ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, […]
ସମ୍ବଲପୁର: ଗୋଟିଏ ପରିବାରର ୪ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏଥିରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ […]
ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ ଓହରିବା ପରେ ପୁଣି ଥରେ ପୁଞ୍ଜି ନିବେଶ କରିବାକୁ ଆଗକୁ ଆସିଛି କୋରିଆ। ଆଜି କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍କିଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟରେ ବହୁ ବାଧାବିଘ୍ନ ସହିବା ପରେ ଓଡ଼ିଶାରେ ନିଜ ପ୍ରକଳ୍ପକୁ ଓହରାଇଥିଲା ପୋସ୍କୋ। ତେବେ ଏହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଛି କୋରିଆ। ହେଲେ ଏହାକୁ ଭୁଲି ପୁଣିଥରେ ଓଡ଼ିଶାରେ ନିବେଶ କରିବାକୁ କୋରିଆ ଇଚ୍ଛା ପ୍ରକାଶ କରିଛି। […]
ଜୟପୁର: ମାତ୍ର ଗୋଟିଏ ଫୋନ୍ କଲ୍ ପାଇ ଲଟେରି ଜିତିଥିବା ନେଇ ବିଶ୍ୱାସ କରିନେଲେ ଆଉ ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଟ୍ୟାକ୍ସ ନାଁରେ ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ ଲକ୍ଷାଧିକ ଟଙ୍କା। କୋରାପୁଟ ଜିଲ୍ଲାର ଜଣେ ଯୁବକ ଲଟେରି ଲୋଭରେ ଏଭଳି କିଛି ଠକାମୀର ଶିକାର ହୋଇଥିବା ଘଟଣା ସାମ୍ନାକୁ ଅସିଛି। ଠକାମୀର ଶିକାର ହୋଇଥିବା ଯୁବକଙ୍କ ନାଁ ଭୀମସେନ ଗୌଡ଼। ଦାମନଯୋଡି […]
ଅନୁଗୁଳ: ସାପ କାମୁଡ଼ାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍(୧୩) ଓ ସୁଜାତା(୧୧)। ସୂଚନା ଅନୁସାରେ, ଗତକାଲି ରାତିରେ ୨ ଭଉଣୀ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ […]
ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। […]
ବାଲୁଗାଁ: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ। ଗତକାଲି ଅପରାହ୍ଣରେ ଚିଲିକା ଭିତରେ କିଛି ସମୟ ପାଇଁ ଏହି ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍ରେ କଏଦ୍ କରିଥିବା ଜଣାପଡ଼ିଛି। କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। ତେବେ କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଏହାକୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଉଦ୍ଘାଟିତ ହୋଇଛି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏଡିଟୋରିଆଲ୍ ଡାଇରେକଟର୍ ପ୍ରଭୁ ଚାୱଲା କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଦେଶର ବିଭିନ୍ନ ଭାଷା ଓ ଭାଷା ଭିତ୍ତିକ ସଂସ୍କୃତି ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର […]
ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଚଢ଼ାଉ କରିଛି। ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ଥିବା ସେକ୍ ରାଜାର ଘରେ ଆଜି ସକାଳେ ଏସ୍ଟିଏଫ୍ର ୫ ଜଣିଆ ଟିମ୍ ଚଢ଼ାଉ କରିବା ସହ ତା’ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏସ୍ଟିଏଫ୍ ଟିମ୍ ଖୋଳତାଡ଼ ଜାରି ରଖିଛି। ସୂଚନାଯୋଗ୍ୟ, ସେକ୍ ରାଜା ସହ […]
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବାଲିଅନ୍ତା ଥାନା ବାଙ୍କୁଆଳ ବ୍ରିଜ୍ ତଳେ ଏହି ମୃତ ଦେହ ପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଏକ ମୋବାଇଲ୍ ଫୋନ୍ ମିଳିଥିବା ଜଣାପଡ଼ିଛି। ମୃତଦେହ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ କି ମୃତ୍ୟୁ କାରଣ ବି ଜଣାପଡ଼ିନି। ପାଣି ଭିତରେ […]
ଭୁବନେଶ୍ୱର: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ‘ଟାଇମ୍ପାସ୍ ବୁକର’ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍ପାସ୍ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହାର ଟାଇମ୍ପାସ୍ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ […]
କଟକ: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍ ଜେଲ୍କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ଗିରଫ ହେବା ପରେ ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍ପି ଆର. ପ୍ରକାଶ ସୂଚନା ଦେଇ […]
କଟକ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ କଟକ ନିଆଯିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ କଏଦ ହୋଇଛି। ଅଖାରେ ମୃତଦେହ ଭର୍ତ୍ତି କରାଯାଇ ବାଇକରେ ନେବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ନିହାରିକା ମୃତ୍ୟୁ ନେଇ ପୁଲିସ୍ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିହାରିକାଙ୍କ ପ୍ରେମିକ କିଶୋର […]
ଭୁବନଦେଶ୍ୱର: ଚନ୍ଦ୍ରଯାନ-୨ରେ ୯୮ ପ୍ରତିଶତ ସଫଳତା ମିଳିଛି। IIT ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ଏହା କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ -୨ର ଅର୍ବିଟର ଠିକ୍ ଭାବେ କାର୍ଯ୍ୟ କରୁଛି। ଅର୍ବିଟରରେ ଗବେଷଣା ଲାଗି ୮ଟି ସରଞ୍ଜାମ ଲଗାଯାଇଛି। ଯେଉଁ ଉଦ୍ଦେଶ୍ୟରେ ଅର୍ବିଟରକୁ ଛଡ଼ା ଯାଇଥିଲା ତାହା ସଫଳ ହୋଇଛି। ଅର୍ବିଟର ପଠାଇଥିବା ଚନ୍ଦ୍ରପୃଷ୍ଠର ଫଟୋ ଗବେଷଣା କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବ। ମହାକାଶ ଗବେଷଣା କ୍ଷେତ୍ରରେ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର ଆଞ୍ଚଲ ଓରଫ୍ ରାଜା ପୁଲିସ୍ ହାତରେ ଧରା ପଡ଼ିଛି। କିଛି ଦିନର ଲୁଚକାଳି ପରେ ନିଜେ ପୁଲିସ୍ ହାତରେ ଧରା ଦେଇଛି ରାଜା। ଆଜି ପୁଲିସ୍ ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଅପରପକ୍ଷେ ମୃତଦେହର ସଠିକ୍ ଚିହ୍ନଟ ଲାଗି ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି କ୍ୟାପିଟାଲ […]
ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି। ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା, ମା’ଙ୍କର ନମୁନା ସଂଗ୍ରହ ହେବ। ଖୁବ୍ ଶୀଘ୍ର ଅପରାଧୀ ଧରା ପଡ଼ିବ ବୋଲି ପୁଲିସ୍ କହିଛି। ସେପଟେ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳକୁ ଯିବ। ଏହାବ୍ୟତୀତ ପ୍ରତିନିଧି ଦଳ ମୃତ […]
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିଥିବା ବେଳେ ଗତକାଲିଠୁ ବର୍ଷାର ପରିମାଣ ହ୍ରାସ ପାଇଛି। ମାତ୍ର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୮, ୧୯, ୨୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା […]
ପୁରୀ: ବିପଦରେ ତୀର୍ଥକ୍ଷେତ୍ର ପୁରୀ। ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୋଟିଏ ପରେ ଗୋଟିଏ ମାଟିରେ ମିଶିବାକୁ ଲାଗିଥିବାବେଳେ ଏହାର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନର ନଜର ନାହିଁ। ପୁରୀରେ ଥିବା ପଞ୍ଚ ତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୋଟିଏ। ହେଲେ ଏହି ପବିତ୍ର ପୁଷ୍କରିଣୀର ସ୍ଥିତି ଏବେ ବିପଦସଙ୍କୁଳ ଅବସ୍ଥାରେ। ତୀର୍ଥ ପୁଷ୍କରଣୀ ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପାଚେରି ନିକଟ ଦେଇ ଯାଇଥିବା ରାସ୍ତା ଗତ ରାତିରେ ଦବି ଯାଇଛି। । ଏହି ରାସ୍ତାରେ ମଧ୍ୟରେ ବିରାଟ […]
ରାୟଗଡ଼ା: ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍ଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଜି.ଶ୍ରୀକାନ୍ତ କୁମାର। ଗତକାଲି ବିଷମକଟକ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ଜି.ଶ୍ରୀକାନ୍ତ କୁମାର ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଞ୍ଚଳର ଶବନ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍ ବୋଲି ଜଣାପଡ଼ିବା ପରେ ଶବନ ପୁଲିସ୍କୁ ଜଣାଇଥିଲେ। ଏହାପରେ ପୁଲିସ୍ […]
ନୟାଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକରେ ତ୍ରୁଟି। ତୃତୀୟ ଓ ନବମ ଶ୍ରେଣୀ ସାହିତ୍ୟ ବହିରେ ଏଭଳି କିଛି ତଥ୍ୟଗତ ଭୁଲ୍ ଦେଖିବାକୁ ମିଳିଛି। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଏଭଳି ଏକ ତ୍ରୁଟି ଅଛି। ବହିର ୩୨ ନମ୍ବର ପୃଷ୍ଠାରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି। ପ୍ରକୃତରେ […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସମେତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଅନ୍ୟ ଜଣେ ଯୁବକ ସୁଦର୍ଶନ ସେଠୀ। ଉଭୟଙ୍କ ଘର ପୋଖରୀ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି। ସୂଚନା ଅନୁସାରେ, ବାଲୁକିରି ଛକ ନିକଟରେ ଥିବା ଚିଙ୍ଗୁଡ଼ି ଘେରି ପାଖରେ ବିଦ୍ୟାଧର ଓ ସୁଦର୍ଶନଙ୍କ ସମେତ ୫ଜଣ […]
ଫୁଲବାଣୀ(ତ୍ରିନାଥ ବେହେରା): ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କଂସ ପ୍ରଧାନ ଓ ରିଙ୍କୁ ପ୍ରଧାନ। ଗୁରୁତରଙ୍କ ନାଁ ସାଗର ପ୍ରଧାନ। ମୃତାହତଙ୍କ ଘର ପେନାଗବେରି ଗାଁରେ ବୋଲି ଜଣାପଡ଼ିଛି। ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କାମରେ ସେମାନେ ଏକ […]
ଭୁବନେଶ୍ୱର: ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି। ଏକ ଟ୍ୱିଟ୍ କରି ସେ କହିଛନ୍ତି, ଗୁରୁ ନାନକଙ୍କ ଐତିହ୍ୟ ସହିତ ଏହି ମଠ ଜଡ଼ିତ। ତେଣୁ ଏହାର ସୁରକ୍ଷା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି। Shocked to learn of the decision to demolish the Mangu Mutt in Puri associated with […]
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜୁ ହାନ୍ତାଳ। ତାଙ୍କ ଘର ଧୁଳିପୁଟ ପଞ୍ଚାୟତର ରାଙ୍ଗନିଗୁଡ଼ା ଗାଁରେ। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି। ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ସେ ଯନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ ଔଷଧ ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ। ହେଲେ […]