• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jami
ଗାଁ ମଶାଣିରେ ଜାଗା ଦେବାକୁ ମନାକଲେ ମୁଖିଆ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଗାଁ ମଶାଣିରେ ଶବ ଦାହ କରିବାକୁ ମନାକଲେ ଗାଁ ମୁଖିଆ। ଉପାୟ ନ ପାଇ ଗାଁ ଠାରୁ ୧୦ କିଲୋମିଟର ଦୂର ନଦୀ ପଠାରେ ପରିବାର ଲୋକେ କଲେ ଶବ ଦାହ । ଏଭଳି ଅଭିଯୋଗ ଅସିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆମ୍ବଳିଅଠା ଗାଁରୁ। ଅଭିଯୋଗ ଅନୁସାରେ କିଛିମାସ ତଳେ ଗାଁର ଗିରିଜା ଜେନାଙ୍କ ସହ ଗାଁ ମୁଖିଆ ଓ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସୋମବାର […]

  • Saturday, 10 July 2021
aug-15
ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ ଉତ୍ସବ

ଭୁବନେଶ୍ୱର: ଏଥର ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ପରେଡ଼ ହେବ । ରାଜ୍ୟସ୍ତରୀୟ ପରେଡ଼ରେ ଭାଗନେବେ ମୋଟ ୪ଟି ଟ୍ରୁପ୍ । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ ମଧ୍ୟ ଚଳିତ ପରେଡରେ ଭାଗ ନେବେ। ଏଥି ସହିତ ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ […]

  • Saturday, 10 July 2021
kalia
କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ବାଦ୍‌ ପଡ଼ିବେ କାଳିଆ ଅଯୋଗ୍ୟ ହିତାଧିକାରୀ। କାଳିଆ ଯୋଜନାରେ ଚାଷୀଙ୍କ ତାଲିକାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କୃଷି ସଚିବ ସୌରଭ ଗର୍ଗ। ରାଜ୍ୟରେ ଏହି ଯୋଜନାରେ ସାମିଲ ହୋଇଥିବା ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ୱେବ୍‌ସାଇଟରେ ଅଛି। ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି। ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ହୋଇଛନ୍ତି। ତେବେ ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ଏବଂ ସେମାନଙ୍କୁ ଯୋଜନାରୁ ବାଦ […]

  • Saturday, 10 July 2021
snake
କୁକୁଡ଼ା ଘରେ ୧୦ ଫୁଟର ଅଜଗର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସେରପାଲୀ ଗାଁରେ ଅଜୟ ବୁରୁଦାଙ୍କ ଘର।  ଅଜୟ ତାଙ୍କ ଘରେ ଏକ କୁକୁଡ଼ା ଫାର୍ମ କରିଥିଲେ।  ଆଜି ସକାଳେ ହଠାତ୍‌ କୁକୁଡାମାନେ ଜୋରରେ ରାବି ଉଠିଥିଲେ। କ’ଣ ହେଲା ବୋଲି ପରିବାର ଲୋକେ କୁକୁଡ଼ା ଘରକୁ ଦୌଡ଼ି ଯାଇଥିଲେ। ହେଲେ ସେଠାରେ ଯାହା ଦେଖିଲେ ସେମାନଙ୍କର ହୋସ୍‌ ଉଡ଼ିଗଲା। ବିରାଟ ଏକ ଅଜଗର କୁକୁଡ଼ା ଘରେ ପଶିଯାଇଛି। କୁକୁଡ଼ା ଖାଇବା ପାଇଁ ସାପଟି ପଶି ଆସିଥିବା ଅନୁମାନ କରାଯାଉଛି। ଅଜଗରର ଲମ୍ବ ପ୍ରାୟ ୧୦ […]

  • Saturday, 10 July 2021
Capture
ହୀରାକୁଦ ଜଳଭଣ୍ଡାର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପରିଚାଳନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଛତିଶଗଡ଼ର ନିୟୁ ରାୟପୁରରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ହେଉଛି । ଏହି ଅନ୍ତଃରାଜ୍ୟ ବୈଠକରେ ହୀରାକୁଦ ଜଳ ଭଣ୍ଡାରରେ ବନ୍ୟା ଜଳ ପରିଚାଳନା ଓ ନିୟନ୍ତ୍ରଣ ନେଇ ଆଲୋଚନା ହେବ। ଜଳଭଣ୍ଡାରରେ ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନ ନେଇ ଦୁଇ ରାଜ୍ୟର ଅଧିକାରୀ ତଥ୍ୟ ଆଦାନ ପ୍ରଦାନ କରିବେ । ଏହାସହ ବନ୍ୟାଜଳ ନିୟନ୍ତ୍ରଣ ଓ ନିଷ୍କାସନ […]

  • Saturday, 10 July 2021
accident
ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା; ୪ ମୃତ, ୬ ଗୁରୁତର ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କାତ୍ତିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ […]

  • Saturday, 10 July 2021
yogesh
କଂଗ୍ରେସ ଛାଡ଼ିଲେ ଯୋଗେଶ ସିଂହ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି କହିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଗତକାଲି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିଲା। ବୁଧବାର ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫିୟତ୍‌ ଦେବା ପାଇଁ ୨୪ […]

  • Saturday, 10 July 2021
1234567
ପର କରିଦେଲେ ପୁଅ, ପାଇଖାନାରେ କଟୁଛି ଜୀବନ

ପୁରୀ:ବୋଝ ପାଲଟି ଯାଇଛି ମାତୃତ୍ୱ। ଚାରି ପୁଅ ଥାଇ ମଧ୍ୟ ମା’କୁ ରହିବାକୁ ଘର ଟିଏ ମିଳୁନି।  ଟଏଲେଟେରେ କଟୁଛି ଜୀବନ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସାଉଲିଆ ଗାଁରେ।  ଧନୀ ମଲ୍ଲିକ । ବୟସ  ୮୨ ବର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ୪ ପୁଅଙ୍କୁ ମଣିଷ କରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ। ନିଜେ ଖଟି ପିଲାଙ୍କ ମୁହଁରେ ଆହାର ଦେଇଥିଲେ। ଏବେ ପିଲାମାନେ ବଡ଼ ହୋଇ ଯାଇଛନ୍ତି ଆଉ ନିଜେ […]

  • Saturday, 10 July 2021
Capture-1
କାର୍‌ରେ ରହିଗଲା ଭ୍ୟାନିଟି, ଡ୍ରାଇଭର ଗାଡ଼ି ନେଇ ପଳାଇଲା

ଯାଜପୁର:ଯାଜପୁରରେ ଅଭିନବ ଉପାୟରେ ଲୁଟ୍। କାର ଭଡ଼ାକରି ଯାଉଥିବାବେଳେ ରାସ୍ତାରେ ମହିଳାଙ୍କୁ ଛାଡ଼ି ତାଙ୍କ ଭ୍ୟାନିଟ୍‌ ବ୍ୟାଗ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ।  ଏଭଳି ଘଟଣା ଘଟିଛି ଯାଜପୁରର ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ। ଲୁଟ୍‌ର ଶିକାର ହୋଇଛନ୍ତି ନିରୁପମା ବିଶ୍ୱାଳ ନାମ୍ନୀ ଜଣେ ମହିଳା। ବାପାଙ୍କ ମୃତ୍ୟୁ ଖବର ପାଇ ସେ ଅନୁଗୁଳରୁ ବସ୍ ଯୋଗେ ମଙ୍ଗୁଳି ଛକକୁ ଆସିଥିଲେ। ପରେ ଏକ କାର ବୁକ୍ କରି ନିଜ ଘର ବାଲେଶ୍ୱର […]

  • Saturday, 10 July 2021
javan
ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ବାଜି ଲଗାଇଲେ ଜୀବନ

ମାଲକାନଗିରି: ସାଥୀ ଯବାନଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇଥିଲେ ସୁରକ୍ଷାକର୍ମୀ । ପାଣିରେ ଭିଜି ଭିଜି କାନ୍ଧରେ ଆହତ ସହକର୍ମୀଙ୍କୁ ବୋହି ଭରା ନଈ ପାର୍ ହୋଇଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବସ୍ତର ଜିଲ୍ଲାରେ। ବସ୍ତର ଜିଲ୍ଲାର ପୁଷପାଲ୍‌ରେ କମ୍ବିଂ ଅପରେସନ ସାରି ସିଆରପିଏଫ୍ ଯବାନ କ୍ୟାମ୍ପକୁ ଫେରୁଥିଲେ। ହଠାତ ଲାଣ୍ଡମାଇନ ବିସ୍ଫୋରଣ ହେଲା। ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନ ହେଲେ ରୋଶନ […]

  • Saturday, 10 July 2021
field
ଜୁଲାଇ ସରିଲା, ସ୍ୱାଭାବିକ ବର୍ଷା ନାହିଁ

ଭୁବନେଶ୍ୱର: ଲୁଚକାଳି ଖେଳୁଛି ମୌସୁମୀ । କେଉଁଠି ଝିପିଝିପି ବର୍ଷା ତ କେଉଁଠି ପ୍ରବଳ । କେଉଁଠି ବନ୍ୟା ତ କେଉଁଠି ମରୁଡ଼ି। ଚାଷକାମ ଆଗେଇ ପାରୁନି।  ଜୁଲାଇରେ ରାଜ୍ୟରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୩୩.୮ ମିଲିମିଟର ଓ ଭଦ୍ରକରେ ସର୍ବନିମ୍ନ ୧୭୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ […]

  • Saturday, 10 July 2021
1234
ଦେବଦୂତ ସାଜିଲେ ଗ୍ରାମବାସୀ, ପ୍ଲାଷ୍ଟିକ ଜାଲ କାଟି ଉଦ୍ଧାର କଲେ ମାଙ୍କଡ଼ ଛୁଆ

ପୁରୀ: ଛୋଟ ମାଙ୍କଡ ଛୁଆଟିଏ। ଛନଛନ ପରିବା ବଗିଚା ଦେଖି ଲୋଭକୁ ସମ୍ବରଣ କରି ପାରି ନ ଥିଲା। ଖାଦ୍ୟର ଭଣ୍ଡାର ହାତମୁଠାରେ ପାଇ ମା’କୁ ଛାଡ଼ି ଧାଇଁ ଆସିଲା ଛୁଆ ମାଙ୍କଡଟି। ହେଲେ ସେ ଜାଣି ପାରି ନ ଥିଲା ସେଠି ତା ପାଇଁ ମରଣର ଜାଲ ବିଛା ଯାଇଛି ବୋଲି ! ପୁରୀ ଜିଲ୍ଲାର ଏକ କ୍ଷେତରେ ପରିବା ଫସଲକୁ ସୁରକ୍ଷା ଦେବା ପାଇଁ ପ୍ଲାଷ୍ଟିକ ଜାଲି ଘେରାଇଥିଲେ ଜମି ମାଲିକ। ଛନଛନ ପରିବା […]

  • Saturday, 10 July 2021
123
ମହାପ୍ରଭୁଙ୍କର ମସ୍ତକରେ ଆଜି ଲାଗିବ ହୀରା ଖଚିତ ଚିତା

ପୁରୀ: ଆଜି ଚିତାଲାଗି ଅମାବାସ୍ୟା। ଏଥିପାଇଁ ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ଚିତାଲାଗି ପାଇଁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନିର୍ଦ୍ଧାରିତ ନୀତିକାନ୍ତି ସରିବା ପରେ ଦଇତାପତି ସେବାୟତ ଓ ପତି ମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକର ଦୁର୍ମୂଲ୍ୟ ଚିତା ଲଗାଇବେ। ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ, ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ଓ ଶ୍ରୀ ପେଚ ତିଆରି କରିବେ। ତା’ ପରେ ଆଜିର ଦିନରେ […]

  • Saturday, 10 July 2021
bjp
ବିଜେପି ଦାବି କଲା, ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦିଅ

ଭୁବନେଶ୍ୱର: ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅଳ୍ପ ବର୍ଷାରେ ବି ବେହାଲ ହୋଇ ପଡ଼ୁଛି ରାଜଧାନୀ । ଏପରି ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦେବାକୁ ଦାବି କରିଛି ବିଜେପି। ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ଦାବି ନେଇ ବିକ୍ଷୋଭ କରିଛି ବିଜେପି। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି ଯେ,  ଚଳିତ ବର୍ଷାଋତୁରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ୍ […]

  • Saturday, 10 July 2021
minister
ମାଲକାନଗିରି ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଆଜି ମାଲକାନଗିରି ଜିଲ୍ଲା ଗସ୍ତ ଯାଇ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତବେଳେ ତାଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବର୍ଷା ପରର ପରିସ୍ଥିତି, କ୍ଷୟକ୍ଷତି ଏବଂ ଲୋକଙ୍କ ଅବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ମନ୍ତ୍ରୀ ପରଖିବେ। ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା  ମୁଖ୍ୟତଃ ମାଲକାନଗିରିରେ ପରିସ୍ଥିତି ସଙ୍ଗୀନ […]

  • Saturday, 10 July 2021
keluni
ନିଜେ ଖୋଳିଲେ, ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଲେ ଗ୍ରାମବାସୀ

ପୁରୀ: ଚାରି ଦିନ ଜଳବନ୍ଦୀ ରହିଲେ। ପ୍ରଶାସନକୁ ଗୁହାରି କରି କରି ଶୁଣିଲାନି। ଶେଷରେ ନିଜ ପାଇଁ ନିଜେ ବାହାରିଲେ। ନଦୀ ମୁହାଁଣ ଖୋଳି ଜଳ ନିଷ୍କାସନର ବ୍ୟବସ୍ଥା କଲେ। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାର ଗାଁର । କେଳୁଣୀ ମୁହାଣ ବନ୍ଦ ହୋଇଯିବା ପରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନ ଥିଲା। ଏପରିକି କାଦୁଆ ଓ ପ୍ରାଚୀ ନଦୀରେ ଜମି ରହିଥିବା ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇ […]

  • Saturday, 10 July 2021
123
ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ

ରାୟଗଡ଼ା:୧୫ ଶିଶୁ ଶ୍ରମିକଙ୍କୁ ଆଜି ରାୟଗଡ଼ା ପୋଲିସ ଉଦ୍ଧାର କରିଛି। ଅପରେସନ ମୁସ୍କାନ ଅଭିଯାନରେ ଏହି ଶିଶୁମାନଙ୍କୁ ବଭିନ୍ନ ଦୋକାନ, ହୋଟେଲରୁ ଉଦ୍ଧାର କରାଯାଇଛି। ଟାଉନ ଥାନା ପୋଲିସ ସହରର ବିଭିନ୍ନ ହୋଟେଲ, ଲଜ୍ ଓ ଫାଷ୍ଟ ଫୁଡ଼ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ୧୫ ଜଣ ଶିଶୁ  ଜିଲ୍ଲାର କାଶୀପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୋଲିସ ଏମାନଙ୍କୁ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି ।  ଆଜି […]

  • Saturday, 10 July 2021
snake
ଫାର୍ମରେ ପଶି କୁକୁଡା ଖାଇଦେଲା ଅଜଗର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏକ ଅଜଗର  କୁକୁଡା ଗିଳି ଦେଇଛି। କିଛି ସମୟ ପରେ ଏହାକୁ ଓଗାଳିଛି। ଏମିତି ଏକ ଦୃଶ୍ୟକୁ ଗାଁ ଲୋକେ କ୍ୟାମେରାରେ ରେକର୍ଡିଂ କରିଛନ୍ତି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପ। ଏକ କୁକୁଡ଼ା ଫାର୍ମରେ ପଶି ଗୋଟିଏ କୁକୁଡ଼ାକୁ ଗିଳି ଦେଇଥିଲା । ଏହାପରେ ସାପର ପେଟ ଫୁଲିଯିବା ସହ ଆଉ କୁଆଡେ ଯାଇପାରି ନଥିଲା । କିଛି ସମୟ ପରେ ସାପର […]

  • Saturday, 10 July 2021
loot1
ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଲୁଟେରାରାଜ୍‌। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ଜଣେ ରେଲ୍‌ୱେ କର୍ମଚାରୀଙ୍କ ପତ୍ନୀଙ୍କଠାରୁ ସୁନା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ।  ଆଜି ସକାଳେ ମହିଳା ଜଣକ  ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଘରୁ ଏକ ଅଟୋରେ ବସି ସମସ୍ତେ ଷ୍ଟେସନ  ଯାଉଥିଲେ। ଗାଡ଼କଣ ନିକଟରେ ୩ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇଥିଲେ।  […]

  • Saturday, 10 July 2021
jagakalaia
ଗାଁକୁ ଫେରିପାରୁ ନ ଥିବାରୁ କ୍ଷୋଭ ପ୍ରକାଶ କଲେ ଜଗା-କାଳିଆଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି।  ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,  ଘରକୁ ଫେରିବାକୁ ଚାହୁଁଥିଲେ ବି ରାଜ୍ୟ ସରକାର ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଭୂୟାଁ ଓଟିଭିକୁ କହିଛନ୍ତି ଯେ, ୨ ବର୍ଷ ହେଲାଣି […]

  • Saturday, 10 July 2021
hrpc
ଆଇଆଇସିଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା HRPC ଟିମ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ମରା ଘଟଣାର ତଦନ୍ତ କରୁଥିବା HRPC ଟିମ୍ ଆଜି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍ ମେଡିକାଲ ଯାଇ ସିଡିଏମ୍ଓଙ୍କୁ ଭେଟିଛି। ଏଥିସହ ଆହତ ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ ନାବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ମଧ୍ୟ ଟିମ୍ ଆଲୋଚନା କରିଛି । ତେବେ ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଗଣମାଧ୍ୟମକୁ ସବିଶେଷ […]

  • Saturday, 10 July 2021
p1
ସ୍ଥଳଭାଗ ଛୁଇଁଲା ‘ପେତାଇ’

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପେତାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି। ଏହାର  ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପେତାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର […]

  • Saturday, 10 July 2021
sagarika-satya
ସଂସଦରେ ଜଲୱା ଦେଖାଇଲେ, ପ୍ରଶଂସା ସାଉଁଟିଲେ ଭିନ୍ନକ୍ଷମ ଭାଇଭଉଣୀ

ଯାଜପୁର: ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଆଉ ସେଥିପାଇଁ ଯାଜପୁର ଜିଲ୍ଲାର ଦୁର୍ଗମ ଝାଲପଡା ଗ୍ରାମରୁ ବାହାରି  ସଂସଦ ଭବନରେ ଦେଖାଇ ପାରିଛନ୍ତି ନିଜର ଜଲୱା । ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟମାନେ। ଏମାନେ ହେଲେ ସତ୍ୟବ୍ରତ ସାହୁ ଓ ତାଙ୍କ ଭଉଣୀ ସାଗରିକା। ଝାଲପଡ଼ା ବିପ୍ରଚରଣ ସାହୁଙ୍କ ତିନି ସନ୍ତାନ। ସାନ ପୁଅ-ଝିଅ ସତ୍ୟବ୍ରତ ଓ ସାଗରିକାକୁ ନେଇ ତାଙ୍କର ଚିନ୍ତା। ଦୁହେଁ ଭିନ୍ନକ୍ଷମ। […]

  • Saturday, 10 July 2021
magic pen
ମ୍ୟାଜିକ୍‌ ପେନ୍‌ରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏଟିଏମ୍‌ ଲୁଟ୍‌, ସୁନା ଅଳଙ୍କାର, ଟଙ୍କା, ବାଇକ୍‌, ମୋବାଇଲ୍‌ ଇତ୍ୟାଦି ଲୁଟ୍‌ ଚାଲିଥିବା ବେଳେ ଏହା ଭିତରେ ଲୁଟେରାମାନେ ଲୁଟ୍‌ ପାଇଁ ଆଉ ଏକ ଅଭିନବ ଉପାୟ ଆପଣାଇଛନ୍ତି। ମ୍ୟାଜିକ୍‌ ପେନ୍‌ରେ ଚାଲିଛି ଲକ୍ଷାଧିକ ଟଙ୍କା ଲୁଟ୍‌। ଆପଣ ନିଶ୍ଚୟ ଭାବୁଥିବେ କି ମ୍ୟାଜିକ୍‌ ପେନ୍‌ରେ କେମିତି କେହି ଜଣେ ଲୁଟ୍‌ କରିପାରିବ। ତାହା ବି ପୁଣି ଲକ୍ଷାଧିକ ଟଙ୍କା। ତେବେ ପଢ଼ନ୍ତୁ ଏହି ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର […]

  • Saturday, 10 July 2021
1111
ଦ୍ରୁତ ଗତିରେ ଆସୁଥିଲା, ଟ୍ରକ ପଛରେ ପିଟି ହୋଇଗଲା ବାଇକ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଳପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଉଜ୍ଜଳପୁର ଭାଲୁପତ୍ର ଅଂଚଳର ନିରଞ୍ଜନ ସାହୁ ଓ ପ୍ରଦୀପ ଚୌଧୁରୀ । ଉଜ୍ଜ୍ୱଳପୁର ବାଇପାସ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ରବିବାର ରାତି ପ୍ରାୟ ସାଢେ ୧୧ଟାରୁ ୧୨ଟା ମଧ୍ୟରେ  ନିରଞ୍ଜନ ଓ ପ୍ରଦୀପ ବାଇକ୍‌ରେ ଘରକୁ ଫେରୁଥିଲେ।  ଦ୍ରୁତ ଗତିରେ ଆସୁଥିବାବେଳେ ଛିଡା ହୋଇଥିବା ଏହି ଟ୍ରକ […]

  • Saturday, 10 July 2021