• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଘାଟିରେ ଧସିଲା ମାଟି ଅତଡ଼ା; ଅଟକି ରହିଲା ଶହଶହ ଗାଡ଼ି

କୋରାପୁଟ: ଆନ୍ଧ୍ର ଓଡିଶା ସୀମାନ୍ତ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ୨୬ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଗୋଟିଏ ପାର୍ଶ୍ୱରେ ଚଳାଚଳ କରୁଛି। ଫଳରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଉଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଯୋଗୁ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ଅଟକି ରହିଥିଲା।

  • Monday, 12 July 2021
rto
ଦଶହରା ଛୁଟିରେ କେବଳ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ଅକ୍ଟୋବର ୫ ଓ ୭ରେ ଗାଡ଼ିର ରେଜିଷ୍ଟ୍ରେସନ୍‌ କରିପାରିବେ। ଏହି ୨ ଦିନ ଆର୍‌ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ସମୟରେ ଯେଉଁମାନେ ନୂଆ ଗାଡ଼ି କିଣିଥିବେ ସେମାନେ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍‌ କରିପାରିବେ। ଏଥିସହ ବିନା ରେଜିଷ୍ଟ୍ରେସନ୍‌ରେ ଯେପରି ଗାଡି ବିକ୍ରି ନ ହୁଏ […]

  • Monday, 12 July 2021
odisha
କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଏଏସ୍ଆଇ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବହାଡ଼ାଝୋଲା ଫାଣ୍ଡି ଏଏସ୍ଆଇ ଶରତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଡିଆଇଜି ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଏସ୍‌ପି ଶଶୀଭୂଷଣ ଶତପଥୀ ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ସେହିପରି ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ମଧ୍ୟ ବଦଳି ହୋଇଛି। ଏକ ମାମଲାରେ ଅବହେଳା କରୁଥିବା ନେଇ ଜଣେ ବ୍ୟକ୍ତି ବହାଡ଼ାଝୋଲା ଫାଣ୍ଡି ଅଧିକାରୀ ଓ ଓଡ଼ଗାଁ ଥାନା ଅଧିକାରୀଙ୍କ ବିରୋଧରେ ଫେରାଦ ହୋଇଥିଲେ। […]

  • Monday, 12 July 2021
odisha
୩ ପ୍ରମୁଖ ରାଜନୈତିକ ଦଳର ପଦଯାତ୍ରା

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। ଏଥିରେ ଦଳର ବିଭିନ୍ନ ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ। ବିଜେଡ଼ିର ଏହି ପଦଯାତ୍ରା ଏକାମ୍ର ନିର୍ବାଚନ ମଣ୍ଡଳୀର ୬୨ ନମ୍ବର ଓ୍ୱାର୍ଡରୁ ଶୁଭାରମ୍ଭ ହୋଇଥିବା ବେଳେ କଟକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଗାନ୍ଧି ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ […]

  • Monday, 12 July 2021
elephant
ବିଗିଡ଼ିବାରେ ଲାଗିଛି ହାତୀର ସ୍ୱାସ୍ଥ୍ୟାବସ୍ଥା; ଛାଡ଼ି ଚାଲିଗଲେ ଡାକ୍ତରୀ ଟିମ୍‌

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାରେ ଅସୁସ୍ଥ ହୋଇ ପଡ଼ିଥିବା ମାଈ ହାତୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଦୀର୍ଘ ୫ ଦିନ ଧରି ଉପରସୁମଠରେ ହାତୀର ଚିକିତ୍ସା କରାଯାଉଥିଲେ ବି କୌଣସି ଉନ୍ନତି ପରିଲକ୍ଷିତ ହେଉନି। ଅସୁସ୍ଥ ହାତୀକୁ ଔଷଧ ଓ ସାଲାଇନ୍ ଦେଇଛନ୍ତି ଡାକ୍ତର। ତେବେ ଦୁଇ ଦିନ ଧରି ହାତୀ ଖାଦ୍ୟ ଖାଇଥିବା ବେଳେ ଆଜି ଖାଦ୍ୟ ଗ୍ରହଣ କରିନାହିଁ। ଅନ୍ୟପକ୍ଷରେ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବାବେଳେ ଡାକ୍ତରୀ ଟିମ୍ ଘଟଣାସ୍ଥଳରୁ ଚାଲି ଆସିଛନ୍ତି। ଫଳରେ […]

  • Monday, 12 July 2021
bjd
ସୋସିଆଲ ସର୍ଭିସ ୱିଙ୍ଗ୍ ଆରମ୍ଭ କରିବ ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ଆରମ୍ଭ କରିବ ସୋସିଆଲ ସର୍ଭିସ ୱିଙ୍ଗ୍। ଆଜି ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ତ୍ୟାଗକୁ ସମ୍ମାନ ଜଣାଇ ଏହି ଶାଖା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଜେଡି ସୁପ୍ରିମୋ, ଲୋକଙ୍କ ସମସ୍ୟା ବୁଝିବାକୁ ଦଳୀୟ ନେତାଙ୍କୁ ମନ୍ତ୍ର ଦେଇଥିଲେ। ଲୋକଙ୍କ ସମସ୍ୟା […]

  • Monday, 12 July 2021
dengue
ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ

ବାଲେଶ୍ୱର: ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ। ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି।  ରାଜ୍ୟ ବାହାରୁ କିଛି ଆକ୍ରାନ୍ତ ଆସିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ […]

  • Monday, 12 July 2021
representational image
ବଲାଙ୍ଗିରରେ ଶିଶୁ ବିକ୍ରି ଉଦ୍ୟମ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଶିଶୁ ବିକ୍ରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସଇଁନ୍ତଲା ଥାନା ଅନ୍ତର୍ଗତ ଫପସି ଗାଁରେ ଏପରି ଉଦ୍ୟମ ହୋଇଥିବା ଜଣାଯାଇଛି। ଫପସି ଗାଁରେ ସରୋଜିନୀ ମହାକୁଡ ନାମକ ଜଣେ ମହିଳା ଗାଁର ବାଲମତି ସୁନାଙ୍କୁ ନିଜ ନବଜାତ ଶିଶୁକନ୍ୟାକୁ  ଦେବା ଲାଗି ଉଦ୍ୟମ କରୁଥିଲେ। ତେବେ ଏସମ୍ପର୍କରେ ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଓ ପୁଲିସ୍‌ ପହଞ୍ଚି ଶିଶୁକନ୍ୟା ଓ ମା’ଙ୍କୁ ଉଦ୍ଧାର କରିଥିଲେ। ଏହାପରେ ବଲାଙ୍ଗିର ଶିଶୁ କଲ୍ୟାଣ […]

  • Monday, 12 July 2021
bijepur
ବିଜେପୁର ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ପଦ୍ମପୁର: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ତାଙ୍କ ସମର୍ଥକଙ୍କ ଗହଣରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନ ବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀ, ସମରେନ୍ଦ୍ର ମିଶ୍ରଙ୍କ ସହିତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହାପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶହ ଶହ ନେତା […]

  • Monday, 12 July 2021
odisha
ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ହସ୍ପିଟାଲ ଭିତରେ ଝଡ଼ାଫୁଙ୍କା!

ବଲାଙ୍ଗିର: ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ। ଯେଉଁଠି ଚିକିତ୍ସା ବିଜ୍ଞାନ ଫେଲ୍‌ ମାରୁଛି, ସେଠି ମଣିଷ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରୁଛି। ଏପରି ମାନସିକତା ଦୂର କରିବାକୁ ବହୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସତ୍ତ୍ୱେ ଏହା ଦୂର ହେଉନି। ସାପ କାମୁଡ଼ାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ବଞ୍ଚାଇବାକୁ ହସ୍ପିଟାଲ ଭିତରେ ଚାଲିଛି ଗୁଣି ଗାରେଡ଼ି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହସ୍ପିଟାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୃତକଙ୍କ ପାଖରେ […]

  • Monday, 12 July 2021
lightning
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର ଓ ଭଦ୍ରକ। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।

  • Monday, 12 July 2021
train derail
ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌ର ୭ ବଗି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ-ଧାମରା ରେଳପଥ ଜିଝାରପୁର ନିକଟରେ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଲାଇନ୍‌ଚ୍ୟୁତ ହୋଇ ଯାଇଛି। ଏହି ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଟ୍ରାକ୍‌ରୁ ୭ଟି ବଗି ଖସି ଯାଇଥିବା ବେଳେ ଦୁଇଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। କିଛି ବଗିରୁ ଚକ ମଧ୍ୟ ବାହାରି ପଡ଼ିଛି। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି […]

  • Monday, 12 July 2021
odisha
ନିଖୋଜ ବ୍ୟକ୍ତିଙ୍କ ମୃତଦେହ କୂଅରୁ ଉଦ୍ଧାର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ବୁଡୁ ପାଢ଼ୀ (୪୫)। ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ। ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀରେ […]

  • Monday, 12 July 2021
rain
ଦଶହରାକୁ ଫିକା କରିବନି ବର୍ଷା !

ଭୁବନେଶ୍ୱର: ଦଶହରା ବେଳକୁ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହା ପୂଜାକୁ ଫିକା କରିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠୁ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ନାହିଁ। କେବଳ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାରେ ଆଜି ବଜ୍ରପାତ ସହ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, କେନ୍ଦ୍ରାପଡ଼ା, […]

  • Monday, 12 July 2021
firing
ସାନ ଭାଇକୁ ଗୁଳି କରି ପ୍ରତିଶୋଧ ନେଲା ବଡ଼ ଭାଇ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାରିବାରିକ କଳହକୁ ନେଇ ଭାଇ ଭାଇ ମଧ୍ୟରେ ବୋମାମାଡ଼ ଓ ଗୁଳିମାଡ଼। ଆଉ ବଡ଼ ଭାଇର ଗୁଳି ମାଡ଼ରେ ଗୁରୁତର ହୋଇଛି ସାନ ଭାଇ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ସାନ ଭାଇ ନାଁ ବିଭୁ ବେହେରା। ତାଙ୍କ ବଡ଼ ଭାଇଙ୍କ ନାଁ ମିଲୁ ବେହେରା। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି […]

  • Monday, 12 July 2021
odisha
ମହିଳାଙ୍କ ପେଟରୁ ବାହାରିଲା ୫ କି.ଗ୍ରା. ଓଜନର ଟ୍ୟୁମର୍‌

ନୀଳଗିରି: ମହିଳାଙ୍କ ପେଟରୁ ବାହାରିଲା ୫ କି.ଗ୍ରା.ରୁ ଅଧିକ ଓଜନର ଟ୍ୟୁମର୍‌। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ପେଟ ଭିତରୁ ଏହି ଟ୍ୟୁମର୍‌କୁ ବାହାର କରାଯାଇଛି। ସୂଚନା ଅନୁସାରେ, ଗୋପୀନାଥପୁର ଗାଁର ଜଗନ୍ନାଥ ବାସ୍କେଙ୍କ ଝିଅ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ପେଟ ଭିତରୁ ୫ କି.ଗ୍ରା ଓଜନର ଟ୍ୟୁମର୍‌ ବାହାର କରିଥିଲେ। […]

  • Monday, 12 July 2021
representationl image
ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା; ରେକର୍ଡ ହେଲା ପୀଡ଼ିତାଙ୍କ ସାନି ବୟାନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ୍‌ ଆଜି ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ଓ ମହିଳା ପୁଲିସଙ୍କ ଉପସ୍ଥିତିରେ ଧାରା ୧୬୧ ଅନୁଯାୟୀ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଲଳିନ୍ଦ୍ରକୁ ଆଜି ଡାକ୍ତରୀମାଇନା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ଲଳିନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା ଗଣମାଧ୍ୟମ ଆଗରେ କହିଥିଲେ। ସେ […]

  • Monday, 12 July 2021
jaga-kalia-2
କାଳିଆର ଅବସ୍ଥା ସଙ୍କଟାପନ୍ନ

କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ମଧ୍ୟରୁ କାଳିଆର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଥିବାରୁ ଏସ୍‌ସିବି ମେଡିକାଲ୍‌ର ଡାକ୍ତରୀ ଟିମ୍‌ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛନ୍ତି। ଦୁଇଜଣ ବିଶେଷଜ୍ଞଙ୍କୁ ଏସ୍‌ସିବି ପଠାଇବା ପାଇଁ ଦିଲ୍ଲୀ ଏମ୍ସକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ନ୍ୟୁରୋସର୍ଜନ ଦୀପକ ଗୁପ୍ତା ଓ ପେଡିଆଟ୍ରିକ୍‌ ଆଇସିୟୁ କେୟାର ମୁଖ୍ୟ ରାକେଶ ଲୋଧାଙ୍କୁ ଏସ୍‌ସିବି ପଠାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ଏସ୍‌ସିବି ମେଡିକାଲ୍‌ […]

  • Monday, 12 July 2021
heavy rainfall
ବର୍ଷା ସହ ବଜ୍ରପାତ ନେଇ ୮ ଜିଲ୍ଲାକୁ ସତର୍କ ସୂଚନା, ୨ ଜିଲ୍ଲାରେ ପ୍ରବଳ ‍ବର୍ଷିବ

ଭୁବନେଶ୍ୱର: ଉତ୍ତର ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ବର୍ଷା ସହ ଘଡ଼ଘଡ଼ି ନେଇ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କଟକ, ସୁନ୍ଦରଗଡ଼ , […]

  • Monday, 12 July 2021
encounter
ଲୁଟ୍‌ କରି ଚମ୍ପଟ ବେଳେ ଡକାୟତଙ୍କୁ ପୁଲିସ୍‌ର ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୁଲିସ୍ ଏନକାଉଣ୍ଟରରେ ଡକାୟତ ହୃଷିକେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ତାର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୫ରୁ ଊର୍ଦ୍ଧ୍ୱ ଡକାୟତ ଆଳି ଜୁଆଣିଆ ଗାଁର ନବଘନ ପରିଡା ନାମକ ବ୍ୟକ୍ତିଙ୍କ ଘରର କବାଟ କାଟି ଘର ଭିତରେ ପଶିଥିଲେ। ହଠାତ୍ ଘରଲୋକେ ଉଠି ପଡ଼ିବାରୁ ଡକାୟତମାନେ […]

  • Monday, 12 July 2021
wanted naxal
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା ମାଲକାନଗିରି ପୁଲିସ୍‌ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି। କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ  ଘଟଣାରେ ସେ ସାମିଲ ଥିଲା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ ରହିଥିଲା। ମାଡକାମୀ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗତକାଲି ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଓ ସୁକମାରେ ଅବସ୍ଥାପିତ ୭୪ ସିଆରପିଏଫ୍ […]

  • Monday, 12 July 2021
jaga-kalia-2
ଭେଣ୍ଟିଲେଟରରେ କାଳିଆ

କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ମଧ୍ୟରୁ ଗତକାଲି କାଳିଆର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ରାତିରୁ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଦୀର୍ଘ୨ ବର୍ଷର ଚିକିତ୍ସା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସ୍‌ରୁ ଜଗା ଓ କାଳିଆ ଓଡ଼ିଶା ଫେରିଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା […]

  • Monday, 12 July 2021
odisha
ମାଇଁକୁ ହତ୍ୟା କଲା ଭଣଜା

ଆନନ୍ଦପୁର(ମୁନା ସିଂହ): ଗୁଣି ଗାରେଡ଼ି ସନ୍ଦେହରେ ମାଇଁକୁ ହତ୍ୟା କଲ ଭଣଜା। କେନ୍ଦୁଝର ଜିଲ୍ଲାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଆନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ଜିଙ୍ଗି ପୂର୍ତ୍ତି। ଅଭିଯୁକ୍ତର ନାଁ ଅଙ୍କୁରା ବୀରୁଆ। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ଜିଙ୍ଗି ଘରକୁ ଆସୁଥିବା ବେଳେ ନିଛାଟିଆ ରାସ୍ତା ଦେଖି […]

  • Monday, 12 July 2021
omfed
ଆଜିଠୁ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର: ଓମ୍‌ଫେଡ୍‌ କ୍ଷୀର ଦର ଆଜିଠୁ ବୃଦ୍ଧି ପାଇଛି। ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗତକାଲି ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି।ଆଜିଠୁ ଓମ୍‌ଫେଡ୍‌ କ୍ଷୀରର ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଟୋନ୍‌ଡ୍‌ କ୍ଷୀର ଲିଟର ପିଛା ୩୮ ଟଙ୍କା ଏବଂ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ […]

  • Monday, 12 July 2021
ram nath kovind
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତରେ ଯୋଗଦେବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ନୂଆଦିଲ୍ଲୀରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରରେ ଆସି ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ଗୋପାଳପୁର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ସ୍ଥଳସେନା ମୁଖ୍ୟ ବିପିନ […]

  • Monday, 12 July 2021