• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ୨ ଗିରଫ, ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ

ପିପିଲି: ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ଗତକାଲି ନିର୍ବାଚନ ପ୍ରଚାର ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ୩ ଜଣ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏମ୍ସ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। […]

  • Tuesday, 13 July 2021
nilagiri
ରଣକ୍ଷେତ୍ର ପାଲଟିଲା ମେଡିକାଲ୍‌ ପରିସର, ରୋଗୀଙ୍କୁ ନେବାକୁ ବାଡ଼ିଆପିଟା

ନୀଳଗିରି: ଭଡ଼ା ନେବା କଥାକୁ କେନ୍ଦ୍ର କରି ହସ୍ପିଟାଲ୍‌ ପରିସର ପାଲଟିଲା ରଣକ୍ଷେତ୍ର। ମାର୍‌ପିଟ୍‌ ସହ ମୁଣ୍ଡଫଟା ଫଟି ତାହା ବି ପୁଣି ହସ୍ପିଟାଲ ପରିସରରେ। ଏଭଳି କିଛି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲ ପରିସରରେ ଦେଖିବାକୁ ମିଳିଛି। ହସ୍ପିଟାଲ୍‌ରୁ ଜଣେ ରୋଗୀ ଡିସ୍‌ଚାର୍ଜ ହେବାପରେ ଭଡ଼ାରେ ତାଙ୍କୁ ଘରେ ଛାଡ଼ିବା ପାଇଁ ଦୁଇ ଘରୋଇ ଆମ୍ବଲାନ୍ସ ଗାଡ଼ିର ମାଲିକ ଏବଂ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ସୂଚନା ଅନୁସାରେ, ପେଟରେ ଯନ୍ତ୍ରଣା […]

  • Tuesday, 13 July 2021
Hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ୬ ସସ୍‌ପେଣ୍ଡ୍‌

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ତେବେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା […]

accident
ବାଇକ୍‌ରେ ଯାଉଥିଲେ ପିଟିଦେଲା ଟ୍ରକ୍‌; ସ୍ୱାମୀସ୍ତ୍ରୀ ମୃତ, ୮ ବର୍ଷର ଝିଅ ଗୁରୁତର

ଯାଜପୁର/ଆନନ୍ଦପୁର: ରାଜ୍ୟରେ ଆଜି ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦମ୍ପତି ଓ ଅନ୍ୟ ଜଣେ ଟ୍ରକ୍‌ ମାଲିକ ଅଛନ୍ତି। ଦୁର୍ଘଟଣାରେ ୮ ବର୍ଷର ଝିଅ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ NH-୧୬ ନେଉଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ୮ […]

  • Tuesday, 13 July 2021
haider-ali
ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍, ଆଲର୍ଟରେ କେନ୍ଦ୍ରାପଡ଼ା

ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ମେଡିକାଲ୍‌ରୁ ଖସି ପଳାଇଲା ଗ୍ୟାଙ୍ଗଷ୍ଟର ହାଇଦର ହାର୍ଡକୋର କ୍ରିମିନାଲ୍‌ ହାଇଦରକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍ କଟକ ସହର ସୀମା ସିଲ୍ ଆଲର୍ଟରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସ୍‌ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ଏବେବି କୌଣସି ପତ୍ତା ମିଳିପାରି ନାହିଁ। କାଲି ସନ୍ଧ୍ୟାରୁ ହାଇଦର ନିଖୋଜ ଥିବାବେଳେ ବର୍ତ୍ତମାନ ସୁଦ୍ଧା […]

puri
ପୁଣି ଚର୍ଚ୍ଚାରେ ଏମାର ମଠ, ମୂଲ୍ୟବାନ ସାମଗ୍ରୀ ପରେ ମିଳିଲା ରୂପା ଇଟା

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ଗତକାଲି ଏମାର ମଠରୁ ବହୁ ପୁରାତନ ଓ ମୂଲ୍ୟବାନ କାରୁକାର୍ଯ୍ୟ ହୋଇଥିବା ରୂପା ତାରକସିର ସାମଗ୍ରୀ ମିଳିଥିବା ବେଳେ ଆଜି ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏମାର ମଠର ୪ନଂ କୋଠରୀରୁ ୮ ଖଣ୍ଡ ରୂପା ଇଟା ମିଳିଥିବା ନେଇ ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଆଉ ୩୭ ଖଣ୍ଡ ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏହାସହ କିଛି ପିତ୍ତଳ ଗରା ମଧ୍ୟ […]

  • Tuesday, 13 July 2021
rain
ଆଜି ୧୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା ଥିବାବେଳେ ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ,  ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଏହି ୧୨ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ […]

  • Tuesday, 13 July 2021
matric exam
ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା

ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା ହେବ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ସେନେଇ କିଛି ସ୍ଥିର ହୋଇନାହିଁ ଭୁବନେଶ୍ୱର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍‌ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା […]

naveen patnaik
ଆଜି ଅପରାହ୍ଣ ୪ଟାରେ କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍‌ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ […]

election in kotia
ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର

ଜୟପୁର: କୋରାପୁଟ କୋଟିଆରେ ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ଆଜି ନିର୍ବାଚନ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି। କୋଟିଆର ନେରେଡିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି। ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ […]

murder
ପରକୀୟା ପ୍ରୀତି ପାଇଁ ୪ ଜଣଙ୍କୁ ହତ୍ୟା କରି ଫେରାର ଥିଲା ସ୍ୱାମୀ, ଏବେ ଧରାପଡ଼ିଲେ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ୯ ମାସ ତଳେ ୪ ଜଣଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଉତ୍ତରପ୍ରଦେଶର ଲଲନ୍‌ରୁ ଅଭିଯୁକ୍ତ ପପୁ ସେନ୍‌ଙ୍କୁ ସେଠାକାର ପୋଲିସ୍‌ ଗିରଫ କରିଛି। ୨୦୨୦ରେ ପପୁ ନିଜ ଶାଶୁ, ଶ୍ୱଶୁର ଓ ଶାଳକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ସହ ସ୍ତ୍ରୀର ପ୍ରେମିକର ବାପାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସ୍ତ୍ରୀର ପରକୀୟା ପ୍ରୀତି ଓ ପ୍ରେମିକ ସହ ଫେରାର […]

  • Tuesday, 13 July 2021
odisha
ଥାନା ଭିତରେ ପଶି ପୋଲିସ୍‌ ସାମ୍ନାରେ ସ୍ୱାମୀ, ସ୍ତ୍ରୀଙ୍କୁ ହାଣିଲେ

ବାଲେଶ୍ୱର: ଥାନା ଭିତରେ ପୋଲିସ୍‌ ସାମ୍ନାରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆହତ ଦ୍ୱୟ ହେଲେ- ରେମୁଣା ମାଧିପୁର ଗାଁର ରଘୁନାଥ ସାହୁ ଓ ତାଙ୍କ ପତ୍ନୀ ପ୍ରମିତା ଦାସ।ଥାନା ଭିତରେ ପୋଲିସ ଉପସ୍ଥିତିରେ ପ୍ରାୟ ୧୫୦ ଜଣ ଲୋକ ଅଭିଯୋଗକାରୀଙ୍କୁ […]

  • Tuesday, 13 July 2021
allegation-against-armed-dcp
ଆର୍ମଡ ଡିସିପିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ଭୁବନେଶ୍ୱର: ଆର୍ମଡ କମାଣ୍ଡାଣ୍ଟ୍‌ ଡିସିପି ବିଜୟ କୁମାର ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସିପାହୀ ନିହାର ରଞ୍ଜନ ନାୟକଙ୍କ ପତ୍ନୀ ଅଭିଯୋଗ ଆଣି କହିଛନ୍ତି, ଝିଅ ଯୋଗାଇବା ପାଇଁ ମୋ ସ୍ୱାମୀଙ୍କୁ ବାଧ୍ୟ କରାଯାଉଥିଲା। ସେ ନ ମାନିବାରୁ ତାଙ୍କୁ ଟ୍ରାନ୍ସଫର୍‌ କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା। ଚାପରେ ପଡ଼ି ୩ ଦିନ ତଳେ ନିହାର ରଞ୍ଜନ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ପତ୍ନୀ […]

  • Tuesday, 13 July 2021
odisha
କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ପୋଲିସ୍‌ ହାତରେ ଲାଗିଲା ସୁରାକ୍‌ !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡିରେ ଜବତ ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣାରେ ପୋଲିସ୍‌ ହାତରେ କିଛି ସୁରାକ୍‌ ଲାଗିଛି। ଲୋକଙ୍କ ନିକଟରୁ ପୋଲିସ୍‌କୁ କିଛି ସୁରାକ୍ ମିଳିଥିବା ସୂଚନା ମିଳିଛି। ସୁରାକ୍‌ ଆଧାରରେ ଏକ ନିର୍ଦ୍ଦିଷ୍ଟ ପରିବାରର DNA ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ସମ୍ପୃକ୍ତ ପରିବାର ସହ କଙ୍କାଳର ସମ୍ପର୍କ ରହିଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(NHRC )ହସ୍ତକ୍ଷେପ କରିଛନ୍ତି। […]

  • Tuesday, 13 July 2021
anubhav mohanty
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ ଆଜି ଉଭୟ ବର୍ଷା ଓ ଅନୁଭବ ହାଜର ହୋଇଛନ୍ତି। ଉଭୟଙ୍କୁ ଆଜି ହାଜର ହେବା ପାଇଁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଛି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି […]

  • Tuesday, 13 July 2021
college girl deadbody found
ମେଡିକାଲ୍‌ ଯିବେ ବୋଲି କହି ଘରୁ ଆସିଥିଲେ କଲେଜ ଛାତ୍ରୀ, ମିଳିଲା ମୃତଦେହ

ଢେଙ୍କାନାଳ: ମେଡିକାଲ୍‌ ଯିବେ ବୋଲି କହି ଘରୁ ଆସିଥିଲେ କଲେଜ ଛାତ୍ରୀ, ତା’ପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଶେଷରେ ମିଳିଲା ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ସଦର ଥାନା ଅଞ୍ଚଳରୁ ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତ ଗୁରୁବାର ଠାରୁ ନାବାଳିକା ଜଣକ ଘରୁ ଆସିବା ପରେ […]

  • Tuesday, 13 July 2021
Rourkela Steel Plant
ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟର SMS-୨ରେ ସ୍ଲାଗ୍‌ ବଏଲର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସ୍ଲାଗ୍‌ ବଏଲର କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। କଣ୍ଟ୍ରୋଲ ରୁମ୍‌ରେ ଥିବା ବହୁ ଯନ୍ତ୍ରପାତି ଓ ବିଦ୍ୟୁତ୍‌ ସରଞ୍ଜାମ ନଷ୍ଟ ହୋଇଯାଇଛି। ଖବରପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଶ୍ୱସ୍ତିର କଥା, ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। […]

  • Tuesday, 13 July 2021
BJP MLAs Dharna
ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ। ଗୃହରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ନ ଦେବା ଏବଂ ବିଜେପିର ୩ ସଦସ୍ୟଙ୍କୁ ନିଲମ୍ବିତ କରିବା ପ୍ରତିବାଦରେ ବିଧାୟକମାନେ ସାରା ରାତି ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ। ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ବିଧାୟକ। ଏଥିସହ ଏନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଅନ୍ୟପକ୍ଷେ, ଗାନ୍ଧି […]

  • Tuesday, 13 July 2021
puri
ରବିବାର ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରତି ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଶ୍ରୀମନ୍ଦିର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହି ଦିନ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଆଗରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ରବିବାର ବ୍ୟତୀତ ସପ୍ତାହକୁ ଦୁଇଥର ରାତିରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ […]

  • Tuesday, 13 July 2021
rain
୨ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଓ କେନ୍ଦୁଝର। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଗତ କିଛି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ବର୍ଷା ହେବା ପରେ ଟିକେ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। […]

  • Tuesday, 13 July 2021
odisha
ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ଆଣିଲେ ରାଗିଂ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ରାଗିଂ ଅଭିଯୋଗ ଆଣିଛନ୍ତି। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଏହି ରାଗିଂ ଅଭିଯୋଗ ଆସିଛି। ଏନେଇ ଗତ ୧ ତାରିଖରେ ନ୍ୟାସନାଲ୍‌ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ୍‌ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ସୂଚନାଥାଉ କି, ଗତ ୩୧ରେ ୨ ଛାତ୍ରୀ ଗୋଷ୍ଠୀଙ୍କ […]

  • Tuesday, 13 July 2021
odisha
ପ୍ରଚାର ବେଳେ ପିପିଲିରେ ବିଜେପି ରାଲି ଉପରେ ଆକ୍ରମଣ

ପିପିଲି: ପିପିଲିରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପିପିଲି ଥାନା ଅନ୍ତର୍ଗତ ରାଇଗିରିପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକଙ୍କ ସମେତ ରାଲିରେ ଥିବା ସମସ୍ତ […]

  • Tuesday, 13 July 2021
rain
ଆଜିଠୁ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କମିପାରେ ତାତି। ହେଲେ ଖରାରୁ ପୁରା ନିସ୍ତାର ନାହିଁ। ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି […]

vlcsnap-error384
ଭାଉଜର ଗଳା କାଟି ଦେଲା ଦିଅର !

କଟକ: କଟକ ସହରର ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭାଉଜର ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି। ସମ୍ପତ୍ତି ଲୋଭରେ ଦିଅର ହତ୍ୟା କରିଥିବା ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ […]

  • Tuesday, 13 July 2021