ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ। ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା ବହି ଦୋକାନରେ ବିକ୍ରି ହେଉଛି ମଦ। ନୟାଗଡ଼ରେ ଏପରି ଚାଲିଛି […]
ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]
ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍ଟି ପୂର୍ବରୁ ଛିଡ଼ା […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କୋରନା ରୋଗୀଙ୍କ ସଂଖ୍ୟା ୫୨କୁ […]
ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି। ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀଙ୍କୁ କଡା ଚେତାବନୀ ଦେଇ ଟୁଇଟ୍ କରି ଡିଜିପି । କହିଛନ୍ତି, […]
ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଅନ୍ୟ ରୋଗୀମାନେ ଅବେହଳାର ଶିକାର ହେଉଛନ୍ତି। ଏପରିକି ଅନ୍ୟ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ଗୁଡିକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏପରି ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ […]
ଭୁବନେଶ୍ୱର: ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା […]
ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଯଦି କିଏ ଜୀବନକୁ ସଙ୍କଟରେ ପକାଇ କରୋନା ଯୁଦ୍ଧ ଲଢୁଥାଏ ତେବେ ସେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ବାଲେଶ୍ୱରରେ କରୋନା […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିର ହେଲପର୍ ଭାବେ ସେ କାମ କରୁଥିଲେ। କଂକ୍ରିଟ୍ ଅତଡ଼ା ଭିତରୁ ଗୁରୁତର ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ […]
ଧର୍ମଗଡ଼: ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ମିଳୁନି ପତ୍ତା। ନିଖୋଜ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର। ନାରାୟଣଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, […]
ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସାଧନା ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଧନଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ତଥା ସାହିତ୍ୟିକ ନିରାକାର ଦାଶ ମୁଖ୍ୟ ବକ୍ତା, ଶୁଭସୂର୍ଯ୍ୟର ସମ୍ପାଦକ ଡଃ ନିଖିଳେଶ […]
ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ। ଏନେଇ ବିଏମ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ ସିଲ୍ ପାଇଁ ଏକ ଯୁଗ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।
କଟକ: ପ୍ରଥମେ ଫୋନ୍ରେ କଥାବାର୍ତ୍ତା, ତା’ପରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ଆଉ ଶେଷରେ ଏମିତି କିଛି ଘଟିଲା ପ୍ରେମିକା ରାଗି ଯାଇ ପ୍ରେମିକଙ୍କ ଉପରକୁ ଏସିଡ୍ ଫିଙ୍ଗିବାକୁ ମଧ୍ୟ ପଛାଇଲା ନାହିଁ। ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସେପଟେ ଏସିଡ୍ […]
ଭୁବନେଶ୍ୱର: ଭୁବନେଶ୍ୱରର ବାଣୀ ବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ […]
ଛତ୍ରପୁର(ଆଲୋକ ଗୌଡ): ଜୀବନରୁ ମୃତ୍ୟୁ, ପୁଣି ଜୀବନ, ପୁଣି ମୃତ୍ୟୁ। ମାତ୍ର କିଛି ଘଣ୍ଟା ଭିତରେ ମଣିଷ ଜୀବନରେ ବିଧାତାର ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ। ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ। ଆଉ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା। ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳା ଜଣକ ବଞ୍ଚିଥିବା […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗତକାଲି ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦିନରେ ଦୁଇଟି ପାଗଳା କୁକୁର […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଲାଗି ବିଜେପି ଅଡ଼ି ବସିଛି। ଆଜି ମଧ୍ୟ ବିଧାନସଭାରେ ଦଳର ବିଧାୟକମାନେ ଠିଆ ହୋଇ ନିରବ ପ୍ରତିବାଦ କରିଥିଲେ। ସେମାନଙ୍କୁ ବସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ ଓ ଶେଷରେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ‘ଆମର ଯେଉଁ ସ୍ୱରକୁ ଆମେ ଉତ୍ତୋଳନ […]
ରାୟଗଡ଼ା(ମନୋଜ ପାତ୍ର): ରାଜ୍ୟରେ ଚାଲିଛି ଜାଲ୍ ନୋଟ୍ କାରବାର। ରାୟଗଡ଼ା ଜିଲ୍ଲା ଟିକିରିରୁ ପୁଲିସ୍ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ତାଙ୍କ ନାଁ ଯୋଗେନ୍ଦ୍ର ନାୟକ। ତାଙ୍କ ଘର ଟିକିରିରେ। ଟିକିରି ଥାନା ଅନ୍ତର୍ଗତ ସୁନାମୁଦି ଗାଁରେ ଏକ ଭଡ଼ା ଘରେ ରହି ଯୋଗେନ୍ଦ୍ର ଏହି ଜାଲ୍ ନୋଟ୍ କାରବାର କରୁଥିଲେ। ଏ ସମ୍ପର୍କରେ ପୁଲିସ୍ ଜାଣିପାରି ଉକ୍ତ ଘରେ ଚଢ଼ଉ […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ବର୍ତ୍ତମାନ ପାରଦୀପ ଠାରୁ ପାଖାପାଖି ୯୫ କି.ମି. ଦୂରରେ ଅବସ୍ଥାପିତ ଅଛି। ଏହା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଗତି କରୁଛି। ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବ। ଏନେଇ ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ‘ବୁଲ୍ବୁଲ୍’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରାରେ ମାଛଧରା ବୋଟ୍ ବୁଡ଼ି ଯାଇଛି। ଧାମରା ସ୍ଥିତ କାଳିନାଳୀରେ ସମୁଦ୍ର ଭିତରେ ମାଛଧରା ବୋଟ୍ ବୁଡିଯାଇଥିବା ଜଣାପଡ଼ିଛି। ତେବେ ବୋଟରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଏପରିକି ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହା ମଧ୍ୟକୁ […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ‘ବୁଲ୍ବୁଲ୍’ ପ୍ରଭାବରେ ଏହି ଦୁଇ ଜିଲ୍ଲାରେ […]
ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଧୀରେ ଧୀରେ ପବନର ବେଗ ବଢ଼ିବାରେ ଲାଗିଛି। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି। ବାତ୍ୟାର ମୁକାବିଲା ଲାଗି […]