ବାରିପଦା: ମା’ କୋଳରୁ ପୁଣି ଶିଶୁକନ୍ୟା ଚୋରି ! ନବଜାତ ଶିଶୁକୁ ଦେଖିବାକୁ ଆସି ପ୍ରଥମେ ସମ୍ପର୍କ ଯୋଡ଼ିଲେ। ତା’ ପରେ ଗେଲ କରବାକୁ ଆସିଲେ। ଆଉ ଶେଷରେ ସାମାନ୍ୟ ଅନ୍ୟମନସ୍କତାରେ ଶିଶୁକନ୍ୟାକୁ ଚୋରି କରି ନେଇଗଲେ। ଏମିତି ଘଟଣା ଘଟିଛି ବାରିପଦା ପିଆରଏମ ମେଡିକାଲ କଲେଜ ପ୍ରସୂତି ବିଭାଗରେ। ବାରିପଦ ମେଡିକାଲ କଲେଜ ପ୍ରସୂତି ବିଭାଗରେ ଜଣେ ମହିଳା ୪ ଦିନ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ପରେ ଦୁଇଜଣ ମହିଳା […]
ବାଲେଶ୍ୱର: ଜୁନ୍ ୧ରୁ ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କର ଫୋନ୍ ସ୍ୱିଚ୍ ଅଫ୍ ଆସୁଛି। ଏ ନେଇ ବାଲେଶ୍ୱର ଏସ୍ପି ସୂଚନା ଦେଇଛନ୍ତି। ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ […]
ସମ୍ବଲପୁର: ଆସନ୍ତା ୧୧ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ହେଡ୍କ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ହେଡ୍କ୍ୱାର୍ଟର୍ସ ବାହାରେ ଯେଉଁ କର୍ମଚାରୀ […]
ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍ ଧରି ସେ ମହାନଦୀ ବ୍ରିଜ୍କୁ ଆସିଥିଲେ। ବ୍ରିଜ୍ ଉପରେ […]
ଭୁବନେଶ୍ୱର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରପ୍ ଲାଇନ ସମୁଦ୍ର ପତନ ଠାରୁ ୩.୧ କି.ମି. ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍ ୩୦ରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ବଲାଙ୍ଗିର, ଦେବଗଡ, ସୋନପୁର, […]
ଭୁବନେଷ୍ୱର:୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରାଯାଇଛି। କମିସନରେଟ ପୋଲିସ ମହାରାଷ୍ଟ୍ରର ପୁଣେରୁ ତାକୁ ଗିରଫ କରିଛି। ପୁଣି ଲୋକଙ୍କ ମନେପଡି ଯାଉଛି ଏହି ଲୋମହର୍ଷଣକାରୀ ଘଟଣା, ଯାହାକି ସେତେବେଳେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଇଥିଲା। ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ଅଞ୍ଜନା ମିଶ୍ରଙ୍କର […]
ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକାଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ […]
ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର । ମହାମାରୀ କରୋନା ପରେ […]
ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଗାଡ଼ିମୋଟର ଚଳାଚଳ ନେଇ କଟକଟା କରିଥିଲା। ତଥାପି ଆତ୍ମହୁତି ରୋକିବାରେ ବିଫଳ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ […]
ସମ୍ବଲପୁର(ସଂଜୟ କୁମାର ଜେନା): ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଈଶ୍ୱରଙ୍କ ପରେ ଡାକ୍ତର ହିଁ ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିପାରେ। ତେବେ ଶୋଷଣ ମନବୃତ୍ତି ପାଇଁ ଡାକ୍ତରୀ ପେଶାରେ ଆଜିକାଲି କଳାଛିଟା ଲାଗିଥିବାବେଳେ ସେ ହେଉଛନ୍ତି ଏହାର ବ୍ୟତିକ୍ରମ। ଗରିବ ରୋଗୀଙ୍କୁ ସୁବିଧାରେ ଯୋଗାଇ ଦେଉଛନ୍ତି ସେବା। ଫିସ୍ ତାଙ୍କର ମାତ୍ର ୧ ଟଙ୍କା। ଏକଥା ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ। ଏ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ। ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ […]
NH-୬୦ର ବସ୍ତା ବାଇପାସ୍ ନିକଟରେ ଗୋରୁ ଗାଡ଼ି ଦୁର୍ଘଟଣା ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଲା କଣ୍ଟେନର ଗୋରୁ ଗାଡ଼ି ଓଲଟି ୨୦ ଗୋରୁ, ୩ ବ୍ୟକ୍ତିଙ୍କ ମୃତ୍ୟୁ ଟ୍ରକରେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରାଯାଉଛି ଗୋରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ଏକ ଗୋରୁ ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ଛି। ଟ୍ରକରେ ଯାଉଥିବା ୩ ଜଣଙ୍କର […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ। ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ । କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପଯର୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, […]
କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍ ସଂଗ୍ରହ କରିଛନ୍ତି ଆନ୍ଧ୍ର ସରକାର। ପ୍ରାୟ ୭୦ଜଣ ଭୋଟର୍ ଗତ ଶୁକ୍ରବାର ଓଡିଶା ପାର ହୋଇ […]
ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି। ନିମ୍ନସ୍ତରରେ ଏହାର ସମାଧାନ ହୋଇପାରିଥାନ୍ତା। ହେଲେ ସେପରି ହୋଇ ନାହିଁ ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସରକାରୀ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି, ତଳ ସ୍ତରରେ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗକୁ ଅବହେଳା କରିଛନ୍ତି। ବିଳମ୍ବରେ ହେଉ ପଛେ ଓଡ଼ିଶା ସରକାର କୋର୍ଟଙ୍କୁ ଯାଇଛନ୍ତି। ଏବେ ଅଦାଲତଙ୍କ ନିଷ୍ପତ୍ତିକୁ […]
ଭୁବନେଶ୍ୱର: NMA ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ପ୍ରେସମିଟ୍ କରି ଗତକାଲିର ତଥ୍ୟକୁ ଦୋହରାଇଛନ୍ତି। ଏଥି ସହ ରାଜ୍ୟ ସରକାର ଓ BJDକୁ ଟାର୍ଗେଟ କରି କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ସରକାର। ପାଠ ପଢ଼ି କଥା ହୁଅନ୍ତୁ। ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ପ୍ରେସମଟ୍ରେ ଦେଖାଇଛନ୍ତି ସାଂସଦ। ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି। ସୂଚନାଥା ଥାଉ କି, […]
ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ […]
ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଜଣେ ଅଧିକାରୀ। ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ଆଜି ସେ ଭୁବନେଶ୍ୱର ସ୍ଥିତ ଟ୍ରେଜେରି ଅଫିସ୍ରେ ଯୋଗ ଦେଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା […]
ଭୁବନେଶ୍ୱର: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ କୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା । ଏହି ଅଭୟାରଣ୍ୟରେ ଗତ ୧୪ ଦିନ ମଧ୍ୟରେ ୬ଟି ମାଈ ହାତୀଙ୍କ ଜୀବନ ଯାଇଥିବାବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିବା ସହ ତେନ୍ତୁଳିପଦର ଗାଁରୁ ଫେରିଛନ୍ତି। କାହିଁକି ହାତୀର ମୃତ୍ୟୁ […]
ତେଲକୋଇ: ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ। କେନ୍ଦୁଝର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୈତାରୀ ଥାନା ଅନ୍ତର୍ଗତ ବାଲିପର୍ବତ ଗେଟ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇର ଗାଲୁ ମୁର୍ମୁ। ସୂଚନା ଅନୁସାରେ, ଗାଲୁ ଏକ ଲୁହା ଖଣିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ପତ୍ନୀଙ୍କ ସହ ସେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୭ ଥିବା ଜଣାଯାଇଛି। ସମସ୍ତ ରୋଗୀ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରାୟ ନ […]
ଚିତ୍ରକୋଣ୍ଡା: କୁମ୍ଭୀର ନେଲା ନାବାଳକଙ୍କ ଜୀବନ ! ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲାସାହି)ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ହେଲେ ଟେମ୍ପ୍ରରାରୀ କଲୋନୀରେ ରହୁଥିବା ଅର୍ଜୁନ ମାଝୀଙ୍କ ୧୦ ବର୍ଷୀୟ ପୁଅ। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ନାବାଳକଙ୍କୁ ସିଲେରୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର […]
ଭଦ୍ରକ( ପାର୍ଥ ସାରଥୀ ନାୟକ): ଦିନେ କୋଭିଡ ଯୋଦ୍ଧାଙ୍କୁ ମିଳୁଥିଲା ସମ୍ମାନ। କେତେବେଳେ ଫୁଲତୋଡା ଦେଇ ସ୍ୱାଗତ କରୁଥିଲେ ତ କେତେବେଳେ ହେଲିକପ୍ଟରରୁ ଫୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରୁଥିଲେ। ହେଲେ ଏବେ ସେମାନଙ୍କୁ ପର କରି ଦଇଛନ୍ତି ସରକାର। ଚାକିରିରୁ ବାହାର କରି ଦେଇଛନ୍ତି। ଏବେ ସେମାନଙ୍କ ପାଖରେ ନା ଅଛି ଚାକିରି ନା ଅଛି ପେଟ ପୋଷିବାର ଅନ୍ୟ ପନ୍ଥା। କୋଭିଡ ଯୋଦ୍ଧାମାନେ ଏବେ ବୃତ୍ତି ହରାଇ ଏବେ ଭିକ୍ଷାବୃତ୍ତି ଆପଣେଇ ଅଭିନବ ପ୍ରତିବାଦ […]
ଭୁବନେଶ୍ୱର: ପୁଣି ଫେରିଲା କାଳିଆ ଯୋଜନା । ଏହି ଯୋଜନାରେ ପୁଣି ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ଡିବିଟି ଜରିଆରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ […]
ଭୁବନେଶ୍ୱର: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାରୁ ବାପଘର ଲୋକ, ଶ୍ୱଶୁର ଘର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାଜଧାନୀର ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏ ନେଇ ଖଣ୍ଡଗିରି ଥାନାରେ ସମ୍ପୃକ୍ତ ଯୁବତୀ ଜଣକ ବାପଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ୨୫ ତାରିଖରେ ନୟାପଲ୍ଲୀର ଜଣେ ଯୁବତୀ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଶିରିପୁର ଅଞ୍ଚଳର ଜଣେ ଯୁବକଙ୍କୁ କୋର୍ଟ […]