• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

khabar-odisha-hati
କପିଳାସ ଜଙ୍ଗଲରେ ରହିବ ଗୋଠଛଡା ଛୁଆ ହାତୀ

ବ୍ରହ୍ମପୁର : କପିଳାସ ଅଭିମୁଖେ ଗୋଠଛଡା ହାତୀ ଛୁଆ । ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ତିନିମାସର ହାତୀ ଛୁଆକୁ ଏକ ସ୍ୱତନ୍ତ୍ର ଗାଡିରେ  କପିଳାସ ଜଙ୍ଗଲକୁ ନିଆଯାଉଥିବା ସୂଚନା ଦେଇଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ ।  ଆଜି ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ତାକୁ କପିଳାସ ଅଭିମୁଖେ ନେଇ ଯାତ୍ରା କରିଛନ୍ତି । ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସ ସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯିବ । ବ୍ରହ୍ମପୁରରୁ ଢେଙ୍କାନାଳ ପାଖାପାଖି […]

  • Tuesday, 13 July 2021
cm odisha
ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ […]

baitarani
ଫୁଲୁଛି ବୈତରଣୀ; ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର

ଭୁବନେଶ୍ୱର:ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା।  ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିଲା। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି। ଆନନ୍ଦପୁରରେ ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଉପରମୁଣ୍ଡର ପାଣି ଆସିଲେ ଏଠାରେ ୪୦.୮୫  ମିଟରରେ ଜଳ ପ୍ରବାହିତ ହେବ […]

  • Tuesday, 13 July 2021
bijay-mohapatra-
‘ବାତ୍ୟା ପର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ’

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖା ରାଜ୍ୟରେ ୩୦ ଉପରେ ଥିବାବେଳେ ଆଜି ହଠାତ୍‌ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ହଠାତ୍‌ ପଜିଟିଭିଟି ହାର କମିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ବି ପଜିଟିଭିଟି ହାର […]

charana ram das
କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

ପୁରୀ: କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ।   ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶେଷ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ […]

  • Tuesday, 13 July 2021
train
‘ୟାସ’ ପାଇଁ ବାତିଲ ହେଲା ଏହିସବୁ ଟ୍ରେନ

ୟାସ୍ ପାଇଁ ବାତିଲ ହେଲା ଟ୍ରେନ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ ଭୁବନେଶ୍ୱର: ପୁଣି ଏକ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ […]

cyclone
୨୬ ତାରିଖ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ’- IMD

ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’।  ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର […]

raghunath-son
କରୋନା ଉଜାଡି ଦେଲା ପରିବାର; ସାନପୁଅ ପରେ ଆଖି ବୁଜିଲେ ରଘୁନାଥ ମହାପାତ୍ରଙ୍କ ବଡପୁଅ

ଭୁବନେଶ୍ୱର: ପଥର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଯେମିତି ବିପତ୍ତି ମାଡିପଡୁଛି। ଗୋଟିଏ ପରେ ଗୋଟିଏ ହୋଇ ୧୨ ଦିନରେ ୩ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ। ପ୍ରଥମେ  ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଗତକାଲି ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇ ଯାଇଥିଲା। ଆଜି ପୁଣି ତାଙ୍କର ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ  ହୋଇଯାଇଛି। ୫୨ ବର୍ଷ ବୟସ୍କ ଯଶୋବନ୍ତ କୋଭିଡରେ ଆକ୍ରାନ୍ତ ହୋଇ  ଏକ […]

  • Tuesday, 13 July 2021
srimandir
ଆଜି ଆବିର୍ଭୂତ ହୋଇଥିଲେ ମହାପ୍ରଭୁଙ୍କର ଦିବ୍ୟ ଦାରୁ

ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ,  ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିଲେ। ଏତିକିବେଳେ ସମୁଦ୍ରରେ ଏକ ଅଦ୍ଭୁତ […]

  • Tuesday, 13 July 2021
vijay panigrahi
ମେ’ ୧ରେ ୧୮-୪୪ ବର୍ଷ ବୟସ୍କଙ୍କୁ ମିଳି ନ ପାରେ ଟିକା- ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଘରେ ଘରେ କରୋନା ରୋଗୀ। ଡାକ୍ତରଖାନାରେ ବେଡର ଅଭାବ। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ। ଏପଟେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଦିନକରେ ଆଜି ୮୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ପିରସ୍ଥିତିରେ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ମେ‘ ୧ ତାରିଖରୁ ୧୮ ବର୍ଷରୁ ୪୪ ବର୍ଷ […]

  • Tuesday, 13 July 2021
murder place
ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ସୋର: ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ ଘଟିଛି ଏକ ନୃଶଂସ କାଣ୍ଡ।  ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି। କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି ଅଞ୍ଚଳର ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ […]

  • Tuesday, 13 July 2021
coronavirus
କରୋନା ଭୟ ପାଖରେ ହାର ମାନିଲା ଜୀବନର ମୋହ; ଆତ୍ମହତ୍ୟା କଲେ ପଜିଟିଭ ଦମ୍ପତି

ନୟାଗଡ଼: କରୋନା ମହାମାରୀ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଗୋଟିଏ ଗୋଟିଏ ହୃଦୟ ବିଦାରକ ଘଟଣା ଛାତିକୁ ଥରାଇ ଦେଉଛି। ଏବେ ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। କରୋନା ଭୟ ପାଖରେ ଜୀବନର ମୋହ ଫିକା ପଡ଼ି ଯାଇଛି। କରୋନା ମୃତ୍ୟୁ ଆସିବା ପୂର୍ବରୁ ଆତ୍ମହତ୍ୟାକୁ ବରି ନେଇଛନ୍ତି ପଜିଟିଭ ଦମ୍ପତି। ଏମିତି ଏକ ଦୁଃଖଦଭରା ଘଟଣା ଘଟିଛି ରଣପୁର ଥାନା ବେଗୁନିଆ ପାଟଣା ଗାଁରେ।  କରୋନା ସଂକ୍ରମିତ ହେବା […]

  • Tuesday, 13 July 2021
deadbody
ବନ୍ଦ କୋଠରୀରୁ ମିଳିଲା ମା’, ଝିଅଙ୍କ ଶବ, ଜଙ୍ଗଲରୁ ମିଳିଲା ବାପାଙ୍କ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟଘର ଘଟଣା ଘଟି ଯାଇଛି।  ଗୋଟିଏ ପରିବାରର ୩ବର୍ଷ ଝିଅ ସମେତ ୩ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି।  ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ପରିବାର କୋଇଡାର ମସଜିଦ୍ ଗଳିରେ ଏକ ଭଡ଼ା ଘରେ ରହୁଥିଲେ। ବନ୍ଦ ଘରୁ ମା’ ଓ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଛି। ତେବେ ନିକଟସ୍ଥ ଜଙ୍ଗଲରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି।  ପୋଲିସ […]

  • Tuesday, 13 July 2021
court
୭ ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ। ଘରଠୁ ଅଫିସ ସବୁଆଡ଼ୁ ବାହାରୁଛନ୍ତି ପୁଳା ପୁଳା ପଜିଟିଭ। ଗତକାଲି ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍‌ଡିଂ ସିଲ କରାଯାଇଥିବାବେଳେ ଆଜି ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍‌ କରିଦିଆଯାଇଛି। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ଗତକାଲି ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ  DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି।  ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ […]

  • Tuesday, 13 July 2021
rain
ତାତିରୁ ମିଳିବ ଆଶ୍ୱସ୍ତି ! ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର:  ପ୍ରଚଣ୍ଡ ଗ୍ରୀଷ୍ମରେ ସିଝୁଛି ରାଜ୍ୟ। ପ୍ରବଳ ଗ୍ରୀଷ୍ମତାପରେ ସାରା ସହର ଛଟପଟ ହେଉଛି। ୧୧ଟା ପରେ ବାହାରକୁ ବାହାରିବା କଷ୍ଟକର ହେଇପଡ଼ୁଛି। ଗ୍ରୀଷ୍ମ ତାପରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ତେବେ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାପରୁ  ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ବଦଳିପାରେ ପାଗର ମିଜାଜ୍।  ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ,  ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ  ସ୍ୱଳ୍ପ ଓ ମଧ୍ୟମଧରଣର ବର୍ଷା ଓ ଘଡ଼ଘଡ଼ି […]

  • Tuesday, 13 July 2021
manoj-das
ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନୋଜ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟୁଇଟ କରିଛି। ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ […]

  • Tuesday, 13 July 2021
covid affected woman
‘ମରିଯିବି ପଛେ କୋଭିଡ କେନ୍ଦ୍ରକୁ ଯିବିନି...’

କଟକ: କରୋନାର କରାଳ ରୂପରେ ଉଜୁଡି ଯାଉଛି ଘର ସଂସାର। ଛିଣ୍ଡି ଯାଉଛି  ମମତାର ବନ୍ଧନ। ଭୂତ ପରି ଯେମିତି ଡରଉଛି କରୋନାର ବିକଟାଳ ଚେହେରା। ଯୁଆଡେ ଚାହିଁଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ସାଜି ଠିଆ ହୋଇଛ କରୋନା ଭାଇରସ।  ନିକଟରେ ଜଣେ କରୋନା ରୋଗୀ କୋଭିଡ୍ ସେଣ୍ଟରରୁ ଖସି  ପଳାଇଗଲେ, ଆଉ ତାଙ୍କୁ ଧରିବା ପାଇଁ କୋଭିଡ ସେଣ୍ଟର କର୍ମଚାରୀମାନେ ଝାଳନାଳ ହୋଇ ଯାଇଥିଲେ। ଶେଷରେ ନବସତି ଆଡ଼କୁ ଯିବା ପୂର୍ବରୁ ତାଙ୍କୁ କାବୁ […]

  • Tuesday, 13 July 2021
corona-update
ଚିନ୍ତା ବଢାଇଲା କରୋନା; ଆଜି ସଂକ୍ରମଣ ୮ ହଜାର ଟପିଲା, ଆଖି ବୁଜିଲେ ୧୦

ଭୁବନେଶ୍ୱର: କରୋନା ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୬ ହଜାର ଉପରେ ଥିବାବଳେ ଆଜି ବିସ୍ଫୋରକ ରୂପ ନେଇଛି।  ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ  ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା […]

  • Tuesday, 13 July 2021
pradip majhi
ପିପିଲି ଉପନିର୍ବାଚନ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ପାଇଁ ସ୍ଥଗିତ ରହିଥିଲା। ଉପନିର୍ବାଚନ ତାରିଖକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ସାରା ଦେଶରେ କରୋନା ସ୍ଥିତି ଯେପରି ଲାଗି ରହିଛି ତାହାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଗତ ୧୪ ତାରିଖ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା।  ଅଜିତ୍‌ଙ୍କ ମୃତ୍ୟୁର କିଛି […]

  • Tuesday, 13 July 2021
corona testing
ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ଆଖି ବୁଜିଲେ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ  ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟା ମଧ୍ୟରେ ଏହି […]

  • Tuesday, 13 July 2021
cbk mohanty
ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା-DMET ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲାଣି । ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା। ଆଜି ଏନେଇ ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି। ଗତ ୫ ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି। ଲଗାତାର ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ୬, ୫୯୯ କରୋନା […]

  • Tuesday, 13 July 2021
Bara_OK
ସୀମା ପାର ହେବାକୁ ଦେଲାନି ପୋଲିସ; ବାହା ହେବା ପାଇଁ ଆସି ହଟହଟା ବର

ଜଳେଶ୍ୱର:କରୋନା ପାଇଁ ହଟହଟ୍ଟା ହେଲେ ବର। ଜଣେ ନୁହେଁ, ଦୁଇ ଦୁଇ ଜଣ ବର।  ବାହା ହେବାପାଇଁ ଛାଡ଼ିଲାନି ପୋଲିସ। ବହୁ ସମୟ ପର୍ଯ୍ୟନ୍ତ ବରଯାତ୍ରୀ, ବର ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକି ରହିଲେ। ବହୁ ଯୁକ୍ତିତର୍କ ହେଲା। ଶେଷରେ ଜଣେ ବର ହତାଶ ହୋଇ ଫେରି ଯାଇଛନ୍ତି। ଅଟକି ଯାଇଛି ତାଙ୍କର ବାହାଘର। କରୋନା କଟକଣା ଯୋଗୁଁ ଆଜି ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକରେ କଡାକଡି ହୋଇଛି କଟକଣା। ପଶ୍ଚିମବଙ୍ଗରୁ ଦାନ୍ତୁଲୁ ଏବଂ ବେଦଲାରୁ ଆସୁଥିଲେ ଦୁଇ […]

  • Tuesday, 13 July 2021
corona
କଣ୍ଟା ସାଜିଲା କରୋନା; ମଲା ପରେ ମା’ଙ୍କୁ ମୁଖାଗ୍ନି ଦେଲାନି ପୁଅ

ସମ୍ବଲପୁର: କରୋନା ମା’-ପୁଅଙ୍କ ମଧ୍ୟରେ ସାଜିଥିଲା କଣ୍ଟା । ସମ୍ପର୍କରେ ଠିଆ କରିଦେଲା ପାଚେରୀ। ଯେଉଁ ପୁଅକୁ କୋଳେଇକାଖେଇ ମା’ ମଣିଷ କରିଥିଲା, ଯାହାର ରୋଗ ଟିକିଏ ହେଲେ ରାତି ଉଜାଗର ରହି ଜଗି ବସୁଥିଲା ସେଇ ମା’ ଆଜି କରୋନା ପାଇଁ ଅସ୍ପୃଶ୍ୟ ହୋଇଗଲା। ରୋଗ ବ୍ୟାପିବା ଭୟରେ ମା’କୁ ପର କରିଦେଲା ପୁଅ। ଏପରିକି  ଜୀବନର ଶେଷ ଯାତ୍ରାରେ କାନ୍ଧ ଦେବାକୁ ବି ମନା କରିଦେଲା। ଏପରି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର […]

  • Tuesday, 13 July 2021