ଆନନ୍ଦପୁର(ମୁନା ସିଂ): ଚେନ୍ନାଇରୁ ଚୋରି, କେନ୍ଦୁଝରରୁ ଗିରଫ। ଚେନ୍ନାଇରୁ ଚୋରି କରି ଆସି ଓଡ଼ିଶାରେ ଲୁଚିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇଛି ତାମିଲନାଡୁ ପୁଲିସ୍। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ହେଲେ ଗୌରାଙ୍ଗ ଜେନା ଓ ଶିବା ନାୟକ। ପୁଲିସ୍ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବା ଫେରାର ହୋଇଯାଇଛି। ସେମାନଙ୍କ ଘର ଘସିପୁରା ଥାନା ଅନ୍ତର୍ଗତ ତରଡ଼ିପାଳ ଗାଁରେ। ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୁଲିସ୍ […]
ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, ଭଦ୍ରକ ଓ ପୁରୀ। ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରୁ ଜଳସ୍ତର କମାଇବାକୁ ଦାବି। ଏନେଇ ଆଦିବାସୀ ବିପ୍ଲବୀ ଚାଷୀ ମୂଲ୍ୟ ସଂଗଠନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦିଆଯାଇଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁ ସ୍ୱାଭିମାନ ଅଞ୍ଚଳରେ ଧାନ, ମାଣ୍ଡିଆ, ବିରି, ମୁଗ ଫସଲ ଇତ୍ୟାଦି ନଷ୍ଟ ହେଉଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଗତବର୍ଷ ପାଣି ମାଡ଼ି ଆସିବାରୁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବା ବେଳେ ଚଳିତବର୍ଷ ଜଳସ୍ତର ବଢ଼ିବାରେ ଲାଗିଛି। […]
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ କମିଶନରେଟ୍ ପକ୍ଷରୁ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ। ଅଧିକ ସଂଖ୍ୟକ ଗାଡ଼ି ଚଳପ୍ରଚଳକୁ ନେଇ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। କୌଣସି ପ୍ରକାରର ଭାରି ଯାନ ନିମ୍ନୋକ୍ତ ରାସ୍ତାରେ ଏହି ଦିନ ଗୁଡ଼ିକରେ ଓ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକ ନିକଟରେ ଏକ ବସ୍ ଟ୍ରକ୍କୁ ପଛରୁ ଧକ୍କା ଦେବା ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍ଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା। ଏହି ସମୟରେ ବେଗୁନିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। […]
ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ। ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡ଼ା ଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ପଛପଟୁ ଏକ ବସ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଓ ହେଲ୍ପର୍ଙ୍କ ସମେତ ୬ଜଣ ଯାତ୍ରୀ ଅଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ବଡବିଲ୍ରୁ […]
ଯାଜପୁର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି ଦେଇଥିଲା। ହେଲେ ସେ ତୁରନ୍ତ ଚିକିତ୍ସା ଲାଗି ମେଡିକାଲ ନ ଯାଇ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଆଉ […]
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ପାଗ ଭଲ ରହିବ ! କାହିଁକି ନା ବର୍ତ୍ତମାନ ଓଡ଼ିଶା ଉପରେ କିମ୍ବା ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ଏକ ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏବେ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଅଧିକାଂଶ ସ୍ଥାନରେ ଆକାଶ ମେଘ ମୁକ୍ତ ରହିଛି। ତେବେ ଉପର […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିସ୍ଫୋରଣ ହୋଇଛି। ଏଥିରେ ଘରର କାନ୍ଥ ଭାଙ୍ଗି ଛିନ୍ଛତ୍ର ହୋଇପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ବିସ୍ଫୋରଣ ହେବା ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଯାଇଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ […]
କୋରାପୁଟ: ଆନ୍ଧ୍ର ଓଡିଶା ସୀମାନ୍ତ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ୨୬ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଗୋଟିଏ ପାର୍ଶ୍ୱରେ ଚଳାଚଳ କରୁଛି। ଫଳରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଉଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଯୋଗୁ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ଅଟକି ରହିଥିଲା।
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ଅକ୍ଟୋବର ୫ ଓ ୭ରେ ଗାଡ଼ିର ରେଜିଷ୍ଟ୍ରେସନ୍ କରିପାରିବେ। ଏହି ୨ ଦିନ ଆର୍ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ସମୟରେ ଯେଉଁମାନେ ନୂଆ ଗାଡ଼ି କିଣିଥିବେ ସେମାନେ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍ କରିପାରିବେ। ଏଥିସହ ବିନା ରେଜିଷ୍ଟ୍ରେସନ୍ରେ ଯେପରି ଗାଡି ବିକ୍ରି ନ ହୁଏ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବହାଡ଼ାଝୋଲା ଫାଣ୍ଡି ଏଏସ୍ଆଇ ଶରତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଡିଆଇଜି ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଏସ୍ପି ଶଶୀଭୂଷଣ ଶତପଥୀ ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ସେହିପରି ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ମଧ୍ୟ ବଦଳି ହୋଇଛି। ଏକ ମାମଲାରେ ଅବହେଳା କରୁଥିବା ନେଇ ଜଣେ ବ୍ୟକ୍ତି ବହାଡ଼ାଝୋଲା ଫାଣ୍ଡି ଅଧିକାରୀ ଓ ଓଡ଼ଗାଁ ଥାନା ଅଧିକାରୀଙ୍କ ବିରୋଧରେ ଫେରାଦ ହୋଇଥିଲେ। […]
ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। ଏଥିରେ ଦଳର ବିଭିନ୍ନ ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ। ବିଜେଡ଼ିର ଏହି ପଦଯାତ୍ରା ଏକାମ୍ର ନିର୍ବାଚନ ମଣ୍ଡଳୀର ୬୨ ନମ୍ବର ଓ୍ୱାର୍ଡରୁ ଶୁଭାରମ୍ଭ ହୋଇଥିବା ବେଳେ କଟକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଗାନ୍ଧି ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାରେ ଅସୁସ୍ଥ ହୋଇ ପଡ଼ିଥିବା ମାଈ ହାତୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଦୀର୍ଘ ୫ ଦିନ ଧରି ଉପରସୁମଠରେ ହାତୀର ଚିକିତ୍ସା କରାଯାଉଥିଲେ ବି କୌଣସି ଉନ୍ନତି ପରିଲକ୍ଷିତ ହେଉନି। ଅସୁସ୍ଥ ହାତୀକୁ ଔଷଧ ଓ ସାଲାଇନ୍ ଦେଇଛନ୍ତି ଡାକ୍ତର। ତେବେ ଦୁଇ ଦିନ ଧରି ହାତୀ ଖାଦ୍ୟ ଖାଇଥିବା ବେଳେ ଆଜି ଖାଦ୍ୟ ଗ୍ରହଣ କରିନାହିଁ। ଅନ୍ୟପକ୍ଷରେ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବାବେଳେ ଡାକ୍ତରୀ ଟିମ୍ ଘଟଣାସ୍ଥଳରୁ ଚାଲି ଆସିଛନ୍ତି। ଫଳରେ […]
ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ଆରମ୍ଭ କରିବ ସୋସିଆଲ ସର୍ଭିସ ୱିଙ୍ଗ୍। ଆଜି ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ତ୍ୟାଗକୁ ସମ୍ମାନ ଜଣାଇ ଏହି ଶାଖା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଜେଡି ସୁପ୍ରିମୋ, ଲୋକଙ୍କ ସମସ୍ୟା ବୁଝିବାକୁ ଦଳୀୟ ନେତାଙ୍କୁ ମନ୍ତ୍ର ଦେଇଥିଲେ। ଲୋକଙ୍କ ସମସ୍ୟା […]
ବାଲେଶ୍ୱର: ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ। ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି। ରାଜ୍ୟ ବାହାରୁ କିଛି ଆକ୍ରାନ୍ତ ଆସିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଶିଶୁ ବିକ୍ରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସଇଁନ୍ତଲା ଥାନା ଅନ୍ତର୍ଗତ ଫପସି ଗାଁରେ ଏପରି ଉଦ୍ୟମ ହୋଇଥିବା ଜଣାଯାଇଛି। ଫପସି ଗାଁରେ ସରୋଜିନୀ ମହାକୁଡ ନାମକ ଜଣେ ମହିଳା ଗାଁର ବାଲମତି ସୁନାଙ୍କୁ ନିଜ ନବଜାତ ଶିଶୁକନ୍ୟାକୁ ଦେବା ଲାଗି ଉଦ୍ୟମ କରୁଥିଲେ। ତେବେ ଏସମ୍ପର୍କରେ ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଓ ପୁଲିସ୍ ପହଞ୍ଚି ଶିଶୁକନ୍ୟା ଓ ମା’ଙ୍କୁ ଉଦ୍ଧାର କରିଥିଲେ। ଏହାପରେ ବଲାଙ୍ଗିର ଶିଶୁ କଲ୍ୟାଣ […]
ପଦ୍ମପୁର: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ତାଙ୍କ ସମର୍ଥକଙ୍କ ଗହଣରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନ ବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀ, ସମରେନ୍ଦ୍ର ମିଶ୍ରଙ୍କ ସହିତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହାପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶହ ଶହ ନେତା […]
ବଲାଙ୍ଗିର: ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ। ଯେଉଁଠି ଚିକିତ୍ସା ବିଜ୍ଞାନ ଫେଲ୍ ମାରୁଛି, ସେଠି ମଣିଷ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରୁଛି। ଏପରି ମାନସିକତା ଦୂର କରିବାକୁ ବହୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସତ୍ତ୍ୱେ ଏହା ଦୂର ହେଉନି। ସାପ କାମୁଡ଼ାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ବଞ୍ଚାଇବାକୁ ହସ୍ପିଟାଲ ଭିତରେ ଚାଲିଛି ଗୁଣି ଗାରେଡ଼ି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହସ୍ପିଟାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୃତକଙ୍କ ପାଖରେ […]
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର ଓ ଭଦ୍ରକ। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ-ଧାମରା ରେଳପଥ ଜିଝାରପୁର ନିକଟରେ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଲାଇନ୍ଚ୍ୟୁତ ହୋଇ ଯାଇଛି। ଏହି ଟ୍ରେନ୍ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଥିଲା। ଟ୍ରାକ୍ରୁ ୭ଟି ବଗି ଖସି ଯାଇଥିବା ବେଳେ ଦୁଇଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। କିଛି ବଗିରୁ ଚକ ମଧ୍ୟ ବାହାରି ପଡ଼ିଛି। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ବୁଡୁ ପାଢ଼ୀ (୪୫)। ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ। ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀରେ […]
ଭୁବନେଶ୍ୱର: ଦଶହରା ବେଳକୁ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହା ପୂଜାକୁ ଫିକା କରିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠୁ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ନାହିଁ। କେବଳ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାରେ ଆଜି ବଜ୍ରପାତ ସହ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, କେନ୍ଦ୍ରାପଡ଼ା, […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାରିବାରିକ କଳହକୁ ନେଇ ଭାଇ ଭାଇ ମଧ୍ୟରେ ବୋମାମାଡ଼ ଓ ଗୁଳିମାଡ଼। ଆଉ ବଡ଼ ଭାଇର ଗୁଳି ମାଡ଼ରେ ଗୁରୁତର ହୋଇଛି ସାନ ଭାଇ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ସାନ ଭାଇ ନାଁ ବିଭୁ ବେହେରା। ତାଙ୍କ ବଡ଼ ଭାଇଙ୍କ ନାଁ ମିଲୁ ବେହେରା। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି […]