• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଧୀରେ ଧୀରେ ପବନର ବେଗ ବଢ଼ିବାରେ ଲାଗିଛି। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି। ବାତ୍ୟାର ମୁକାବିଲା ଲାଗି […]

  • Monday, 12 July 2021
odisha
ଓଡ଼ିଶା ଉପକୂଳ ନିକଟତର ହେଉଛି ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଆଜି ଦିନ ୧୦ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ‘ବୁଲ୍‌ବୁଲ୍‌’ ଓଡିଶା ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ବର୍ତ୍ତମାନ ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ […]

  • Monday, 12 July 2021
school closed
ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ, ଆଜି ଓ ଆସନ୍ତାକାଲି ପାଇଁ ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ବି ଆଉ ୫ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ଏହି ଜିଲ୍ଲା ଗୁଡ଼ିକ […]

  • Monday, 12 July 2021
nagada
ନଗଡ଼ା ଦୁର୍ନୀତି: ୬ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଭୁବନେଶ୍ୱର: ନଗଡ଼ାର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଆଉ କେଉଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏନେଇ ଯାଜପୁର ଜିଲ୍ଲାର ୬ ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ନଗଡାରେ ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍‌ […]

  • Monday, 12 July 2021
odisha
ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ଘୁଗୁନି ବ୍ୟବସାୟୀ; ଖସିଗଲା ଗୋଡ଼, ତା’ପରେ...

ଝାରସୁଗୁଡ଼ା (ଭାଗିରଥୀ ସାହୁ): କଥାରେ ଅଛି, ରଖେ ହରି ତ ମାରେ କିଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ। ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ଜଣେ ବ୍ୟକ୍ତି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ  ତାଙ୍କର ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାଦେଖି ସଙ୍ଗେସଙ୍ଗେ ସେଠାରେ ଉପସ୍ଥିତ ଯାତ୍ରୀ ଓ ଆର୍‌ପିଏଫ୍ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ […]

  • Monday, 12 July 2021
lightning
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୩୦ ଯାଏ ୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ ଓ କନ୍ଧମାଳ।

  • Monday, 12 July 2021
school closed
ଆଜି ୧୦ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। କେଉଁଠି ତଳିଆ ଅଞ୍ଚଳରେ ପାଣି ପଶିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣିର ଲହଡ଼ି ଭାଙ୍ଗୁଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ମଧ୍ୟ କିଛି ସ୍ଥାନରେ ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ୧୦ […]

  • Monday, 12 July 2021
accident
ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍

ପିପିଲି: ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ପୁରୀ ଜିଲ୍ଲା ସାକ୍ଷୀଗୋପାଳପୁର ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ‘ଶ୍ରୀ ଦୁର୍ଗା’ ନାମକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ବୀରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୀରଗୋବିନ୍ଦପୁର ଛକ ନିକଟରେ ଥିବା ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ୨ଜଣ ଯୁବକ […]

  • Monday, 12 July 2021
accident
ଅଟୋକୁ ଧକ୍କା ଦେଲା ବସ୍‌; ଜଣେ ମୃତ, ୭ ଗୁରୁତର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ଅଟୋ ବ୍ରହ୍ମପୁର ଆଡ଼କୁ ଯାଉଥିବା ବେଳେ ଏକ ଘରୋଇ ବସ୍‌ ଓଭରଟେକ୍‌ କରି ଅଟୋର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ମୃତା ମହିଳା […]

  • Monday, 12 July 2021
accident
ଟ୍ରକ୍‌ ଧକ୍କାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ। ସେମାନେ ଭାଇ ଭଉଣୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍‌ରେ ସାଲେପାଲି ଗାଁକୁ ଯାଉଥିଲେ। ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ମହିପୁର […]

  • Monday, 12 July 2021
odisha
ସାବେରୀ ନଦୀରେ ବୁଡ଼ିଲା ଡଙ୍ଗା; ୩ ନିଖୋଜ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ର ନିଲିଗୁଡ଼ା ସ୍ଥିତ ସାବେରୀ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କ ଘର ପଡ଼ିଆ ବ୍ଲକ୍‌ ‌ଅନ୍ତର୍ଗତ କୁମ୍ଭାରଗୁଡ଼ା ଗାଁରେ। ସେମାନେ ହେଲେ ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା କବସୀ, ଦିନେ କବାସୀ ଓ ଜଣେ ସ୍ଥାନୀୟ ଯୁବକ। ଗତକାଲି ଅପରାହ୍ଣରେ ସେମାନେ ଏକ ଦେଶୀ ଡଙ୍ଗାରେ ସାବେରୀ ନଦୀରେ ଆସୁଥିଲେ। ତେବେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ […]

  • Monday, 12 July 2021
odisha
ଛାତ୍ରଙ୍କ ଉପରେ ମାଡ଼ିଗଲା ହାଇଓ୍ୱା

ପାରାଦୀପ: ପାରାଦୀପ-କଟକ ରାସ୍ତା ଫୁଲବେଲାରୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନ୍‌ ଯାଉଥିବାବେଳେ ସ୍କୁଲ ଛାତ୍ରଙ୍କ ଉପରେ ହାଇୱା ଟ୍ରକ୍‌ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ମୃତ ଛାତ୍ରଙ୍କ ନାଁ କାହ୍ନୁ ବୋଲି ଜଣାପଡ଼ିଛି।ମୃତାହତଙ୍କ ଘର ଫୁଲବେଲାରୀ ଗାଁରେ। ସୂଚନା ଅନୁସାରେ, ଏହି ୩ ଛାତ୍ର ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା […]

  • Monday, 12 July 2021
bolangir
ପୋଲ ଉପରୁ ନଦୀକୁ ଖସି ପଡ଼ିଲା ଟ୍ରକ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟ ପୋଲ ଉପରୁ ଏକ ଟ୍ରକ୍‌ ତେଲ ନଦୀକୁ ଖସି ପଡ଼ିଛି। ନଦୀକୁ ଖସି ପଡ଼ିଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚଲାଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହା ଏକ ମାଲ୍‌ବାହୀ ଟ୍ରକ୍‌ ବୋଲି ସୂଚନା ମିଳିଛି। ତେବେ ନଦୀକୁ ଟ୍ରକ୍‌ଟି ଏମିତି ଖସି […]

  • Monday, 12 July 2021
odisha
କାଲିଠୁ ନଦୀକୁ ଗାଧୋଇବାକୁ ଯାଇ ଯୁବତୀ ନିଖୋଜ, ମିଳୁନି ପତ୍ତା

ସମ୍ବଲପୁର(ସଞ୍ଜୟ ଜେନା): ସମ୍ୱଲପୁର ସ୍ଥିତ ମହାନଦୀର ସଡ଼କଘାଟକୁ ଗତକାଲିଠୁ ଗାଧୋଇବାକୁ ଯାଇଥିବା ୬ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳୁନି। ଗାଧୋଇବାକୁ ଯାଇଥିବା ବେଳେ ସମସ୍ତେ ଭାସି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣଙ୍କର ପତ୍ତା ମିଳୁନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗତ ସନ୍ଧ୍ୟାରୁ ତାହା ବନ୍ଦ ରହିଥିଲା। ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମିଳିଥିବା […]

  • Monday, 12 July 2021
attack
ବିଚ୍‌ ରାସ୍ତାରେ କ୍ରିକେଟ୍‌ ଷ୍ଟମ୍ପରେ ଏଜେଣ୍ଟଙ୍କୁ ପିଟିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ସହରର ଗାନ୍ଧି ମାର୍ଗରେ ଏକ ଫାଇନାନ୍ସ କମ୍ପାନୀର ଜଣେ  ରିକଭରି ଏଜେଣ୍ଟଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ। ଗତ ୧ ତାରିଖ ଅପରାହ୍ଣ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଉ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ୪ ଜଣ ଆକ୍ରମଣକାରୀ ମୁହଁରେ କପଡ଼ା ବାନ୍ଧି କ୍ରିକେଟ୍‌ ଷ୍ଟମ୍ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ନିସ୍ତୁକ ପିଟୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏଜେଣ୍ଟ ଜଣଙ୍କ ଆକ୍ରମଣକାରୀଙ୍କୁ […]

  • Monday, 12 July 2021
gamblers-arrested
ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସ୍ ଉପରକୁ ଆକ୍ରମଣ, ୧୧ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସ୍‌ ଉପରକୁ  ଆକ୍ରମଣ। ଖଞ୍ଜପଡ଼ିଆ ସାହିରେ ଜୁଆ ଖେଳ ଚାଲୁଥିବା ଖବର ପାଇ ଶୁକ୍ରବାର ରାତିରେ ପୁଲିସ୍‌ ଚଢ଼ାଉ କରିଥିଲା। ତେବେ ଏହି ସମୟରେ ଜୁଆଡ଼ିମାନେ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ। ସେମାନେ ସଦର ଥାନା ପୁଲିସ୍‌ର ଗାଡ଼ିକୁ ଭାଙ୍ଗିବା ସହ ପାଟ୍ରୋଲିଂ ବାଇକ୍‌କୁ ବି ଭାଙ୍ଗି ଦେଇଥିଲେ। ଆକ୍ରମଣରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍‌ […]

  • Monday, 12 July 2021
lootera
ଚେନ୍ନାଇରୁ ଚୋରି, କେନ୍ଦୁଝରରୁ ଗିରଫ

ଆନନ୍ଦପୁର(ମୁନା ସିଂ): ଚେନ୍ନାଇରୁ ଚୋରି, କେନ୍ଦୁଝରରୁ ଗିରଫ। ଚେନ୍ନାଇରୁ ଚୋରି କରି ଆସି ଓଡ଼ିଶାରେ ଲୁଚିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇଛି ତାମିଲନାଡୁ ପୁଲିସ୍‌। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ହେଲେ ଗୌରାଙ୍ଗ ଜେନା ଓ ଶିବା ନାୟକ। ପୁଲିସ୍‌ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବା ଫେରାର ହୋଇଯାଇଛି। ସେମାନଙ୍କ ଘର ଘସିପୁରା ଥାନା ଅନ୍ତର୍ଗତ ତରଡ଼ିପାଳ ଗାଁରେ। ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୁଲିସ୍ […]

  • Monday, 12 July 2021
Lightning
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-  ମୟୂରଭଞ୍ଜ, ଭଦ୍ରକ ଓ ପୁରୀ। ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
odisha
ଜଳଭଣ୍ଡାରରୁ ଜଳସ୍ତର କମାଇବାକୁ ଦାବି

ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରୁ ଜଳସ୍ତର କମାଇବାକୁ ଦାବି। ଏନେଇ ଆଦିବାସୀ ବିପ୍ଲବୀ ଚାଷୀ ମୂଲ୍ୟ ସଂଗଠନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦିଆଯାଇଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁ ସ୍ୱାଭିମାନ ଅଞ୍ଚଳରେ ଧାନ, ମାଣ୍ଡିଆ, ବିରି, ମୁଗ ଫସଲ ଇତ୍ୟାଦି ନଷ୍ଟ ହେଉଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଗତବର୍ଷ ପାଣି ମାଡ଼ି ଆସିବାରୁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବା ବେଳେ ଚଳିତବର୍ଷ ଜଳସ୍ତର ବଢ଼ିବାରେ ଲାଗିଛି। […]

  • Monday, 12 July 2021
vehicle
ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଭାରି ଯାନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‌ କମିଶନରେଟ୍‌ ପକ୍ଷରୁ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ। ଅଧିକ ସଂଖ୍ୟକ ଗାଡ଼ି ଚଳପ୍ରଚଳକୁ ନେଇ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। କୌଣସି ପ୍ରକାରର ଭାରି ଯାନ ନିମ୍ନୋକ୍ତ ରାସ୍ତାରେ ଏହି ଦିନ ଗୁଡ଼ିକରେ ଓ […]

  • Monday, 12 July 2021
accident
ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ବସ୍‌

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକ ନିକଟରେ ଏକ ବସ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେବା ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା। ଏହି ସମୟରେ ବେଗୁନିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। […]

  • Monday, 12 July 2021
lightning
୧୦ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-  ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ। ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
accident
ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡ଼ା ଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ପଛପଟୁ ଏକ ବସ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଓ ହେଲ୍‌ପର୍‌ଙ୍କ ସମେତ ୬ଜଣ ଯାତ୍ରୀ ଅଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ ଯାତ୍ରୀଙ୍କୁ ନେଇ ବଡବିଲ୍‌ରୁ […]

  • Monday, 12 July 2021
jajpur
ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ସାପ କାମୁଡ଼ିବା ପରେ ମେଡିକାଲ୍‌ ନଯାଇ ମନ୍ଦିରରେ ପଡ଼ିଲେ ଅଧିଆ

ଯାଜପୁର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି ଦେଇଥିଲା। ହେଲେ ସେ ତୁରନ୍ତ ଚିକିତ୍ସା ଲାଗି ମେଡିକାଲ ନ ଯାଇ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଆଉ […]

  • Monday, 12 July 2021
weather
ଦୁର୍ଗାପୂଜାରେ ପାଗ ଭଲ ରହିବ !

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ପାଗ ଭଲ ରହିବ ! କାହିଁକି ନା ବର୍ତ୍ତମାନ ଓଡ଼ିଶା ଉପରେ କିମ୍ବା ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ଏକ ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏବେ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଅଧିକାଂଶ ସ୍ଥାନରେ ଆକାଶ ମେଘ ମୁକ୍ତ ରହିଛି। ତେବେ ଉପର […]

  • Monday, 12 July 2021