• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-1
‘ଏଥର ରଥଯାତ୍ରା ଆଶା ଆଉ ନାହିଁ ’

ପୁରୀ:ପୁରୀ ରଥଯାତ୍ରା ହେବ କି ନାହିଁ ଏଯାଏ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର। ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି ଭକ୍ତ, ସେବାୟତ ..।  ସତରେ କ‘ଣ ଏଥର ବଡଦାଣ୍ଡରେ ରଥ ଗଡ଼ିବନି ? ଏକାଠି ହେବେନି ରଥ..ପଥ..ଭକ୍ତ..? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ଆଜିକୁ ମିଶାଇ ୧୧ ଦିନ ବିତି ଗଲାଣି। କିନ୍ତୁ ରଥକାମ ଆରମ୍ଭ ହେଲାନି। ଆଜି ନୃସିଂହ ଜନ୍ମ ଅବସରରେ ରଥର କୋଣଗୁଜ ଅନୁକୂଳ ହେବା କଥା। ସେ ନୀତି ମଧ୍ୟ […]

  • Tuesday, 13 July 2021
forest officer dead
ନିଆଁରେ ପୋଡି ହୋଇ ଫରେଷ୍ଟ ଅଫିସରଙ୍କ ମୃତ୍ୟୁ

ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।

d
ବାଲେଶ୍ୱରରେ ପୁଣି ଜଣେ କରୋନା ରୋଗୀ; ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା

ଭୁବନେଶ୍ୱର: ବାଲେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୮କୁ ଛୁଇଁଛି। ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ସେ ଅନେକ ଲୋକଙ୍କ ସହ ମିଶିଥିବା କୁହା ଯାଉଛି।  ଏ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ […]

  • Tuesday, 13 July 2021
nabadash
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍‌-କ୍ୱାରେଣ୍ଟିନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କ୍ୱାରେଣ୍ଟିନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରବାସୀ ଓଡ଼ିଆଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନେକ ସ୍ଥାନରେ କ୍ୱାରେଣ୍ଟିନରୁ ଖସି ପଳାଉଛନ୍ତି ରୋଗୀ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ […]

  • Tuesday, 13 July 2021
murder
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ରେଢାଖୋଲ: ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି। ଯୁବକଙ୍କୁ ଗୋଡାଇ ଗୋଡାଇ ଗାଁ ଦାଣ୍ଡରେ ସଂଘବଧ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ  ସାଲେଭଟା ପଞ୍ଚାୟତର ତାଲବଣିଆ ଗାଁର ଦୁଃଶାସନ ଦେହୁରୀ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ଦୁଃଶାସନଙ୍କ ସହ ଗାଁର କିଛି ଲୋକଙ୍କର ବାରମ୍ବାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ତାଙ୍କ ଝିଅ ଘରକୁ ଯାଉଥିବା ବେଳେ ଗାଁର […]

  • Tuesday, 13 July 2021
liquor
ବହି ଦୋକାନରେ ବିକ୍ରି ହେଉଛି ମଦ

ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍।  ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ। ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା  ବହି ଦୋକାନରେ ବିକ୍ରି ହେଉଛି ମଦ।  ନୟାଗଡ଼ରେ ଏପରି ଚାଲିଛି […]

  • Tuesday, 13 July 2021
ladt
ଭିନ୍ନ ଜଣେ କରୋନା ଯୋଦ୍ଧା: ଘରେ ଘରେ ଯୋଗାଉଛନ୍ତି ବ୍ୟାଙ୍କ ସେବା

ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍‌ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]

  • Tuesday, 13 July 2021
nayagarh
ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଦୁର୍ନୀତି ଅଭିଯୋଗ

ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।

quarentine centre
କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଖସି ପଳାଇଥିଲେ, ଧରାପଡ଼ିଲେ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]

  • Tuesday, 13 July 2021
accident
ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ  ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍‌ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍‌ଟି ପୂର୍ବରୁ ଛିଡ଼ା […]

  • Tuesday, 13 July 2021
ganjma
ପୁଣି ଜଣେ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।  ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି  ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ।   ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କୋରନା ରୋଗୀଙ୍କ ସଂଖ୍ୟା ୫୨କୁ […]

  • Tuesday, 13 July 2021
dgp
କ୍ୱାରେଣ୍ଟିନ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ-ଡିଜିପି

ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି।   ତେଣୁ  ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀଙ୍କୁ କଡା ଚେତାବନୀ ଦେଇ  ଟୁଇଟ୍ କରି ଡିଜିପି । କହିଛନ୍ତି, […]

  • Tuesday, 13 July 2021
hospital-1
ଘରୋଇ ଡାକ୍ତରଖାନାକୁ କଡ଼ା ଚେତାବନୀ

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଅନ୍ୟ ରୋଗୀମାନେ ଅବେହଳାର ଶିକାର ହେଉଛନ୍ତି। ଏପରିକି ଅନ୍ୟ ରୋଗୀମାନଙ୍କୁ   ଘରୋଇ ହସ୍ପିଟାଲ ଗୁଡିକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏପରି ନ କରିବାକୁ  କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ […]

  • Tuesday, 13 July 2021
abakari
ରାଜ୍ୟରେ ଖୋଲିପାରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା […]

  • Tuesday, 13 July 2021
bls
କରୋନା ଯୋଦ୍ଧା ସୀତାକାନ୍ତ, ଯାହାଙ୍କ ପାଇଁ ସେବା ଆଗ, ଜୀବନ ପଛ

ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ  ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଯଦି କିଏ ଜୀବନକୁ ସଙ୍କଟରେ ପକାଇ କରୋନା ଯୁଦ୍ଧ ଲଢୁଥାଏ ତେବେ ସେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ବାଲେଶ୍ୱରରେ କରୋନା […]

  • Tuesday, 13 July 2021
odisha
ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ, ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର  ଅଘଟଣ ଘଟିଛି। ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିର ହେଲପର୍ ଭାବେ ସେ କାମ କରୁଥିଲେ। କଂକ୍ରିଟ୍ ଅତଡ଼ା ଭିତରୁ ଗୁରୁତର ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କୁ […]

  • Tuesday, 13 July 2021
snowfall. (1)
ଓଡ଼ିଶାର ବିଭିନ୍ନ ସ୍ଥାନରେ ବରଫପାତ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ […]

  • Monday, 12 July 2021
odisha
OHPC ଜିଏମ୍‌ ନିଖୋଜ, ଥାନାରେ ସ୍ତ୍ରୀଙ୍କ ଅଭିଯୋଗ

ଧର୍ମଗଡ଼: ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ମିଳୁନି ପତ୍ତା। ନି‌ଖୋଜ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର। ନାରାୟଣଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, […]

  • Monday, 12 July 2021
palak
‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସାଧନା ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଧନଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ତଥା ସାହିତ୍ୟିକ ନିରାକାର ଦାଶ ମୁଖ୍ୟ ବକ୍ତା, ଶୁଭସୂର୍ଯ୍ୟର ସମ୍ପାଦକ ଡଃ ନିଖିଳେଶ […]

  • Monday, 12 July 2021
mandap
ଭୁବନେଶ୍ୱରରେ ସିଲ୍ ହେବ ୨୯ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ।  ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍‌, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ ସିଲ୍ ପାଇଁ ଏକ ଯୁଗ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

  • Monday, 12 July 2021
odisha
‘ରାତିରେ ସେ ମୋତେ ତାଙ୍କ ଘର ପାଖକୁ ଡାକିଥିଲେ, ହେଲେ ମୁଁ ନ ଯିବାରୁ...’

କଟକ: ପ୍ରଥମେ ଫୋନ୍‌ରେ କଥାବାର୍ତ୍ତା, ତା’ପରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ଆଉ ଶେଷରେ ଏମିତି କିଛି ଘଟିଲା ପ୍ରେମିକା ରାଗି ଯାଇ ପ୍ରେମିକଙ୍କ ଉପରକୁ ଏସିଡ୍‌ ଫିଙ୍ଗିବାକୁ ମଧ୍ୟ ପଛାଇଲା ନାହିଁ। ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସେପଟେ ଏସିଡ୍ […]

  • Monday, 12 July 2021
odisha
ବାଣୀ ବିହାର କ୍ୟାମ୍ପସରେ ଯୁବକଙ୍କ ଉନ୍ମାଦ କାଣ୍ଡ, ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଲେ

ଭୁବନେଶ୍ୱର: ଭୁବନେଶ୍ୱରର ବାଣୀ ବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ […]

  • Monday, 12 July 2021
killed
ମଶାଣିରୁ ଡାକ୍ତରଖାନା, ଆଉ ତା’ପରେ ଶେଷ ଶଯ୍ୟା...

ଛତ୍ରପୁର(ଆଲୋକ ଗୌଡ): ଜୀବନରୁ ମୃତ୍ୟୁ, ପୁଣି ଜୀବନ, ପୁଣି ମୃତ୍ୟୁ। ମାତ୍ର କିଛି ଘଣ୍ଟା ଭିତରେ ମଣିଷ ଜୀବନରେ ବିଧାତାର ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ। ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ। ଆଉ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା। ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳା ଜଣକ ବଞ୍ଚିଥିବା […]

  • Monday, 12 July 2021
stray dogs
ମାତିଛି ପାଗଳା କୁକୁର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗତକାଲି ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦିନରେ ଦୁଇଟି ପାଗଳା କୁକୁର […]

  • Monday, 12 July 2021
odisha
ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଟଳ ବିଜେପି, ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା

ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଲାଗି ବିଜେପି ଅଡ଼ି ବସିଛି। ଆଜି ମଧ୍ୟ ବିଧାନସଭାରେ ଦଳର ବିଧାୟକମାନେ ଠିଆ ହୋଇ ନିରବ ପ୍ରତିବାଦ କରିଥିଲେ। ସେମାନଙ୍କୁ ବସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ ଓ ଶେଷରେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ‘ଆମର ଯେଉଁ ସ୍ୱରକୁ ଆମେ ଉତ୍ତୋଳନ […]

  • Monday, 12 July 2021