• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jhrarphula
ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ଯାଜପୁର ଏସ୍‌ପି, ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ  ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଯାଜପୁର ଏସ୍‌ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରଫୁଲକୁ ହତ୍ୟା କରାଯାଇଛି। ଗତକାଲି ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ […]

emami-positive
ଇମାମି ପେପର ମିଲ୍‌ରୁ ବାହାରିଲେ ୧୦୧ କରୋନା ପଜିଟିଭ

ବାଲେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆଜି ଦିନକରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡର ରୋଗୀ ସଂଖ୍ୟା ୧୦୦ ଟପିଛି। ତେବେ ବାଲେଶ୍ୱର ଆଜି କରୋନାର ହଟସ୍ପଟ ପାଲଟିଛି।  ଆଜି ବାଲେଶ୍ୱରର ଇମାମୀ ପେପର ମିଲ୍‌ରୁ ଆଜି  ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୧୫୮ ଜଣ ନୂଆ ପଜିଟିଭ। ଏମାନଙ୍କ ମଧ୍ୟରୁ କେବଳ ଇମାମୀରୁ ୧୦୧ […]

  • Tuesday, 13 July 2021
scb nursing
ବନ୍ଦ ହେଲା କଟକ ବଡ଼ ମେଡିକାଲ ନର୍ସିଂ କଲେଜ

କଟକ: ବନ୍ଦ ହେଲା କଟକ ବଡ଼ ମେଡିକାଲର ନର୍ସିଂ କଲେଜ। ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ ଛାତ୍ରୀମାନେ କିନ୍ତୁ ଅଲଗା କଥା କହୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ପ୍ରିନ୍ସପାଲଙ୍କ ବିରୋଧରେ ଧାରଣା ଦେଇଥିବାରୁ ପ୍ରତିଶୋଧ […]

  • Tuesday, 13 July 2021
OTV-portal-NIGHT-CURFEW
ରାତି ୧୦ଟାରୁ ଶୂନଶାନ ହୋଇଗଲା ସହର...

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ।  ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୋଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୋଲିସ ଫୋର୍ସ ମୁତୟନ […]

  • Tuesday, 13 July 2021
3 arrested
ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩  ଅଭିଯୁକ୍ତଙ୍କୁ ଗିରଫ କରିଛି l ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ […]

  • Tuesday, 13 July 2021
Untitled-2
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ଭୁବନେଶ୍ୱର: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରିଛି । କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ମରଶରୀର ଫେରାଇ ଆଣିବାକୁ ନିବେଦନ କରିଥିଲେ ଶ୍ରୀ ପଣ୍ଡା ।  ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ମରଶରୀର ଆସି ପହଞ୍ଚିଥିଲା। କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପାଟିକିରା ଗାଁର ପ୍ରଭାତ କୁମାର ବାରିକ କତାରର ଦୋହାରେ ରହୁଥିଲେ […]

  • Tuesday, 13 July 2021
corona positive odisha
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; କାଲି ଥିଲା ୨୯୭, ଆଜି ୩୯୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୩୦୦ ଟପିଛି। ଗତକାଲି ୨୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୯୪। ଏଥିମଧ୍ୟରୁ ୨୩୧ କ୍ୱରେଣ୍ଟିନ୍‌ରେ ଥିବାବେଳେ ୧୬୩ ଲୋକାଲ କେସ ରହିଛି। ସମସ୍ତ ରୋଗୀ ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଖୋର୍ଦ୍ଧା […]

odisha divas
ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି। ୧୯୩୬ ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ […]

  • Tuesday, 13 July 2021
rudra-1
ପିପିଲି ଉପନିର୍ବାଚନ: ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ

ପିପିଲି: ପିପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି ପିପିଲି ନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ପିପିଲି ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି। ସ୍ୱର୍ଗତ ପ୍ରଦୀପ ମହାରାଥୀଙ୍କ […]

heat-wave
ତାତିରୁ ମିଳିବ ଆଶ୍ୱସ୍ତି ! ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଡହଡହ ଖରାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ମାସରେ ଯଦି ଏମିତି ଖରା, ଏପ୍ରିଲ, ମେ’ କେମିତି କଟିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟବାସୀ। ଗତକାଲି ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଥିଲା ଟିଟିଲାଗଡ଼ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, […]

  • Tuesday, 13 July 2021
pipili bypoll
ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର, ଅଜିତ

ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି  କଂଗ୍ରେସ ପ୍ରାର୍ଥୀ […]

  • Tuesday, 13 July 2021
police
ଫିଟ୍‌ନେସ୍‌ ନ ଥିଲେ ଅବସର !

ଭୁବନେଶ୍ୱର: ଟ୍ୱିନ୍‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍‌ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍‌ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ତାହା […]

  • Tuesday, 13 July 2021
odisha
ସେଲ୍‌ଫି ନେଲେ, ସାଙ୍ଗକୁ ଭିଡିଓ କଲିଂ କରି Waterfall ଦୃଶ୍ୟ ଦେଖାଉଥିଲେ, ହଠାତ୍‌...

ଦେବଗଡ଼: କାଳ ହେଲା ସେଲ୍‌ଫି ନିଶା। ସେଲ୍‌ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ଗତକାଲି ସକାଳେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। […]

  • Tuesday, 13 July 2021
aditya das
ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା

ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ  ଆଜି GRP ଜେରା କରିଛି‌। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ GRP। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି GRP‌। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ […]

  • Tuesday, 13 July 2021
money
ଲାଞ୍ଚ ନେଇ ଧରାପଡ଼ିଲେ କନଷ୍ଟେବଲ୍

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍ ପୁଲିସ୍‌ର ଜଣେ କାର୍ଯ୍ୟରତ କନଷ୍ଟେବଲ୍‌। ଏରିଅର ଟଙ୍କା କରାଇଦେବାକୁ କନଷ୍ଟେବଲ୍‌ ସୁରେଶ ଦାସ ଜଣେ ବ୍ୟକ୍ତିଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ‌ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ। ସୁରେଶ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧରିଥିଲା। ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁରେଶ, ଆକାଉଣ୍ଟସ […]

  • Tuesday, 13 July 2021
school
ସ୍କୁଲ୍‌ ଆଡମିଶନ୍‌ ତାରିଖ ବଢ଼ାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବଢ଼ିଲା ସ୍କୁଲ ଆଡମିଶନ୍‌ ତାରିଖ। ମହାମାରୀ କରୋନା ପାଇଁ ସ୍କୁଲ୍‌ରେ ଆଡମିଶନ ତାରିଖ ସମୟ ସୀମାକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଆଡମିଶନ୍‌ ତାରିଖ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ […]

  • Tuesday, 13 July 2021
OIC
ଭୁଲିଗଲେ ମାନବିକତା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇ ନିଲମ୍ବିତ ହେଲେ OIC

ଉଦଳା: ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଖାକି ପୋଷାକ ତଳେ ହଜିଗଲା ମାନବିକତା।  ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା  ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍‌ପି ଗତକାଲି ତାଙ୍କୁ […]

  • Tuesday, 13 July 2021
holi
କରୋନା କଟକଣା ପାଇଁ ଫିକା ପଡ଼ିଗଲା ହୋଲି

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ। ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। […]

  • Tuesday, 13 July 2021
odisha
ଭାସିଗଲା ଅସ୍ଥାୟୀ ପୋଲ

କଲ୍ୟାଣସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ନଦୀର ଏକ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏଥିଯୋଗୁ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ଏହି ପୋଲ ଦେଇ କଲ୍ୟାଣସିଂହପୁର, ପୂଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା ଓ କନ୍ଧାକାତିପାଡୁ ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି। ପୋଲ ଧୋଇଯିବା ଦ୍ୱାରା ଲୋକମାନଙ୍କୁ ପ୍ରାୟ ୫୦ କି.ମି. ବୁଲି ବୁଲି ଯିବାକୁ ପଡୁଛି। ୨୦୦୭ରେ କଲ୍ୟାଣୀ ନଦୀରେ ବନ୍ୟା ଯୋଗୁ ସ୍ଥାୟୀ ପୋଲ ଭାସି […]

  • Tuesday, 13 July 2021
car
‘ଡେରିରେ ଅଫିସ୍‌ ଆସିଲେ ଅଫିସରଙ୍କୁ ସରକାରୀ ଗାଡ଼ି ମନା’

ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ […]

  • Tuesday, 13 July 2021
aditya das death
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଫୋରେନସିକ୍ ଲ୍ୟାବ୍‌କୁ ପଠାଗଲା ସୁଇସାଇଡ୍‌ ନୋଟ୍

ଭୁବନେଶ୍ୱର: ଏବେବି ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଦିତ୍ୟଙ୍କ ମୃତ୍ୟୁ ପରେ ଜବତ ହୋଇଥିବା ସୁଇସାଇଡ୍‌ ନୋଟ୍‌କୁ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏସବୁ ଯାଞ୍ଚ କରିବା ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ଜିଆର୍‌ପି ପଠାଇଛି। ମୃତ୍ୟୁର ୪ […]

  • Tuesday, 13 July 2021
corona positive
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା, ଖୋର୍ଦ୍ଧା ପୁଣି ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ  କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।  ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ରୋଗଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]

  • Tuesday, 13 July 2021
corona virus
ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି  ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ  ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ,  ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ।  […]

  • Tuesday, 13 July 2021
matric exam
ଜୁଲାଇ ୩୧ ଭିତରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ […]