• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pipili bypoll
ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର, ଅଜିତ

ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି  କଂଗ୍ରେସ ପ୍ରାର୍ଥୀ […]

  • Tuesday, 13 July 2021
police
ଫିଟ୍‌ନେସ୍‌ ନ ଥିଲେ ଅବସର !

ଭୁବନେଶ୍ୱର: ଟ୍ୱିନ୍‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍‌ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍‌ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ତାହା […]

  • Tuesday, 13 July 2021
odisha
ସେଲ୍‌ଫି ନେଲେ, ସାଙ୍ଗକୁ ଭିଡିଓ କଲିଂ କରି Waterfall ଦୃଶ୍ୟ ଦେଖାଉଥିଲେ, ହଠାତ୍‌...

ଦେବଗଡ଼: କାଳ ହେଲା ସେଲ୍‌ଫି ନିଶା। ସେଲ୍‌ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ଗତକାଲି ସକାଳେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। […]

  • Tuesday, 13 July 2021
aditya das
ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା

ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ  ଆଜି GRP ଜେରା କରିଛି‌। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ GRP। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି GRP‌। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ […]

  • Tuesday, 13 July 2021
money
ଲାଞ୍ଚ ନେଇ ଧରାପଡ଼ିଲେ କନଷ୍ଟେବଲ୍

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍ ପୁଲିସ୍‌ର ଜଣେ କାର୍ଯ୍ୟରତ କନଷ୍ଟେବଲ୍‌। ଏରିଅର ଟଙ୍କା କରାଇଦେବାକୁ କନଷ୍ଟେବଲ୍‌ ସୁରେଶ ଦାସ ଜଣେ ବ୍ୟକ୍ତିଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ‌ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ। ସୁରେଶ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧରିଥିଲା। ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁରେଶ, ଆକାଉଣ୍ଟସ […]

  • Tuesday, 13 July 2021
school
ସ୍କୁଲ୍‌ ଆଡମିଶନ୍‌ ତାରିଖ ବଢ଼ାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବଢ଼ିଲା ସ୍କୁଲ ଆଡମିଶନ୍‌ ତାରିଖ। ମହାମାରୀ କରୋନା ପାଇଁ ସ୍କୁଲ୍‌ରେ ଆଡମିଶନ ତାରିଖ ସମୟ ସୀମାକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଆଡମିଶନ୍‌ ତାରିଖ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ […]

  • Tuesday, 13 July 2021
OIC
ଭୁଲିଗଲେ ମାନବିକତା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇ ନିଲମ୍ବିତ ହେଲେ OIC

ଉଦଳା: ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଖାକି ପୋଷାକ ତଳେ ହଜିଗଲା ମାନବିକତା।  ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା  ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍‌ପି ଗତକାଲି ତାଙ୍କୁ […]

  • Tuesday, 13 July 2021
holi
କରୋନା କଟକଣା ପାଇଁ ଫିକା ପଡ଼ିଗଲା ହୋଲି

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ। ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। […]

  • Tuesday, 13 July 2021
odisha
ଭାସିଗଲା ଅସ୍ଥାୟୀ ପୋଲ

କଲ୍ୟାଣସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ନଦୀର ଏକ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏଥିଯୋଗୁ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ଏହି ପୋଲ ଦେଇ କଲ୍ୟାଣସିଂହପୁର, ପୂଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା ଓ କନ୍ଧାକାତିପାଡୁ ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି। ପୋଲ ଧୋଇଯିବା ଦ୍ୱାରା ଲୋକମାନଙ୍କୁ ପ୍ରାୟ ୫୦ କି.ମି. ବୁଲି ବୁଲି ଯିବାକୁ ପଡୁଛି। ୨୦୦୭ରେ କଲ୍ୟାଣୀ ନଦୀରେ ବନ୍ୟା ଯୋଗୁ ସ୍ଥାୟୀ ପୋଲ ଭାସି […]

  • Tuesday, 13 July 2021
car
‘ଡେରିରେ ଅଫିସ୍‌ ଆସିଲେ ଅଫିସରଙ୍କୁ ସରକାରୀ ଗାଡ଼ି ମନା’

ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ […]

  • Tuesday, 13 July 2021
aditya das death
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଫୋରେନସିକ୍ ଲ୍ୟାବ୍‌କୁ ପଠାଗଲା ସୁଇସାଇଡ୍‌ ନୋଟ୍

ଭୁବନେଶ୍ୱର: ଏବେବି ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଦିତ୍ୟଙ୍କ ମୃତ୍ୟୁ ପରେ ଜବତ ହୋଇଥିବା ସୁଇସାଇଡ୍‌ ନୋଟ୍‌କୁ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏସବୁ ଯାଞ୍ଚ କରିବା ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ଜିଆର୍‌ପି ପଠାଇଛି। ମୃତ୍ୟୁର ୪ […]

  • Tuesday, 13 July 2021
corona positive
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା, ଖୋର୍ଦ୍ଧା ପୁଣି ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ  କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।  ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ରୋଗଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]

  • Tuesday, 13 July 2021
corona virus
ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି  ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ  ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ,  ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ।  […]

  • Tuesday, 13 July 2021
matric exam
ଜୁଲାଇ ୩୧ ଭିତରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ […]

Navrangpur-night-curfew
ଆଜିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ; କଡ଼ାକଡ଼ି ହେଲା କଟକଣା

ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ  କଟକଣା ମଧ୍ୟ ଲଗାଯାଇଛି। ଏଗୁଡ଼ିକ ହେଲା ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍‌ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ […]

  • Tuesday, 13 July 2021
Bharati Rajyalaxmi Bhanja Deo
ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ

ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ […]

  • Tuesday, 13 July 2021
woman
ଉଜୁଡି ଗଲା ସୁଖର ସଂସାର, ବିବାହର ୨ ବର୍ଷ ପରେ ପତ୍ନୀଙ୍କୁ ଦେହ ବ୍ୟବସାୟରେ ଲଗାଇଲେ ସ୍ୱାମୀ

ଭୁବନେଶ୍ୱର: ଅନେକ ମିଠା ମିଠା ସ୍ୱପ୍ନ ଦେଖାଇ ଜୀବନସାଥୀ ଭାବେ ତାଙ୍କୁ ଗ୍ରହଣ କରିଥିଲେ। ଏକାଠି ହାତ ଧରି ଚାଲିବାର ପ୍ରତିଶ୍ରୁତି  ଦେଇଥିଲେ। ସ୍ୱାମୀଙ୍କ ସହ ଘର ସଂସାର ଗଢିବା ଆଶାରେ ସେ ବି  ବାପଘରୁ ପାଦ କାଢିଥିଲେ। ହେଲେ ଜାଣିପାରି ନ ଥିଲେ, ସେ ପ୍ରେମିକ ନୁହେଁ, ଏକ ପାପୀକୁ ପ୍ରେମ କରୁଛନ୍ତି ବୋଲି। ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ସେ ଏକ କଳଙ୍କ ବୋଲି । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି […]

  • Tuesday, 13 July 2021
corona
ଆଜି ବି ୧୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି   ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ […]

  • Tuesday, 13 July 2021
jaga
SCBରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀ ମେଡିକାଲରେ ଜଗା

ଫୁଲବାଣୀ: ଯୋଡ଼ାମୁଣ୍ଡରୁ  ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯିବା ପରେ କାଳିଆର ମୃତ୍ୟୁ ଘଟିଥିଲା। ଏବେ ଜଗାକୁ ନେଇ ବାପା-ମା’ ଅଧିକ ତତ୍ପର ହୋଇଛନ୍ତି। ଫୁଲବାଣୀ ମେଡିକାଲରେ ପୁଅର ଚିକିତ୍ସା କରାଉଛନ୍ତି। କାରଣ ଗତକାଲି କଟକ SCBରୁ ଡିସ୍‌ଚାର୍ଜ ହେବା ପରେ ଏବେ ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା ଚାଲିଛି। କନ୍ଧମାଳ ଫିରିଙ୍ଗିଆ ମିଲୁପଡ଼ାର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗାକୁ ଗତକାଲି ୧୦୮ ଆମ୍ବୁଲାନ୍ସରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଫୁଲବାଣୀ ନେଇଥିଲେ । ଜଗାର […]

  • Tuesday, 13 July 2021
Prisoner
ବିଚାରାଧୀନ କଏଦୀଙ୍କୁ କରୋନା

ଯାଜପୁର: ଯାଜପୁର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଏଦୀଙ୍କ ସ୍ୱାବ୍‌ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର ୨୨ ଜଣ କର୍ମଚାରୀଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଛି। ଅତି ଜରୁରୀ କାମ […]

  • Tuesday, 13 July 2021
sobhayatra
ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ବିଧାନସଭା ଘେରାଉ ଉଦ୍ୟମ; ଶତାଧିକ କର୍ମୀ ଅଟକ

ଭୁବନେଶ୍ୱର: ମହାଙ୍ଗା ଡବଲ ମର୍ଡରକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ଆରମ୍ଭ କରିଛି ସଦଭାବନା ଯାତ୍ରା । ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ବିଧାନସଭା ଅଭିମୁଖେ ସଦଭାବନା ଯାତ୍ରା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେପି। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବିଧାନସଭା […]

  • Tuesday, 13 July 2021
Teacher
ପ୍ରଥମେ ନେଇଗଲେ, ପରେ ଚାକିରି ଫେରାଇଲେ ସରକାର

ସୁନ୍ଦରଗଡ଼: ଦୃଷ୍ଟିହୀନ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦେଲେ ସରକାର । ଚାକିରି ସମୟରେ ଦୃଷ୍ଟି ଶକ୍ତି ହରାଇଥିଲେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । ପରେ ତାଙ୍କୁ ଚାକିରି କରିବାରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା […]

  • Tuesday, 13 July 2021
mo jibani mo upasana
ଜୀବନ ସଂଘର୍ଷର କାହାଣୀ କହିବ ‘ମୋ ଜୀବନ, ମୋ ଉପାସନା’

ଭୁବନେଶ୍ୱର: ‘ମୋ ଜୀବନ, ମୋ ଉପାସନା’ରେ ରହିଛି ଜୀବନ ସଂଘର୍ଷର କାହାଣୀ। ସେହି ସଂଘର୍ଷ ନିରନ୍ନ, ନିରକ୍ଷର, ନିଷ୍ପେଷିତ ଆଦିବାସୀଙ୍କର। ଏମାନଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧାର। ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ‌୍‍ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ବର୍ଷିାୟାନ ଭୁଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ‌୍‍ ତଥା କବି କୃଷ୍ଣ ସିଂହଙ୍କ ଦ୍ୱାରା ପ୍ରକାଶିତ ଆତ୍ମ ଜୀବନୀ  ‘ମୋ ଜୀବନ ମୋ ଉପାସନା’ ର ଦ୍ୱିତୀୟ ସଂକଳନ । ଏହି […]

  • Tuesday, 13 July 2021