• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri srimandir
ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ

ପୁରୀ: କାର୍ଯ୍ୟକାରୀ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା।  ପ୍ରତ୍ୟାହାର କରାଯାଇଥିବା ନେଇ ନିଜ ଟ୍ୱିଟ୍‌ର ହାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ […]

corona-11111
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୨ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆ ଯାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୁସିର କଥା, ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏମାନଙ୍କ ମଧ୍ୟରୁ ୪୯ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୩ ଜଣ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ୨୦ ଜିଲ୍ଲାରୁ ସମସ୍ତ […]

  • Tuesday, 13 July 2021
corona-tika
ଆଗଧାଡ଼ି କରୋନା ଯୋଦ୍ଧାଙ୍କୁ ମିଳିଲା ଟିକା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା। କଟକ ଇନଡୋର ଷ୍ଟାଡିୟମ୍‌ରେ କରାଯାଇଥିବା ଟିକାକେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସୁଯୋଗ ମିଳିଲେ ଟିକା ନେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ଡିଜିପି । ଟିକାକରଣ ସରକାରଙ୍କ ବଡ଼ ପଦକ୍ଷେପ।  ସମସ୍ତଙ୍କ ସମର୍ଥନ ଜରୁରୀ ବୋଲି ସେ କହିଛନ୍ତି । ଖାଲି ପୋଲିସ ଡିଜି ନୁହଁନ୍ତି, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଏବଂ ବରିଷ୍ଠ ଅଧିକାରୀମାନେ […]

  • Tuesday, 13 July 2021
Bhadark-
ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ପୁଅଙ୍କ ଆତ୍ମାହୁତୀ ଉଦ୍ୟମ

ଭଦ୍ରକ: ଜମି ଅନ୍ୟର ଦଖଲରେ। କୋର୍ଟରୁ ଡିଗ୍ରୀ ପରେ ବି ହଟୁ ନାହାନ୍ତି ଜବରଦଖଲକାରୀ।ଗୁହାରୀ କଲା ପରେ ବି ପୋଲିସ ଶୁଣୁନି। ଶେଷରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ହୋଇ ମାଆପୁଅ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କିରୋସିନ ଢାଳି ଡିଆସିଲ ମାରିବା ପୂର୍ବରୁ ସେମାନଙ୍କୁ କାବୁ କରି ନେଇଛି ପୋଲିସ। ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଗାଁର ପଞ୍ଚାନନ ପାତ୍ର ଓ ତାଙ୍କ ମା’ ଜୋତ୍ସାରାଣୀଙ୍କ ଜମିକୁ ନେଇ ବିବାଦ ଦେଖା ଦେଇଛି। […]

  • Tuesday, 13 July 2021
nabin-KO
କୋଟିଆ ହେବ ଆଦର୍ଶ ପଞ୍ଚାୟତ, ଖୁବ୍‌ ଶୀଘ୍ର ମୁଁ କୋଟିଆବାସୀଙ୍କୁ ଭେଟିବି-ମୁଖ୍ୟମନ୍ତ୍ରୀ

କୋଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ ୫ କୋଟିର ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି କୋଟିଆ ହେବ ଆଦର୍ଶ ପଞ୍ଚାୟତ ଖୁବ୍‌ ଶୀଘ୍ର ମୁଁ କୋଟିଆ ଯିବି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ‘କୋଟିଆ ହେବ ଆଦର୍ଶ ପଞ୍ଚାୟତ। ଖୁବ୍‌ ଶୀଘ୍ର ମୁଁ କୋଟିଆ ଯିବି।’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ […]

  • Tuesday, 13 July 2021
OTS-1
ଓଡ଼ିଶାରେ ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଭାରତରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର। ଦେଶରେ ପ୍ରଥମର ଥର ପାଇଁ ଏପରି ଏକ ଗବେଷଣା କେନ୍ଦ୍ର  ପ୍ରତିଷ୍ଠା ହେବାକୁ ଯାଉଛି।  ଆଉ ଖୁସିର କଥା ଏହି ଅନୁଷ୍ଠାନ ଓଡ଼ିଶାରେ ହେବ।  ଖୁବ୍‌ ଶୀଘ୍ର ଏହି କେନ୍ଦ୍ର ବାଲେଶ୍ୱରରେ ପ୍ରତିଷ୍ଠା ହେବ ବୋଲି  ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ଡର ମୃତ୍ୟୁଞ୍ଜୟ ମହାପାତ୍ର । ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ନିଷ୍ପତି କ୍ରମେ ନିଆଯାଇଛି। IMD, […]

  • Tuesday, 13 July 2021
puri
ବାହାର ଜିଲ୍ଲା ପୁଲିସ୍‌ଙ୍କୁ ପୁରୀ ମନା

ପୁରୀ: ଅଫିସ୍‌ କାମ ବାହାନା କରି କୌଣସି ଜିଲ୍ଲା ବାହାରର ପୁଲିସ୍‌ ପୁରୀକୁ ଯାଇପାରିବେ ନାହିଁ। ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଜିଲ୍ଲାର ପୁଲିସ୍‌ ଅଧିକାରୀଙ୍କ ପୁରୀ ଯିବା ଉପରେ କଟକଣା ଲଗାଇଛନ୍ତି ପୁଲିସ୍‌ ଡିଜି ଅଭୟ। ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଏଭଳି ଗାଇଡଲାନ୍‌ ଜାରି କରିଛନ୍ତି ଡିଜିପି । ଆବଶ୍ୟକ ପଡିଲେ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରୁ ଅନୁମତି ନେଇ ପୁରୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।  କିଛି ମାସ ତଳେ ଲକ୍‌ଡାଉନ୍‌ ସମୟରେ ଯାଜପୁର […]

  • Tuesday, 13 July 2021
Jharapghhula-rksh
ଜେଲ ଗଲେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌

ଯାଜପୁର(ଗୁଲାମ ଗସ୍‌): ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ତିନି ଦିନିଆ ରମାଣ୍ଡରେ ନେଇଥିବା ଗିରଫ ଅଭିଯୁକ୍ତ ରାକେଶ ଆଜି ଜେଲ୍‌କୁ ଫେରିଛି। ତେବେ ଏହି ତିନି ଦିନିଆ ରିମାଣ୍ଡରେ ନେଇ ପୋଲିସ ତା’ଠାରୁ କି ସୁରାକ ପାଇଛି ତାହାର କୌଣସି ସୂଚନା ମିଳିନାହିଁ। ତିନିଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି  ସକାଳ ୯.୩୦ ସମୟରେ ଯାଜପୁର ପୋଲିସ ରାକେଶକୁ କୁଆଖିଆ ଥାନାରୁ ଆଣିଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ […]

odisha
ନିରଞ୍ଜନ ପଟ୍ଟନାୟକଙ୍କୁ ଫାଇନ୍‌

ଭୁବନେଶ୍ୱର: କରୋନା ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ୫ ଶହ ଟଙ୍କା ଫାଇନ୍ ପଡ଼ିଛି। ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ନିରଞ୍ଜନଙ୍କ ନାଁରେ ୫ ଶହ ଟଙ୍କା ଜରିମାନା କଟିଛି। ନିରଞ୍ଜନଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକର ସାଧାରଣ […]

  • Tuesday, 13 July 2021
corona
୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୭ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୩୬। ସମସ୍ତ ନୂଆ ରୋଗୀ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି। ଆଜି ସର୍ବାଧିକ ରୋଗୀ ଚିହ୍ନଟ  ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ କରୋନା ରୋଗୀ […]

  • Tuesday, 13 July 2021
husband killed wife
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: ବାଡ଼ିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା। ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ […]

  • Tuesday, 13 July 2021
Digital-Door-No
ଏଣିକି ସ୍ମାର୍ଟ ଠିକଣା ପାଇବେ ରାଜଧାନୀବାସୀ

ଭୁବନେଶ୍ୱର: ସ୍ମାର୍ଟ ସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର।  ସ୍ମାର୍ଟ ନମ୍ବର ଲାଗିଲେ ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ। ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ।  ଏହି ନମ୍ବର ପାଖରେ ଥିଲେ ଠିକଣା ଖୋଜିବାକୁ ବି କୌଣସି ଅସୁବିଧା ହେବନି। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍ ଦେବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି । ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, […]

  • Tuesday, 13 July 2021
hirakud dam
କାଲି ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟା ପରେ ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଜଳଭଣ୍ଡାର। କାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବାବେଳେ ଆସନ୍ତାକାଲି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ […]

  • Tuesday, 13 July 2021
accident
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

  • Tuesday, 13 July 2021
Bhubaneswar Youth
ଜୀବନ ଯୁଦ୍ଧରେ ହାରିଗଲେ ଦିବ୍ୟରଞ୍ଜନ

ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟରଞ୍ଜନ ବେହେରା । କରୋନାରେ ପୀଡିତ ହୋଇଥିଲେ ଦିବ୍ୟରଞ୍ଜନ । ଭୁବନେଶ୍ବରରେ ଚାଲିଥିଲା ଇକମୋ ଚିକିତ୍ସା ।

rainfall
ଆସନ୍ତା ୫ଦିନ ଯାଏ ବର୍ଷା !

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ […]

accident
ଶ୍ରମିକଙ୍କୁ ନେଇ ଯାଉଥିଲା ଭ୍ୟାନ; ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପିକଅପ୍‌ ଭ୍ୟାନ୍‌ଟି ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା। ଭ୍ୟାନଟି ଯାଉଥିବାବେଳେ ଏକ ବାର୍‌ହା ରାସ୍ତା ଉପରକୁ ଚାଲି ଆସିଲା। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବାର୍‌ହାକୁ ଧକ୍କା ଦବେ ସହ […]

  • Tuesday, 13 July 2021
rainfall
ଆସନ୍ତା ୨୪ ଘଣ୍ଟାରେ ବର୍ଷା ! ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଏବେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗରରେ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାସହ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ […]

accident
ଟ୍ରକ୍‌କୁ ସାମ୍ନାପଟୁ ଧକ୍କା ଦେଲା କଣ୍ଟେନର, ୩ ଡ୍ରାଇଭରଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ୍‌କୁ ସାମ୍ନାପଟୁ ଏକ କଣ୍ଟେନର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ। ଶଙ୍କର୍ଷଣଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ। ମନମୋହନ ସିଂଙ୍କ ଘର ଭଦ୍ରକ ଓ ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ଫେରାରେ। ଆଜି ସକାଳେ […]

  • Tuesday, 13 July 2021
rd-student
ଝିଅର ମୃତ୍ୟୁକୁ ନେଇ ସନ୍ଦିଗ୍ଧ ଯୁବକଙ୍କ ନାଁ କହିଲେ ଝରାଫୁଲଙ୍କ ବାପା

ଭୁବନେଶ୍ୱର: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା ପରେ ଗତକାଲି ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଥିଲା ପୋଲିସ। ଯାଜପୁର ଏସ୍‌ପି […]

  • Tuesday, 13 July 2021
odisha
ମା’ ଆଖିରେ ଲୁହ, ୩ ମାସ ହେଲା ମିଳୁନି ପୁଅର ପତ୍ତା

ଖଲ୍ଲିକୋଟ: କୁଏତରେ କାମ କରିବାକୁ ଯାଇ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଛନ୍ତି। ୩ ମାସ ହେଲା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକ ଏବେ ଚିନ୍ତାରେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ଫାରକାପଲ୍ଲୀ ଗାଁର ଟୁନା ନାୟକ ମାର୍ଚ୍ଚ ୨ ତାରିଖରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୁଏତର ଏକ ଘରୋଇ କମ୍ପାନୀରେ ସେ ଦର୍ଜି(ଟେଲର୍)‌ ଭାବେ କାମ କରୁଥିଲେ। ଶେଷ ଥର ପାଇଁ ମାର୍ଚ୍ଚ ୨ […]

  • Tuesday, 13 July 2021
mp
‘ପୂର୍ବତନ ବିଧାୟକ ହୋଇ ଜାଣି ପାରିଲି, ସାଂସଦ ହୋଇ ଜାଣି ପାରିଲେନି ?’

କଟକ: କଟକ ଖାନ୍‌ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍‌ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍‌ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣି ନଥିବା ମନ୍ତବ୍ୟ ଉପରେ ଦେବାଶିଷ କହିଛନ୍ତି ‘ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ ‘ ସେ କହିଛନ୍ତି,  ‘ପୂର୍ବତନ ବିଧାୟକ […]

  • Tuesday, 13 July 2021
Ko---sudhikriya
ବଞ୍ଚି ଥାଉ ଥାଉ ପୁଅର ଶୁଦ୍ଧିକ୍ରିୟା କଲେ ବାପା-ମା’

ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କଷ୍ଟ ହେଲେ ମଧ୍ୟ ଗ୍ରାମବାସୀଙ୍କ ଚାପରେ ବାପା-ମା‘ ଏପରି କରିବାକୁ ବାଧ୍ୟ ହୋଇଛନ୍ତି।  ଏମିତି ଏକ ଅଭାବନୀୟ ଘଟଣା […]

  • Tuesday, 13 July 2021
smbl-liv
ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ ବୀର ପୁତ୍ର ଇଂରେଜମାନଙ୍କ ବିରୋଧରେ ଉଠାଇଥିଲେ ସ୍ୱର। ଲଗାଇଥିଲେ ବିଦ୍ରୋହର ନିଆଁ। ଯେଉଁ ନିଆଁ ଶେଷ ପର୍ଯ୍ୟନ୍ତ ଜଳୁଥିଲା। ଦୁର୍ଦ୍ଦଷ ଇଂରେଜମାନେ ସିପାହୀ ବିଦ୍ରୋହ ନିଆଁକୁ ସିନା […]

  • Tuesday, 13 July 2021
Pangolin
କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ […]

  • Tuesday, 13 July 2021