍କୁଲକୁ ନ ଆଣି ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ଗୋଦାମରେ ରଖିଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀ ଓ ଯୁବକ ସଂଘ ଉକ୍ତ […]
ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକ ପ୍ରବର ଶେଷରେ ବନ୍ଧା ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ […]
ପୁରୀ: ଆଜି ହେଉଛି ରସଗୋଲା ଦିବସ। ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ତିଥିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥ ଅଭିମାନିନୀ ମା’ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ ପାଳନ କରାଯାଉଛି। ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ବିବାଦ ଲାଗି ରହିଥିବାବେଳେ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହେଉଥିବାର ପରମ୍ପରା […]
ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍ କର୍ମଚାରୀ ଓ ନର୍ସମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି ପାରାମେଡିକାଲ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ ୬ଜଣଙ୍କ ନାଁରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ […]
ଧର୍ମଗଡ଼: ବିଶ୍ୱକପ୍ ସେମି ଫାଇନାଲରେ ଭାରତର ପରାଜୟ ଅସହ୍ୟ ଥିଲା। ଏହି ପରାଜୟ ଦୁଃଖ ସହି ନ ପାରି କ୍ରିକେଟ ପ୍ରେମୀ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରାଜୟ ପରେ କ୍ରିକେଟପ୍ରେମୀ ବିଷ ପିଇବା କିମ୍ବା ସେଇଭଳି କିଛି ଅଘଟଣ ଘଟାଇବା ନଜୀର ଆଗରୁ ରହିଛି। ତେଣୁ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମକୁ ସେହିପରି ଭାବେ ଗ୍ରହଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଏବେ ଘଟଣା ଉପରୁ ପରଦା ହଟିଛି । ଯୁବକ ଜଣକ କ୍ରିକେଟ ପାଇଁ […]
ସମ୍ବଲପୁର: କେବିସି ବା କୌନ୍ ବନେଗା କରୋଡପତି କରାଇ ଦେବା ନାଁରେ ଠକେଇ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ, ଅନ୍ ଲାଇନ୍ରେ ଠକି ନେଇଛନ୍ତି ୪୦ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଶିକାର ହୋଇଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି। ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ସମ୍ବଲପୁର ହିରାକୁଦ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍ପତି’ କାର୍ଯ୍ୟକ୍ରମରୁ […]
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଉପରେ ଆଜି ବିଚାର କରି ପରବର୍ତ୍ତୀ ଶୁଣାଣିକୁ ଟ୍ରିବ୍ୟୁନାଲ ଘୁଞ୍ଚାଇଛନ୍ତି। ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
ଛୋଟ ଛୋଟ କାଠ ଟୁକୁରାରେ ତିଆରି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଚତୁପାର୍ଶ୍ୱରେ ଘେରି ରହିଛି ମେଘନାଦ ପ୍ରାଚୀର। ଆଉ ଭିତରେ ସ୍ନାନ ବେଦୀ ଠାରୁ ଆରମ୍ଭ କରି ଆଡପ ମଣ୍ଡପ, ଚକ୍ରତୀର୍ଥ, ପାର୍ଶ୍ୱ ଦେବତା ଓ ଅନ୍ୟମନ୍ଦିର, ତା ସହ ମନ୍ଦିର ସମ୍ମୁଖରେ ରହିଛି ଅରୁଣ ସ୍ତମ୍ଭ। ଆଉ ପତିତଙ୍କ ଦର୍ଶନ ପାଇଁ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୧ ମିମି ଉଚ୍ଚତାର ପତିତପାବନ ମୂର୍ତ୍ତି
ବ୍ରହ୍ମପୁର: ସ୍କୁଲର ମଧ୍ୟାହ୍ନ ବିରତି ଚାଲିଥିଲା। ମନଖୁସିରେ ଖେଳୁଥିଲେ ପିଲାମାନେ । ହେଲେ କିଏ ଜାଣିଥିଲା ଏଇ ଖେଳଛୁଟି ୬ଷ୍ଠ ଶ୍ରେଣୀର ଶ୍ୟାମଙ୍କ ପାଇଁ ମୃତ୍ୟୁକୁ ଡାକି ଆଣିବ ବୋଲି ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆଙ୍ଗୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଫଳକ ଭାଙ୍ଗି ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଶ୍ୟାମ ସୁନ୍ଦର ଦାସ। ମଧ୍ୟାହ୍ନ ଭୋଜନ ବିରତି ବେଳେ ସାଙ୍ଗମାନଙ୍କ ସହ ଶ୍ୟାମ ଖେଳୁଥିଲେ। ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପାସପୋର୍ଟ ଅଫିସ ଆଗରେ ଇଞ୍ଜିନିୟରଙ୍କ କାର ଭାଙ୍ଗି ଲୁଟ୍ । ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି। ଘଟଣା ଘଟିଛି ବୁଧବାର ମଧ୍ୟାହ୍ନରେ। ନିମାପଡାର ଗୋଟିଏ ପରିବାର ପାସ୍ପୋର୍ଟ ଅଫିସକୁ ଆସିଥିଲେ ପୁଅର ପାସପୋର୍ଟ ପାଇଁ। ଏକ ବ୍ୟାଗ୍ ଭିତରେ ଟଙ୍କା ବ୍ୟାଗ, ମୋବାଇଲ୍ ଓ ଅଳଙ୍କାର ରଖି ଏହାକୁ କାର୍ ଭିତରେ ରଖି ପାସପୋର୍ଟ ଅଫିସକୁ ଯାଇଥିଲେ। କେହି ନ ଥିବାର […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବୁଧବାର ବିପୁଳ ପରମାଣର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶର ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି । ଜବତ ସୁନାର ପରିମାଣ ୧୫୦.୯୨୦ ଗ୍ରାମ ହେବ । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୩୩ହଜାର ୩୫୧ଟଙ୍କା ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ଟିସାର୍ଟ କଲାରରେ ଏହି ସୁନାକୁ ଲୁଚାଇ ଆଣୁଥିଲେ। ଅଭିଯୁକ୍ତ ଜଣକ ଏୟାର ଏସିଆରେ ବ୍ୟାଙ୍କକରୁ ଆସୁଥିଲେ। […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଦର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଅକ୍ଷୟ ସ୍ୱାଇଁ। ତା ଘର ପୁରୀ ଜିଲ୍ଲା ଅସ୍ତରଙ୍ଗରେ। ସେ ଏକ କ୍ରସରରେ କାମ କରେ। ସୂଚନା ଅନୁସାରେ, ଭିନ୍ନକ୍ଷମ ଯୁବତୀଙ୍କ ମା’ ଏହି କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। […]
ନୀଳଗିରି: ବାଲେଶ୍ୱର ଜିଲ୍ଳା ନୀଳଗିରିରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ତୀବ୍ର ବିରୋଧ କରିଛି ସିପିଆଇ। ସଂଗଠନର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ନୀଳଗିରି ପାର୍ଟି ଅଫିସରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାକୁ ଯାଇଥିଲେ। ସେଠାରେ ସେମାନେ ଗଣଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ କାଳିଆ ଯୋଜନାରେ କୌଣସି ଲାଭ ପାଇପାରୁ ନାହାଁନ୍ତି। ତେଣୁ କାଳିଆ ଯୋଜନାର ଟଙ୍କା ଚାଷ କାମ […]
ଖୋର୍ଦ୍ଧା: ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ ସମର୍ପଣ କରିଥିବା ଏହି ମାଫିଆଙ୍କ ନାଁ ପ୍ରକାଶ ନାୟକ ଓରଫ ଛୋଟା। ସେ ଖୋର୍ଦ୍ଧା କୋର୍ଟକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପ୍ରକାଶ ଓରଫ ଛୋଟା […]
ପାଟକୁରା: ନିର୍ବାଚନ ପାଇଁ ସରଗରମ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ପ୍ରଚାର ମୈଦାନ। କିଏ ଜିତିବେ କିଏ ହାରିବେ, ତାହା ତ ନିର୍ବାଚନ ପରେ ଜଣାପଡ଼ିବ, ହେଲେ ତା ପୂର୍ବରୁ କିନ୍ତୁ ଜୋରସାର ଚାଲିଛି ବୟାନବାଜି। ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠିକାର ସାଧାରଣ ଲୋକ ଚାହୁଁଛନ୍ତି, ପାଟକୁରାରେ ବିଜୟ ମହାପାତ୍ର ଜିତି ବିଧାନସଭାକୁ ଯାଆନ୍ତୁ। ବିଜେଡି ମଧ୍ୟ ସେଇଆ ଚାହୁଁଛି। ଏଠି ବିଜେଡିର କିଛି ରଣକୌଶଳ ନାହିଁ। […]
ଫୁଲବାଣୀ:କନ୍ଧମାଳର ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ବିତିଲା ତିନି ବର୍ଷ। ସୁରକ୍ଷାକର୍ମୀଙ୍କ ଅତର୍କିତ ଗୁଳିମାଡ଼ରେ ଜଣେ ୧୩ ମାସର ଶିଶୁ ସମେତ ୫ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସରକାରଙ୍କ ନିଦ ହଜି ଯିବା ସହ ବିରୋଧୀ ଏହାକୁ ନେଇ ଆରମ୍ଭ କରିଥିଲେ ଆନ୍ଦୋଳନ ଓ ବିକ୍ଷୋଭ। ଅଞ୍ଚଳର ବିକାଶ ସହ ମୃତକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ଅଞ୍ଚଳକୁ ରାସ୍ତାଘାଟ […]