ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। […]
ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ […]
ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଛି। ଏଗୁଡ଼ିକ ହେଲା ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ […]
ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ […]
ଭୁବନେଶ୍ୱର: ଅନେକ ମିଠା ମିଠା ସ୍ୱପ୍ନ ଦେଖାଇ ଜୀବନସାଥୀ ଭାବେ ତାଙ୍କୁ ଗ୍ରହଣ କରିଥିଲେ। ଏକାଠି ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥିଲେ। ସ୍ୱାମୀଙ୍କ ସହ ଘର ସଂସାର ଗଢିବା ଆଶାରେ ସେ ବି ବାପଘରୁ ପାଦ କାଢିଥିଲେ। ହେଲେ ଜାଣିପାରି ନ ଥିଲେ, ସେ ପ୍ରେମିକ ନୁହେଁ, ଏକ ପାପୀକୁ ପ୍ରେମ କରୁଛନ୍ତି ବୋଲି। ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ସେ ଏକ କଳଙ୍କ ବୋଲି । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି […]
ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ […]
ଫୁଲବାଣୀ: ଯୋଡ଼ାମୁଣ୍ଡରୁ ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯିବା ପରେ କାଳିଆର ମୃତ୍ୟୁ ଘଟିଥିଲା। ଏବେ ଜଗାକୁ ନେଇ ବାପା-ମା’ ଅଧିକ ତତ୍ପର ହୋଇଛନ୍ତି। ଫୁଲବାଣୀ ମେଡିକାଲରେ ପୁଅର ଚିକିତ୍ସା କରାଉଛନ୍ତି। କାରଣ ଗତକାଲି କଟକ SCBରୁ ଡିସ୍ଚାର୍ଜ ହେବା ପରେ ଏବେ ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା ଚାଲିଛି। କନ୍ଧମାଳ ଫିରିଙ୍ଗିଆ ମିଲୁପଡ଼ାର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗାକୁ ଗତକାଲି ୧୦୮ ଆମ୍ବୁଲାନ୍ସରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଫୁଲବାଣୀ ନେଇଥିଲେ । ଜଗାର […]
ଯାଜପୁର: ଯାଜପୁର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଏଦୀଙ୍କ ସ୍ୱାବ୍ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର ୨୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି। ଅତି ଜରୁରୀ କାମ […]
ଭୁବନେଶ୍ୱର: ମହାଙ୍ଗା ଡବଲ ମର୍ଡରକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ଆରମ୍ଭ କରିଛି ସଦଭାବନା ଯାତ୍ରା । ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ବିଧାନସଭା ଅଭିମୁଖେ ସଦଭାବନା ଯାତ୍ରା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେପି। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବିଧାନସଭା […]
ସୁନ୍ଦରଗଡ଼: ଦୃଷ୍ଟିହୀନ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦେଲେ ସରକାର । ଚାକିରି ସମୟରେ ଦୃଷ୍ଟି ଶକ୍ତି ହରାଇଥିଲେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । ପରେ ତାଙ୍କୁ ଚାକିରି କରିବାରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା […]
ଭୁବନେଶ୍ୱର: ‘ମୋ ଜୀବନ, ମୋ ଉପାସନା’ରେ ରହିଛି ଜୀବନ ସଂଘର୍ଷର କାହାଣୀ। ସେହି ସଂଘର୍ଷ ନିରନ୍ନ, ନିରକ୍ଷର, ନିଷ୍ପେଷିତ ଆଦିବାସୀଙ୍କର। ଏମାନଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧାର। ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ବର୍ଷିାୟାନ ଭୁଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ୍ ତଥା କବି କୃଷ୍ଣ ସିଂହଙ୍କ ଦ୍ୱାରା ପ୍ରକାଶିତ ଆତ୍ମ ଜୀବନୀ ‘ମୋ ଜୀବନ ମୋ ଉପାସନା’ ର ଦ୍ୱିତୀୟ ସଂକଳନ । ଏହି […]
ଭୁବନେଶ୍ୱର: ଓଡ଼ିଶାରେ ଏବେ ମୌସୁମୀ ସ୍ୱାଭାବିକ ଥିବାବେଳେ ବର୍ଷାର ପରିମାଣ କମ୍ ରହିଛି। ଆଜିଠୁ ବର୍ଷାର ପରିମାଣ ବଢ଼ିପାରେ। ଏ ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼। ଏସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା […]
ଫୁଲବାଣୀ: ପୁଣି ଚର୍ଚ୍ଚାକୁ ଆସିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅଙ୍କୁ ଦିଆଯାଇଥିବା ଅନୁକମ୍ପା ରାଶି ଫେରାଇବାକୁ କନ୍ଧମାଳ ପୋଲିସ ନୋଟିସ୍ ଦେଇଛି । ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ ଅନୁକଂପା ରାଶି ବାବଦରେ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ଟଙ୍କା ଫେରାଇବାକୁ ଲୋକନାଥଙ୍କୁ କନ୍ଧମାଳ ଏସ୍ପିଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଯାଇଛି । ତେବେ […]
ସମ୍ବଲପୁର: ଅଜ୍ଞାତ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକ ନିକଟରୁ ଗତକାଲି ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜ୍ଞାତ ସ୍ଥାନରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୨ଟାରେ ସମ୍ବଲପୁର ଜିଲ୍ଲା ରେମେଡ୍ ଅଞ୍ଚଳର ଜଣେ ବ୍ୟବସାୟୀ କାର୍ରେ ଯାଉଥିବାବେଳେ ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ କିଛି ଦୁର୍ବୃତ୍ତ […]
ଭଦ୍ରକ:ଜେଲ୍ରେ ଥିବା ଜଣେ କଏଦୀଙ୍କଠାରୁ ତାଙ୍କ ପତ୍ନୀଙ୍କ ଫୋନ ନମ୍ବର ଆଣି କଥା ହେଲେ ରସିକିଆ ହାବିଲଦାର । ମିଠା ମିଠା କଥା ହେଲେ। ଭଉଣୀ ବୋଲି କହି ସମ୍ପର୍କ ଯୋଡିଲେ । ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଲେ। ସ୍ୱାମୀଙ୍କୁ ମୁକୁଳାଇ ଦେବେ…ବନ୍ଧକ ସୁନାଗହଣା ଫେରାଇ ଆଣିବେ..ଏମିତି ଅନେକ କିଛି..। ହେଲେ ତାଙ୍କ କଥା ଟିକେ ବୁଝିବାକୁ ମହିଳାଙ୍କୁ କହି ହଠାତ ଦିନେ ପହଞ୍ଚିଗଲେ କଏଦୀଙ୍କ ଘରେ । ଆଉ ତା’ ପରେ ଖୋଲି ଗଲା […]
ଭୁବନେଶ୍ୱର: ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ୍ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଘଟଣାର ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କଙ୍କାଳକୁ ଚିହ୍ନଟ କରିବା ପରେ ଏହାକୁ କଙ୍କାଳ ଚିହ୍ନଟ ଲାଗି ଡିଏନ୍ଏ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିପାଇଁ ଶରୀରର ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି […]
ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସୃଷ୍ଟି ଦିଗରେ କ୍ଷୀରୋଦ ସାହୁଙ୍କ ଉଲ୍କେଖନୀୟ ଅବଦାନ ରହିଛି । ସେହିପରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନିବେଦିତା ଲେଙ୍କାଙ୍କୁ ଜୁରି କମେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରାଯାଇଛି । ଯଶୋଦା ମା’ ଭାବେ ଜଣାଶୁଣା ନିବେଦିତା ଲେଙ୍କା ଶହେରୁ ଅଧିକ […]
ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଷ୍ଟ୍ରେନ […]
ଭୁବନେଶ୍ୱର: ଅପରାଧୀମାନେ ଆସୁଛନ୍ତି। ହୋଟେଲ, ଲଜ, ଗେଷ୍ଟ ହାଉସ ଆଦିରେ ରହୁଛନ୍ତି। ଶେଷରେ ଅପରାଧ ଘଟାଇ ଚମ୍ପଟ ମାରୁଛନ୍ତି। ଏମିତି ଘଟଣା ନିୟମିତ ଘଟୁଛି। ଏହାକୁ ନେଇ ଚିନ୍ତାରେ ପଡିଛି କମିଶନରେଟ ପୋଲିସ । ଏହାର ସମାଧାନ କରିବା ପାଇଁ ଏବେ ବାଟ ବାହାର କରୁଛି କମିଶନରେଟ ପୋଲିସ। ଏଥିପାଇଁ ଆସିଛି ଅତିଥି ଆପ୍। ରାଜ୍ୟ ତଥା ରାଜ୍ୟ ବାହାରର ଅପରାଧୀଙ୍କୁ ଟ୍ରାକ୍ କରିବା ଲାଗି ଅନ୍ଲାଇନ ଜରିଆରେ ତଥ୍ୟ ସଂଗ୍ରହ କରିବ ଅତିଥି ଆପ୍। ଫଳରେ […]
ନବରଙ୍ଗପୁର: ସମ୍ପର୍କୀୟ ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ(୨୭) କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣକ ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ଓ ଭୀଷ୍ମ ପରସ୍ପରକୁ ଭଲ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼ ନେଇଛି। ଏହି ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଆଦିତ୍ୟଙ୍କ ବନ୍ଧୁ ପପୁ ଏହି ମାମଲାରେ ଭିନ୍ନ ଦିଗକୁ ଇସାରା କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି GRP। ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିବ। ଏ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି। ଯଦିଓ ହସ୍ପିଟାଲ୍ର ଓପିଡି […]
ରାଉରକେଲା: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିଛି। ଫଳରେ ରାଉରକେଲା ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ପ୍ରଦୂଷଣ ଯୋଗୁ ସ୍କୁଲ କଲେଜ ବନ୍ଦ କରାଯିବା ପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଆଶଙ୍କା ଏବେ ଟଳି ଯାଇଛି। ଷ୍ଟିଲ୍ସିଟି ରାଉରକେଲାର ପରିବେଶ ପ୍ରଦୂଷଣ ସାଂଘାତିକ ଭାବେ ବଢିଯାଇଛି। ଫଳରେ ଗତ ୩ ଦିନ ହେଲା ସହରବାସୀଙ୍କ ଜୀବନଯାତ୍ରା ବିଗିଡ଼ି ଯାଇଛି। ଏଠାରେ ଲୋକଙ୍କୁ […]
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର […]